ଭୁବନେଶ୍ୱର: ପୂର୍ବତନ ମୁମ୍ବାଇ ପୋଲିସ୍ କମିଶନର ଅରୂପ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ରାଜ୍ୟ ଯୁବ କଲ୍ୟାଣ ବୋର୍ଡ (ଓୱାଇଡବ୍ଲ୍ୟୁବି)ର ନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ପୂର୍ବତନ ମୁମ୍ବାଇ ପୋଲିସ ମୁଖ୍ୟ ‘ବିଜୁ ଯୁବ ବାହିନୀ’ କାର୍ଯ୍ୟକ୍ରମ ବୁଝିବେ। ନେତୃତ୍ୱ ଓ ସେବା ମନୋଭାବ ବୃଦ୍ଧି, ଖେଳ ଓ ଦକ୍ଷତା ବୃଦ୍ଧି ଏବଂ କିପରି ସୁସ୍ଥ ବାତାବରଣରେ ଯୁବଗୋଷ୍ଠୀ ରହିବେ ସେ ଉଦ୍ଦେଶ୍ୟରେ ବିଜୁ ଯୁବ ବାହାନୀ ଆରମ୍ଭ କରାଯାଇଥିଲା। ଗତ […]
ବ୍ରହ୍ମପୁର: ଚୋରି ଅଭିଯୋଗରେ ଜଣେ ଛାତ୍ରୀଙ୍କୁ ଦିଆଯାଇଛି ନିର୍ଯାତନା। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ସହରର ଏକ ଘରୋଇ ସ୍କୁଲରୁ। ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ଟଙ୍କା ଚୋରି କରିବା ନେଇ ଉକ୍ତ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ପରୀକ୍ଷାରେ କମ ମାର୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀ ଓ ଅଭିଭାବକ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ଜଣାଇଛନ୍ତି। ଦୁଇ ଜଣ ଶିକ୍ଷୟିତ୍ରୀ ଜାଣିଶୁଣି ଛାତ୍ରୀ ଜଣକୁ ନିର୍ଯାତନା ଦେଉଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଝିଅକୁ […]
ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ୪୪.୪ ସହ ଝାରସୁଗୁଡ଼ା ଆଜି ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ତା’ ତଳକୁ ଥିଲା ହୀରାକୁଦ, ସମ୍ବଲପୁର ଓ ବଲାଙ୍ଗିର। ତେବେ କାଲିଠୁ ପୁଣି କାଳବୈଶାଖୀ ସମ୍ଭାବନା ଥିବାରୁ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଓଡ଼ିଶା ସମେତ ୨୦ଟି ରାଜ୍ୟକୁ ଝଡ଼ ତୋଫାନ ପାଇଁ ସତର୍କ ସୂଚନା […]
ବାରିପଦା: କଲଭର୍ଟ ଭିତରେ ପ୍ରସବ କଲେ ବାସହରା ମହିଳା। ଏଭଳି ଏକ ଅବିଶ୍ୱସନୀୟ ଓ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅଞ୍ଚଳରେ। ଘରଦ୍ୱାର ନଥିବାରୁ ବାଧ୍ୟ ହୋଇ ମହିଳା ଜଣଙ୍କ କଲଭର୍ଟ ଭିତରେ ସନ୍ତାନ ପ୍ରସବ କରିଛନ୍ତି। ଅଭିଯୋଗ ଅନୁସାରେ, ଏହି ଅଞ୍ଚଳର ଜଣେ ଆଦିବାସୀ ମହିଳାଙ୍କ ଘରକୁ ୬ ମାସ ତଳେ ହାତୀ ପଲ ଭାଙ୍ଗି ଦେଇଥିଲେ। ଏତେ ଦିନ ବିତିଯାଇଥିଲେ ମଧ୍ୟ ନୂଆ ଘର ପାଇଁ ପ୍ରଶାସନ ପକ୍ଷରୁ କୌଣସି […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଧାୟକ ଦାମୋଦର ରାଉତ ମହାନଦୀ ବାଣ ମାରିଛନ୍ତି। ଆଜି ମହାନଦୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଯୋଜନାକୁ କଟାକ୍ଷ କରିଛନ୍ତି ଦାମ। କହିଛନ୍ତି- “ଛତିଶଗଡ଼ ବିରୋଧରେ ଖାଲି ପ୍ରଚାର କଲେ ହେବନି। ସମସ୍ୟା ସମାଧାନ ପାଇଁ ଆମକୁ ମଧ୍ୟ କିଛି କରିବାକୁ ପଡ଼ିବ। ରାଜ୍ୟ ପାଇଁ ଯିଏ ଯୋଜନା କରୁଛି ସେ ଓଡ଼ିଶାକୁ ଦେଖିନାହାନ୍ତି।” ଗତକାଲି ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀର ସମୀକ୍ଷା ବେଳେ ପୁଅକୁ ଡାକିଥିଲେ ବି ବିଧାୟକ ଭାବେ ତାଙ୍କୁ ଡାକି […]
ଭୁବନେଶ୍ୱର: ମଲା ହଜିଲା ଲୋକଙ୍କ ନାଁରେ ଉଠୁଛି ଖାଦ୍ୟଶସ୍ୟ। ବଣ୍ଟା ନହୋଇ ପଡିରହିଛି ହଜାର ହଜାର ରାସନକାର୍ଡ। ବିନା କାର୍ଡରେ ବି ଚାଉଳ ଉଠୁଛି। ପ୍ରାୟ ୧୯ ଲକ୍ଷ ପରିବାର ବିନା କାର୍ଡରେ ଏମିତି ଚାଉଳ ନେଇ ଚାଲିଛନ୍ତି। ହେଲେ ତାଲିକାକୁ ଉଠିପାରୁନି, ପ୍ରକୃତ ହିତାଧିକାରୀଙ୍କ ନାଁ। ଓଡ଼ିଶା ଫୁଡ଼ କମିଶନ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରୁ ପଦାକୁ ଆସିଛି ଏମିତି କିଛି ଆଖି ତରାଟିଲା ଭଳି ତଥ୍ୟ। ବାରିପଦା ସହରର ୨୨ନମ୍ବର ଓ୍ୱାର୍ଡ କୁଷ୍ଠ ରୋଗୀ କଲୋନୀରେ […]
ନୂଆଦିଲ୍ଲୀ: ଉତ୍ତର ପଶ୍ଚିମରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ସମେତ ଦେଶର ପ୍ରାୟ ୨୦ଟି ରାଜ୍ୟରେ ଝଡତୋଫାନର ଆଶଙ୍କା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବିଭିନ୍ନ ସ୍ଥାନରେ ପବନର ବେଗ ୫୦ରୁ ୭୦ କିଲୋମିଟର ରହିବା ସହ ଘଡ଼ଘଡ଼ି ଓ କୁଆପଥର ବୃଷ୍ଟିର ଆଶଙ୍କା ରହଛି। ଏଥିରେ ଓଡ଼ିଶା ସମେତ ପଞ୍ଜାବ, ହରିଆଣା, ଚଣ୍ଡିଗଡ, ଦିଲ୍ଲୀ, ବିହାର, ଆସାମ, ମେଘାଳୟ, ପଶ୍ଚିମବଂଗ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, […]
ନୂଆଦିଲ୍ଲୀ : ଆଜି ପବିତ୍ର ଇଦ୍ ପର୍ବ। ରମଜାନ ମାସ ସାରା ଉପବାସ ରଖିବା ପରେ ରୋଜା ଭାଙ୍ଗିଛନ୍ତି ଇସଲାମ ଧର୍ମାବଲମ୍ବୀ। ପବିତ୍ର ଇଦ୍ ପର୍ବ ପାଇଁ ଚଳଚଞ୍ଚଳ ଦିଲ୍ଲୀର ଜାମା ମସଜିଦ୍। ଏହି ଅବସରରେ ସମୂହ ନମାଜ ପାଠ ପାଇଁ ଏକାଠି ହୋଇଥିଲେ ହଜାର ହଜାର ଇସଲାମ ଧର୍ମାବଲମ୍ବୀ। ନୂତନ ବସ୍ତ୍ର ପରିଧାନ ସହ ସୁବାସିତ ଅତର ମାରି ସେମାନେ ପ୍ରାର୍ଥନା ସ୍ଥଳୀ ବା ଇଦ୍ଗାହ୍ ପଡିଆରେ ଯାଇ ସମୂହ ପ୍ରାର୍ଥନା କରିଥିଲେ। ନମାଜ ପରେ […]
କଟକ : ରେଭେନ୍ସାରେ ଛାତ୍ର ଅଶାନ୍ତି। ବିଭିନ୍ନ ଦାବିରେ କୁଳପତିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ଫି ବୃଦ୍ଧି ପ୍ରତ୍ୟାହାର, ହଷ୍ଟେଲ ଛାଡିବା ନିର୍ଦ୍ଦେଶର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଏହି ଧାରଣା ଦେଇଛନ୍ତି। ହଷ୍ଟେଲ ନବୀକରଣ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୨୮ତାରିଖ ସୁଦ୍ଧା ହଷ୍ଟେଲ ଛାଡିବାକୁ ନୋଟିସ୍ ଦେଇଛନ୍ତି। ତେବେ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଫଳରେ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି।
ମାଲକାନଗିରି : ବୋମା ସନ୍ଦେହରେ ଏକ ପୁରୁଣା ଟିଭିକୁ ବିସ୍ଫୋରଣରେ ଉଡାଇଲେ ବୋମା ନିଷ୍କ୍ରିୟକାରୀ ଟିମ୍। ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ମାଧିଲି ଥାନା ମୁଦୁଲିବେଡା ଗାଁରେ ଏକ ଗଛ ତଳେ ପୁରୁଣା ଟିଭି ପଡିଥିଲା। ଏହାକୁ ସ୍ଥାନୀୟ ଲୋକେ ଦେଖି ବି.ଏସ୍.ଏଫ୍ କୁ ସୂଚନା ଦେଇଥିଲେ। ବି.ଏସ୍.ଏଫ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ସ୍ଥାନଟିକୁ କର୍ଡନ କରିବାପରେ ବୋମା ନିଷ୍କ୍ରିୟକାରୀ ଟିମ୍ କୁ ଖବର ଦେଇଥିଲେ। ଟିମ୍ ପହଁଞ୍ଚିବା ପରେ ଟିଭିଟିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ। […]