• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରକ୍ତରେ ଦେଶପ୍ରେମ ଏବଂ ଆଦର୍ଶବାଦ । ଲକ୍ଷ୍ୟ ସ୍ପଷ୍ଟ ଓ ଉଦ୍ଦେଶ୍ୟ ମହତ । ତାଙ୍କର ନିଷ୍ଠା , ଶକ୍ତି, ସାହସ ଓ ସାହସିକତା ଦେଶପ୍ରେମର ଅନନ୍ୟ ଉଦାହରଣ । ସିଡିଏସ୍ ଜେନେରାଲ୍ ବିପିନ ରାୱତ ଜଣେ ଶକ୍ତ ଅଧିକାରୀ ହେବା ସହିତ ତାଙ୍କର କୋମଳ ତଥା ଭଦ୍ର ଆଚରଣ ପାଇଁ ବେଶ୍ ଜଣାଶୁଣା । ଜାମ୍ମୁ କାଶ୍ମୀରର ଲୋକଙ୍କ ସହ ତାଙ୍କର ବ୍ୟବହାର ଅତୁଳନୀୟ । ତେବେ ତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଉତ୍ତର କାଶ୍ମୀରରେ ଶୋକର ଲହରୀ ଖେଳିଯାଇଥିଲା । ଲୋକମାନେ କାନ୍ଦି କାନ୍ଦି ଦେଶର ବୀର ପୁତ୍ରକୁ ମନେ ପକାଉଛନ୍ତି । ତାଙ୍କ ସହ ଜଡିତ ଜିନିଷ ଦେଖିବା ପରେ ଭାବପ୍ରବଣ ହୋଇଯାଉଛନ୍ତି ।

ପୋଲିସ ସହିତ CDS ଙ୍କର ସମନ୍ୱୟ ବେଶ୍ ଭଲ ଥିଲା । ବିପିନ୍ ରାୱତଙ୍କ ସହ ଜଡିତ କିଛି ଅନୁଭୂତି ବାଣ୍ଟିବା ସମୟରେ ବର୍ତ୍ତମାନ ଏନଆଇଏରେ କାର୍ଯ୍ୟ କରୁଥିବା ଜଣେ ପୋଲିସ କର୍ମଚାରୀ ଭାବପ୍ରବଣ ହୋଇଯାଇଛନ୍ତି । ସିଡିଏସ୍ ଜେନେରାଲ୍ ବିପିନ ରାୱତ ଜଣେ ଉଦାର ହୃଦୟର ବ୍ୟକ୍ତି ଥିଲେ । ସେ ଜୁନିଅର ଅଫିସରମାନଙ୍କୁ ଅଭିଭାବକ ପରି ବ୍ୟବହାର କରୁଥିଲେ । ତାଙ୍କର ବଳିଦାନ ମନେ ରଖିବ ଦେଶ । ସେ ସମସ୍ତଙ୍କ ହୃଦୟରେ ରହିବେ ।

ତେବେ ସାଧାରଣ ଲୋକଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ମଧ୍ୟ ଖୁବ୍ ଭଲ ଥିଲା । ସିଡିଏସ୍‌ଙ୍କ ମୃତ୍ୟୁ ଖବର ଶୁଣିବା ପରେ ଉତ୍ତର କାଶ୍ମୀରର ଲୋକମାନେ ଏବେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି । ଜେନେରାଲ ରାୱତ ସର୍ବଦା ଲୋକଙ୍କ ମଧ୍ୟରେ ରହୁଥିଲେ । ସେ ଆମର ସମସ୍ୟା ଶୁଣିବା ସହ ସମାଧାନର ରାସ୍ତା ଖୋଜୁଥିବା କହିଛନ୍ତି । ସେ ସମସ୍ତଙ୍କୁ ନିଜର ପରିବାର ଲୋକଙ୍କ ପରି ବ୍ୟବହାର କରୁଥିଲେ । ଦିଲ୍ଲୀରେ ତାଙ୍କର ପୋଷ୍ଟିଂ ହୋଇଥିଲେ ମଧ୍ୟ ତାଙ୍କ ହୃଦୟ ଉତ୍ତର କାଶ୍ମୀର ଲୋକଙ୍କ ମଧ୍ୟରେ ରହୁଥିଲା । ତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଦିଲ୍ଲୀରେ ପହଞ୍ଚିଥିବା ବାରାମୁଳାର ଜଣେ ବ୍ୟକ୍ତି କହିଛନ୍ତି , ରାୱତ ସାହେବ ଆମକୁ ଛାଡି ଚାଲିଯାଇଛନ୍ତି।

ସୂଚନାଯୋଗ୍ୟ ତିନି ସେନା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଲାଗି ସୃଷ୍ଟି କରାଯାଇଥିବା ସିଡିଏସ୍ ପଦରେ ବସିବାର ଗୌରବ ମିଳିଥିଲା ଜେନେରାଲ ବିପିନ୍ ରାଓ୍ୱତଙ୍କୁ । ୨୦୧୯ ଡିସେମ୍ବର ୩୦ରେ ତାଙ୍କୁ ଏହି ପଦ ମିଳିଥିବା ବେଳେ ୨୦୨୦ ଜାନୁଆରୀ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଏହି ପଦ ଗ୍ରହଣ କରିବା ପୂର୍ବରୁ ସେ ୫୭ ତମ ତଥା ଶେଷ ଚିଫ୍ ଅଫ୍ ଷ୍ଟାଫ କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ ।