Advertisment

ଓମିକ୍ରନ୍‌ ଭୟ: ବଢ଼ିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା

ଭାରତରେ କରୋନାର ଓମିକ୍ରନ୍ ଭ୍ୟାରିଏଣ୍ଟ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ଜାନୁଆରୀ ୩୧ ଯାଏ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା। ତେବେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ କିଛି ସିଡ୍ୟୁଲ୍‌ ଅନ୍ତର୍ଜାତୀୟ ବିମାନ ଚାଲିପାରିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
India extends international flight ban

India extends international flight ban

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀ ୩୧ ଯାଏ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା। ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳକୁ ନେଇ ଥିବା କଟକଣା ଅବଧିକୁ ୨୦୨୨ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢ଼ାଇଛି DGCA। ଭାରତରେ କରୋନାର ଓମିକ୍ରନ୍ ଭ୍ୟାରିଏଣ୍ଟ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। 

Advertisment

ତେବେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ କିଛି ସିଡ୍ୟୁଲ୍‌ ଅନ୍ତର୍ଜାତୀୟ ବିମାନ ଚାଲିପାରିବ। ଏହି କଟକଣା ଅନ୍ତର୍ଜାତୀୟ ମାଲ୍ ପରିବହନକାରୀ ବିମାନ କ୍ଷେତ୍ରରେ ଲାଗୁ ହେବ ନାହିଁ ବୋଲି DGCA ପକ୍ଷରୁ ସୂଚନା ଦିଆଯାଇଛି। ଡିସେମ୍ବର ୧୫ରୁ ରେଗୁଲାର୍ ଅନ୍ତର୍ଜାତୀୟ ବିମାନ ଚଳାଚଳ ହେବା ନେଇ ପୂର୍ବରୁ ସ୍ଥିର ହୋଇଥିଲା। ତେବେ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନ ଚଳାଚଳ ସ୍ୱାଭାବିକ କରିବା ନିଷ୍ପତ୍ତିକୁ ଘୁଞ୍ଚା ଯାଇଛି। କୋଭିଡ୍ ପାଇଁ ଗତ ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଥିଲା। 

ଅନ୍ୟପକ୍ଷେ, ଭାରତରେ କରୋନାର ବୁଷ୍ଟର ଡୋଜ୍ ଟିକା ଦିଆଯିବ କି ନାହିଁ, ଏନେଇ ଆଜି ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ବସିବ। ଦେଶରେ ଓମିକ୍ରନ୍ ସଂକ୍ରମଣ ବଢୁଥିବାରୁ ଦ୍ରୁତ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। କରୋନା ଟିକାର ଦୁଇଟି ଡୋଜ୍ ପରେ ଏବେ ଲୋକଙ୍କୁ ତୃତୀୟ ବା ବୁଷ୍ଟର ଡୋଜ୍‌ର ଆବଶ୍ୟକତା ରହିଛି କି ନାହିଁ ସେ ନେଇ ଆଜି ବିଶେଷଜ୍ଞ କମିଟି ବୈଠକରେ ସବିଶେଷ ଆଲୋଚନା ହେବ। ଆଜି ଦିନ ୧୨ଟାରେ ବସିବ ବିଶେଷଜ୍ଞ କମିଟି ବୈଠକ।

Advertisment

ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଭାରତର ପ୍ରଥମ ଟିକା ନିର୍ମାତା କମ୍ପାନୀ ଭାବେ କୋଭିସିଲ୍ଡ୍ ବୁଷ୍ଟର ଡୋଜ୍‌କୁ ଅନୁମୋଦନ ପାଇଁ ଆବେଦନ କରିଛି। ଏ ନେଇ ଆଜି ଦ ସବ୍‌ଜେକ୍ଟ ଏକ୍ସପର୍ଟ କମିଟି ବା ଏସ୍ଇସି ବୈଠକ ବସିବାକୁ ଯାଉଛି। କରୋନାର ନୂଆ ଭ୍ୟାରିଏଣ୍ଟ୍‌ ସାମ୍ନାକୁ ଆସିବା ପରେ ବୁଷ୍ଟର ଡୋଜ୍ ପାଇଁ ଅନେକ ବିଶେଷଜ୍ଞ ମତ ଦେଇ ସାରିଛନ୍ତି। ବିଦେଶରେ କିଛି ଦେଶରେ ବୁଷ୍ଟ ଡୋଜ୍ ମଧ୍ୟ ଦିଆଗଲାଣି। ତେବେ ଭାରତରେ ବୁଷ୍ଟର ଡୋଜ୍ ଦିଆଯିବ କି ନାହିଁ, ଏନେଇ ଏଯାଏ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଭାରତରେ ଏବେ ଯାଏ ମୋଟ ୧୩୧ କୋଚି ଲୋକଙ୍କୁ ଟିକା ଦିଆ ସରିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

International Flights International Flight Ban
Advertisment
Advertisment