ନୂଆଦିଲ୍ଲୀ : ଆଧାର କାର୍ଡ ପ୍ରଚଳନକୁ ଲୋକାଭିମୁଖି କରିବା ପାଇଁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି। ଆଧାର ସମ୍ପର୍କିତ ଆଇନକୁ କ୍ୟାବିନେଟ୍ର ଅନୁମୋଦନ ମିଳିଛି। ୨୦୧୯ ମାର୍ଚ୍ଚରେ ଲାଗୁ ଅଧ୍ୟାଦେଶ ବଦଳରେ ଆସିବ ଆଧାର ବିଲ୍। ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଥିବାବେଳେ ଆଧାର ବିଲ୍ ଲୋକଙ୍କ ଆକାଂକ୍ଷା ପୂରଣ ନେଇ ସରକାର ଆଶାବାଦୀ ବୋଲି କହିଛନ୍ତି।
ବାରାଣସୀ : ଉତ୍ତର ପ୍ରଦେଶ ବାରାଣସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣାରେ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। ଘଟଣା ସ୍ଥଳରେ ଏନଡିଆରଏଫ୍ର ୫ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ରାତି ତମାମ ଉଦ୍ଧାର କାର୍ଯ୍ୟ ହୋଇଥିଲା। ସେପଟେ ଏହି ଘଟଣାରେ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ […]
ବ୍ରହ୍ମପୁର :୨୦୦୮ରେ ଗଠନ ହୋଇଥିଲା ବ୍ରହ୍ମପୁର ମହାନଗର ନିଗମ। ୩୭ଟି ଓ୍ୱାର୍ଡରୁ ବଢି ହେଲା ୪୦ଟି ଓ୍ୱାର୍ଡ। ଗ୍ରେଟର ବ୍ରହ୍ମପୁର ଗଠନ ନେଇ ବ୍ରହ୍ମପୁରବାସୀଙ୍କୁ ଗୋଲାପୀ ସ୍ୱପ୍ନ ଦେଖାଇଥିଲେ ସରକାର। ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ହିଞ୍ଜିଳିକାଟୁର କିଛି ଅଞ୍ଚଳ ମିଶାଇ ଗ୍ରେଟର ବ୍ରହ୍ମପୁର ଗଠନ କରିବାକୁ ଦେଇଥିଲେ ପ୍ରତିଶ୍ରୁତି। ଯୋଜନା ଥିଲା ସହର ଚାରିପାଖର ୨ରୁ ୪ କିଲୋମିଟର ମଧ୍ୟରେ ଥିବା ଅଞ୍ଚଳକୁ ମହାନଗରେ ମିଶାଇବା। ଲୋଚାପଡ଼ା, ଶକ୍ତିନଗର, ବ୍ରଜନଗର, କାଳୁଆନଗର, ଆମ୍ବପୁଆ ଏଭଳି ଅନେକ ପଞ୍ଚାୟତ […]
ବିଜୟୱାଡା : ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ନୌକାବୁଡ଼ି ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ପ୍ରାୟ ୨୩ଜଣ ନିଖୋଜ ଥିବା ସୂଚନା ମିଳିଛି। ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲ୍ଲାରେ ଗତକାଲି ଅପରାହ୍ଣ ସାଢ଼େ ୪ଟା ବେଳେ ଏହି ଅଘଟଣ ଘଟିଛି। ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ଧରି ପଶ୍ଚିମ ଗଦାର ଦେବୀପାଟନମ୍ରୁ ମୋଟର୍ ବୋଟ୍ଟି ମଣ୍ଡାମଡ଼ାଲୁ ଗାଁକୁ ଯାଉଥିଲା। ତେବେ ମାନଟରୁ ଠାରେ କିଛି ଯାତ୍ରୀଙ୍କୁ ଓହ୍ଲାଇବାକୁ ଯାଇଥିବା ବେଳେ ଡଙ୍ଗାଟି ବର୍ଷା ପବନରେ ଭାରସାମ୍ୟ ହରାଇ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ବୁଧବାର ତତ୍କାଳ ଟ୍ରିପଲ୍ ତଲାକ୍ ବିଲ୍କୁ ଆଜି ଅନୁମୋଦନ ମିଳିଛି। ଏହି ବିଲ୍ କ୍ୟାବିନେଟ୍ର ଅନୁମୋଦନ ପାଇଥିବା ବିଷୟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଗତ ଫେବୃଆରୀ ମାସରେ ପୂର୍ବର ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ପକ୍ଷରୁ ଆଗତ ହୋଇଥିବା ବିଧେୟକର ସ୍ଥାନରେ ଏହି ବିଲ୍ ଆଗତ ହେବ। ସଦ୍ୟ ଅନୁମୋଦିତ ଟ୍ରିପଲ୍ ତଲାକ୍ ବିଲ୍ ସଂସଦର […]
ଭୁବନେଶ୍ୱର : ବିଜେପି ଶିବରରେ ଉତ୍ସବର ପରିବେଶ । ବାଜା-ବାଣରେ କମ୍ପୁଛି ପରିବେଶ, ଝୁମୁଛନ୍ତି କର୍ମୀ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବିଜେପି ରାଜ୍ୟ କାର୍ଯ୍ୟାଳୟରେ। ଯଦିଓ କର୍ଣ୍ଣାଟକ ଫଳାଫଳ ରୋଚକ ମୋଡ଼ରେ ପହଁଞ୍ଚିଛି, ତଥାପି ବଡ଼ ଦଳ ଭାବରେ ବିଜେପିର ପ୍ରଦର୍ଶନକୁ ନେଇ ଖୁସି ମନାଉଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମୀ। ବିଜେପୁର ବିପର୍ଯ୍ୟୟ ପରେ ରାଜ୍ୟ ବିଜେପି ପାଇଁ କର୍ଣ୍ଣାଟକ ଫଳ ଆଶ୍ୱସ୍ତି ଆଣିଛି ବୋଲି ନେତା ଆଶା କରୁଛନ୍ତି। କର୍ଣ୍ଣାଟକର ପ୍ରଭାବ ଓଡିଶା […]
ସମ୍ବଲପୁର : ସାବିତ୍ରୀ ଅମାବାସ୍ୟାରେ ସମ୍ବଲପୁର ସହରରେ ଦୁଃଖଦ ଘଟଣା । ଏହି ପବିତ୍ର ଦିନରେ ଚାରିଆଡ଼େ ସ୍ୱାମୀଙ୍କ ଦୀର୍ଘ ଆୟୁ ଓ ଶୁଭ କାମନା କରି ମହିଳାମାନେ ବ୍ରତ ରଖୁଥିବା ବେଳେ ଏଠାରେ କିନ୍ତୁ ସତ୍ୟବାନ ରୂପୀ ସ୍ୱାମୀ ପତ୍ନୀକୁ ମୃତ୍ୟୁମୁଖରୁ ବଞ୍ଚାଇ ନିଜେ ଚାଲିଯାଇଛନ୍ତି ଆରପାରିକୁ। ସମ୍ବଲପୁର ସହରର କମିଶନର କଲୋନୀରେ ଘଟିଛି ଏହି ଘଟଣା। ସମୟ ମଧ୍ୟାହ୍ନ ପ୍ରାୟ ୧୦ଟା। ମିଳିଥିବା ସୂଚନା ଅନୁଯାୟୀ, ଘରେ କାମ କରୁଥିବା ଜଣେ ସହାୟିକା ଲୁଗା […]
ବାରଣାସୀ: ଉତ୍ତର ପ୍ରଦେଶ ବାରଣାସୀରେ ଅଘଟଣ। ବାରଣାସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡି ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଭଙ୍ଗା ବ୍ରିଜ୍ ତଳେ ଏବେବି ୫୦ରୁ ଅଧିକ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଏନଡିଆର୍ଏଫ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା କହିଛନ୍ତି ୟୁପି ଡିଜିପି ଓପି ସିଂ। ଏହା ସହ ଚାପି […]
ବେଙ୍ଗାଲୁରୁ : କର୍ଣ୍ଣାଟକରେ କିଏ ଗଢିବ ସରକାର ? ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଅନୁସାରେ କାହାକୁ ମିଳିନାହିଁ ଆବଶ୍ୟକ ବହୁମତ। ବିଜେପି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର 112ରେ ପହଞ୍ଚିପାରିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଟ୍ରେଣ୍ଡ ଅନୁଯାୟୀ 104ଟି ଆସନରେ ବିଜେପି ଆଗୁଆ ଥିବା ବେଳେ 78ଟି ସିଟ୍ରେ ଆଗୁଆ ଅଛି କଂଗ୍ରେସ। ସରକାର ଗଠନ ପାଇଁ ବିଜେପିକୁ ଆଉ 8 ଜଣ ବିଧାୟକଙ୍କ ସମର୍ଥନ […]
କାଶ୍ମୀର : କିଛି ଦିନର ବ୍ୟବଧାନ ପରେ କାଶ୍ମୀରରେ ପୁଣି ଥରେ ମାତିଛନ୍ତି ଆତଙ୍କବାଦୀ। ଆଜି ଅପରାହ୍ନରେ ଅନନ୍ତନାଗର କେପି ରୋଡ୍ରେ ସିଆର୍ପିଏଫ୍ ପକ୍ଷରୁ ପାଟ୍ରୋଲିଂ ବେଳେ ହଠାତ୍ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଯେଉଁଥିରେ ୫ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଥିବା ବେଳେ ଜଣେ ପୁଲିସ ଇନ୍ସପେକ୍ଟର ଓ ସାଧାରଣ ନାଗରିକ ଆହତ ହୋଇଛନ୍ତି। ତେବେ ଉପସ୍ଥିତ ଯବାନ ଏହାର କଡ଼ା ଜବାବ ଦେଇଛନ୍ତି। ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏବେ ବି […]
ଭୁବନେଶ୍ୱର : ମହାନଦୀ ମହାସଂଗ୍ରାମ ପାଇଁ ସଜ ହେଉଛି ବିଜେଡି। ଆସନ୍ତାକାଲି ଠାରୁ ଆରମ୍ଭ ହେବ ମହାନଦୀ ଅଭିଯାନ। ବିଜେଡିର ମହାନଦୀ ସୁରକ୍ଷା ଯାତ୍ରାରେ ସାମିଲ ହେବେ ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ। ଝାରସୁଗୁଡାରୁ ଯାତ୍ରା ବାହାରି ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଦେଇ ମହାନଦୀ କୂଳେ କୂଳେ ୧୫ଟି ଜିଲ୍ଲା ଡେଇଁ ଜଗତସିଂହପୁର ପାରାଦ୍ୱୀପରେ ସରିବ ଯାତ୍ରା। ସାଧାରଣ ସଭା ସହ ଲୋକଙ୍କୁ ସଚେତନ କିରବେ ନେତା ଓ କର୍ମୀ।
ବେଙ୍ଗାଲୁରୁ : ରୋଚକ ସ୍ଥିତିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ରାଜନୀତି। ବିଜେପି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ମିଳିପାରି ନାହିଁ। ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ ଅନୁଯାୟୀ ୧୦୪ରୁ ଅଧିକ ଆସନରେ ବିଜେପି ଆଗୁଆ ଥିବା ବେଳେ ୭୮ରୁ ଅଧିକ ସିଟ୍ରେ ଆଗୁଆ ଅଛି କଂଗ୍ରେସ। ସେପଟେ ଆଞ୍ଚଳିକ ଦଳ ଜେଡିଏସ୍ ୩୮ ସିଟ୍ରେ ଲିଡ୍ କରୁଛି। ସରକାର ଗଠନ ପାଇଁ କଂଗ୍ରେସ […]
ନୂଆଦିଲ୍ଲୀ: ରାସ୍ତା ଉପରେ ମାରପିଟ କରି ଜଣଙ୍କୁ ଆହତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ପଞ୍ଜାବ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ। IPC ଧାରା ୩୨୩ ଅନୁଯାୟୀ ସିଦ୍ଧୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୩୦୪ ଅନୁସାରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ସିଦ୍ଧୁଙ୍କ ଠାରୁ ୧ହଜାର ଟଙ୍କା ଜରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ସିଦ୍ଧୁଙ୍କୁ ଜେଲ ଯିବାକୁ ପଡିବ ନାହିଁ। ଏଥିସହ ସେ ତାଙ୍କର […]
ସମ୍ବଲପୁର: ଆଜି ପବିତ୍ର ସାବିତ୍ରୀ ବ୍ରତ। ଆଜିର ଦିନରେ ସ୍ତ୍ରୀ ସ୍ୱାମୀଙ୍କର ଦୀର୍ଘ ଆୟୁଷ କାମନା କରିଥାନ୍ତି। ପୁରାଣରେ ବଣ୍ଣିତ ଅଛି ଯେ ଏହି ଦିନରେ ମୃତ୍ୟୁର ଦେବତା ଯମ ସହ ଲଢ଼ି ସ୍ୱାମୀଙ୍କ ଜୀବନ ବଞ୍ଚାଇଥିଲେ ସାବିତ୍ରୀ। ପୁରାଣର ଏହି ଭାବଧାରା ଉପରେ ଚାଲି ଆସିଛି ମହାନ୍ ଭାରତୀୟ ପାରିବାରିକ ପରମ୍ପରା। କିନ୍ତୁ ଆଜି ଭଳି ଦିନରେ,ଯେଉଁ ଦିନ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରିଥାନ୍ତି ପତ୍ନୀ, ସେହିଦିନ ହିଁ ସମ୍ବଲପୁର ଜିଲ୍ଲାରେ […]
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ରେ ଅଦଳବଦଳ। ପୀୟୁଷ ଗୋଏଲ୍ଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ଅରୁଣ ଜେଟ୍ଲି ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ଗୋଏଲ୍ ଏହି ଦାୟିତ୍ୱ ସମ୍ଭାଳିବେ। ଜେଟ୍ଲି ସୁସ୍ଥ ହୋଇ ଫେରିବା ପର୍ଯ୍ୟନ୍ତ ଗୋଏଲ୍ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ସେହିପରି ରାଜ୍ୟବର୍ଦ୍ଧନ ରାଠୋରଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ରାଜ୍ୟବର୍ଦ୍ଧନ ଏହି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ କାର୍ଯ୍ୟ କରୁଥିଲେ। ସେହିପରି ସୂଚନା ଓ ପ୍ରସାରଣ ଏବଂ ବୟନ ଶିଳ୍ପ […]
କୋଣାର୍କ: କୋଣାର୍କରେ ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ। କୋଣାର୍କ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି। ଗତ ୫ ବର୍ଷ ହେଲା ମହିଳା ଜଣଙ୍କ ଜଗନ୍ନାଥ ମନ୍ଦିର ସାମ୍ନାରେ ରହିଆସୁଥିଲେ। ତେବେ ଆଜି ଭୋରରୁ ତାଙ୍କର ମୃତଦେହ ଏକ ପାନ ଦୋକାନ ସାମ୍ନାରେ ସନ୍ଦେହଜନକ ଭାବେ ପଡିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ବେକରେ ରୁମାଲ ବନ୍ଧା ଯାଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା […]
ପୁରୀ: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ଼୍ର ବେଲେଶ୍ୱର ନିକଟରେ ସମୁଦ୍ରରୁ ଏକ ଜୀବନ୍ତ ଡଲଫିନ୍ ଉଦ୍ଧାର କରାଯାଇଛି। ସମୁଦ୍ର କୂଳକୁ ଡଲଫିନ୍ଟି ଭାସି ଆସିଥିବାବେଳେ ସ୍ଥାନୀୟ ଯୁବକମାନେ ଏହାକୁ ଉଦ୍ଧାର କରି ପୁଣିଥରେ ସମୁଦ୍ରରେ ଛାଡି ଦେଇଛନ୍ତି। ତେବେ ବାରମ୍ବାର ସମୁଦ୍ର ଭିତରକୁ ଛାଡିଥିଲେବି ବଡ ବଡ ଲହଡି ଯୋଗୁ ଡଲଫିନ୍ ଟି ସମୁଦ୍ର ଭିତରକୁ ଯାଇପାରିନଥିଲା। ଏନେଇ ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉକ୍ତ ଡଲଫିନ୍ଟି ବଟଲନୋଜ୍ ପ୍ରଜାତିର ବୋଲି ପୁରୀ […]