ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଳକ ଡୁଡୁକାମାଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ। ଏଥିରେ ୨ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ କ୍ୟାଡର ମାଓବାଦୀ ସଞ୍ଜୀବ ଥିବା କୁହାଯାଉଛି। ତାଙ୍କ ନାଁରେ ୨୫ରୁ ଅଧିକ ମାମଲା ଥିବା କୁହାଯାଉଛି। ସୂଚନା ଅନୁସାରେ ଡ଼ୁଡ଼ୁକାମାଲ ଜଙ୍ଗଲରେ ମାଓବାଦୀ ଥିବା ଖବର ପାଇବା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୋଟିଏ AK ୪୭ ଏବଂ ଗୋଟିଏ ଇନ୍ସାସ […]
ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ (ଓଜେଇଇ)। ପ୍ରାୟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ରାଜ୍ୟର ପ୍ରମୁଖ ସହରରେ ୮୧ଟି କେନ୍ଦ୍ର ଖୋଲା ଯାଇଛି। ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। OJEE ଭାରପ୍ରାପ୍ତ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। […]
ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମାତୃତ୍ୱ ଦିବସ। ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ଭାବେ ପାଳନ କରାଯାଇଥାଏ। ମାଆ ଏହି ଦୁଇଟି ଅକ୍ଷରରେ ସାରା ସଂସାର। ମା-ରେ ମାଟି, ଆ-ରେ ଆକାଶ। ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ। ମାଆ ପାଇଁ ଆମ ସମସ୍ତଙ୍କ ଅସ୍ତିତ୍ୱ। ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ମାଆର ବାତ୍ସଲ୍ୟ […]
ଭୁବନେଶ୍ୱର : ଇଚ୍ଛାଧୀନ କୋଟା କେଳେଙ୍କାରୀ ମାମଲାରେ ପଦାକୁ ଆସିଲା ସରକାରଙ୍କ ପାରିବାପଣିଆ। ପାଖାପାଖି ୪ ବର୍ଷରେ ବାତିଲ ହୋଇଛି ମାତ୍ର ୪ଟି ଇଛାଧୀନ କୋଟାରେ ନିଆଯାଇଥିବା ଘର। ଆଉ ଅନ୍ୟ ଇଚ୍ଛାଧୀନ କୋଟା ମାମଲାର ଶୁଣାଣି ହୋଇଛି। ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ। ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି ବା ବିଡିଏର ୭୯୧ଟି ମାମଲା ମଧ୍ୟରୁ ୬୩୨ ମାମଲାର ଶୁଣାଣି ହୋଇଥିବାବେଳେ ବାକି ରହିଛି ୧୫୯। ଠିକ୍ […]
ଶିକ୍ଷା ଭଲ ମନ୍ଦ ବିଚାର କରିବାର ଶକ୍ତି ଦେଇଥାଏ । ଯୌତୁକ ଦେବା ଓ ନେବା ଜଘନ୍ୟ ଅପରାଧ । ତେବେ ବଣ୍ଡ ସାଇନ୍ କରିବାର ଏହି ନିୟମ କେବଳ ଛାତ୍ରମାନଙ୍କ ମଧ୍ୟରେ ସୀମିତ ରହିବ ନାହିଁ ।
କର୍ଣ୍ଣାଟକ : ସରିଲା କର୍ଣ୍ଣାଟକ ଭୋଟ୍। ଇଭିଏମରେ ସିଲ୍ ହୋଇଛି ୨ହଜାର ୬୫୪ ପ୍ରାର୍ଥୀଙ୍କ ଭାଗ୍ୟ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୨୨୨ ଆସନ ଲାଗି ମତଦାନ ଶେଷ ହୋଇଛି। ମତଦାନ ବେଳେ କିଛି ଅଞ୍ଚଳରେ ଭୋଟିଂ ମେସିନରେ ତ୍ରୁଟି ପରିଲକ୍ଷିତ ହେବାରୁ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା। ସେପଟେ ମତଦାନ ଚାଲିଥିବା ବେଳେ କିଛି ସ୍ଥାନରେ ମାରପିଟ୍ ଓ ଭୋଟରଙ୍କୁ ଟଙ୍କା ବଣ୍ଟାର ଅଭିଯୋଗ ବି ଆସିଛି। ଏହି ହାଇଭୋଲଟେଜ୍ ଲଢ଼େଇରେ ବିଜେପି, କଂଗ୍ରେସ ଓ […]
ଇସ୍ଲାମାବାଦ : ନକଲି ବ୍ୟାଙ୍କ ଆକାଉଣ୍ଟ ଘଟଣାରେ ଆଜି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲୀ ଜର୍ଦାରି ଗିରଫ ହୋଇଛନ୍ତି। ତାଙ୍କୁ ପାକିସ୍ତାନର ସବୁଠାରୁ ବଡ଼ ଦୁର୍ନୀତି ନିରୋଧ ସଂସ୍ଥା ଗିରଫ କରିଛି। ଜର୍ଦ୍ଦାରି ନକଲି ବ୍ୟାଙ୍କ ଆଉଣ୍ଟ ଖୋଲି ପାକିସ୍ତାନରୁ ବିଦେଶକୁ ଟଙ୍କା ପଠାଉଥିବା ଜଣାପଡ଼ିଛି। ଏକଥା ଜଣା ପଡ଼ିବା ପରେ ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍ବିଏ) ଆଜି ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲା। ଏହି ଗିରଫ ପରୱାନା ଆଧାରରେ ତାଙ୍କୁ ଗିରଫ କରାଯାଇଛି। […]
ଭୁବନେଶ୍ୱର : ଆସନ୍ତାବର୍ଷରୁ ଓଏମ୍ଆର୍ ବଦଳରେ ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ଦେବେ ମାଟ୍ରିକ୍ ଛାତ୍ରଛାତ୍ରୀ। ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଏଇ ସୂଚନା ପରେ ଦ୍ୱନ୍ଦ୍ୱ ଓ ଆଶଙ୍କାରରେ ଛାତ୍ରଛାତ୍ରୀ, ଅଭିଭାବକ।କାରଣ ଏହା ଭିତରେ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଲାଣି। ତେଣୁ ହଠାତ୍ ନୂଆ ଢାଞ୍ଚାରେ ଛାତ୍ରଛାତ୍ରୀ କିପରି ନିଜକୁ ପ୍ରସ୍ତୁତ କରିବେ, ନମୁନା ପ୍ରଶ୍ନପତ୍ର ପିଲାଙ୍କ ପାଖକୁ କେବେ ଆସିବ ତାହାହିଁ ବଡ଼ପ୍ରଶ୍ନ। ହେଲେ ସରକାରଙ୍କ ଯୁକ୍ତି, ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର […]
ରାୟଗଡ଼ା : ଅବ୍ୟବସ୍ଥା ଘେରରେ ରାୟଗଡ଼ା ଜିଲା ଡେଗାଲବୁଡୁଣୀ ପ୍ରାଥମିକ ବିଦ୍ୟାଳୟ। ମାତ୍ର ଗୋଟିଏ ଶ୍ରେଣୀ ଘରେ ପାଠ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ଉପରେ ଛାତ ଫାଟି ଆଁ କଲାଣି। ରୋଷେଇ ଘରେ କବାଟ ଝରକା ନାହିଁ। ସ୍କୁଲର ପାଇଖାନା, ପରିଶ୍ରାଗାର ଭାଙ୍ଗିରୁଜି ଯାଇଥିବା ପିଲାଙ୍କୁ ଶୌଚ ପାଇଁ ବାହାରକୁ ଯିବାକୁ ପଡୁଥିବା ଅଭିଯୋଗ ହୋଇଛି। ସେପଟେ ସ୍କୁଲର ପାହାଚକୁ ଲାଗି ରହିଥିବା ଖୋଲା କୁଅକୁ ନେଇ ସବୁବେଳେ ଲାଗିରହୁଛି ଚିନ୍ତା। ଏନେଇ କୂଅକୁ ପୋତିବା ସହ […]
ରାଉରକେଲା : ରାଉରକେଲା NIT ଲ୍ୟାବ୍ରେ ଅଗ୍ନିକାଣ୍ଡ। କମ୍ପ୍ୟୁଟର୍ ସାଇନ୍ସ ବିଭାଗ ଲ୍ୟାବ୍ରେ ଆଜି ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏସି ସଟ୍ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ସମୟରେ ଲ୍ୟାବ୍ ହଲ୍ ଓ ଆଖପାଖ ରୁମ୍ରେ ଧୂଆଁ ଭରି ହୋଇଯିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଖବର ପାଇବା ପରେ ୨ଟି ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଆଁ ଲିଭାଇଥିଲା। ଏହି ଅଗ୍ନିକାଣ୍ଡ ପରେ ଏନ୍ଆଇଟି […]
ଭୁବନେଶ୍ୱର: ଯୁବତୀଙ୍କୁ ପୋଲିସର ମାଡ଼ ଅଭିଯୋଗ। ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ପୋଲିସ ମାଡ଼ରେ ଦୁଇ ଜଣ ଯୁବତୀ ଆହତ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଆହତ ଯୁବତୀ ସମ୍ପର୍କରେ ଦୁଇ ଭଉଣୀ ବୋଲି ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଜମିଜମା ଗଣ୍ଡଗୋଳକୁ ନେଇ ୨ ପରିବାର ମଧ୍ୟରେ ମାଡ଼ପିଟ ହୋଇଥିଲା। ଗୋଟିଏ ପରିବାରର ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପ୍ରତିପକ୍ଷ ପରିବାରର ଦୁଇ ଯୁବତୀଙ୍କୁ ଥାନାକୁ ଯିବା ପାଇଁ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଟିଉସନ୍ ସାର୍ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ନିକିରେଇ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକା ସହ ଟିଉସନ୍ ସାର୍ ଦୁଷ୍କର୍ମ କରିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଜଣାପଡ଼ିବା ପରେ ଗତରାତିରେ ଗାଁଲୋକେ ଅଭିଯୁକ୍ତ ଟିଉସନ୍ ସାର୍ ଗଣେଶ ନାୟକଙ୍କୁ ଅଟକ ରଖିଥିଲେ। ଏହାପରେ ଗଣେଶଙ୍କୁ ପୋଲିସରେ ଜିମା ଦିଆଯାଇଥିଲା। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ପାରାଦୀପ: ପାରାଦୀପ ବନ୍ଦର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ। କାଳବୈଶାଖୀର ତାଣ୍ଡବରେ ଉପୁଡ଼ି ପଡ଼ିଛି ଗଛଲତା। ବନ୍ଦର ଭିତରେ ମଧ୍ୟ ଘଟିଛି ବ୍ୟାପକ କ୍ଷୟକ୍ଷତି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବଳ ଝଡ଼ତୋଫାନ ଯୋଗୁ ଏମ୍ପିବି ବର୍ଥରେ ଲାଗିଥିବା ଦରିଆ ଦେବୀ ଜାହାଜ ଅନ୍ୟ ଏକ ଜାହାଜରେ ପିଟି ହୋଇଯାଇଥିଲା। ଫଳରେ ‘ଦରିଆ ଦେବୀ’ ଜାହାଜର ତଳ ପାର୍ଶ୍ୱରେ କଣା ହୋଇ ପାଣି ବୋହୁଥିବା ଦେଖିବାକୁ ମିଳିଛି। ପରେ ମେରାଇନ୍ ବିଭାଗ କ୍ଷତିଗ୍ରସ୍ତ ଜାହାଜକୁ ଟଗ ବୋଟ ଦ୍ୱାରା […]