ଧର୍ମଗଡ଼ : ଧର୍ମଗଡ଼ ଗୋଲାମୁଣ୍ଡା ତେଲନଦୀ ପୋଲ ଉପରେ ବାଇକ୍ ଦୁର୍ଘଟଣା। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ଜଣଙ୍କ ବୃନ୍ଦାବାହାଲ ଗାଁର ଲକ୍ଷ୍ମୀ ରାଉତ ବୋଲି ଜଣାପଡିଛି। ଅନ୍ୟଜଣଙ୍କ ଗୁରୁତର ଅବସ୍ଥାରେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, ଜଣେ ସଂପର୍କୀୟଙ୍କ ବାହାଘରରେ ଯୋଗ ଦେବା ପାଇଁ ବୃନ୍ଦାବାହାଲରୁ ଧର୍ମଗଡ଼ ଯାଉଥିଲେ ମୃତ ଯବାନ ଲକ୍ଷ୍ମୀ ରାଉତ। ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।
ବରଗଡ଼ : ଭିଜିଲାନ୍ସ ଜାଲରେ ଜଳ ସେଚନ ବିଭାଗର ୨ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ରେତ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ଓ ରେଙ୍ଗାଲି କେନାଲ ସବ୍ ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ରେତ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ରସାନନ୍ଦ ମାଝୀ ଓ ରେଙ୍ଗାଲି ସବ୍ ଡିଭିଜନ ସହକାରୀ ଯନ୍ତ୍ରୀ ଘନଶ୍ୟାମ ସେଠ୍ଙ୍କ ବରଗଡ଼ସ୍ଥିତ ଘରେ ଏହି ରେଡ୍ ହୋଇଛି। ଉଭୟ ଅଧିକାରୀଙ୍କ ବାସଭବନ ସହିତ ଭିନ୍ନ ଭିନ୍ନ […]
କାମାକ୍ଷାନଗର : ଢେଙ୍କାନାଳରେ ଦୁଇ ଜଣଙ୍କୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲାର ମହାବିରୋଡ଼ ରେଞ୍ଜର ଡିହୋଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସରାଙ୍ଗରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସରାଙ୍ଗ ଖନ୍ଦାନାଳ ଆଶ୍ରମର ତିନି ଜଣ ଲୋକ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡ଼ିଯାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ଦୌଡ଼ି ପଳାଇ ଆସିଥିବା ବେଳେ ଦୁଇ ଜଣଙ୍କୁ ନଦୀ ପଠାରେ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ […]
କନ୍ଧମାଳ : ଅସଦାଚରଣ ନୁହଁ ବରଂ ଦୁଷ୍କର୍ମ ହୋଇଛି। ସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ସ୍କୁଲର ପ୍ରଧାନଶିକ୍ଷକ ଅନ୍ତେବାସୀ ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଭିଆଇଛନ୍ତି। ପୂର୍ବରୁ ପ୍ରଧାନଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ପରିବାର ଲୋକେ। ତେବେ ଲୋକଲଜ୍ଜାକୁ ଡରି ବାପା ଏବଂ ପରିବାର ଲୋକଙ୍କୁ ଦୁଷ୍କର୍ମ ସମ୍ପର୍କରେ କହି ପାରିନଥିଲେ ପୀଡ଼ିତା। ହେଲେ କିଛି ଦିନ ପୂର୍ବେ ପୀଡ଼ିତା […]
ନୂଆଦିଲ୍ଲୀ : ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ଦିଲ୍ଲୀ ସମେତ ଗ୍ରେଟର ନୋଏଡ଼ା, ଫରିଦାବାଦ୍, ଖୁରଜା ଅଞ୍ଚଳରେ ମୁଖତଃ ଏହାର ପ୍ରଭାବ ପଡ଼ିଛି। ଫଳରେ ଏସମସ୍ତ ଅଞ୍ଚଳରେ ବର୍ଷା ହୋଇଥିବା ମଧ୍ୟ ରେକର୍ଡ କରିଛି ପାଣିପାଗ ବିଭାଗ। ଘୂର୍ଣ୍ଣିଝଡ଼ ଯୋଗୁଁ ଆଗାମୀ ଦୁଇ ଦିନ ଯାଏ ହରିଆଣାରେ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେହିପରି […]
ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ସଂପର୍କିତ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଜଷ୍ଟିସ ଏ.କେ ସିକ୍ରୀ, ଏସ.ଏ, ବୋବ୍ଡେ, ଏନ୍ଭି ରମନା,ଅରୁଣ ଓ ଜଷ୍ଟିସ ଏ.କେ. ଗୋୟଲଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ। ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ ବିରୋଧୀ ଆଣିଥିବା ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଅଗ୍ରାହ୍ୟ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି କଂଗ୍ରେସ […]
ଭୁବନେଶ୍ୱର : କମିଲା ମାଟ୍ରିକ୍ ପାସ୍ ହାର। ଗତ ବର୍ଷଠାରୁ ଏବର୍ଷ ପାସ୍ ହାର ପାଖାପାଖି ୯ ପ୍ରତିଶତ କମିଛି। ଗତବର୍ଷ ୮୫ .୨୮ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ଏଥର ପାସ୍ ହାର ରହିଛି ୭୬.୩ ପ୍ରତିଶତ। ଏବର୍ଷ ମୋଟ ୫ ଲକ୍ଷ ୭୬ ହଜାର ୩୯୮ ଜଣ ପରୀକ୍ଷା ଦେଇଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି ୪ ଲକ୍ଷ ୩୮ ହଜାର ୩୪୮ ଜଣ। ତେବେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁଅଙ୍କ […]
ଛତ୍ରପୁର: ଛତ୍ରପୁରରେ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ବଣ୍ଟନ ସମାରୋହ। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ୍ ଟାଟା, ବ୍ରିଟିଶ ଆର୍କିଟେକ୍ଟ ରୋମାନ୍ ଫୋଷ୍ଟରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଜଣଙ୍କ ପରେ ଜଣେ ବସ୍ତି ବାସିନ୍ଦାଙ୍କୁ ବାଣ୍ଟିଲେ ବାସପୋଯୋଗୀ ଜମି ପଟ୍ଟା। ଗଞ୍ଜାମ ଜିଲ୍ଲାର ୮ଟି ଓ ପୁରୀ ଜିଲ୍ଲାର ଗୋଟିଏ ପୌରାଞ୍ଚଳର ୨୦୦୦ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବାଣ୍ଟି ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ଦେଶର ବିକାଶ ଇତିହାସରେ ଏହା ଏକ ନୂଆ ଘଟଣା। ଓଡ଼ିଶା ବାସୋପଯୋଗୀ ବସତି ମିଶନରେ ସାରା ରାଜ୍ୟର […]
ଭୁବନେଶ୍ୱର : ପୁଣି ତେଜିଲା କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପଲେକ୍ସ ନିର୍ମାଣ ପ୍ରସ୍ତାବ ବିବାଦ। ଆଜି ଜମି ଦେବାକୁ ସିଧାସଳଖ ମନା କରିଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। କ୍ଷୁଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ କଳିଙ୍ଗ ଷ୍ଟୁଡ଼ିଓ ଜାଗାକୁ କାହାକୁ ଦେବେ ନାହିଁ। କଳିଙ୍ଗ ଷ୍ଟୁଡିଓ ଭିତ୍ତିଭୂମି ବିକାଶ ପାଇଁ ଇଡ୍କୋକୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ପ୍ରଫୁଲ୍ଲ ସାମଲ। କ୍ଷୁଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ […]
ରାଉରକେଲା : ନିଟ୍ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ। ଗତକାଲି ରାଉରକେଲା ଡିଏଭି ପବ୍ଳିକ ସ୍କୁଲରେ ହୋଇଥିବା ପରୀକ୍ଷା ସମୟରେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଧରିବାରେ ସ୍କୁଲ କର୍ତ୍ତୃପକ୍ଷ ସକ୍ଷମ ହୋଇଛନ୍ତି। ତାଙ୍କ ନାଁ ରମେଶ କୁମାର। ଘର ରାଜସ୍ଥାନର ଡୁଙ୍ଗୁରୀ ଗ୍ରାମରେ। ଖବର ପାଇବାପରେ ଉଦିତନଗର ପୋଲିସ ଛାତ୍ରକୁ ଗିରଫ କରିଛି। ରମେଶ ଓଡ଼ିଶାର ଜଣେ ଛାତ୍ରଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ। ଏହା ପଛରେ ଏକ ବଡ ରାକେଟ ଚାଲୁଥିବା ପୋଲିସ ଅନୁମାନ କରି ତଦନ୍ତ […]
ଭୁବନେଶ୍ୱର : ଆସନ୍ତା ୧୭ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳା ସୁରକ୍ଷା ଓ ସମ୍ମାନ ଯାତ୍ରା କରିବ ବିଜେପି ମହିଳା ମୋର୍ଚ୍ଚା। ରାଜ୍ୟରେ ନାବାଳିକା ଓ ମହିଳାଙ୍କ ସହ ଦୁଷ୍କର୍ମ ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ କରି ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରରେ ଏକ ରାଲି ଆୟୋଜିତ ହୋଇଥିଲା। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ରାଲି ବାହାରି ମାଷ୍ଟର କ୍ୟାଣ୍ଟିନ ଠାରେ ପ୍ରତିବାଦ କରିଥିଲେ ମହିଳା ମୋର୍ଚ୍ଚାର କର୍ମୀ ଓ ନେତା। ଏ […]
ନୂଆଦିଲ୍ଲୀ: ଉତ୍ତର ଓ ପୂର୍ବ ଭାରତରେ ୧୩ଟି ରାଜ୍ୟରେ ଝଡ଼ତୋଫାନ ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ୧୩ଟି ରାଜ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଝଡ଼ ତୋଫାନ ଆଶଙ୍କାକୁ ଦେଖି ହରିୟାଣାରେ ଆଜି ଓ ଆସନ୍ତାକାଲି ସ୍କୁଲ ବନ୍ଦ କରାଯାଇଛି । ଆଜି ସକାଳେ ହରିୟାଣା, ହିମାଚଳ ପ୍ରଦେଶ, ଦିଲ୍ଲୀ ଆଦି ଅଞ୍ଚଳରେ ସକାଳୁ ବର୍ଷା ହୋଇଛି । ଉତ୍ତର ପ୍ରଦେଶ, […]
ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିଛି। ରିମାଣ୍ଡ ସରିବା ପରେ ଆଜି ତାଙ୍କୁ ପାଟଣାଗଡ଼ ଏସ୍ଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ୧୫ ଦିନ ପାଇଁ ପୁଞ୍ଜିଲାଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଯାଇଥିବା ପୁଞ୍ଜିଲାଲ୍ଙ୍କୁ ରାୟପୁରକୁ ନେଇ ଡେମୋ କରାଇଥିଲା କ୍ରାଇମବ୍ରାଞ୍ଚ। କଣ୍ଟାବାଞ୍ଜିରୁ ରାୟପୁର ଯିବା ପରେ ସେଠାରେ କେମିତି ବୁକିଂ କରିଥିଲା […]
ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ-ଆଇଏମ୍ଡିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଓଡ଼ିଆ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର। ବର୍ତ୍ତମାନ ସେ ଆାଇଏମ୍ଡିର ଏଡିଜି ସହ ସାଇକ୍ଲୋନ ଓ୍ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଅଛନ୍ତି। ସେ ଅଗଷ୍ଟ ପହିଲାରୁ ନୂଆ ଦାୟିତ୍ୱ ଗ୍ରହଣ କରିବେ। ୫ ବର୍ଷ ପାଇଁ ସେ ମହାନିର୍ଦ୍ଦେଶକ ପଦବୀରେ ରହିବେ ମୃତ୍ୟୁଞ୍ଜୟ ମହାପାତ୍ର । ଗତ ଫୋନି ବାତ୍ୟା ସମୟରେ ମୃତ୍ୟୁଞ୍ଜୟଙ୍କ ସଠିକ୍ ଆକଳନ ଯୋଗୁଁ ବହୁ ଧନଜୀବନ ରକ୍ଷା ହୋଇପାରିଲା। ଏଥିପାଇଁ ତାଙ୍କୁ ସବୁ […]
ଜୟପୁର : ଚିକିତ୍ସା ପାଇଁ ଆସିଥିଲେ, ହେଲେ ମିଳିଲା ମାଡ଼। ରୋଗୀଙ୍କୁ ପିଟିଛନ୍ତି ଖୋଦ୍ ଡାକ୍ତର। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଜୟପୁରର ସବାଇ ମାନସିଂହ ହସ୍ପିଟାଲ୍ରେ। ଯେଉଁଠି ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ନିସ୍ତୁକ ପିଟିଛନ୍ତି ଡାକ୍ତର। ମେଡିକାଲ୍ରେ ଥିବା ରେସିଡେଣ୍ଟାଲ୍ ଡାକ୍ତର ରୋଗୀଙ୍କୁ ଚାପୁଡ଼ା, ଗୋଇଠା, ମୁଥ୍ ମାରି ଲହୁ ଲୁହାଣ କରିଛନ୍ତି। କୌଣସି କାରଣରୁ ଡାକ୍ତରଙ୍କୁ ଶୀଘ୍ର ଚିକିତ୍ସା କରିବାକୁ ପୀଡ଼ିତ ରୋଗୀ ଜଣକ ଗୁହାରି କରିଥିଲେ। ତେବେ ଏଥିରେ […]
ନୂଆଦିଲ୍ଲୀ : ମୋଦି-୨ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରାଜନାଥ ସିଂହ ଆଜି ତାଙ୍କର ପ୍ରଥମ ଗସ୍ତରେ ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେଠାରେ ସେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଯବାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଆଚେନ୍ ବେସ୍ କ୍ୟାମ୍ପରେ ଯବାନମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଲେହରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ସ୍ଥିତି […]