କର୍ଣ୍ଣାଟକ : ସରିଲା କର୍ଣ୍ଣାଟକ ଭୋଟ୍। ଇଭିଏମରେ ସିଲ୍ ହୋଇଛି ୨ହଜାର ୬୫୪ ପ୍ରାର୍ଥୀଙ୍କ ଭାଗ୍ୟ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୨୨୨ ଆସନ ଲାଗି ମତଦାନ ଶେଷ ହୋଇଛି। ମତଦାନ ବେଳେ କିଛି ଅଞ୍ଚଳରେ ଭୋଟିଂ ମେସିନରେ ତ୍ରୁଟି ପରିଲକ୍ଷିତ ହେବାରୁ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା। ସେପଟେ ମତଦାନ ଚାଲିଥିବା ବେଳେ କିଛି ସ୍ଥାନରେ ମାରପିଟ୍ ଓ ଭୋଟରଙ୍କୁ ଟଙ୍କା ବଣ୍ଟାର ଅଭିଯୋଗ ବି ଆସିଛି। ଏହି ହାଇଭୋଲଟେଜ୍ ଲଢ଼େଇରେ ବିଜେପି, କଂଗ୍ରେସ ଓ […]
ଇସ୍ଲାମାବାଦ : ନକଲି ବ୍ୟାଙ୍କ ଆକାଉଣ୍ଟ ଘଟଣାରେ ଆଜି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲୀ ଜର୍ଦାରି ଗିରଫ ହୋଇଛନ୍ତି। ତାଙ୍କୁ ପାକିସ୍ତାନର ସବୁଠାରୁ ବଡ଼ ଦୁର୍ନୀତି ନିରୋଧ ସଂସ୍ଥା ଗିରଫ କରିଛି। ଜର୍ଦ୍ଦାରି ନକଲି ବ୍ୟାଙ୍କ ଆଉଣ୍ଟ ଖୋଲି ପାକିସ୍ତାନରୁ ବିଦେଶକୁ ଟଙ୍କା ପଠାଉଥିବା ଜଣାପଡ଼ିଛି। ଏକଥା ଜଣା ପଡ଼ିବା ପରେ ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍ବିଏ) ଆଜି ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲା। ଏହି ଗିରଫ ପରୱାନା ଆଧାରରେ ତାଙ୍କୁ ଗିରଫ କରାଯାଇଛି। […]
ଭୁବନେଶ୍ୱର : ଆସନ୍ତାବର୍ଷରୁ ଓଏମ୍ଆର୍ ବଦଳରେ ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ଦେବେ ମାଟ୍ରିକ୍ ଛାତ୍ରଛାତ୍ରୀ। ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଏଇ ସୂଚନା ପରେ ଦ୍ୱନ୍ଦ୍ୱ ଓ ଆଶଙ୍କାରରେ ଛାତ୍ରଛାତ୍ରୀ, ଅଭିଭାବକ।କାରଣ ଏହା ଭିତରେ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଲାଣି। ତେଣୁ ହଠାତ୍ ନୂଆ ଢାଞ୍ଚାରେ ଛାତ୍ରଛାତ୍ରୀ କିପରି ନିଜକୁ ପ୍ରସ୍ତୁତ କରିବେ, ନମୁନା ପ୍ରଶ୍ନପତ୍ର ପିଲାଙ୍କ ପାଖକୁ କେବେ ଆସିବ ତାହାହିଁ ବଡ଼ପ୍ରଶ୍ନ। ହେଲେ ସରକାରଙ୍କ ଯୁକ୍ତି, ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର […]
ରାୟଗଡ଼ା : ଅବ୍ୟବସ୍ଥା ଘେରରେ ରାୟଗଡ଼ା ଜିଲା ଡେଗାଲବୁଡୁଣୀ ପ୍ରାଥମିକ ବିଦ୍ୟାଳୟ। ମାତ୍ର ଗୋଟିଏ ଶ୍ରେଣୀ ଘରେ ପାଠ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ଉପରେ ଛାତ ଫାଟି ଆଁ କଲାଣି। ରୋଷେଇ ଘରେ କବାଟ ଝରକା ନାହିଁ। ସ୍କୁଲର ପାଇଖାନା, ପରିଶ୍ରାଗାର ଭାଙ୍ଗିରୁଜି ଯାଇଥିବା ପିଲାଙ୍କୁ ଶୌଚ ପାଇଁ ବାହାରକୁ ଯିବାକୁ ପଡୁଥିବା ଅଭିଯୋଗ ହୋଇଛି। ସେପଟେ ସ୍କୁଲର ପାହାଚକୁ ଲାଗି ରହିଥିବା ଖୋଲା କୁଅକୁ ନେଇ ସବୁବେଳେ ଲାଗିରହୁଛି ଚିନ୍ତା। ଏନେଇ କୂଅକୁ ପୋତିବା ସହ […]
ରାଉରକେଲା : ରାଉରକେଲା NIT ଲ୍ୟାବ୍ରେ ଅଗ୍ନିକାଣ୍ଡ। କମ୍ପ୍ୟୁଟର୍ ସାଇନ୍ସ ବିଭାଗ ଲ୍ୟାବ୍ରେ ଆଜି ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏସି ସଟ୍ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ସମୟରେ ଲ୍ୟାବ୍ ହଲ୍ ଓ ଆଖପାଖ ରୁମ୍ରେ ଧୂଆଁ ଭରି ହୋଇଯିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଖବର ପାଇବା ପରେ ୨ଟି ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଆଁ ଲିଭାଇଥିଲା। ଏହି ଅଗ୍ନିକାଣ୍ଡ ପରେ ଏନ୍ଆଇଟି […]
ଭୁବନେଶ୍ୱର: ଯୁବତୀଙ୍କୁ ପୋଲିସର ମାଡ଼ ଅଭିଯୋଗ। ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ପୋଲିସ ମାଡ଼ରେ ଦୁଇ ଜଣ ଯୁବତୀ ଆହତ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଆହତ ଯୁବତୀ ସମ୍ପର୍କରେ ଦୁଇ ଭଉଣୀ ବୋଲି ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଜମିଜମା ଗଣ୍ଡଗୋଳକୁ ନେଇ ୨ ପରିବାର ମଧ୍ୟରେ ମାଡ଼ପିଟ ହୋଇଥିଲା। ଗୋଟିଏ ପରିବାରର ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପ୍ରତିପକ୍ଷ ପରିବାରର ଦୁଇ ଯୁବତୀଙ୍କୁ ଥାନାକୁ ଯିବା ପାଇଁ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଟିଉସନ୍ ସାର୍ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ନିକିରେଇ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକା ସହ ଟିଉସନ୍ ସାର୍ ଦୁଷ୍କର୍ମ କରିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଜଣାପଡ଼ିବା ପରେ ଗତରାତିରେ ଗାଁଲୋକେ ଅଭିଯୁକ୍ତ ଟିଉସନ୍ ସାର୍ ଗଣେଶ ନାୟକଙ୍କୁ ଅଟକ ରଖିଥିଲେ। ଏହାପରେ ଗଣେଶଙ୍କୁ ପୋଲିସରେ ଜିମା ଦିଆଯାଇଥିଲା। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ପାରାଦୀପ: ପାରାଦୀପ ବନ୍ଦର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ। କାଳବୈଶାଖୀର ତାଣ୍ଡବରେ ଉପୁଡ଼ି ପଡ଼ିଛି ଗଛଲତା। ବନ୍ଦର ଭିତରେ ମଧ୍ୟ ଘଟିଛି ବ୍ୟାପକ କ୍ଷୟକ୍ଷତି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବଳ ଝଡ଼ତୋଫାନ ଯୋଗୁ ଏମ୍ପିବି ବର୍ଥରେ ଲାଗିଥିବା ଦରିଆ ଦେବୀ ଜାହାଜ ଅନ୍ୟ ଏକ ଜାହାଜରେ ପିଟି ହୋଇଯାଇଥିଲା। ଫଳରେ ‘ଦରିଆ ଦେବୀ’ ଜାହାଜର ତଳ ପାର୍ଶ୍ୱରେ କଣା ହୋଇ ପାଣି ବୋହୁଥିବା ଦେଖିବାକୁ ମିଳିଛି। ପରେ ମେରାଇନ୍ ବିଭାଗ କ୍ଷତିଗ୍ରସ୍ତ ଜାହାଜକୁ ଟଗ ବୋଟ ଦ୍ୱାରା […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ବାରୁଆଁ ପଞ୍ଚାୟତ ଜାମୁଝରାରେ ଥିବା ଖୋଲାକୂପ (ବାମ୍ପି)ରେ ଏକ ମାଈହାତୀ ଖସି ପଡ଼ିଛି । ଗତକାଲି ରାତିରେ ହାତୀଟି ବାମ୍ପିରେ ପଡ଼ି ଯାଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି। ଉକ୍ତ ହାତୀର ବୟସ ୪ ବର୍ଷ ହେବ ବୋଲି ରେଞ୍ଜର ବିଭୂଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲ୍ରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ। ଆଜି ଭୋରରୁ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ କଏଦୀଙ୍କ ନାଁ ଜିତେନ୍ଦ୍ର ବିଶ୍ୱାଳ। ସେ ଏକ ଗଣଦୁଷ୍କର୍ମ ମାମଲାରେ ଜେଲ୍ରେ ଥିଲେ। ନିକଟରେ କୋର୍ଟ ପରିସରରେ ଦୁର୍ବ୍ୟବହାର କରି ମାଡ଼ ଖାଇଥିଲେ ଜିତେନ୍ଦ୍ର। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଜିତେନ୍ଦ୍ରଙ୍କ ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଛି। ଅନ୍ୟପକ୍ଷରେ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।
ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ହୁକା ବାର୍ ଉପରେ ଚଢ଼ାଉ କରାଯାଇଛି। ହୁକା ବାର୍ ଚାଲିଥିବା ଖବର ପାଇ କମିଶନରେଟ ପୋଲିସ ୫ଟି ହୁକା ବାର ଉପରେ ଚଢ଼ାଉ କରଥିଲା। ଘଟଣାସ୍ଥଳରୁ ପୋଲିସ ବହୁ ପରିମାଣର ହୁକା ଜବତ କରିଥିବା ସୂଚନା ମିଳିଛି। ସୂଚନାଥାଉ କି, ଗତ କିଛି ଦିନ ତଳେ କଟକର ଏକ ସପିଂ ମଲ୍ରେ ଥିବା ହୁକା ବାର ଉପରେ କମିଶନରେଟ ପୋଲିସ ଚଢ଼ାଉ କରିଥିଲା।
ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ବର୍ଷୀୟାନ୍ ଅଭିନେତ୍ରୀ ଅନିତା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀର ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଶେଷକୃତ୍ୟ ବେଳେ ପରିବାର ଲୋକଙ୍କ ସହ ଓଲିଉଡ଼ ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ ଉପସ୍ଥିତ ଥିଲେ। ଅନିତାଙ୍କ ପୁତୁରା ଅଂଶୁମାନ ଦାସ ମୁଖାଗ୍ନି ଦେଇଥିଲେ। ଗତକାଲି ହୃଦ୍ଘାତରେ ଦେହାନ୍ତ ପରେ ଅନିତାଙ୍କ ଶେଷ ଦର୍ଶନ ପାଇଁ କଟକ ମିଶନ ରୋଡ୍ ସ୍ଥିତ ତାଙ୍କ ବାସଭବନରେ ଓଲିଉଡ୍ ଜଗତର ବହୁ କଳାକାରଙ୍କ ସହ […]
ରାୟଗଡ଼ା(ମନୋଜ ପାତ୍ର) : ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣି ମନ୍ଦିରର ହୁଣ୍ଡି ଖୋଲାଯାଇଛି। ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଓ ବହୁ ସୁନା ରୂପା ଅଳଙ୍କାର ମିଳିଛି। ଟଙ୍କା ଗଣତି କାର୍ଯ୍ୟରେ ଲାଗିଛନ୍ତି ମନ୍ଦିର କର୍ମଚାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମନ୍ଦିର ଟ୍ରଷ୍ଟି, ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବଳୟ ଭିତରେ ଟଙ୍କା ଗଣତି କାର୍ଯ୍ୟ ଦିନ ୧୦ଟାରୁ ଚାଲିଛି। ପ୍ରତି ୪ ମାସରେ ଥରେ ମନ୍ଦିରର ହୁଣ୍ଡି ଖୋଲାଯାଇଥାଏ। ଗତଥର ହୁଣ୍ଡିରୁ ବହୁ ସୁନା […]
ସୋର: ରୋଷଣୀ ବେଳେ ବସ୍କୁ ସାଇଡ୍ ଦେବାକୁ ନେଇ ମୁହାଁମୁହିଁ ପରିସ୍ଥିତି। ସୋର ଥାନା ଅନ୍ତର୍ଗତ ଗୁଡ୍ ଛକରେ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ଯାଉଥିଲେ। ସେହି ସମୟରେ ରିସେପସନ୍ ଭୋଜି ଖାଇ ପ୍ରାୟ ୬୦ଜଣ ଯାତ୍ରୀ ସେହି ରାସ୍ତାରେ ଫେରୁଥିଲେ। ତେବେ ସାଇଡ୍ ଦେବା ପାଇଁ ବରଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ବସ୍କୁ ଛାଡି ନଥିଲେ। ଏହାକୁ ନେଇ ବରଯାତ୍ରୀଦଳ ଓ ବସ୍ ଯାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ୪/୫ଜଣ ମାତାଲ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ପାଇଁ ଆରମ୍ଭ ହୋଇଛି ମତଦାନ। ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ଆଜି ୨୨୨ଟି ସିଟ୍ରେ ଭୋଟ୍ ଗ୍ରହଣ ଚାଲିଛି। ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଜୟାନଗର ନିର୍ବାଚନୀ ମଣ୍ଡଳରେ ଭୋଟ ଗ୍ରହଣ ବାତିଲ୍ କରାଯାଇ ଥିବାବେଳେ ସେପଟେ ଭୋଟର କାର୍ଡ ଜବତ ପରେ ରାଜାରାଜେଶ୍ୱରୀ ଆସନରେ ମତଦାନକୁ ଘୁଞ୍ଚାଇ ଦିଆଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ଚାଲିବ। ରାଜ୍ୟର ପ୍ରାୟ ୫ କୋଟି ଭୋଟର […]
ଭୁବନେଶ୍ୱର: ବମିଖାଲ ପୋଲ ଭୁଶୁଡିବା ଘଟଣାରେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ମାମଲା ଦାୟର କରିଛି ବିଜେପି। ଦଳ ପକ୍ଷରୁ ଓ୍ୱାନସିସି କେସ ଦାୟର କରିଛନ୍ତି ଜଗନ୍ନାଥ ପ୍ରଧାନ। ପୋଲ ଭୁଶୁଡିବା ଘଟଣାରେ ଠିକାଦାର ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ସହିତ ପୂର୍ତ୍ତ ବିଭାଗ ଚିଫ ଇଞ୍ଜିନିୟର, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର, ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଭଳି ବିଭାଗୀୟ ଅଧିକାରୀଙ୍କୁ ଗିରଫ କରିବା ପାଇଁ ଦାବି କରିଛି ଦଳ। ଏନେଇ ଗତ ୮ ତାରିଖରୁ ଓଭରବ୍ରିଜ ତଳେ ଅନଶନ […]