• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାନିପତ : ପ୍ରେମ ପରେ ବିବାହ ଆଉ ତା’ପରେ ପ୍ରତାରଣା । ଧୋକା ଦେଲା ଦଗାଦିଆ ସ୍ୱାମୀ । ମଥାରେ ସିନ୍ଦୂର ଦେଇ ପର କରିଦେଲା । ଭିନ୍ନ ଜାତିରେ ବିବାହ କରିବା ପରେ ସ୍ତ୍ରୀକୁ ହଇରାଣ କରିବା ସହ ଜୀବନରୁ ମାରି ଦେବା ପାଇଁ ଷଡ଼ଯନ୍ତ୍ର ରଚିଥିଲା । ହରିୟାଣାର ପାନିପତରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହା ସ୍ୱାମୀ-ସ୍ତ୍ରୀଙ୍କ ପବିତ୍ର ସମ୍ପର୍କରେ ଦାଗ ଲଗାଇ ଦେଇଛି । ତେବେ ଏହି କାହାଣୀରେ ଷଡ଼ଯନ୍ତ୍ରକାରୀ ସ୍ୱାମୀର କାରନାମା ଶୁଣିଲେ ସମସ୍ତଙ୍କ ହୋସ୍ ଉଡ଼ିଯିବ ।

ପାନିପତର ନ୍ୟୁ ହାଉସିଂ ବୋର୍ଡ କଲୋନୀର ଜଣେ ଯୁବତୀ ନିଜେ ସହରର ବିକାଶ ନଗର ନିବାସୀ ନୀରଜଙ୍କୁ ପ୍ରେମ ବିବାହ କରିଥିଲେ । ଏହା ତାଙ୍କର ଦ୍ୱିତୀୟ ବିବାହ ଥିଲା । ହେଲେ ସେ ଅନ୍ୟ ଜାତିର ହୋଇଥିବାରୁ ନୀରଜଙ୍କ ପରିବାର ଏହି ବିବାହକୁ ଗ୍ରହଣ କରିପାରିନଥିଲେ । ଆଉ ଏହି କାରଣରୁ ଉଭୟ ସ୍ୱାମୀ-ସ୍ତ୍ରୀ ଅଲଗା ରହିବା ପାଇଁ ବାଧ୍ୟ ହୋଇଥିଲେ ।

ବିବାହର କିଛି ମାସ ବେଶ୍ ଭଲରେ କଟିଥିଲା । ହେଲେ ଧୀରେ ଧୀରେ ଉଭୟଙ୍କ ସମ୍ପର୍କରେ ବଇରୀ ସାଜିଲେ ପରିବାର ଲୋକ । ପରିବାର ଲୋକଙ୍କ ପ୍ରରୋଚନାରେ ଆସି ନୀରଜ ନିଜ ସ୍ତ୍ରୀଙ୍କୁ ହଇରାଣ କରିବା ଆରମ୍ଭ କଲେ । ଏପରିକି ଗାଳିଗୁଲଜ କରିବା ସହ ଜାତିସୂଚକ ମନ୍ତବ୍ୟ ଦେଇ ମାନସିକ ଆଘାତ ଦେଉଥିଲେ । ତଥାପି ମାଡ଼ଗାଳି ସହି ସ୍ୱାମୀର ଦୌରାତ୍ମ୍ୟ ସହନ ପରୁଥିଲେ ପୀଡ଼ିତା ।

ପୁଣି ଦିନେ . .

ହେଲେ ଏହାରି ଭିତରେ ସ୍ୱାମୀ ମୁଣ୍ଡରେ ସଇତାନ ସବାର ହୋଇଥିଲା । ସ୍ତ୍ରୀକୁ ମାରି ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଥିଲା । ଦିନେ ପାଣିରେ ନିଶାଯୁକ୍ତ ଦ୍ରବ୍ୟ ମିଶାଇ ସ୍ତ୍ରୀକୁ ପିଇବାକୁ ଦେଇଥିଲେ । ନିଶାରେ ଜୋର ଜବରଦସ୍ତ ସୁଇସାଇଡ୍ ନୋଟ ଲେଖିବାକୁ ବାଧ୍ୟ କରିଥିଲେ ।

ଆଉ ତା’ପରେ ସ୍ତ୍ରୀକୁ ଫାଶୀରେ ଝୁଲାଇ ଘଟଣାସ୍ଥଳରୁ ଫେରାର ମାରିଥିଲେ । ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ । ହେଲେ ମହିଳାଙ୍କୁ ଝୁଲୁଥିବା ଅବସ୍ଥାରେ ତାଙ୍କ ଝିଅ ଦେଖି ନେଇଥିଲା । ଆଉ ତୁରନ୍ତ ମାମୁଁ ଏବଂ ଜେଜେମା’ଙ୍କୁ ଜଣାଇଥିଲେ ।

ତେବେ ସେମାନେ ତୁରନ୍ତ ଘର ଭିତରକୁ ପଶି ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ । ସେ ହସ୍ପିଟାଲରେ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଜୀବନ ଏବଂ ମୃତ୍ୟୁ ସହିତ ଯୁଦ୍ଧ କରିଥିଲେ । ବର୍ତ୍ତମାନ ବଞ୍ଚିଯାଇଥିଲେ ହେଁ, ସେ ଚାଲିବା ଏବଂ ବିଛଣାରୁ ଉଠିପାରୁ ନାହାନ୍ତି ।

ତେବେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକ । ପୀଡିତାଙ୍କ ଅଭିଯୋଗ ଆଧାରରେ ଆଇପିସିର ଧାରା ୩୦୭ ଏବଂ ୩୨୮ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ଚାନ୍ଦନୀ ବାଗ ପୋଲିସ ଦାୟିତ୍ୱରେ ଥିବା ମଞ୍ଜିତ ସିଂ କହିଛନ୍ତି । ଡାକ୍ତରଖାନାକୁ ଆଣିବା ପରେ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ନିଶ୍ୱାସ ନେବାରେ ତାଙ୍କୁ ଅସୁବିଧା ହେଉଥିଲା । ବର୍ତ୍ତମାନ ସ୍ଥିତିରେ ବହୁତ ଉନ୍ନତି ଆସୁଛି ବୋଲି ସେ କହିଛନ୍ତି ।