• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

teachers
ଖାତା ଦେଖୁନଥିବା ଶିକ୍ଷକଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଯୁକ୍ତ ଦୁଇ ଖାତା ମୂଲ୍ୟାୟନକୁ ଆସୁନଥିବା ଅଧ୍ୟାପକଙ୍କୁ ନିଲମ୍ବନ କର। ଯୁକ୍ତ ଦୁଇ ଖାତା ଦେଖିବାକୁ ଆସୁନଥିବା ପରୀକ୍ଷକଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି କଠୋର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଅନୁଦାନପ୍ରାପ୍ତ କଲେଜ ପରିଚାଳନା କମିଟିକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଦାବିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନରେ ବହୁ ସଂଖ୍ୟାରେ ଅଧ୍ୟାପକ ସାମିଲ ହୋଇଥିବାରୁ +୨ ଖାତା ଦେଖାରେ ଗୁରୁତର ବିଭ୍ରାଟ ସୃଷ୍ଟି […]

angul
୪ ଦଫା ଦାବି ନେଇ ଅନୁଗୁଳ ବନ୍ଦ ଡାକରା

ଅନୁଗୁଳ:  ଆଜି୧୨ ଘଣ୍ଟିଆ ଅନୁଗୁଳ ବନ୍ଦ। ଏହି ବନ୍ଦ ଡାକରା ଦେଇଛି ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି। ମୁଖ୍ୟତଃ ୪ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଇ ସମସ୍ତ ଦୋକାନ ବଜାର ସହ ବସ୍‌ ଓ ରେଳ ଚଳାଚଳ ବନ୍ଦ କରାଯାଇଛି। ଏଥିସହ ସମସ୍ତ ଛକରେ ପିକେଟିଂ, ରାଲି, ଧାରଣା ମାଧ୍ୟମରେ ବିରୋଧ ପ୍ରଦର୍ଶନ କରାଯିବା ନେଇ ନିଷ୍ପତ୍ତି ନେଇଛି କମିଟି। ତାଳଚେରରେ ନିର୍ମିତ ମେଡିକାଲ କଲେଜ […]

satellite
ଦିଗନିର୍ଣ୍ଣୟକାରୀ ଉପଗ୍ରହ INRSS-1I ର ସଫଳ ଉତ୍‌କ୍ଷେପଣ

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ସ୍ୱଦେଶୀ ସାଟେଲାଇଟ INRSS-1I ର ସଫଳ ଉତ୍‌କ୍ଷେପଣ। ଭୋର ୪ଟା ୪ ମିନିଟରେ PSLV-C41 ରକେଟ୍ ଜରିଆରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହାକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। INRSS-1I ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏକ ନାଭିଗେସନ୍‌ ସାଟେଲାଇଟ। ଏହା ସାମୁଦ୍ରିକ ନାଭିଗେସନ ସହ ସୈନ୍ୟ କ୍ଷେତ୍ରରେ ମଧ୍ୟ ସହାୟତା ମିଳିପାରିବ। ୧ ହଜାର ୪୨୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ […]

Kumarvishwas_AFP1
 ଆପ୍‌ର ରାଜସ୍ଥାନ ପ୍ରଭାରୀ ପଦରୁ ବିଦା ହେଲେ କୁମାର ବିଶ୍ୱାସ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିର ରାଜସ୍ଥାନ ପ୍ରଭାରୀ ପଦରୁ ହଟିଲେ କୁମାର ବିଶ୍ୱାସ। ପାର୍ଟି ନେତା ଆଶୁତୋଷ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। କୁମାର ବିଶ୍ୱାସଙ୍କୁ ନେଇ ଆମ୍‌ ଆଦମୀ ପାର୍ଟିର ପିଏସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ମେ ୨୦୧୭ରେ ଆପ୍‌ ନେତା କୁମାର ବିଶ୍ୱାସଙ୍କୁ ଆମ୍‌ ଆଦମୀ ପାର୍ଟିର ରାଜସ୍ଥାନ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା। ତେବେ ନିଜର ବ୍ୟକ୍ତିଗତ କାମରେ ବ୍ୟସ୍ତ ରହୁଥିବାରୁ ସେ ରାଜସ୍ଥାନରେ ଦଳୀୟ କାର୍ଯ୍ୟକ୍ରମରେ ସମୟ […]

  • Saturday, 17 July 2021
Supreme-Court-of-India
CJI ବିବାଦ: ଜନସ୍ୱାର୍ଥ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଖଣ୍ଡପୀଠ ଗଠନ ଏବଂ ମାମଲା ବଣ୍ଟନକୁ ନେଇ ଦାଏର ହୋଇଥିବା ଜନସ୍ୱାର୍ଥ ଆବେଦନ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟରେ ଆଜି ଏନେଇ ଶୁଣାଣି ହୋଇଛି। ଯେଉଁଥିରେ କଡ଼ା ଭାଷାରେ ଆବେଦନକୁ ଭର୍ତ୍ସନା କରିଛନ୍ତି କୋର୍ଟ। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ କରାଯାଇ ନ ପାରେ। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। କେଉଁ ମାମଲା କେଉଁ ବେଞ୍ଚ ଶୁଣାଣି କରିବେ ତାହା କେବଳ ପ୍ରଧାନ ବିଚାରପତି ହିଁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି […]

  • Saturday, 17 July 2021
algeria-plane-crash
ବିମାନ ଦୁର୍ଘଟଣାରେ ୨୫୭ ସେନା ଯବାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଲଜେରିଆରେ ସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୫୭ ଜଣ ସେନା ଯବାନଙ୍କର ମୃତ୍ୟୁ ହୋଇଛି। ଅଲଜେରିସର ବୋଫରିକ୍ ମିଲିଟାରୀ ବେସରୁ ବିମାନଟି ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ବନ୍ଦରରୁ ପ୍ରାୟ ୩୦ କିଲୋମିଟର ଦୂରରେ ଏକ ଚାଷ ଜମିରେ ଯାଇ ପଡ଼ିଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏହି ଦୁର୍ଘଟଣା ପରେ ତଦନ୍ତ ଆରମ୍ଭ କରାଯାଇଥିବା ସେନାବାହିନୀ ପକ୍ଷରୁ ସୂଚନା ଦିଆଯାଇଛି।  ଏହି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବିମାନ ଦୁର୍ଘଟଣାରେ […]

  • Saturday, 17 July 2021
CII-Controversy-
ସିଆଇଆଇ ବିବାଦ: ବିଜେଡି କହିଲା ଷଡ଼ଯନ୍ତ୍ର, ଖଣ୍ଡନ କଲେ ଜଗି

ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରୁ ସିଆଇଆଇ ଓହରିଯିବା ପରେ ବିବାଦ ବଢ଼ିବାରେ ଲାଗିଛି। ଭାଗିଦାରୀ ପାଇଁ ସିଆଇଆଇ ପ୍ରଥମେ ସମ୍ମତି ଦେଇ ପରେ ଓହରିଯିବା ଏକ ଚକ୍ରାନ୍ତ ବୋଲି ବିଜେଡି କହିଛି। ଏଥିପାଇଁ ସାଂସଦ ବୈଜୟନ୍ତ ପଣ୍ଡା ଓ ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା ଜଗି ମଙ୍ଗତ ପଣ୍ଡାଙ୍କୁ ଦାୟୀ କରିଛି ଦଳ। କିନ୍ତୁ ବିଜେଡିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଗି। ବିଜେଡି ତାଙ୍କୁ ଅଯଥା ପଲିଟିକ୍ସକୁ ନଟାଣୁ। ଯାହା ରାଜନୀତି କରିବାର ଅଛି ବୈଜୟନ୍ତଙ୍କୁ ନେଇ କରନ୍ତୁ ବୋଲି […]

  • Saturday, 17 July 2021
odisha-high-court-
ମେ ୩ ସୁଦ୍ଧା ଜବାବ ଦିଅ

କଟକ: ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ସିବିଆଇ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ। ମେ ମାସ ୩ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୁନ୍ଦୁଲି ଘଟଣାର ଉପଯୁକ୍ତ ଯାଞ୍ଚ ହେଉନାହିଁ ବୋଲି ଅନୁଭବ କରି ପୀଡ଼ିତାଙ୍କ ଭାଇ ଓ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ସିବିଆଇ ତଦନ୍ତ କରିବାକୁ ସେମାନେ କୋର୍ଟରେ ଆବେଦନ କରିଥିଲେ। ଏହି […]

  • Saturday, 17 July 2021
wedding-gift2
ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଡାକ୍ତରଖାନାରୁ ବାହାରିବେ ରୀମାରାଣୀ

ବଲାଙ୍ଗିର: ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣରେ ଆହତ ହୋଇଥିବା ରିମାରାଣୀ ଆଜି ଏସ୍‌ସିବି ମେଡିକାଲ କଲେଜ୍‌ରୁ ଡିସଚାର୍ଜ ହୋଇପାରନ୍ତି। ବିସ୍ଫୋରଣରେ ଗୁରୁତର ଆହତ ହୋଇ ରୀମା କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବାରୁ ପ୍ଲାଷ୍ଟିକ ସର୍ଜରୀ ବିଭାଗରୁ ଅଣାଯାଇ ଆଖି ପରୀକ୍ଷା ନିମନ୍ତେ ତାଙ୍କୁ ଚକ୍ଷୁ ବିଭାଗକୁ ନିଆଯାଇଥିଲା। ସମସ୍ତ ବିଭାଗରୁ ଅନୁମତି ମିଳିବା ପରେ ରୀମାଙ୍କୁ ଡିସଚାର୍ଜ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ […]

  • Saturday, 17 July 2021
Thunderstorm3-660x430
କାଳବୈଶାଖୀ ପ୍ରଭାବ: ୧୦ ଜିଲ୍ଲା ପାଇଁ ସତର୍କ ସୂଚନା

ଭୁବନେଶ୍ୱର: ପୁଣିଥରେ କାଳବୈଶାଖୀ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ସନ୍ଧ୍ୟା ୭.୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟର ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା, କୋରାପୁଟ, ଗଜପତି, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମିଳିଥିବା ଖବର ଅନୁସାରେ ବଜ୍ରପାତ ସହିତ ବର୍ଷା ହେବା ସାଙ୍ଗକୁ ୫୦ରୁ ୬୦ କିମି ବେଗରେ ପବନ ବହିବା ଆଶଙ୍କା ରହିଛି। ଏହି […]

  • Saturday, 17 July 2021
Manmohan_Singh
ଲାଇବ୍ରେରୀକୁ ୩,୫୦୦ ବହି ଦାନ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ଚଣ୍ଡିଗଡ଼: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପଞ୍ଜାବ ୟୁନିଭର୍ସିଟିକୁ ୩,୫୦୦ ବହି ଦାନ କରିଛନ୍ତି। ସେ ନିଜ ବ୍ୟକ୍ତିଗତ ଲାଇବ୍ରେରୀରୁ ପଞ୍ଜାବ ୟୁନିଭର୍ସିଟିକୁ ଏହି ବହି ସବୁ ଦାନ କରିଛନ୍ତି। ବୁଧବାର ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନମୋହନ ସିଂହ ୧୯୫୦ ମସିହାରେ ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ। ଏହାପରେ ସେହିଠାରେ ଅର୍ଥଶାସ୍ତ୍ର ବିଭାଗରେ ଅଧ୍ୟାପନା କଲେ। ମାତ୍ର ୩୨ ବର୍ଷ ବୟସରେ ଫ୍ରଫେସର ପଦକୁ ଉନ୍ନୀତ ହୋଇ ସେଠାରେ ୧୯୬୦ ମସିହା […]

  • Saturday, 17 July 2021
jukerberg
ୟୁଏସ୍ କଂଗ୍ରେସ ସମ୍ମୁଖରେ ହାଜର ହେଲେ ସିଇଓ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ:  ଫେସ୍‌ବୁକ ତଥ୍ୟ ଲିକ୍ ମାମଲାରେ ନିଜ ପକ୍ଷ ରଖିବାକୁ ପ୍ରଥମ ଥର ପାଇଁ ବିଧିବଦ୍ଧ ଭାବେ ୟୁଏସ୍ କଂଗ୍ରେସ୍ ସମ୍ମୁଖରେ ହାଜର ହେଲେ ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ। ୟୁଏସ୍ କଂଗ୍ରେସ ସମ୍ମୁଖରେ ହାଜର ହୋଇ ସେ ନିଜ ଦୋଷ ସ୍ୱୀକାର କରିବା ସହ କହିଥିଲେ ଯେ, ‘‘ମୁଁ ଫେସ୍‌ବୁକ ଆରମ୍ଭ କରିଥିଲି, ତେଣୁ ସେଥିରେ ହୋଇଥିବା ସମସ୍ତ ଭୁଲ୍‌ର ଦାୟିତ୍ୱ ମୁଁ ନେଉଛି।’’  କିଛି ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଜୁକରବର୍ଗଙ୍କୁ ୟୁଏସ୍ କଂଗ୍ରେସ […]

puri
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ : ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଶ୍ରୀମନ୍ଦିରର ଦ୍ୱିତୀୟ ଭୋଗ ମଣ୍ଡପ ନୀତି ସରିବା ପରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କୁ ବନକଲାଗି କରିବା ପାଇଁ ଭିତରକୁ ପ୍ରବେଶ କରିବେ। ଏଥିପାଇଁ ୪ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ ସାଢେ ୩ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ସମୟ ନିର୍ଘଣ୍ଟ କରାଯାଇଛି।  

nxal
ବିଜାପୁରରେ ନକ୍ସଲ ହମ୍‌ଲା, ୨ ପୁଲିସ୍‌ ସହିଦ

ବିଜାପୁର : ଛତିଶଗଡ଼ର ନକ୍ସଲ ପ୍ରବଣ ଅଞ୍ଚଳ ବିଜାପୁରରେ ଆଜି ନକ୍ସଲମାନେ ପୁଲିସ୍‌ ପ୍ୟାଟ୍ରୋଲିଂ ଟିମ୍‌ ଉପରେ ହମ୍‌ଲା କରିଛନ୍ତି। ଏଥିରେ ଦୁଇ ଜଣ ପୁଲିସ୍‌ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ପୁଲିସ୍‌ କର୍ମଚାରୀଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ପୁଲିସ୍‌ ବାହିନୀ କ୍ୟାମ୍ପରୁ ପ୍ୟାଟ୍ରୋଲିଂ ପାଇଁ ବିଜାପୁର ସ୍ଥିତ ଏକ ଜଙ୍ଗଲକୁ ଯାଉଥିବା ବେଳେ ଏଭଳି ନକ୍ସଲ ହମ୍‌ଲାର ଶିକାର ହୋଇଥିବା ଜଣାପଡ଼ିଛି। ହମ୍‌ଲା ପରେ କିଛି ସମୟ […]

  • Friday, 16 July 2021
sam
୫ବର୍ଷରେ ମିଛ ପ୍ରତିଶ୍ରୁତି ହିଁ ଦେଇଛନ୍ତି ସରକାର : ସାମ୍ ପିଟ୍ରୋଡ଼ା

ନୂଆଦିଲ୍ଲୀ : ବିଗତ ୫ ବର୍ଷରେ ବିଜେପି ନେତୃତ୍ୱାଧିନ ସରକାର କେବଳ ପ୍ରତିଶ୍ରୁତି ଦେଇଛି। ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିନାହିଁ ମୋଦି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇ ଆଜି ଏଭଳି ସମାଲୋଚନା କରିଛନ୍ତି କଂଗ୍ରେସର ବହିର୍ଦେଶୀୟ ବିଭାଗ ମୁଖ୍ୟ ସାମ୍ ପିଟ୍ରୋଡ଼ା। ଶହେ ସ୍ମାର୍ଟ ସିଟି, ୧ କୋଟି ନିଯୁକ୍ତି, କଳାଧନ ଫେରାଇ ଆଣିବା, ଯେଉଁଥିରେ ସରକାର ପୂରାପୂରି ବିଫଳ ହୋଇଥିବା କହିଛନ୍ତି ପିଟ୍ରୋଡା। ଏହା ସହ ସରକାର […]

  • Friday, 16 July 2021
patkura
କେବେ ହେବ ପାଟକୁରା ବିଧାନସଭା ଆସନରେ ଭୋଟ୍ ?

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ପାଟକୁରାରେ କେବେ ହେବ ନିର୍ବାଚନ? ଏଠାରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଏବେ ଏମିତି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଆସନ୍ତା ୨୯ ତାରିଖରେ ପାଟକୁରାରେ ଭୋଟଗ୍ରହଣ ହେବାର ଥିଲା। ତେବେ ବେଦ ପ୍ରକାଶଙ୍କ ଦେହାନ୍ତ ପରେ ନିର୍ବାଚନ କମିଶନ ଏଠାରେ ମତଦାନକୁ ସ୍ଥଗିତ ଘୋଷଣା କରିଛନ୍ତି। ଭାରତୀୟ ଜନପ୍ରତିନିଧ ଆଇନ ୧୯୫୧ ଅନୁସାରେ ପ୍ରାର୍ଥୀଙ୍କ ମୃତ୍ୟୁ କ୍ଷେତ୍ରରେ […]

  • Friday, 16 July 2021