Advertisment

ନିର୍ଦ୍ଦୟ ପୋଲିସ୍‌: ବାପାକୁ ଲାଠିରେ ପିଟି ଚାଲିଲା, କୋଳରେ କାନ୍ଦୁଥିଲା ପୁଅ...

ଛୁଆଟି ଦେହରେ ବାଜି ଯିବ, ବାଡ଼ାନ୍ତୁ ନାହିଁ ଆଜ୍ଞା...ନେହୁରା ହୋଇ ପୋଲିସ୍‌ ବାବୁଙ୍କୁ ବାରମ୍ବାର କହି ଚାଲିଥିଲେ ବ୍ୟକ୍ତି ଜଣକ। ହେଲେ କେହି ତାଙ୍କ କଥା ଶୁଣିନଥିଲେ। ପୋଲିସ୍‌ କର୍ମୀ ଏତେ ନିର୍ଦ୍ଦୟ ହୋଇ ଯାଇଥିଲେ ଯେ, ତାଙ୍କୁ ଏହି କଥାର କୌଣସି ଫରକ୍‌ ପଡ଼ିନଥିଲା।

author-image
Rajalaxmi Sahoo
UP Cops Thrash Man

UP Cops Thrash Man

ଲକ୍ଷ୍ନୌ: ଛୁଆଟି ଦେହରେ ବାଜି ଯିବ, ବାଡ଼ାନ୍ତୁ ନାହିଁ ଆଜ୍ଞା...ନେହୁରା ହୋଇ ପୋଲିସ୍‌ ବାବୁଙ୍କୁ ବାରମ୍ବାର କହି ଚାଲିଥିଲେ ବ୍ୟକ୍ତି ଜଣକ। ହେଲେ କେହି ତାଙ୍କ କଥା ଶୁଣିନଥିଲେ। ପୋଲିସ୍‌ କର୍ମୀ ଏତେ ନିର୍ଦ୍ଦୟ ହୋଇ ଯାଇଥିଲେ ଯେ, ତାଙ୍କୁ ଏହି କଥାର କୌଣସି ଫରକ୍‌ ପଡ଼ିନଥିଲା। ଉତ୍ତର ପ୍ରଦେଶ କାନପୁର ଦେହାତରେ ପୋଲିସ୍‌ର ଏଭଳି ବର୍ବରତା ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ କର୍ମୀ ଲାଠିରେ ନିର୍ଘାତ ମାଡ଼ ମାରି ଚାଲିଛନ୍ତି। ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ କୋଳରେ ୩ ବର୍ଷର ଛୋଟ ଛୁଆଟି ଭୟରେ କାନ୍ଦୁଛି। ସୋସିଆଲ୍‌ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। 

Advertisment

ପ୍ରାୟ ୧ ମିନିଟ୍‌ର ଏହି ଭିଡିଓରେ ଦେଖିବାକୁ ମିଳିଛି, ପୋଲିସ୍‌ କର୍ମୀ ଜଣେ ବ୍ୟକ୍ତିଙ୍କୁ ଲାଠିରେ ନିର୍ଘାତ ମାଡ଼ ମାରୁଛନ୍ତି। ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ କୋଳରେ ୩ ବର୍ଷର ଛୋଟ ଛୁଆଟି ଭୟରେ କାନ୍ଦୁଛି। ଛୁଆଟି ଦେହରେ ବାଜି ଯିବ, ବାଡ଼ାନ୍ତୁ ନାହିଁ... ବ୍ୟକ୍ତି ଜଣକ ବାରମ୍ବାର ଏହି କଥା ପୋଲିସ୍‌ କର୍ମୀଙ୍କୁ କହିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ। ପୋଲିସ୍‌ କର୍ମୀ ଏତେ ନିର୍ଦ୍ଦୟ ହୋଇ ଯାଇଥିଲେ ଯେ, ତାଙ୍କୁ ଏହି କଥାର କୌଣସି ଫରକ୍‌ ପଡ଼ିନଥିଲା। ଶେଷରେ ଜୀବନ ବିକଳରେ ବ୍ୟକ୍ତି ଜଣକ କିଛି ବାଟ ଦୌଡ଼ି ପଳାଇ ଥିଲେ। ପୋଲିସ୍ ମଧ୍ୟ ତାଙ୍କ ପଛେ ପଛେ ଦୌଡ଼ି ଉକ୍ତ ବ୍ୟକ୍ତିକୁ ଧରି ପୋଲିସ୍‌ ଗାଡ଼ି ନିକଟକୁ ଆଣିଥିଲେ। 

ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ପୋଲିସ୍‌ର ଏଭଳି ବର୍ବରତାକୁ ଅତ୍ୟନ୍ତ ନିନ୍ଦା କରାଯିବା ସହ ଘଟଣା ଲଜ୍ଜାଜନକ ବୋଲି କୁହାଯାଇଛି। ସୂଚନା ଅନୁସାରେ, ମାଡ଼ ମାରିଥିବା ସମ୍ପୃକ୍ତ SHOଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ସେପଟେ ଘଟଣାକୁ ନେଇ ପୋଲିସ୍‌ ସଫେଇ ଦେଇଛି। ଯେଉଁ ବ୍ୟକ୍ତିଙ୍କୁ ମାଡ଼ ମରାଯାଇଥିଲା ତାଙ୍କ ଭାଇ ହସ୍ପିଟାଲ୍‌ରେ ଅରାଜକତା ସୃଷ୍ଟି କରୁଥିଲେ ବୋଲି ପୋଲିସ୍‌ ସଫେଇ ଦେଇ କହିଛି। 

Advertisment

ଘଟଣାକୁ ନେଇ ବିଜେପି ସାଂସଦ ବରୁଣ ଗାନ୍ଧି ନିନ୍ଦା କରିଛନ୍ତି। ଭିଡିଓ ଟ୍ୱିଟ୍‌ କରି ବରୁଣ ଗାନ୍ଧି କହିଛନ୍ତି, ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ହେଉଛି ଦୃଢ ଆଇନ୍‌ ବ୍ୟବସ୍ଥା। ନା କି ନ୍ୟାୟ ମାଗିବା ପାଇଁ ଆସିଥିବା ବ୍ୟକ୍ତିଙ୍କୁ ନ୍ୟାୟ ବଦଳରେ ଏଭଳି ବର୍ବରତାର ସାମ୍ନା କରିବାକୁ ପଡ଼ିବ। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। 

କାହିଁକି ଲାଠିଚାର୍ଜ କରିଥିଲା ପୋଲିସ୍‌ ?

ଜିଲ୍ଲା ହସ୍ପିଟାଲ୍‌ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ୍‌ ଏହି ଲାଠିଚାର୍ଜ କରିଥିଲା। ହସ୍ପିଟାଲ୍‌ ନିକଟରେ ଚାଲିଥିବା ଖନନକୁ ବିରୋଧ କରି କର୍ମଚାରୀମାନେ ଏହି ବିରୋଧ ପ୍ରଦର୍ଶନ କରୁଥିଲେ। ହେଲେ ଏହି ସମୟରେ  
୩ ବର୍ଷର ପୁଅକୁ କୋଳରେ ଧରି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ କର୍ମୀ ଲାଠିରେ ନିର୍ଘାତ ମାଡ଼ ମାରିଥିଲେ। ପୋଲିସ୍‌ର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅନେକ ପ୍ରଶ୍ନ ଉଠିଛି। 

କ’ଣ ଥିଲା ପୁରା ମାମଲା...

ହସ୍ପିଟାଲ୍‌ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ବେଳେ ଜଣେ କର୍ମଚାରୀଙ୍କୁ ପୋଲିସ୍‌ ଉଠାଇ ଥାନାକୁ ନେଇ ଯାଇଥିଲା।। ପୋଲିସ୍‌ର ଅଭିଯୋଗ, କର୍ମଚାରୀମାନେ ହସ୍ପିଟାଲ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଗେଟ୍‌ ବନ୍ଦ କରି ଦେଇଥିଲେ। ଏଥିପାଇଁ ଜଣେ କର୍ମଚାରୀଙ୍କୁ ପୋଲିସ୍‌ ଉଠାଇ ଥାନାକୁ ନେଇ ଯାଇଥିଲା। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରିବା ସହ ବିକ୍ଷୋଭ ପ୍ରଦର୍ଶନ ନକରିବା ପାଇଁ କହିଥିଲେ । ହେଲେ ବିକ୍ଷୋଭକାରୀ ଏହା ଶୁଣିନଥିଲେ। ଶେଷରେ ପୋଲିସ୍‌ ଲାଠିଚାର୍ଜ କରିଥିଲା ବୋଲି ସୂଚନା ମିଳିଛି। ଏହି ସମୟରେ ୩ ବର୍ଷର ପୁଅକୁ କୋଳରେ ଧରି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ କର୍ମୀ ଲାଠିରେ ନିର୍ଘାତ ମାଡ଼ ମାରିଥିଲେ।

Uttar Pradesh Viral Video Cops Thrash
Advertisment
Advertisment