Advertisment

ସ୍ଥଗିତ ହେଲା କୃଷକ ଆନ୍ଦୋଳନ

ବର୍ଷେ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ପ୍ରେସମିଟ୍‌ରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଘୋଷଣା କରିଛି। ଆସନ୍ତା ୧୧ରୁ ଘରକୁ ଫେରିବେ ଆନ୍ଦୋଳନରତ କୃଷକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
farmers protest

farmers protest

ନୂଆଦିଲ୍ଲୀ: ବର୍ଷେ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ପ୍ରେସମିଟ୍‌ରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଘୋଷଣା କରିଛି। ଏହି ଘୋଷଣା ପରେ ଆସନ୍ତା ୧୧ରୁ  ଆନ୍ଦୋଳନରତ କୃଷକ ଘରକୁ ଫେରିବେ ବୋଲି ଜଣାପଡ଼ିଛି।

Advertisment

ଜାନୁଆରୀ ୧୫ ତାରିଖରେ ପୁଣି ସମୀକ୍ଷା ବୈଠକ ବସିବ। ଯଦି ସରକାର ପ୍ରତିଶ୍ରୁତି ପୂରଣ ନକରନ୍ତି ପୁଣି ଆନ୍ଦୋଳନରେ ବସିବୁ ବୋଲି ପ୍ରେସ୍‌ମିଟ୍‌ରେ କୃଷକ ନେତା ଗୁର୍‌ନାମ ସିଂ ଚାରୁନି କହିଛନ୍ତି।

Advertisment

ପ୍ରେସ୍‌ମିଟ୍‌ରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ସଦସ୍ୟ କହିଛନ୍ତି, ଆଜି ବି ଚାଷୀଙ୍କ ସମସ୍ୟା ନେଇ ଅନେକ ପ୍ରଶ୍ନ ରହିଛି। MSP, ଋଣ ଭଳି ସମସ୍ୟାକୁ ନେଇ ଅନେକ ପ୍ରଶ୍ନ ରହିଛି। ଏହା ଦେଶବ୍ୟାପୀ ଚାଷୀଙ୍କ ଆନ୍ଦୋଳନ ଥିଲା।

ନଭେମ୍ବର ୨୪ରେ ୩ କୃଷି ଆଇନ୍ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିଲା। କ୍ୟାବିନେଟ ମଞ୍ଜୁରୀ ନେଇ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଥିଲେ। ଏହାପରେ ନଭେମ୍ବର ୨୯ରେ ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ ହୋଇଥିଲା। ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଲ୍ ପାରିତ ହୋଇଥିଲା । ବାଚନିକ ଭୋଟରେ ବିଲ୍ ପାରିତ ହୋଇଥିବା ନେଇ ବାଚସ୍ପତି ଘୋଷଣା କରିଥିଲେ।

ସୂଚନାଥାଉ କି, କେନ୍ଦ୍ର ସରକାରଙ୍କ କୃଷକଙ୍କ କଲ୍ୟାଣ ପାଇଁ ୩ଟି ନୂଆ କୃଷି ଆଇନ ବିରୋଧରେ ପ୍ରତିବାଦ ତେଜିଥିଲା।  ୨୦୨୦, ସେପ୍ଟେମ୍ବର ୨୦ରେ ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିଥିଲା। ଶେଷରେ କୃଷି ବିଲ୍ ଆଇନ୍‌ରେ ପରିଣତ ହୋଇଥିଲା। ହେଲେ ମଣ୍ଡି ବାହାରେ କୃଷି ଉତ୍ପାଦ ବିକ୍ରି ଓ ଏମ୍ଏସ୍‌ପି ପ୍ରସଙ୍ଗକୁ ନେଇ ଚାଷୀମାନେ ଜୋରଦାର ବିରୋଧ କରିଥିଲେ ।

Farmers Protest
Advertisment
Advertisment