ବନ୍ଦ ହେଲା କୋଲକାତାର ପ୍ରଶିଦ୍ଧ 'ବୁର୍ଜ ଖଲିଫା' ପୂଜା ପାଣ୍ଡାଲ । ଅତ୍ୟଧିକ ଭିଡ଼ ଯୋଗୁଁ 'ବୁର୍ଜ ଖଲିଫା'ର ଡିଜାଇନ୍ରେ ନିର୍ମିତ ଦୁର୍ଗା ପୂଜା ପାଣ୍ଡାଲକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି ।
ଦିଲ୍ଲୀ ଏମ୍ସରେ ଚାଲିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ଚିକିତ୍ସା । ଆଜି ସକାଳୁ ମନମୋହନଙ୍କୁ ଯାଇ ଭେଟିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଏମ୍ସକୁ ଯାଇ ମନମୋହନଙ୍କ ସହ କଥା ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସେହିପରି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ପୁଅଙ୍କ ବିବାହ ସମାରୋହରେ ଅନେକ ତ୍ରୁଟି ଦେଖିବାକୁ ମିଳିଥିବା ସୂଚନା ମିଳିଛି। ଏପରିକି ସମାରୋହରେ ପୋଲିସ୍ ପୋଷାକରେ ଥିବା ଅନେକ ପୋଲିସ୍ କର୍ମୀ ନିଶାରେ ଥିଲେ ବୋଲି ଏବେ ସାମ୍ନାକୁ ଆସିଛି।
ଆତଙ୍କବାଦୀଙ୍କୁ ଖୋଜି ଖୋଜି ଧରିବେ ଯବାନ । ତ୍ରାହି ପାଇବେ ନାହିଁ ଆତଙ୍କୀ । ବୁଧବାର ଦିନ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ବିଏସଏଫର ଅଧିକାରକୁ ବଢ଼ାଇବା ସହ ଗିରଫ, ତଦନ୍ତ, ସର୍ଚ୍ଚ ଅପରେସନ୍ ଓ ଜବତ୍ କ୍ଷମତା ପ୍ରଦାନ କରାଯାଇଛି ।
ଦୁର୍ଗାପୂଜା ଚାଲିଥିବା ବେଳେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଖିବୁଜା ଗୁଳିଚାଳନା କଲେ ଦୁର୍ବୃତ୍ତ । ଅଯୋଧ୍ୟା କୋଟୱାଲିର ଦେବକାଳୀ ଛକ ନିକଟସ୍ଥ କୋରଖାନା ଅଞ୍ଚଳରେ ଦୁର୍ଗାପୂଜା ଚାଲିଥିବା ସମୟରେ ଗୁଳିମାଡ଼ ହୋଇଛି ।
ଆର୍ୟନଙ୍କ ଜାମିନ ଆବେଦନ ଉପରେ ଆଜି ପୁଣି ହେବ ଶୁଣାଣି। ମୁମ୍ବାଇ ସ୍ବତନ୍ତ୍ର ଏନ୍ଡିପିଏସ୍ କୋର୍ଟରେ କାଲି ହୋଇଥିଲା ଶୁଣାଣି ।
ଡ୍ରଗ୍ସ ମାମଲାରେ ଗିରଫ ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନର ଆଜି ପୁଣି ଶୁଣାଣି । ଜାମିନ୍ ପାଇଁ ଆବେଦନ କରି କାଲି ନିରାଶ ହୋଇଥିଲେ ଆର୍ୟନ ଖାନଙ୍କ ଓକିଲ । ଆର୍ୟନଙ୍କ ଜାମିନ୍ ଆବେଦନ ଶୁଣାଣିକୁ କୋର୍ଟ ଆଜିକୁ ଘୁଞ୍ଚାଇ ଦେଇଥିଲେ । ଫଳରେ ଆଜି ଦିନ ୧୧ଟା ପରେ ଶୁଣାଣି ହେବା ନେଇ ସୂଚନା ମିଳିଛି ।
ପୁଣି ବଢିଲା ତେଲ ଦର । ଗତ ଦୁଇ ଦିନର ବିରତି ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ପୁଣି ବୃଦ୍ଧି ପଇଛି । ଗତ ମଙ୍ଗଳବାର ଓ ବୁଧବାର ତେଲ ଦର ସ୍ଥିର ରହିଥିଲା । ହେଲେ ଆଜି ବିଭିନ୍ନ ସହରରେ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଓଡିଶାର ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଛି ସ୍ୱତନ୍ତ୍ର ଲଫାପା । ଡାକ ସପ୍ତାହ ପାଳନ ଅବସରରେ ନୂଆଦିଲ୍ଲୀରେ ଡାକବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି ।
ଆଜିକାଲି ଅନ୍ଲାଇନ୍ ମାର୍କେଟିଂ ଟ୍ରେଣ୍ଡ୍ ହୋଇଛି। ଫ୍ଲିପ୍କାର୍ଟରେ ଚାଲିଛି ମେଗା ସେଲ୍। ନିକଟରେ ଏହି ବିକ୍ରିରେ ଅନେକ ଉତ୍ପାଦ ଉପରେ ରିହାତି ଦିଆଯାଉଥିଲା। ଏହି ସେଲ୍ରେ, ଆଇଫୋନ୍ ୧୨ ମଧ୍ୟ ବହୁତ କମ୍ ଦାମ୍ରେ ବିକ୍ରି ହେଉଥିଲା। ଏନେଇ ଅନେକ ଗ୍ରାହକ ଆଇଫୋନ୍ ୧୨ ଅର୍ଡର କରିଥିଲେ କିନ୍ତୁ ଜଣେ ଫ୍ଲିପ୍କାର୍ଟ ଗ୍ରାହକଙ୍କୁ ଆଇଫୋନ୍ ୧୨ ବଦଳରେ ଦୁଇଟି ନିର୍ମା ସାବୁନ୍ ମିଳିଛି। ଫ୍ଲିପ୍କାର୍ଟ ଗ୍ରାହକ ସିମ୍ରନ୍ପାଲ୍ ସିଂଙ୍କ ସହ ଏମିତି ଘଟିଛି।
ଦିଲ୍ଲୀ ଲକ୍ଷ୍ମୀନଗର ରମେଶ ପାର୍କ ଅଞ୍ଚଳରୁ ଗିରଫ ହୋଇଛି ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅସରଫ । ସେ ଏକ ବିରାଟ ଆକ୍ରମଣ କରିବା ପାଇଁ ରଚିଥିଲା ଷଡ଼ଯନ୍ତ୍ର । ଏନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି । ସେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲା ବୋଲି କୁହାଯାଇଛି ।
ନଭେମ୍ବର ମାସରୁ ପିଲାଙ୍କୁ ଦିଆଯିବ କରୋନା ଟିକା। ୨ ରୁ ୧୮ ବର୍ଷ ପିଲାଙ୍କୁ ଚଳିତ ନଭେମ୍ବର ମାସରୁ ହିଁ ଦିଆଯିବ ଭ୍ୟାକ୍ସିନ। ସୂଚନା ଅନୁସାରେ, ନଭେମ୍ବର ଦ୍ୱିତୀୟ ସପ୍ତାହରୁ ପିଲାମାନଙ୍କୁ ଦିଆଯିବ ଟିକା
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର। ଏଣିକି ରାତି ୧୧ଟାରୁ ସକାଳ ୬ ପର୍ଯ୍ୟନ୍ତ ଖୋଲିବ ନାହିଁ ହ୍ୱାଟ୍ସଆପ୍। ଏହି ନିର୍ଦ୍ଦେଶ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଛି। ଯାହା ଜଣାପଡ଼ିବା ପରେ ହ୍ୱାଟ୍ସଆପ୍ ୟୁଜର୍ସଙ୍କ ଚିନ୍ତା ବଢିଛି।
କିଙ୍ଗ୍ ଖାନଙ୍କ ପୁଅ ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ମୁମ୍ବାଇ ସ୍ୱତନ୍ତ୍ର NDPS କୋର୍ଟରେ ଆର୍ୟନଙ୍କ ଜାମିନ୍ ଆବେଦନର ହେଉଛି ଶୁଣାଣି। ନିମ୍ନ କୋର୍ଟରୁ ଜାମିନ୍ ଖାରଜ ହେବା ପରେ ସ୍ୱତନ୍ତ୍ର କୋର୍ଟରେ ଆବେଦନ ହୋଇଛି
ଉତ୍ତରପ୍ରଦେଶ ଲଖିମପୁର ଖେରୀ ମାମଲାକୁ ନେଇ ଥମିବାର ନାଁ ନେଉନି ରାଜନୀତି । ୟୁପି ସରକାର ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଫେରାଦ ହୋଇଛି ଜାତୀୟ କଂଗ୍ରେସ ।
ଆମାଜନରେ ମହା ପାର୍ବଣ ବିକ୍ରି ଚାଲିଛି। ବର୍ତ୍ତମାନ ସମୟରେ ଆପଣ ଗେମିଂ ଲାପ୍ଟପ୍ ଭଳି କିଛି ଦାମୀ ଇଲେକ୍ଟ୍ରୋନିକ୍ ଡିଭାସ୍କୁ ବହୁ ଶସ୍ତାରେ କିଣିପାରିବେ। ତେବେ ସେହି ଗେମିଂ ଲାପ୍ଟପ୍ ବିଷୟରେ ଯେଉଁଠିରେ ମିଳୁଛି ବମ୍ଫର ରିହାତି। ଏବେ ଗେମିଂ ଲାପ୍ଟପ୍ ଉପରେ ଟପ୍ ଡିଲ୍ସ ଚାଲିଥିବା ବେଳେ ଏହା ଅଧିନରେ ଆମାଜନ୍ରେ ଅଫର ମିଳୁଛି। ଖାଲି ଏତିକି ନୁହେଁ ଯଦି କୌଣସି ଗ୍ରାହକ ପ୍ରିମିୟମ୍ କ୍ୱାଲିଟିର ଲାପ୍ଟପ୍ କିଣେ ତେବେ ତାକୁ ସେଲ୍ ପ୍ରାଇସ୍ ବ୍ୟତୀତ ଏଚ୍ଡିଏଫ୍ସି ବ୍ୟାଙ୍କରୁ ୧୦ ପ୍ରତିଶତ କେସବ୍ୟାକ୍ର ବି ଲାଭ ମିଳିବ।
ଦୁନିଆରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ଏକା ସାଙ୍ଗରେ ୪୮ ଶହ କିଲୋର ମିଠା ଭାତ ଏକା ସାଙ୍ଗରେ ତିଆରି ହୁଏ। କୁହାଯାଉଛି ଏତେ ମାତ୍ରାରେ ଏକା ସାଙ୍ଗରେ ଭୋଗ ଅନ୍ୟ କେଉଁଠାରେ ତିଆରି କରାଯାଏ ନାହିଁ
ପେଟିଏମ୍ ବ୍ୟବହାରୀଙ୍କ ପାଇଁ ବଡ ଖବର। ଡିଜିଟାଲ୍ ପେମେଣ୍ଟ ଏବଂ ଆର୍ଥିକ ସେବା ନେଣଦେଣ କରୁଥିବା କମ୍ପାନୀ ପେଟିଏମ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର ଦେଇଛି। ବାସ୍ତବରେ, ବର୍ତ୍ତମାନ ପେଟିଏମ୍ ବ୍ୟବହାରକାରୀମାନେ ଡିଜିଲୋକର୍ ବ୍ୟବହାର କରିପାରିବେ
ଏୟାର ଇଣ୍ଡିଆକୁ କିଣିଛି ଟାଟା ଗ୍ରୁପ। ଦେଶର ଏକମାତ୍ର ସରକାରୀ ଏୟାରଲାଇନ୍ସକୁ ୧୮ ହଜାର କୋଟି ଟଙ୍କାରେ କିଣିବାରେ କଂପାନୀ ସଫଳ ହୋଇଛି। ଗତ ୨ ହଜାର ମସିହାରୁ ଆଜି ଯାଏଁ ଟାଟା ଗ୍ରୁପ ଏକ ଡଜନ କମ୍ପାନି ଅଧିଗ୍ରହଣ କରି ସାରିଛି। ଏବେ ଜାଣନ୍ତୁ କେବେ କେଉଁ କଂପାନୀକୁ ଅଧିଗ୍ରହଣ କରିଥିଲା ଟାଟା ଗ୍ରୁପ।
ଦେଶରେ କମିଲା ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୫ ହଜାର ୮୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୬ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି ଭାବରେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୦୧,୭୪୩ରେ ପହଞ୍ଚିଛି
ଆଜି ମାଟି ଝୁରୁଛି, ସାଥୀ ବି ଝୁରୁଛି ଆଉ ମନେ ପକାଉଛି ଗାଁର ପ୍ରତ୍ୟେକଟି ବ୍ୟକ୍ତି । ଏଇଠି ସେ ବଢ଼ିଥିଲା, ଚାଲି ଶିଖିଥିଲା । ସେ ଥିଲା ଗାଁ ମାଟି ପାଇଁ ଗର୍ବ । ଆଜି ସେ ଫେରିଛି ସେହି ଗାଁକୁ ହେଲେ ଜୀବନ୍ତ ନୁହେଁ ବରଂ ସହିଦର ଆଖ୍ୟା ନେଇ ଫେରିଛି । ପଞ୍ଜାବର ବିଭିନ୍ନ କୋଣ ଅନୁକୋଣରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୁରଦାସପୁର ହେଉ କି ରୁପର୍ କିମ୍ବା କପୁରଥାଲା, ସବୁଠି ଆଜି ସହିଦଙ୍କ ସମ୍ମାନରେ ନଇଁଛି ମଥା ।
କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ସଜାଡିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତି ଶକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଏକ ମଲ୍ଟି ମୋଡାଲ ମାଷ୍ଟର ପ୍ଲାନ ଯୋଜନା ଏଥିରେ ଭିତ୍ତିଭୂମି ନିର୍ମାଣ ପାଇଁ ସରକାରଙ୍କ ବିଭିନ୍ନ ବିଭାଗକୁ ନେଇ ଏକ ସାମଗ୍ରିକ ଯୋଜନାର ରୂପରେଖ ପ୍ରସ୍ତୁତ କରାଯିବ
୧୧ ବର୍ଷ ବୟସରୁ ଝିଅକୁ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଅମଣିଷ ବାପା । ନାବାଳିକାଙ୍କ ଅଭିଯୋଗ ଅନୁସାରେ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରୁ ବାପା ତାକୁ ଶାରୀରିକ ନିର୍ଯାତନା ଦେବା ସହ ଦୁଷ୍କର୍ମ କରୁଥିଲା । କୁନି ଝିଅର ଚିତ୍କାର ତା’ କାନକୁ ପଡ଼ୁନଥିଲା । କାକୁତି ମିନତି ହେଲେ ବି ଶୁଣୁନଥିଲା ନରପିଶାଚ ।
୨୨ ଦିନ ପାଇଁ ଷ୍ଟକ୍ ରହିଛି କୋଇଲା.. ଶକ୍ତି ଉତ୍ପାଦନ ସଂସ୍ଥାକୁ କୋଇଲା ଯୋଗାଣ ବଢ଼ାଇବାକୁ CILକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।
ଯେଉଁ ଫ୍ଲାଇଟରେ ବାପା ପାଇଲଟ୍, ସେହି ଫ୍ଲାଇଟରେ କୁନି ଝିଅ ଯାତ୍ରୀ.. ଉଡ଼ାଜାହାଜରେ ଝିଅଟି ପାଇଲଟ ବାପାଙ୍କୁ ଦେଖିବା ପରେ କେତେ ଖୁସି ହେଇଯାଇଛି ଦେଖନ୍ତୁ