ଛୁଆଟି ଦେହରେ ବାଜି ଯିବ, ବାଡ଼ାନ୍ତୁ ନାହିଁ ଆଜ୍ଞା...ନେହୁରା ହୋଇ ପୋଲିସ୍ ବାବୁଙ୍କୁ ବାରମ୍ବାର କହି ଚାଲିଥିଲେ ବ୍ୟକ୍ତି ଜଣକ। ହେଲେ କେହି ତାଙ୍କ କଥା ଶୁଣିନଥିଲେ। ପୋଲିସ୍ କର୍ମୀ ଏତେ ନିର୍ଦ୍ଦୟ ହୋଇ ଯାଇଥିଲେ ଯେ, ତାଙ୍କୁ ଏହି କଥାର କୌଣସି ଫରକ୍ ପଡ଼ିନଥିଲା।
କେମିତି ହେଲା CDSଙ୍କ ବିମାନ ଦୁର୍ଘଟଣା? ସତ ସାମ୍ନାକୁ ଆଣିବ ଉଦ୍ଧାର ହୋଇଥିବା ବ୍ଲାକ୍ବକ୍ସ, ଜାଣନ୍ତୁ କେମିତି ଏହି ବକ୍ସ କହିବ ଦୁର୍ଘଟଣା ପଛରେ ଥିବା କାରଣ
ସ୍ୱାମୀ ନାମରେ କଳଙ୍କ । ପ୍ରେମ ବିବାହ କରିବା ପରେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କଲା । ସୌଭାଗ୍ୟବଶତଃ ବଞ୍ଚିଗଲେ ପୀଡ଼ିତା ।
ଯୁଦ୍ଧରେ ଧୁରନ୍ଦର ଥିଲେ, ଶତ୍ରୁଙ୍କୁ କଡ଼ା ଜବାବ୍ ଦେବାରେ ମାହିର ଥିଲେ। ଆକ୍ରମଣ କରିବା ଶୈଳୀ ବେଶ୍ ନିଆରା ଥିଲା....ମୈଦାନକୁ ଓହ୍ଲାଉଥିଲେ, ଶତ୍ରୁଙ୍କ ଆକ୍ରମଣକୁ ସାମ୍ନା କରୁଥିଲେ। ହେଲେ ଆଜି...
ସେ ଥିଲେ ମିଶନ ମ୍ୟାନ୍...ନା ଶୁଣିଲେ ଥରୁଥିଲା ଶତ୍ରୁର ଛାତି । ଆତଙ୍କୀଙ୍କୁ ନିପାତ କରିବା ପାଇଁ ପଣ କରିଥିଲେ...ଦେଶର ସୁରକ୍ଷାକୁ ନେଇ ଅନେକ ସ୍ୱପ୍ନ ବି ଦେଖୁଥିଲେ....ଜାଣନ୍ତୁ କେଉଁ କେଉଁ ଅପରେସନ୍ରେ ସାମିଲ ଥିଲେ ରାୱତ...
ନେତାଜୀ ସୁଭାଷ ବୋଷଙ୍କଠାରୁ ସିଡିଏସ ବିପିନ ରାୱତଙ୍କ ପର୍ଯ୍ୟନ୍ତ ଦେଶର ଏହି ଚିହ୍ନା ମୁହଁ ଶୂନ୍ୟରେ ଆଖି ବୁଜିଥିଲେ। ପ୍ରମୁଖ ବିମାନ ଦୁର୍ଘଟଣାରେ ଆଖି ବୁଜି ଦେଇଥିଲେ ଏମାନେ। ଜାଣନ୍ତୁ, କେବେ, କିଏ, କେଉଁଠି ଆକାଶରେ ସବୁ ଦିନ ପାଇଁ ଆଖି ବୁଜିଥିଲେ।
ଭାରତରେ କରୋନାର ଓମିକ୍ରନ୍ ଭ୍ୟାରିଏଣ୍ଟ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ଜାନୁଆରୀ ୩୧ ଯାଏ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା। ତେବେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ କିଛି ସିଡ୍ୟୁଲ୍ ଅନ୍ତର୍ଜାତୀୟ ବିମାନ ଚାଲିପାରିବ।
ଅତୀତରେ ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧୀ, ମାଧବରାଓ ସିନ୍ଧିଆ, ୱାଇଏସ୍ଆର୍ ରେଡ୍ଡୀଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ଘଟିଛି। ଏହା ସହ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଉଛି। ଏନେଇ ଏବେବି ବିବାଦ ରହିଛି।
ଆଜି CDS ଜେନେରାଲ ବିପିନ ରାଓ୍ୱତଙ୍କ ଶେଷକୃତ୍ୟ । ସହିଦ ରାଓ୍ୱତଙ୍କ ସମେତ ଅନ୍ୟ ସହିଦ ଯବାନମାନଙ୍କର ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ ।
CDS ଜେନେରାଲ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚପର କ୍ରାସ୍ରେ ପ୍ରାଣ ହରାଇଥିବା ସମସ୍ତ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ପୁଷ୍ପମାଲ୍ୟ ଦେଇ ବୀର ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସିଡିଏସ୍ ବିପିନ୍ ରାଓ୍ୱତଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁସେନାର MI 17 V5 ହେଲିକପ୍ଟର, କ୍ରାସ୍ର ମାତ୍ର କେଇ ମୁହୂର୍ତ୍ତ ପୂର୍ବର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।
ବର୍ଷେରୁ ଅଧିକ ଦିନ ହେବ ତିଆରି ହୋଇଥିବା ଟେଣ୍ଟ ଶେଷରେ ଖୋଲାଯାଉଛି । ଶନିବାର ସୁଦ୍ଧା ଦିଲ୍ଲୀ ସୀମାରୁ ଟେଣ୍ଟ ପୁରା ଉଠିଯିବା ସହ ରାସ୍ତା ବି ଖାଲି ହୋଇଯିବ ।
ସିଡିଏସ୍ ବିପିନ୍ ରାଓ୍ୱତଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁସେନାର MI 17 V5 ହେଲିକପ୍ଟର, କ୍ରାସ୍ର ମାତ୍ର କେଇ ମୁହୂର୍ତ୍ତ ପୂର୍ବର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।
ବାୟୁସେନାର ସ୍ୱତନ୍ତ୍ର ବିମାନରେ ସମସ୍ତ ୧୩ ଜଣଙ୍କ ପାର୍ଥିବ ଶରୀର ପହଞ୍ଚିଲା । ତାମିଲନାଡୁର ସୁଲୁର ବିମାନବନ୍ଦରରୁ ପାର୍ଥିବ ଶରୀର ଆସି ପହଞ୍ଚିଛି । ଜେନେରାଲ ରାୱତଙ୍କ ଦୁଇ ଝିଅ ପାଲମ ବିମାନବନ୍ଦରରେ ଉପସ୍ଥିତ ରହିଛନ୍ତି ।
କନ୍ୟାର ଉଜ୍ଜଳ ଭବିଷ୍ୟତ ପାଇଁ ଲୋକମାନେ ସେମାନଙ୍କ ଜନ୍ମରୁ ନିବେଶ ପଲିସି ପାଇଁ ପ୍ଲାନ୍ କରନ୍ତି। ଆଜି ଆମେ ଆପଣଙ୍କୁ ଏଲଆଇସିର ଏମିତି ଏକ ପ୍ଲାନ୍ ସମ୍ପର୍କରେ ଜଣାଉଛୁ, ଯାହା କନ୍ୟାର ବିବାହ ପାଇଁ ହିଁ ପ୍ରସ୍ତୁତ କରାଯାଇଛି। ଏଲଆଇସିର ଏହି ପଲିସିର ନାଁ ହେଉଛି ଜୀବନ ରକ୍ଷକ ସ୍କିମ୍ ବା କନ୍ୟାଦାନ ଯୋଜନା।
ପାର୍ଥିବ ଶରୀରକୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଆଜି ଅପରାହ୍ଣରେ ସାମାନ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି କୋଏମ୍ବାଟୋରର ସୁଲୁରକୁ ଯାଉଥିଲା।
ୱିଙ୍ଗ୍ କମାଣ୍ଡର ପ୍ରୀତି ଚାରି ଭଉଣୀଙ୍କ ଏକମାତ୍ର ଭାଇ ଥିଲେ । ତାଙ୍କର ଦୁଇ ଭଉଣୀ ଆଗ୍ରାରେ ରୁହନ୍ତି । ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଖବର ଶୁଣି ଘରକୁ ଧାଇଁ ଆସିଥିବା ଭଉଣୀ ମୀନାଙ୍କ ଆଖିରୁ ଲୁହ ଶୁଖୁନି । ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମାର ଭାଇ ଆସୁଥିଲା । ଅତି ସ୍ନେହରେ ତାକୁ ରାକ୍ଷୀ ବାନ୍ଧୁଥିଲି । ତିନି ଦିନ ପୂର୍ବେ ବାପାଙ୍କ ଆଖିର ଅପରେସନ୍ ବିଷୟରେ ସହ କଥାବାର୍ତ୍ତା ହୋଇଥିଲା
ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ସାରା ଦେଶକୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଲାନ୍ସ ନାଏକ ସାଇ ତେଜା ଅଛନ୍ତି।
ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ନିର୍ବନ୍ଧ ।
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ମିଳିଲା ବ୍ଲାକ୍ବକ୍ସ : ସାମ୍ନାକୁ ଆସିବ ଦୁର୍ଘଟଣା ପଛର ସତ
ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାୟୁସେନାର ହେଲିକପ୍ଟର Mi-17 V5ର ବ୍ଲାକ୍ ବକ୍ସ ଉଦ୍ଧାର ହୋଇଛି। ଦୁର୍ଘଟଣାସ୍ଥଳରୁ ବ୍ଲାକ୍ ବକ୍ସର କକ୍ପିଟ୍ ଭଏସ୍ ରେକର୍ଡର ଓ ଫ୍ଲାଇଟ ଡାଟା ରେକର୍ଡର ମିଳିଛି।
ବର୍ଷେ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ପ୍ରେସମିଟ୍ରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଘୋଷଣା କରିଛି। ଆସନ୍ତା ୧୧ରୁ ଘରକୁ ଫେରିବେ ଆନ୍ଦୋଳନରତ କୃଷକ।
ଖୁବ୍ ଅମାୟିକ ଥିଲେ ସିଡିଏସ୍ ବିପିନ୍ ରାୱତ୍ । ଜୁନିୟର ଅଫିସରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହ ତାଙ୍କର ବ୍ୟବହାର ଖୁବ ଭଲ ଥିଲା । ତାଙ୍କର ଅବର୍ତ୍ତମାନରେ ଏବେ ସିଡିଏସଙ୍କୁ ଝୁରୁଛନ୍ତି ଉତ୍ତର କାଶ୍ମୀରବାସୀ ।
ଚମ୍ବଲର ମୁନ୍ନିବାଇ ଏବେ ଘର ଖଣ୍ଡିଏ ପାଇଁ ବାରଦ୍ୱାର ହେଉଛନ୍ତି । ଜବରଦଖଲକାରୀଙ୍କ ଷଡ଼ଯନ୍ତ୍ରରେ ଜର୍ଜରିତ ହୋଇପଡ଼ିଛନ୍ତି ଚମ୍ବଲର ସୁନ୍ଦରୀ ।
ରୋହିଣୀ କୋର୍ଟରେ ନିମ୍ନ ତୀବ୍ରତାଯୁକ୍ତ ବିସ୍ଫୋରଣ । ତୁରନ୍ତ ଖାଲି କରାଗଲା ପରିସର ।