ପୁରୀ: ଭକ୍ତ ମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରତିଦିନ ହୁଣ୍ଡିରେ ଦେଉଥିବା ଲୁଗା ଓ ଶାଢ଼ୀକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ତାଲିକା କରାଯାଇ ଆସିଷ୍ଟାଣ୍ଟ ଡାଇରେକ୍ଟର ଟେକ୍ସଟାଇଲଙ୍କ ଦ୍ୱାରା ଅପସେଟ ପ୍ରାଇସ କରାଯାଇ ନିଲାମ କରାଯିବ। ଏହି ସାମଗ୍ରୀ ଅତ୍ୟଧିକ ମାତ୍ରାରେ ଗଚ୍ଛିତ ଥିବାରୁ ଏହାକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ କୌଣସି ପ୍ରକାର ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଲୁଗା, ଖଣ୍ଡୁଆକୁ ବିକ୍ରି କରାଯିବ ନାହିଁ କି ନିଲାମ କରାଯିବ ନାହିଁ […]
କଟକ : ମେଧାବୀ ପିଲାଙ୍କ ଭବିଷ୍ୟତ ସହ ଖେଳ। ପଦାକୁ ଆସିଲା ମାଟ୍ରିକ୍ ମୂଲ୍ୟାୟନରେ ବିଭ୍ରାଟର ଚିତ୍ର। ବୋର୍ଡ କର୍ତ୍ତୃପକ୍ଷଙ୍କ ତ୍ରୁଟିଶୂନ୍ୟ ମୂଲ୍ୟାୟନ ଉପରେ ଉଠିଲା ପ୍ରଶ୍ନ ? ଯାହାକୁ ନେଇ ବଢୁଛି ଛାତ୍ରଛାତ୍ରୀଙ୍କ ଅସନ୍ତୋଷ। ବାଲେଶ୍ୱରର ଛାତ୍ରୀ ମୋନାଲିସା ପାତ୍ର ମାଟ୍ରିକ୍ରେ ୫୫୪ ନମ୍ବର ସହ ଏ ଓ୍ୱାନ୍ ଗ୍ରେଡ୍ ପାଇଛନ୍ତି। ପରୀକ୍ଷାବେଳେ ସାହିତ୍ୟ ପ୍ରଶ୍ନପତ୍ରର ସେଟ୍-ସି ଉତ୍ତର ଖାତା ପାଇଥିଲେ ମୋନାଲିସା। ଯେଉଁଥିରେ ୪୬ ନମ୍ବର ଅବଜେକ୍ଟିଭ ଟାଇପ୍ ପ୍ରଶ୍ନରେ ପଚରାଯାଇଥିଲା- ‘ଉପଯୁକ୍ତ ଅର୍ଥବୋଧକ […]
ଭୁବନେଶ୍ୱର : ଓଡିଆ ଫିଲ୍ମ ଓ ଟିଭି କଳାକାର କୁନା ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର। ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ହେଲେ କୁନା। ମୁନ୍ନା ଖାଁଙ୍କ ଜାଗାରେ କୁନା ତ୍ରିପାଠୀ ନେଲେ ଦାୟିତ୍ୱ। ଏବେ ଏହି ଦାୟିତ୍ୱ କୁନାଙ୍କୁ ମିଳିବା ପରେ ମୁନ୍ନା କେବଳ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ରହିବେ। ସୂଚନାଯୋଗ୍ୟ ଯେ, ଦୁଇବର୍ଷ ତଳେ ଯେତେବେଳେ ଓଲିଉଡର ବହୁ ଅଭିନେତା ବିଜେଡିରେ ମିଶିଲେ, ସେତେବେଳେ କୁନା ତ୍ରିପାଠୀ ମଧ୍ୟ […]
ବ୍ରହ୍ମପୁର : ବ୍ରହ୍ମପୁରରେ ଆଳୁ ଗୋଦାମରେ ଚଢ଼ାଉ। ସହରର ବିଭିନ୍ନ ବ୍ୟବସାୟୀ ବେଆଇନ ଭାବେ ଆଳୁ ଷ୍ଟକ୍ ରଖିଥିବା ସୂଚନା ପାଇଁ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ଏହି ରେଡ୍ କରାଯାଇଛି। ବ୍ରହ୍ମପୁର ବଡ଼ ବଜାରସ୍ଥିତ ଦେଶୀ ବେହେରା ସାହି ଓ ହୋଲସେଲ୍ ମାର୍କେଟରେ ଏହି ଚଢ଼ାଉ କରାଯାଉଛି। ଉପିଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଉପସ୍ଥିତିରେ ଏହି ରେଡ୍ ଚାଲୁ ରହିଛି।
କଟକ : ଦୂର ହେଲା ରେଭେନ୍ସା ଅଶାନ୍ତି। କୁଳପତିଙ୍କ ସହ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛି ଛାତ୍ର ଆନ୍ଦୋଳନ। ତେବେ ବିଶ୍ୱବିଦ୍ୟାଳୟରୁ ସାଇନ-ଏ-ଡାଏ ହଟିବା ନେଇ କୌଣସି ନିଷ୍ପତ୍ତି ହୋଇନି। ରେଭେନ୍ସାରେ ଲାଗି ରହିଥିବା ଛାତ୍ର ଅଶାନ୍ତି ବନ୍ଦ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଛାତ୍ରଙ୍କ କେତେକ ଦାବିକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାନି ନେଇଥିବା ସୂଚନା ମିଳିଛି। ସାଇନ ଏ ଡାଏ ହଟିବାପରେ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରିବା […]
ନୟାଗଡ଼/ ବାଲେଶ୍ୱର : ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନୟାଗଡ଼ ଜିଲ୍ଲା ଇଟାମାଟିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ପରିବାର ଲୋକେ ଇଟାମାଟି ଥାନାରେ ଅଭିଯୋଗ କରିଛନ୍ତି। ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଦୁଷ୍କର୍ମର ଶିକାର ହୋଇଥିବା ଦିବ୍ୟାଙ୍ଗ ନାବାଳିକା ଜଣକ ୪ ମାସର ଅନ୍ତଃସତ୍ତ୍ୱା ହୋଇଥିବା ସୂଚନା ମିଳିଛି। କିଛି ଦିନ ତଳେ ଇଟାମାଟି ଅଞ୍ଚଳରେ ସଂପୃକ୍ତ ଦିବ୍ୟାଙ୍ଗ ନାବାଳିକାଙ୍କୁ ତାଙ୍କ ଗାଁର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ତେବେ […]
ନୂଆଦିଲ୍ଲୀ: ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି ଦୁର୍ନୀତି ନିବାରଣ ବ୍ୟୁରୋ। କେଜ୍ରିୱାଲଙ୍କ ଶଳା ସୁରେନ୍ଦ୍ର ବଂଶଲଙ୍କ ପୁଅ ବିନୟ ବଂଶଲଙ୍କୁ ଗିରଫ କରିଛି ଦିଲ୍ଳୀ ସରକାରଙ୍କ ଏସିବି। ପୂର୍ତ୍ତ ବିଭାଗରେ ଜାଲ୍ ବିଲ୍ ଦେଇ ଟଙ୍କା ହାତେଇଥିବା ଅଭିଯୋଗରେ ବିନୟ ଗିରଫ ହୋଇଛନ୍ତି। ବିଭିନ୍ନ ଟେଣ୍ଡରରେ ଫେକ୍ ବିଲ୍ ଦେଇଥିଲେ ବିନୟ। ଏପରିକି ତାଙ୍କ ନାଁରେ ଥିବା କମ୍ପାନୀ ମଧ୍ୟ ଫେକ୍ ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ବିନୟଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ […]
ମାଲ୍ଡିଭସ୍ : ମାଲ୍ଡିଭସ୍ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜଧାନୀ ମାଲେରେ ପହଞ୍ଚିବା ପରେ ମୋଦିଙ୍କୁ ରାଷ୍ଟ୍ରୀୟ ସମ୍ମାନ ଓ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। ମୋଦିଙ୍କ ଦ୍ୱିତୀୟ ପାଳିରେ ଏହା ପ୍ରଥମ ବିଦେଶ ଗସ୍ତ। ତେଣୁ ଏହି ଗସ୍ତ ଉଭୟ ଭାରତ ଏବଂ ମାଲଡିଭସ୍ ପାଇଁ ବେଶ ଗୁରୁତ୍ୱବହନ କରୁଛି। ଏହି ଅବସରରେ ମୋଦି ମିତ୍ର ରାଷ୍ଟ୍ର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ମୁଖ୍ୟତଃ ମାଲଡିଭସ୍ ସହ ବିଦେଶ ନୀତି, ବାଣିଜ୍ୟିକ ଏବଂ ପର୍ଯ୍ୟଟନ ଶିଳ୍ପକୁ […]
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନୂଆ ରାଜଧାନୀ ଅମରାବତୀ ସ୍ଥିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପଣ୍ଡିତଙ୍କ ଆର୍ଶୀବାଦ ନେଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେପଟେ ଆଜି ଅନ୍ୟ ୫ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୨୫ ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ନିଜ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ପ୍ରଥମ ଥର ପାଇଁ ସରକାରକୁ ଆସିଥିବା ଜଗନ ମୋହନ ଐତିହାସିକ ନିଷ୍ପତ୍ତି ନେଇ ୫ ଉପମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେବାକୁ ଯାଉଛନ୍ତି। […]
ରାଉରକେଲା: ଭୁଲ୍ ଇଞ୍ଜେକ୍ସନ୍ରୁ ଶିଶୁ ମୃତ୍ୟୁ ଅଭିଯୋଗ। ରାଉରକେଲା ଉଦିତ ନଗର ଥାନା ମାଲଗୋଦାମ ଅଞ୍ଚଳର ସରଜୁ ସାହୁଙ୍କ ୩ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଶିଶୁକନ୍ୟାଟିକୁ ଗତକାଲି ମାଲଗୋଦାମ ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଟିକୁ ଟୀକାକରଣ କରାଯାଇଥିଲା। ତେବେ ଇଞ୍ଜେକ୍ସନ୍ ନେବାର ୨/୩ ଘଣ୍ଟା ପରେ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଇଞ୍ଜେକ୍ସନ୍ ଦେଇଥିବା ସଂପୃକ୍ତ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ […]
ନୂଆଦିଲ୍ଲୀ : ନ୍ୟୁଜ୍ ୧୮ର ପ୍ରତିଷ୍ଠାତା ତଥା କ୍ୱିଣ୍ଟ ଏବଂ ବ୍ଲୁମବର୍ଗ ଆଦି ଗଣମାଧ୍ୟମ ପ୍ରତିଷ୍ଠାନର ମୁଖ୍ୟ ରାଘବ ବେହଲଙ୍କ ନାମରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆୟକର ବିଭାଗର ଏକ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ସେ ଲଣ୍ଡନରେ ୨.୪୫ କୋଟି ଟଙ୍କା ମୂଲ୍ୟର ଏକ ସମ୍ପତ୍ତିରେ ନିବେଶ କରିଥିଲେ ହେଁ ଏହାର ଉତ୍ସ ବାବଦରେ କୌଣସି ସ୍ପଷ୍ଟ ତଥ୍ୟ ଦେଇପାରିନଥିଲେ। ଜଣେ ବରିଷ୍ଠ ଇଡି ଅଧିକାରୀ ଏବିଷୟରେ ସୂଚନା […]
ଅନୁଗୁଳ: ବେଆଇନ ଗୋ-ଚାଲାଣକୁ ନେଇ ଅନୁଗୁଳରେ ଉତ୍ତେଜନା। ଆଜି ସକାଳୁ ବନ୍ତଳା ଛକ ଦେଇ ୧୫ଟି ଗୋରୁ ବୋଝେଇ ଟ୍ରକ୍ ଯାଉଥିବା ସୂଚନା ପାଇ ସ୍ଥାନୀୟ ବନ୍ତଳା ଗୋ ସୁରକ୍ଷା ମଞ୍ଚ, ବିଶ୍ୱହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ଗୋରୁ ବୋଝେଇ ଗାଡ଼ିଗୁଡ଼ିକୁ ଅଟକା ଯାଇଥିଲା। ଏହି ସଂଗଠନ ପକ୍ଷରୁ ୮ଟି ଗାଡ଼ିକୁ ଅଟକା ଯାଇଥିବା ବେଳେ ଅନ୍ୟ ୭ଟି ଗାଡ଼ି ଖସି ପଳାଇଥିଲା। ଅଟକ ଗାଡ଼ି ଭିତରେ କିଛି ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଆଜି ଏକ ବିବାଦୀୟ ଓ ଅଯଥା ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ରାମଙ୍କ ଅବତାର କହିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହନୁମାନଙ୍କ ଅବତାର ଭାବେ ବର୍ଣ୍ଣନା କରିଛନ୍ତି। ଭାରତୀୟ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଉଭୟ ଅବତାର ଗ୍ରହଣ କରି ପୃଥିବୀକୁ ଆସିଥିବା ସେ କହିଛନ୍ତି। ଖାଲି ଏତିକି ନୁହେଁ, ୨୦୨୪ରେ ଆରଏସ୍ଏସ୍ ଗଠନକୁ ଶହେ ବର୍ଷ […]
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଆଳି ବିଧାୟକ ପ୍ରତାପ କେଶରୀ ଦେବ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଦେବ କହିଛନ୍ତି ଯେ, ରାଜ୍ୟସଭା ସାଂସଦ ପଦରୁ ସେ ଇସ୍ତଫା ଦେଇସାରିଛନ୍ତି। ନିୟମ ଅନୁସାରେ ନିର୍ବାଚନ ଫଳାଫଳ ବିଜ୍ଞପ୍ତି ଜାରି ହେବାର ୧୫ଦିନ କିମ୍ବା ଗୃହରେ ଶପଥ ନେବାର ୧୫ଦିନ ମଧ୍ୟରେ ତାଙ୍କୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ତେଣୁ ମେ’ ୨୫ତାରିଖରେ ନିର୍ବାଚନ ଫଳାଫଳ ବିଜ୍ଞପ୍ତି ଜାରି […]