ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଓ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସରକାରୀ ଦଳ ପକ୍ଷରୁ ଆଗତ ମୋସନ ଉପରେ ବିଧାନସଭାରେ ହୋଇଛି ସରଗରମ ଆଲୋଚନା। ବିରୋଧୀଦଳ ମୁଖ୍ୟ ସଚେତକ କହିଛନ୍ତି- ଓଡ଼ିଶା ବାରମ୍ବାର ମରୁଡ଼ି ସ୍ଥିତିର ସମ୍ମୁଖୀନ ହେଉଥିଲେ ବି ରାଜ୍ୟ ସରକାର ଏହାର ନିରାକରଣ ପାଇଁ କୌଣସି ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁନାହାନ୍ତି।
ହିନ୍ଦୁ ଧର୍ମରେ ବିବାହ ପରେ ଏକ ସଧବା ସ୍ତ୍ରୀ ଜୀବନରେ ଶଙ୍ଖା, ସିନ୍ଦୁର, ବିନ୍ଦି, ମେହେନ୍ଦୀ ଆଦି ସ୍ୱତନ୍ତ୍ର ସ୍ଥାନ ନେଇଥାଏ। ଏହି ସବୁ ଜିନିଷ ଜଣେ ବିବାହିତା ନାରୀର ସଧବାର ପ୍ରତୀକ ହୋଇଥାଏ। ସ୍ତ୍ରୀ ନିଜ ସ୍ୱାମୀର ଦୀର୍ଘ ଜୀବନ ପାଇଁ ଷୋଳ ବ୍ରତ ରଖିଥାଏ, ପୂଜା ପାଠ କରିଥାଏ। କିନ୍ତୁ ଏଠାରେ ଯେଉଁ କଥା କୁହାଯିବ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଏମିତି କିଛି ସମୁଦାୟ ଅଛନ୍ତି ଯେଉଁଠାରେ ପତି ଜୀବିତ ଥାଉ ଥାଉ ପତ୍ନୀ ସବୁ ବର୍ଷ କିଛି ସମୟ ପାଇଁ ବିଧବା ହୋଇ ଜୀଇଥାଏ।
ଆଜି ସକାଳେ ମାଆଙ୍କ ପାଇଁ ବିଭିନ୍ନ ସାମାଜିକ ସଂଗଠନ ଆଣ୍ଠେଇ ପ୍ରତିବାଦ କରିଥିଲେ। ବର୍ଷାରେ ଓଦା ହୋଇ ରାସ୍ତା ଉପରେ ଆଣ୍ଠୁ ମାଡି ବସି କଟକ ବାଦାମବାଡ଼ି ଛକରେ ସାମାଜିକ ସଂଗଠନର କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନକୁ ଗୁହାରି କରିଥିଲେ। ଆସନ୍ତା ଦୁର୍ଗାପୂଜାରେ ମାଆଙ୍କ ମୂର୍ତ୍ତି ୪ ଫୁଟ୍ରୁ ଅଧିକ କରିବାକୁ ସେମାନେ ଦାବି କରିଥିଲେ।
ବିଜ୍ଞାପନରେ ଦର୍ଶାଇଛନ୍ତି ସ୍ଥାନୀୟ ଶିଳ୍ପୋଦ୍ୟୋଗୀଙ୍କ ପ୍ରତିବାଦ ସତ୍ତ୍ୱେ ଯେ ରାଜ୍ୟରେ ଉତ୍ପାଦିତ ୬୦ ପ୍ରତିଶତ ଲୁହା ପଥର ଅଲଗା ରାଜ୍ୟକୁ ପଠାଯାଉଛି। ରାଜ୍ୟରେ ଲୁହାପଥର ଦର ଆକାଶଛୁଆଁ ହୋଇଥିବାରୁ ଖଣି ବ୍ୟବସାୟୀ ଲାଭବାନ ହେଉଛନ୍ତି। ହେଲେ ଲୁହା ପଥର ଅଭାବରୁ ରାଜ୍ୟରେ ସ୍ପଞ୍ଜ ଆଇରନ ୟୁନିଟ ବନ୍ଦ ହୋଇଗଲାଣି।
ପ୍ରାରମ୍ଭିକ ତଥ୍ୟ ଅନୁସାରେ ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧୦୪୩୧୨.୧୨ ଟଙ୍କା ଅଟା, ଯାହା ରାଜ୍ୟର ସମସ୍ତ ଘରୋଇ ଉତ୍ପାଦର (GSDP)ର ୧୭.୮୦ ପ୍ରତିଶତ । ସେହିପରି ଗତ ୧୦ ବର୍ଷ ଭିତରେ ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ଦୁଇ ଗୁଣାରୁ ଅଧିକ ବଢ଼ିଛି । ଚଳିତ ଆଥିକ ବର୍ଷ ଶେଷ ସୁଦ୍ଧା ମୋଟ ଋଣର ପରିମାଣ ୧ ଲକ୍ଷ ୨୨ ହଜାର ୯୧୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି ।
ଜଗତସିଂହପୁର ଢିଙ୍କିଆରେ ସ୍ଥାନୀୟ ଲୋକଙ୍କ ବିରାଟ ମେଳି । ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ପୋସ୍କୋ ସମୟରୁ ଦାଏର ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଆଦି ୬ ଦଫା ଦାବି ନେଇ ଏକାଠି ହୋଇଥିଲେ ସେମାନେ । ୨୦୦୫ରୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏତେ ଦିନ ହେଲା ସରକାର ତାକୁ ଭୁଲି ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।
ଆଜି ସୋମବାର । କ’ଣ ଅଛି ଆଜିର ରାଶିଫଳ ? ସମସ୍ୟାର ସମାଧାନ ପାଇଁ କ’ଣ ପ୍ରତିକାର କରିବେ ଜାଣନ୍ତୁ।
ଅଧିକାରୀମାନେ ନିଜର ମୁଖ୍ୟାଳୟ ଛାଡି ପାରିବେ ନାହିଁ। କୌଣସି ଅଧିକାରୀ ନିଜ ମୋବାଇଲ ବନ୍ଦ ନରଖିବାକୁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପଞ୍ଚାୟତ ଓ ବ୍ଲକସ୍ତରରେ କ୍ଷୁଦ୍ର, ମଧ୍ୟମ ଜଳସେଚନର ଡାଟାବେସ୍ ପ୍ରସ୍ତୁତ କରିବେ କ୍ଷେତ୍ର ଅଧିକାରୀ। ନିଜ ଅଞ୍ଚଳର ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ପାଇଁ ଯୋଜନା କରିବେ।
ନିୟମ କହୁଛି, ସ୍ଥିତି ଅନୁଧ୍ୟାନ ପରେ ମୋଟିଭେଟର, ଯନ୍ତ୍ରୀ ଓ ବିଆର୍ସି ଫାଇନାଲ୍ ବିଲ୍ କରିବା କଥା। କିନ୍ତୁ ନିର୍ମାଣାଧିନ ପାଇଖାନା ନାଁରେ ଏବଂ ହିତାଧିକାରୀଙ୍କ ଅଗୋଚରରେ ଫାଇନାଲ୍ ବିଲ୍ କରି ଉଠାଣ ହୋଇଛି ଲକ୍ଷ ଲକ୍ଷ ଟଙ୍କା। କେବଳ ଭଦ୍ରକ ଓ ରାୟଗଡ଼ା ନୁହେଁ, ରାଜ୍ୟର ଏକାଧିକ ଜିଲ୍ଲାରେ ଏଭଳି ଦୁର୍ନୀତି ହୋଇଥିବା ଆଶଙ୍କା କରାଯାଉଛି।
ପୂଜା କମିଟି ଗୁଡିକର ଦାବି- ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ସରକାର ଲାଗୁ କରିଥିବା କଟକଣା ଯଥାର୍ଥ ନୁହେଁ। ଶ୍ରୀମନ୍ଦିର ସମେତ ଅନ୍ୟ ସବୁ ମନ୍ଦିରରେ ଯେଭଳି ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇଛି, ଦୁର୍ଗାପୂଜାରେ ମଧ୍ୟ ସମାନ ସୁବିଧା ମିଳିବାକୁ ସେମାନେ ଦାବି କରିଛନ୍ତି। ଏହାଛଡ଼ା ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ସାଧାରଣ ଭାବେ ଉଚ୍ଚ ମୂର୍ତ୍ତି ନିର୍ମାଣ ଲାଗି ସରକାର ଅନୁମତି ଦିଅନ୍ତୁ ବୋଲି ଦାବି ହୋଇଛି।
ଆମ ଜାଗାକୁ ଓମ୍ସି ବାଲା ସବୁ ଖାଇଦେଲା, ବିଲରେ ନାଲିପାଣି ଚରିଗଲା। ଆମେ ଖାଇବୁ କଣ? ରହିବୁ କେମିତି? ଆମ ଜାଗା ନେବା ପରେ ଆମେ ସମସ୍ତଙ୍କୁ ଅଭିଯୋଗ କରୁଛି କିନ୍ତୁ କେହି ଶୁଣିଲେ ନାହିଁ। ତହସିଲଦାରଙ୍କଠାରୁ ଆରମ୍ଭ କରି ଆରଆଇ ଅଫିସ ସବୁଠିକୁ ଦୌଡ଼ିଛୁ କିନ୍ତୁ କିଛି ଲାଭ ହେଲା ନାହିଁ। ଆଗରୁ ଚାଷ କରି ଚଳୁଥିଲୁ
ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଚାଷୀ ହେଲେ ରାଜକନିକା ଥାନା ଅନ୍ତର୍ଗତ ହାଟସାହି ଗାଁର ଅମର ଜେନା। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଦେଶର ୪୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର- ୨୦୨୧ ସମ୍ମାନିତ କରାଯାଇଛି।
ଦିନକୁ ଦିନ ପରିବେଶ ସୁରକ୍ଷା ଚିନ୍ତା ବଢୁ ଥିବାବେଳେ ବ୍ୟାପକ ମାତ୍ରାରେ ବୃକ୍ଷରୋପଣ ପାଇଁ ବାର୍ତ୍ତା ଦିଆଯାଉଛି। ନିଜର କର୍ମଜୀବନ ଭିତରେ ପରିବେଶ ପ୍ରତି ଥିବା ଦାୟିତ୍ୱକୁ ନିର୍ବାହ କରୁଛନ୍ତି ପ୍ରକୃତି ବନ୍ଧୁ ତଥା ଆଦର୍ଶ ଶିକ୍ଷକ ନିରଞ୍ଜନ ସାହୁ ଓ ଅବସରପ୍ରାପ୍ତ ଡାକ୍ତର ନିମାଇଁ ଚରଣ ସାହୁ।
କନଷ୍ଟେବଲ୍ଙ୍କ ଉପରେ ମାଡ଼ିଗଲା କାର୍। ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ କନଷ୍ଟେବଲ୍ଙ୍କୁ କାର୍ ଧକ୍କା ଦେଇଥିବା ଜଣାପଡ଼ିଛି। ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ଠାରେ ଏହି ଦୁର୍ଘଟଣା ଘଟିଛି।
ପ୍ରାୟ ୩ ମାସ ଧରି ଇକ୍ମୋ ଚିକିତ୍ସା ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରି ଯାଇଥିବା ଅଭିଷେକ ମହାପାତ୍ରଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହେବ। ଗାଁରେ ଅଭିଷେକଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା।
ପରମ୍ପରାର ଦେଶ ହେଉଛି ଭାରତ। ଗୁରୁ ଦିବସ ସେଥିରୁ ଅନ୍ୟତମ। ତେବେ ଗୁରୁ ଦିବସ ୨୦୨୧ ଅବସରରେ, ଆଜି ଆମେ ଦୁନିଆର ପାଞ୍ଚଟି ଅଜବ ବିଦ୍ୟାଳୟ ବିଷୟରେ ଜାଣିବା, ଯାହା ବିଷୟରେ ଆପଣ କ୍ୱଚିତ୍ ଶୁଣିଥିବେ। ଏହି ବିଦ୍ୟାଳୟଗୁଡ଼ିକ ସେମାନଙ୍କର ସ୍ୱତନ୍ତ୍ରତା ହେତୁ ପ୍ରାୟତଃ ଚର୍ଚ୍ଚାର ବିଷୟ ହୋଇଥା’ନ୍ତି। ଅନେକ ଲୋକ ଏହି ବିଦ୍ୟାଳୟଗୁଡ଼ିକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସନ୍ତି।
ମାନବ ଜୀବନରେ ଗଛ ଲତାର ବହୁ ମହତ୍ତ୍ୱ ରହିଛି। ଗଛ ଲତା ଯୋଗୁଁ ଆମକୁ ପବନ, ବର୍ଷା, ଖାଦ୍ୟ ଆଦି ମିଳେ। ବାତାବରଣକୁ ସଫା ରଖିବା ନେଇ ବି ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦୁନିଆରେ ଅନେକ ପ୍ରକାର ଗଛ ଲତା ରହିଛି ଯାହା ଆକାର ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଭିନ୍ନ ହୋଇଥାଏ। କିଛି ଗଛ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ କିଛି ବିଚିତ୍ର ଦେଖାଯାଆନ୍ତି। ସେହିପରି କିଛି ଗଛରେ ବିଶେଷ ଗୁଣ ମଧ୍ୟ ଦେଖାଯାଏ। ଲୋକେ ଏ ସବୁ ଗଛର ଫୁଲ, ଫଳ, ପତ୍ର ଆଦିକୁ ପସନ୍ଦ କରିଥାନ୍ତି।
ମାନବ ଅଧତ୍କାର ସୁରକ୍ଷା ମଞ୍ଚ ସଦସ୍ୟ ଅବନୀ ଗୟା କହିଛନ୍ତି ଯେ, ଗୋପାଳପୁର ଓ ସୋନପୁର ବେଳାଭୂମିର ପ୍ରତି ୫୦ ମିଟର ଦୂରରେ ଖୋଲାଖୋଲି ମଦ ଦୋକାନ କରିବାକୁ ଚାହୁଁଛନ୍ତି। ଏହା କେଉଁ ପ୍ରକାରର ଜନମଙ୍ଗଳ କାମ? ଏହା କି ପ୍ରକାର ପର୍ଯ୍ୟଟନର ବିକାଶ? ଗଂଜାମବାସୀ ଏଭଳି ନିଷ୍ପତ୍ତିକୁ ଦୃଢ ବିରୋଧ କରୁଛି।
ସାର ପାଇଁ ଠେଲା ପେଲା, ପଥର ମାଡ଼, ଭଙ୍ଗା ରୁଜା ହୋଇଛି। ଏପରିକି ଲ୍ୟାମ୍ପ ଗେଟ ଓ ଲ୍ୟାମ୍ପ ଆଜବେଷ୍ଟେଜ ବି ଭଙ୍ଗାରୁଜା ହୋଇଛି । ଏମିତି ଚିତ୍ର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପରେ ଦେଖିବାକୁ ମିଳିଛି। ୟୁରିଆ ସାର ପାଇଁ ହାଉ ଜାଉ ହେଉଛନ୍ତି ଲୋକେ । ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସକୁ ନାକେଦାମ ହେବାକୁ ପଡିଛି
ଗରିବ ହିତାଧିକାରୀଙ୍କ ପାଇଁ ସରକାରଙ୍କ ମାଳ ମାଳ ରହିଥିଲେ ବି ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ ଉଦାସୀନତା ନୀତି ଯୋଗୁଁ ପରିଣତ ବୟସରେ ଜଣେ ୬୭ ବର୍ଷୀୟ ବୃଦ୍ଧା ଏବେ ଅସୟାହ ଅବସ୍ଥାରେ । ନିଜ ସ୍ୱାମୀ ଓ ପିଲାମାନଙ୍କୁ ହରାଇବା ପରେ ସେ ଏତେ ବଡ଼ ଦୁନିଆରେ ଏକଦମ ଏକୁଟିଆ ପଡ଼ିଯାଇଛନ୍ତି
ସୋନପୁର ବିନିକାରୁ ତିନି ଟ୍ରକ୍ ୟୁରିଆ ସାର ଜବତ । ସନ୍ଧ୍ୟାରେ ବିନିକା ସହରର ନୂଆ ବଜାରରେ ଚୋରା ୟୁରିଆ ସାର ଯାଉଥିବା ସନ୍ଦେହ କରି କଂଗ୍ରେସ କର୍ମୀମାନେ ତିନିଟି ଟ୍ରକକୁ ଅଟକାଇ ଥିଲେ ।
କୃଷି ଓ କୃଷକର ଉନ୍ନତି ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଛି। ମାତ୍ର ବାସ୍ତବରେ ଏହି ଯୋଜନା କେତେ କାମରେ ଲାଗୁଛି, ତାକୁ ତଦାରଖ କରିବାପାଇଁ ପ୍ରଶାସନିକ ସ୍ତରରେ ଇଚ୍ଛାଶକ୍ତିର ଅଭାବ ରହୁଛି। ଚାଷୀଙ୍କ କ୍ଷେତକୁ ସହଜରେ ପାଣି ଯୋଗାଇଦେବା ପାଇଁ ବସା ଯାଇଥିବା ଉଠାଜଳସେଚନ ପଏଣ୍ଟ ଅକାମୀ ହୋଇ ପଡିଛି।
ଚୀନ ପ୍ରତ୍ୟେକ କ୍ଷେତ୍ରରେ କିଛି ବଡ କରିବା ପାଇଁ ସବୁବେଳେ ଚେଷ୍ଟା ଚଲାଇଥାଏ। ସେ ରାସ୍ତା ହେଉ କି ଜନସଂଖ୍ୟା ଓ ନୂତନ ଟେକ୍ନୋଲୋଜି ସବୁ ଜିନିଷରେ ଚୀନ ଆଗୁଆ। ବର୍ତ୍ତମାନ ଚୀନ ଦୁନିଆର ସବୁଠାରୁ ବଡ ମହାକାଶଯାନ ନିର୍ମାଣ କରିବାକୁ ଯାଉଛି ଏବଂ ଏଥିପ୍ରତି ସେ ସମସ୍ତ ଆୟୋଜନ କରିବାରେ ଲାଗିଛି।
ଆଜିର ଦୌଡମୟ ଜୀବନରେ ସମସ୍ତେ ପ୍ରାୟ ନିଜ ନିଜ କାମକୁ ନେଇ ବ୍ୟସ୍ତ। ଏନେଇ ନା କେହି ଠିକ୍ ସମୟରେ ଖାଉଛନ୍ତି ନା କେହି ଠିକ ସମୟରେ ଶୋଉଛନ୍ତି। ଫଳରେ ଏ ସବୁର ଖରାପ ପ୍ରଭାବ ଆମ ଶରୀର ଉପରେ ପଡୁଛି। ଏସିଡିଟି ହେଉଛି ସେହିଭଳି ଏକ ସମସ୍ୟା। ଆଜିକାଲି ପ୍ରାୟ ସମସ୍ତେ ଏହି ସମସ୍ୟାରେ ପୀଡିତ। ଏହାକୁ ଯଦି ଅଣଦେଖା କରାଯାଏ ତେବେ ଏହା ଭବିଷ୍ୟତରେ ବହୁ ବଡ ସମସ୍ୟା ତିଆରି କରିପାରେ। ଭାରତୀୟ ପୁରାତନ ପରମ୍ପରାରେ ଏମିତି କିଛି ଯୋଗାସନ ରହିଛି ଯାହାକୁ ଆପଣ ଦୈନିକ ଜୀବନରେ ବ୍ୟବହାର କରି ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।