Advertisment

ମିଳିଲା ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ୍‌ ବକ୍ସ

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାୟୁସେନାର ହେଲିକପ୍ଟର Mi-17 V5ର ବ୍ଲାକ୍ ବକ୍ସ ଉଦ୍ଧାର ହୋଇଛି। ଦୁର୍ଘଟଣାସ୍ଥଳରୁ ବ୍ଲାକ୍ ବକ୍ସର କକ୍‌ପିଟ୍‌ ଭଏସ୍ ରେକର୍ଡର ଓ ଫ୍ଲାଇଟ ଡାଟା ରେକର୍ଡର ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Black Box Recovered

Black Box Recovered

ନୂଆଦିଲ୍ଲୀ: ତାମିଲନାଡୁରେ ନୀଳଗିରି ହିଲ୍ସରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାୟୁସେନାର ହେଲିକପ୍ଟର Mi-17 V5ର ବ୍ଲାକ୍ ବକ୍ସ ଉଦ୍ଧାର ହୋଇଛି। ଦୁର୍ଘଟଣାସ୍ଥଳରୁ ବ୍ଲାକ୍ ବକ୍ସର କକ୍‌ପିଟ୍‌ ଭଏସ୍ ରେକର୍ଡର ଓ ଫ୍ଲାଇଟ ଡାଟା ରେକର୍ଡର ମିଳିଛି। ସେଠାରୁ ହେଲିକପ୍ଟରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ମଧ୍ୟ ମିଳିଛି। ଘଟଣାସ୍ଥଳରୁ ବାୟୁସେନାର ଅଧିକାରୀ ଏହି ସବୁ ସାମଗ୍ରୀ ଉଦ୍ଧାର କରିଛନ୍ତି।   

Advertisment

ଏହି ସବୁ ଯନ୍ତ୍ରାଂଶରୁ ଦୁର୍ଘଟଣା ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ଜଣାପଡ଼ିବ। ଆଜି ସକାଳେ ଦୁର୍ଘଟଣା ହୋଇଥିବା ସ୍ଥାନରେ ଏୟାର ଚିଫ୍ ମାର୍ଶାଲ ଭିଆର୍ ଚୌଧୁରୀ ଓ ତାମିଲନାଡୁର ଡିଜିପି ପହଞ୍ଚି ଅନୁଧ୍ୟାନ କରିଛନ୍ତି। ସେଠାରେ ତାମିଲନାଡୁ ଫୋରେନ୍ସିକ ସାଇନ୍ସ ଡିପାର୍ଟମେଣ୍ଟର ଏକ ଟିମ୍ ମଧ୍ୟ ପହଞ୍ଚିଥିଲା। ଏହାର ନେତୃତ୍ୱ ନେଉଛନ୍ତି ନିର୍ଦ୍ଦେଶକ ଶ୍ରୀନିବାସନ।

ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂ ସୌଭାଗ୍ୟକ୍ରମେ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ବର୍ତ୍ତମାନ ବରୁଣ ସିଂଙ୍କୁ ଲାଇଫ୍‌ ସପୋର୍ଟରେ ରଖାଯାଇଛି। 

Advertisment

ସୂଚନାଥାଉ କି, ଗତକାଲି ସିଡିଏସ୍(Chief of Defence Staff) ବିପିନ୍ ରାଓ୍ୱତ୍‌ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାମିଲନାଡ଼ୁର କୁନ୍ନୁର ନିକଟରେ ଗତକାଲି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଥିଲା। ବାୟୁସେନାର MI-17 V 5 ହେଲିକପ୍ଟରରେ ସିଡିଏସ୍ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। କେବଳ ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ ଏହି ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Black Box CDS Bipin Rawat Army Helicopter Crash CDS Chopper Crash
Advertisment
Advertisment