• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

maoist
ପୋଲିସ୍‌ର ଦମନଲୀଳାକୁ ବିରୋଧ କରି ମାଓବାଦୀଙ୍କ ରାସ୍ତା ଅବରୋଧ

କନ୍ଧମାଳ: କୋଟଗଡ଼ ରଢିଗୁମାଡାରେ ମାଓବାଦୀମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ କୋଟଗଡ଼ ଏବଂ ମୁନିଗୁଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ବାଂଶଧାରା, ଘୁମୁସର ଏବଂ ନାଗାବଳି ଡିଭିଜନ୍ ପକ୍ଷରୁ ଏହି ରାସ୍ତା ଅବରୋଧ କରାଯାଇଛି। ଏହାସହିତ ମାଓବାଦୀଙ୍କ ପକ୍ଷରୁ ଏକ ପୋଷ୍ଟର ବି ଲଗାଯାଇଛି। କନ୍ଧମାଳର ସୁଡୁକୁମ୍ପା ଏବଂ ବଲାଙ୍ଗିର ବରକାମାଲରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ସହିତ ପୋଲିସ୍‌ର ଦମନଲୀଳାକୁ ମାଓବାଦୀମାନେ ନିନ୍ଦା କରିଛନ୍ତି। ଏଥିସହିତ ନବୀନ ଏବଂ […]

  • Saturday, 17 July 2021
esi
କମିଲା ESI ବୀମା ରାଶି

ନୂଆଦିଲ୍ଲୀ:ଗୁରୁବାର ଇଏସ୍‌ଆଇ ବୀମାରେ ଯୋଗଦାନ ବା କଣ୍ଟ୍ରିବ୍ୟୁସନ୍‌ ହାର ୬.୫%ରୁ ୪%କୁ କମ୍‌ କରି ଦିଆଯାଇଛି। ଏହି କ୍ରମରେ ନିଯୁକ୍ତିଦାତାଙ୍କ ଯୋଗଦାନ ମଧ୍ୟ ୪.୭୫%ରୁ ୩.୨୫%କୁ ଖସିଆସିଛି। ସେହିଭଳି କର୍ମଚାରୀଙ୍କ ଯୋଗଦାନ ୧.୭୫%ରୁ ୦.୭୫%କୁ ଖସିଆସିଛି। ଆସନ୍ତା ଜୁଲାଇ ମାସ ୧ ତାରିଖରୁ ଏହା ଲାଗୁ ହେବ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଫଳରେ ୩.୬ କୋଟି କର୍ମଚାରୀ ଏବଂ ୧୨.୮୬ ଲକ୍ଷ ନିଯୁକ୍ତିଦାତାଙ୍କୁ ସିଧାସଳଖ ଫାଇଦା ମିଳିବ। ଯିଏ ମାସିକ ୨୧ ହଜାର […]

  • Saturday, 17 July 2021
ri
ମିଟିଂକୁ ବିଳମ୍ବରେ ଆସିବାରୁ ଉଠବସ ହେଲେ ଆରଆଇ

କେନ୍ଦ୍ରାପଡ଼ା: ରାଜନଗର ତହସିଲ ମିଟିଂରେ ଏଡିଏମ ଆରଇଙ୍କୁ ଉଠାବସା କରାଇବା ଅଭିଯୋଗ ନେଇ ଆରଆଇ ସଂଘ ଜିଲ୍ଳାପାଳଙ୍କ ନିକଟରେ ଫେରାଦ ହୋଇଛି। ଏଡିଏମଙ୍କୁ ବଦଳି ସହ ଭବିଷ୍ୟତରେ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେ ନେଇ ସଂଘ  ପକ୍ଷରୁ ଜିଲ୍ଳାପାଳଙ୍କ ନିକଟରେ ଦାବି କରାଯାଇଛି। କାଳବୈଶାଖୀରେ ଜଣଙ୍କ ମୃତ୍ୟୁ ନେଇ ଗତକାଲି ରାଜନଗର ତହସିଲ ଅଫିସରେ ଏଡିଏମ ବସନ୍ତ ରାଉତ ସମୀକ୍ଷା କରୁଥିଲେ। ଏହି ମିଟିଂରେ ଦୁଇ ଜଣ ଆରଆଇ ବିଳମ୍ବରେ ଆସି ଯୋଗ […]

  • Saturday, 17 July 2021
JIO-2
ଓଡ଼ିଶାରେ ‘ଜିଓ’ ରାଜୁତି ; ତିନି ମାସରେ ୪୦୩ କୋଟି ଟଙ୍କା ଆୟ

ଭୁବନେଶ୍ୱର : ଓଡ଼ିଶାରେ ଯେତେ ପ୍ରକାରର ଟେଲିକମ୍‌ ଉପଭୋକ୍ତା ଅଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ରାଧିକ ଜିଓକୁ ପସନ୍ଦ କରୁଛନ୍ତି। ସେହିପରି ଜିଓ ହିଁ ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ଅଧିକ ଆୟ କରୁଛି। ୨୦୧୯ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସର ରିପୋର୍ଟ ଆଧାରରେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ ଏହା କହିଛି। ସୂଚନା ଅନୁସାରେ ଅନ୍ୟ କମ୍ପାନୀ ତୁଳନାରେ ଓଡ଼ିଶାରେ ଏବେ ଜିଓ ସର୍ବାଧିକ ୪୨.୪% ବଜାର ଦଖଲ କରିଛି। ମାର୍ଚ୍ଚ ତ୍ରୈମାସରେ ରାଜ୍ୟରୁ ଜିଓ ମୋଟ […]

  • Saturday, 17 July 2021
mayurbhanj
ପ୍ରହସନ ପାଲଟିଛି ସ୍ୱଚ୍ଛ ଭାରତ ମିଶନ

ମୟୁରଭଞ୍ଜ: ପ୍ରହସନ ପାଲଟିଛି ସ୍ୱଚ୍ଛ ଭାରତ ମିଶନ। ଦୀର୍ଘ ୩ ବର୍ଷ ହେଲା ମୟୁରଭଞ୍ଜ  ଜିଲ୍ଲାର ଖଡ଼ିଆଶୁଳ ଗାଁର ଘରେ ଘରେ ପାଇଖାନା ନିର୍ମାଣ ହୋଇଛି। ହେଲେ ପାଣି ସମସ୍ୟା ଲାଗି ତାହା ବ୍ୟବହାର ହୋଇ ନ ପାରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। କେଉଁଠି କବାଟ ଭାଙ୍ଗି ଗଲାଣି ତ ଆଉ କେଉଁଠି କୁଢ଼ କୁଢ଼ ଆବର୍ଜନା ଗଦା ହୋଇଛି। ଖାଲି ସେତିକି ନୁହେଁ ପିଇବା ପାଣି ଟୋପାଏ ପାଇଁ ମଧ୍ୟ ଗାଁ ଲୋକେ ଛଟପଟ […]

  • Saturday, 17 July 2021
lover beaten for oneside love
ମୂଲ ଲାଗିବାକୁ ଆସିଥିଲେ, ପ୍ରେମ ନିବେଦନ କରି ବନ୍ଧାହେଲେ

ବାଲେଶ୍ୱର: ଏକ ତରଫା ପ୍ରେମ କରି ହଟହଟା ହେଲେ ପ୍ରେମିକ। ବିବାହ ପାଇଁ ଜଣେ ଯୁବତୀଙ୍କୁ ପ୍ରସ୍ତାବ ଦେବାରୁ ନିର୍ଦ୍ଧୁମ ଛେଚା ଖାଇଲେ। ଏମିତିକି ଯୁବକଙ୍କୁ ଗଛରେ ବାନ୍ଧି ପିଟିଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ତୁଡ଼ିଗଢ଼ିଆ ଅଞ୍ଚଳରେ। ଅଭିଯୋଗ ଅନୁସାରେ, ଜାମଦା ଅଞ୍ଚଳର ଜଣେ ଯୁବକ ବିଲ କାମ ପାଇଁ ତୁଡ଼ିଗଢ଼ିଆ ଗାଁକୁ ଆସିଥିଲା। ଏଠାରେ କିଛିଦିନ ରହିବା ପରେ ଯୁବକଙ୍କର ସେହି ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ପରିଚିତ ହୋଇଯାଇଥିଲା। ଫଳରେ […]

  • Saturday, 17 July 2021
balangiri poilice station
ଠିକାଦାରଙ୍କୁ ବିଧାୟକଙ୍କ ସମ୍ପର୍କୀୟ ଉଠାଇ ନେଇଥିବା ଅଭିଯୋଗ

ବଲାଙ୍ଗିର: କଣ୍ଟାବାଞ୍ଜି ବିଧାୟକ ଅୟୁବ ଖାଁଙ୍କ ସମ୍ପର୍କୀୟଙ୍କ ନାଁରେ ଅଭିଯୋଗ। ବିଧାୟକଙ୍କ ୩ ଜଣ ସମ୍ପର୍କୀୟ ଦୁଇ ଜଣ ଠିକାଦାରଙ୍କୁ ଅପହରଣ କରିଥିବା ନେଇ ବଲାଙ୍ଗିର ଏସ୍‌ପିଙ୍କ ପାଖରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଲାଠୋର ଗାଁର ଦୁଇ ଠିକାଦାର ଭାଇ ନିଲେଶ ଅଗ୍ରଓ୍ୱାଲ ଏବଂ ଆକାଶ ଅଗ୍ରଓ୍ୱାଲ ଏକ ଠିକା କାମର କାଗଜ ପତ୍ର କରିବା ପାଇଁ ଆଜି ଦିନ ପ୍ରାୟ ୧୧ ଟାରେ ବଲାଙ୍ଗିର ଏମ୍.ଆଇ ଅଫିସ ଆସିଥିଲେ। ଏତିକିବେଳେ ବିଧାୟକଙ୍କ ତିନି ସମ୍ପର୍କୀୟ […]

  • Saturday, 17 July 2021
doctor
ସରକାରୀ ଡାକ୍ତରଖାନାରେ ନାହାଁନ୍ତି ଡାକ୍ତର: ଫେରିଯାଉଛନ୍ତି ରୋଗୀ

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବି ଖାଲି ଫଡ଼ିଛି। ପ୍ରତିଦିନ ସୁନ୍ଦରଗଡ଼ ଜିଲ୍ଲା ସମେତ ପଡ଼ୋଶୀ ଝାଡଖଣ୍ଡ ଓ ଛତିଶଗଡ଼ରୁ ହଜାର ହଜାର ରୋଗୀ ଏହି ମେଡିକାଲକୁ ଆସନ୍ତି। ହେଲେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ବହୁ ସମୟରେ ଠିକ୍ ଚିକିତ୍ସା ନ ପାଇ ଫେରିଯାଆନ୍ତି ରୋଗୀ। ଏହି ଡାକ୍ତରଖାନାରେ ବର୍ଷ ତମାମ ପ୍ରତିଦିନ ହଜାରେରୁ ଅଧିକ ରୋଗୀ ଆଉଟଡୋରରେ ଚିକିତ୍ସିତ ହେଉଥିବା ବେଳେ ଇନଡୋରରେ ରୋଗୀଙ୍କ ସଂଖ୍ୟା ପ୍ରାୟ ତିନିଶହ ହେବ। କିନ୍ତୁ […]

  • Saturday, 17 July 2021
water problem
ପାଣି ପାଇଁ ଡହଳ ବିକଳ

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ପ୍ରଚଣ୍ଡ ଖରାରରେ ଜଳ କଷ୍ଟ ଭୋଗୁଛନ୍ତି ବୌଦ୍ଧ ଜିଲ୍ଲା ଜହ୍ନାପଙ୍ଗ ପଞ୍ଚାୟତର ନାରାୟଣ ନଗର ଗାଁ ଲୋକେ। ଗାଁରେ ସମୁଦାୟ ତିନିଟି ନଳକୂପ ରହିଛି। ସେଥିମଧ୍ୟରୁ ଦୁଇଟି ଅଚଳ ହୋଇପଡ଼ିଛି। ଗାଁର ଲୋକସଂଖ୍ୟା ୨୦୦ରୁ ଅଧିକ ହୋଇଥିବା ବେଳେ ମାତ୍ର ଗୋଟିଏ ନଳକୂପରୁ ବାହାରୁଥିବା ପାଣି ନିଅଣ୍ଟ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି। ଗାଁରେ ଜଳାଭାବ ଦୂର କରିବା ପାଇଁ ପାନୀୟଜଳ ପ୍ରକଳ୍ପ ସିନା ଅଛି, କିନ୍ତୁ ତାହା […]

  • Saturday, 17 July 2021
chilika
ଚିଲିକା ମଝିରେ ଅଟକିଗଲା ଫେରି

ପୁରୀ: ଚିଲିକାରେ ଅଟକିଲା ଭସାପୋଲ। ଯାନ୍ତ୍ରିକ ତ୍ରୁଟି ପାଇଁ ସାତପଡ଼ା ଘାଟଠାରୁ ମାତ୍ର ୨୦୦ ମିଟର ଯିବା ପରେ ଏକ ଫେରି ଅଟକି ଯାଇଥିଲା। ଫଳରେ ଫେରିରେ ଯାଉଥିବା ୧୦୦ରୁ ଅଧିକ ଲୋକ ଚିଲିକା ମଝିରେ ଅଟକି ରହିଥିଲେ। ଫେରିରେ ୧୦୦ରୁ ଅଧତ୍କ ଯାତ୍ରୀ ଓ ୨ଟି ବସ୍ ଏବଂ ୧୫ରୁ ଅଧିକ ବାଇକ୍ ଥିଲା। ପ୍ରାୟ ୨୦ ମିନିଟ ପରେ ଆଉ ଏକ ଫେରି ପହଞ୍ଚିବାରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

  • Saturday, 17 July 2021
congress rally in koraput
କଂଗ୍ରେସର ଶକ୍ତି ପ୍ରଦର୍ଶନ

କୋରାପୁଟ: ଓଡ଼ିଶାରେ ଗଡ଼ ମଝବୁତ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ରାଜ୍ୟ କଂଗ୍ରେସ। ଏ ନେଇ ମଙ୍ଗଳବାର ଦଳ କୋରାପୁଟରେ ନିଜ ଶକ୍ତି ପ୍ରଦର୍ଶନ କରିଛି। ପିସିସି ନବନିଯୁକ୍ତ କମିଟି କୋରାପୁଟ ଜିଲ୍ଲା ଗସ୍ତ କରି ଜୟପୁରରେ ବିରାଟ ସମାବେଶ କରିଛନ୍ତି। ଏଥିରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ନେତା ନରସିଂହ ମିଶ୍ର ଯୋଗ ଦେଇଥିଲେ। ଏଥିରେ କଂଗ୍ରେସର ବହୁ ବିଧାୟକ ଯୋଗ ଦେଇ ବିରାଟ ଶୋଭାଯାତ୍ରାରେ […]

  • Saturday, 17 July 2021
kumarswami
ଜେଡିଏସ୍‌ର ଅଭିଯୋଗ: ଲୋଭନୀୟ ଅଫର ଦେଉଛି ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ସେନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି। ବିଜେପି ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ପତ୍ର ଦେଇଥିବା ବେଳେ ଜେଡ଼ିଏସ୍  ଓ କଂଗ୍ରେସ ମେଣ୍ଟ ମଧ୍ୟ ଜୋରଦାର ଉଦ୍ୟମ ଚଳାଇଛନ୍ତି। ସେମାନଙ୍କ ନିକଟକରେ ଆବଶ୍ୟକ ସମର୍ଥନ ଥିବା ଦୁଇ ଦଳ ଦାବି କରୁଛନ୍ତି। ବୁଧବାର ଜେଡିଏସ୍‌ର ନବନିର୍ବାଚିତ ବିଧାୟକମାନେ ଏଚ.ଡି. କୁମାରସ୍ୱାମୀଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରିଛନ୍ତି।  ନିର୍ବାଚିତ ହେବାପରେ କୁମାରସ୍ୱାମୀ ସାମ୍ବାଦିକ ସମ୍ମିଳନୀରେ ବିଜେପି […]

  • Saturday, 17 July 2021
yy
ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି କଲେ ୟେଦୁରପ୍ପା

ବେଙ୍ଗାଲୁରୁ : ରୋଚକ ସ୍ଥିତିରେ କର୍ଣ୍ଣାଟକ ରାଜନୀତି। କିଏ ଗଢିବ ସରକାର ସେ ନେଇ ସସ୍‌ପେନ୍ସ ଲାଗି ରହିଛି। ସେପଟେ ସରକାର ଗଢିବାକୁ ଲାଗିପଡିଛନ୍ତି ବିଜେପି ଓ ଜେଡିଏସ୍-କଂଗ୍ରେସ ମେଣ୍ଟ। ଉଭୟ ଦଳ ନିଜ ପାଖରେ ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ଥିବା କହି ସରକାର ଗଠନ ଲାଗି ଦାବି କରିଛନ୍ତି। ଆଜି ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି ବି.ଏସ୍. ୟେଦୁରପ୍ପା। ଏହାପରେ ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ସୁଯୋଗ […]

sarathi-1
ସାରଥିଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର : ପୁଣି ଥରେ ସାରଥି ନିରାଶ। ବାରିମୂଳ ଆଶ୍ରମରେ ମାଆ ଝିଅଙ୍କୁ ନିର୍ଯାତନା ମାମଲାରେ ସାରଥିଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଆଉ ଥରେ ମଧ୍ୟ ଏହି ମାମଲାରେ ଆବେଦନ ଖାରଜ ହୋଇଥିଲା। ତେବେ ମାମଲାରେ ସାରଥିଙ୍କ ପକ୍ଷରୁ ଆଉ ଥରେ ଜାମିନ ଆବେଦନ କାରଯାଇଥିଲା, ହେଲେ ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ସାରଥୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

  • Saturday, 17 July 2021
naveen
ସୁଖୋଶୋଡ଼ାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା : ଆଜିଠୁ ଆରମ୍ଭ ହେଉଛି ବିଜେଡିର ମହାନଦୀ ମହାସଂଗ୍ରାମ ଅଭିଯାନ। ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆନ୍ଦୋଳନ ଆରମ୍ଭ କରିଛି ବିଜୁ ଜନତା ଦଳ। ମହାନଦୀର ଓଡ଼ିଶା ପ୍ରବେଶ ପଥ ଝାରସୁଗୁଡ଼ାର ସୁଖାଶୋଡ଼ାରେ ଏଥିପାଇଁ ବିଶାଳ ଆୟୋଜନ କରିଛି ଦଳ। ସୁଖାଶୋଡ଼ାରେ ମହାନଦୀ ସୁରକ୍ଷା ଯାତ୍ରା ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।  ବର୍ତ୍ତମାନ ଏଠାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଟିମ୍ ଆସନ୍ତାକାଲି ସମ୍ବଲପୁର, […]

  • Saturday, 17 July 2021
karnatak
କାହାକୁ ଡାକିବେ ରାଜ୍ୟପାଳ ତା ଉପରେ ନଜର

ବେଙ୍ଗାଲୁରୁ : ବିଖଣ୍ଡିତ ଜନାଦେଶକୁ ନେଇ କର୍ଣ୍ଣାଟକରେ ରାଜନୈତିକ ଛକାପଞ୍ଛା। କାହା ହାତକୁ ଯିବ କର୍ଣ୍ଣାଟକ ଶାସନ କ୍ଷମତାର ଡୋରି, ତାକୁ ନେଇ ଏବେବି ଲାଗି ରହିଛି ସସ୍‌ପେନ୍ସ। ରାଜ୍ୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନମିଳିବା ପରେ ସରକାର ଗଠନ ଲାଗି ଚାଲିଛି ଘମାସାନ୍। କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ଗଠନ ଲାଗି ଆଜି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବ। ସେପଟେ ବିଜେପି ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ […]