Advertisment

ହେଲିକପ୍ଟର କ୍ରାଶ୍‌ର ମୃତକଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ପାର୍ଥିବ ଶରୀରକୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଆଜି ଅପରାହ୍ଣରେ ସାମାନ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି କୋଏମ୍ବାଟୋରର ସୁଲୁରକୁ ଯାଉଥିଲା।

author-image
Rajalaxmi Sahoo
Ambulance Accident

Ambulance Accident

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ସାରା ଦେଶକୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି। ଦୁର୍ଘଟଣାଗ୍ରସ୍ତ ବାୟୁସେନାର Mi-17V5 ହେଲିକପ୍ଟରରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଓ ସେନାର ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୧୪ ଜଣ ଥିଲେ। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ପାର୍ଥିବ ଶରୀରକୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଆଜି ଅପରାହ୍ଣରେ ସାମାନ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି କୋଏମ୍ବାଟୋରର ସୁଲୁରକୁ ଯାଉଥିଲା। 

Advertisment

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାର୍ଥିବ ଶରୀରକୁ ୱେଲିଂଟନ୍‌ରୁ ନେଇ ସୁଲୁର ଏୟାର ବେସ୍‌ ଅଭିମୁଖେ ଆମ୍ବୁଲାନ୍ସଟି ଯାଉଥିଲା। ଏହି ସମୟରେ କୋଏମ୍ବାଟୁରରେ ଆମ୍ବୁଲାନ୍ସଟି ସାମାନ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବା ପରେ ପାର୍ଥିବ ଶରୀରକୁ ଅନ୍ୟ ଏକ ଆମ୍ବୁଲାନ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। 

ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂ ସୌଭାଗ୍ୟକ୍ରମେ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ଜୀବନ ସହ ସଂଘର୍ଷ କରୁଛନ୍ତି କ୍ୟାପନେଟ୍ ବରୁଣ। ଅଧିକ ଚିକିତ୍ସା ପାଇଁ କ୍ୟାପନେଟ୍ ବରୁଣ ସିଂଙ୍କୁ ବେଙ୍ଗାଲୁରୁ ନିଆଯିବ ବୋଲି ସୂଚନା ମିଳିଛି। ୱିଲିଙ୍ଗଟନ୍ ହସ୍ପିଟାଲ୍‌ରୁ ତାଙ୍କୁ ଏୟାର ଲିଫ୍ଟ କରାଯିବ ବୋଲି ଜଣାପଡ଼ିଛି। 

Advertisment
Ambulance Accident Army Helicopter Crash CDS Chopper Crash IAF Chopper Crash
Advertisment
Advertisment