ଯୋବ୍ରା ବ୍ୟାରେଜରେ ଏକ ହାତୀର ମୃତଦେହ ଠାବ ହୋଇଛି । ମୁଣ୍ଡଳିରେ ଫସି ରହିଥିବା ହାତୀ ଭାସି ଆସିଥିବା ସନ୍ଦେହ କରାଯାଉଛି । ହାତୀର ଗୋଡ଼ ବ୍ରିଜରେ ଲାଖି ରହିଥିବା ଦେଖିବାକୁ ମିଳିଛି । ତେବେ ମୁଣ୍ଡଳି ବ୍ୟାରେଜରୁ ହାତୀଟି ଭାସି ଆସିଛି କି ନାହିଁ କିଛି ସ୍ପଷ୍ଟ ହୋଇନାହିଁ । ବନବିଭାଗ ପକ୍ଷରୁ ମୃତ ହାତୀ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ବର୍ତ୍ତମାନ ହାତୀର ମୃତଦେହ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଜନ୍ମମାଟିରେ ପହଞ୍ଚିଲା ଯବାନ ସୀତାରାମ ମୁର୍ମୁଙ୍କ ପାର୍ଥିବ ଶରୀର । ପୈତୃକ ଗାଁ ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡକେଇପାଳ ଗାଁର ମୁକ୍ତାଝରି ସାହିରେ ଏବେ ଶୋକାକୁଳ ପରିବେଶ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସୀତାରାମଙ୍କ ଶେଷକୃତ୍ୟ କରାଯିବ । ଅପରେସନ ଗଜରାଜରେ ସାମିଲ ହୋଇ ପାଣିରେ ଫସି ରହିଥିବା ଗଜରାଜକୁ ଉଦ୍ଧାର କରିବା ପାଇଁ ବୋଟରେ ଯାଇଥିଲେ ସୀତାରାମ ମୁର୍ମୁ
ତାଙ୍କର ମୃତ୍ୟୁ ଖବର ଆସିବା ପରଠୁ ଗ୍ରାମରେ ଚୂଲି ବି ଜଳୁନି। ସମସ୍ତେ ସୀତାରାମଙ୍କୁ ଝୁରୁଛନ୍ତି । ସେ ଅତ୍ୟନ୍ତ ଦୁଃସାହସୀ ଥିବାବେଳେ ପାଣି ଭିତରେ ମୃତ୍ୟୁ କଥାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି l ଡକେଇପାଳ ଗାଁ ଝୁରୁଛି।
କଟକ ମୁଣ୍ଡଳି ବ୍ରୀଜ୍ ଉପରମୁଣ୍ଡରେ ଥିବା ମହାନଦୀ ପଠାରୁ ୪ ମାସର ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି ବନବିଭାଗ। ଆଠଗଡ ଡିଏଫଓଙ୍କ ସହ ରେଞ୍ଜର ଓ ପ୍ରାଣୀ ଚିକିତ୍ସକ ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେଠାରେ ହାତୀଛୁଆର ଶବ ବ୍ୟବଚ୍ଛେଦ କରାଯାଇ ପୋତାଯାଇଛି। ଗତକାଲି ୧୭ ରୁ ଅଧିକ ହାତୀପଲ ମହାନଦୀ ପାର ହେଉଥିବା ବେଳେ ନଦୀର ସୁଅରେ ଭାସି ଯାଇଥିଲେ।
ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ମୃତଦେହ ଉଦ୍ଧାର ହେଲା। ଭାସି ଯାଉଥିବା ବେଳେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଗତକାଲି ମୁଣ୍ଡଳି ବୋଟ୍ ଟ୍ରାଜେଡି ଘଟଣା ପରଠୁ ନିଖୋଜ ଥିଲେ ସୀତାରାମ।
ଶରଧାପୁର ଗାଁ ଠାରୁ ଅଳ୍ପ ଦୂରରେ ଥିବା ଏକ ବବୁଲ ଗଛରେ ପ୍ରେମୀଯୁଗଳ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ବର୍ଷେ ପୂର୍ବେ ସିନାପାଲି ଅଞ୍ଚଳରେ ବିବାହ କରିଥିଲେ । ତେବେ କିଛି ଦିନ ତଳେ ଉକ୍ତ ଯୁବତୀ ଜଣକ ନିଜ ବାପ ଘର ଶରଧାପୁରକୁ ଆସିଥିଲେ ।
‘କେନ୍ଦୁଝରରୁ ଭୁବନେଶ୍ୱର ଯାଇ ଆଜି ସାରା ରାଜ୍ୟକୁ ସେ ଦୋହଲେଇ ଦେଇଛି। କେନ୍ଦୁଝର ମାଟି ପାଇଁ ସେ ବହୁତ କିଛି କରିବାକୁ ଚାହିଁଛି’।
କଟକ ଆସୁଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମନ୍ନା । କଟକରେ ନିର୍ମିତ ଓଡ଼ିଶା ରାଜ୍ୟ ଆଇନସେବା ଭବନ ଓ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟର ନୂତନ କୋଠାକୁ କରିବେ ଉଦଘାଟନ।
ହାତୀକୁ ଘଉଡାଇବାକୁ ଯାଇଥିବା ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଏବେ ବି ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବାକୁ ୧୪ଟି ଟିମ୍ କୁ ନିୟୋଜିତ କରାଯାଇଛି ।
ପଞ୍ଚଭୂତରେ ବିଲୀନ ହେଲା ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ପାର୍ଥିବ ଶରୀର । ଆଜି ତାଙ୍କ ପୈତୃକ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ବୈତରଣୀ ନଦୀ କୂଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି
ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ଓଟିଭି MD।
ଦିନେ କଂଗ୍ରେସ ନେତା ତାରାପ୍ରସାଦ ବାହୀନିପତି ଅରିନ୍ଦମଙ୍କୁ ପଚାରିଥିଲେ ତୁ ଫାଇଲିନ୍, ହୁଡହୁଡ ବେଳେ ଅଣ୍ଟାଏ ପାଣିରେ ପଶି କାହିଁ ରିପୋର୍ଟିଂ କରୁଛୁ। ସେଦିନ ଉତ୍ତରରେ କ’ଣ କହିଥିଲେ ଅରିନ୍ଦମ ଶୁଣନ୍ତୁ। T
୨୦୨୦ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଶୁଭମ୍ କୁମାର ହେଲେ IAS ଟପ୍ପର। ଜାଗ୍ରତି ଅୱସ୍ତି ଦ୍ୱିତୀୟ ଓ ଅଙ୍କିତା ଜୈନ ୩ୟ ସ୍ଥାନ ହାସଲ କରିଛନ୍ତି। IASTopper SuvamKumar
୨୧ବର୍ଷର ଝିଅ ମିତାଲୀ। ଏଇ ବୟସରେ ଯିଏ ଫୁଲିଟିଏ ପରି ଫୁଟି ଉଠିବା କଥା, ସ୍ୱପ୍ନରେ ଭାସିବୁଲିବା କଥା ସେଇ ବୟସରେ ସେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ନିଜର ଶୈଶବ, କୈଶୋର ଓ ଯୁବାବସ୍ଥାକୁ ହରେଇବାକୁ ବସିଲାଣି।
କିଏ କହେ ସିଏ ଓଡ଼ିଶା ସାମ୍ବାଦିକ ଜଗତର ଝଡ଼, ଆଉ କିଏ କହେ ଡେୟାର ଡେଭିଲ୍। ତାଙ୍କ ରିପୋର୍ଟିଂ ସୁନ୍ଦର ଏବଂ ମାର୍ଜିତ। ସିଏ ସୃଷ୍ଟି କରିଥିଲେ ଦୁଃସାହସିକ ସାମ୍ବାଦିକତାର ଏକ ନୂଆ ଦିଗ।
ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ୪ ଲକ୍ଷ ଟଙ୍କା ସହାୟତା ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ୱାର୍କିଂ ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ୪ ଲକ୍ଷ ମଂଜୁର କରାଯାଇଥିବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସହାୟତା ମଂଜୁରୀ ନେଇ ମାନସ ମଙ୍ଗରାଜ ଟୁଇଟ୍ କରି ଜଣାଇଛନ୍ତି।
ମୁଣ୍ଡଳିରେ ଫସି ରହିଥିବା ହାତୀର ପତ୍ତା ମିଳୁନି । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବା ହାତୀ ଛୁଆର କୌଣସି ଖୋଜ ଖବର ନାହିଁ । ଗତକାଲି ଦିନ ତମାମ ହାତୀଟି ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ବେଳେ ରାତିରେ ବନବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ ।
ସର୍ଚ୍ଚ ଅପରେସନ୍ ସମୟରେ ଧବଳେଶ୍ୱର ନିକଟରେ ନଦୀରୁ ଉଦ୍ଧାର ହୋଇଥିବା ମୃତଦେହଟି ନିଖୋଜ ଯବାନଙ୍କର ନୁହେଁ । ଗତକାଲି ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ହାତୀକୁ ଘଉଡାଇବାକୁ ଯାଇଥିବା ଜଣେ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଏବେ ବି ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବାକୁ ୧୪ଟି ଟିମକୁ ନିୟୋଜିତ କରାଯାଇଛି ।
ଗତକାଲି ନିର୍ଦ୍ଧାରିତ ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି. ରମନ୍ନା ପୁରୀରେ ପହଞ୍ଚିଥିଲେ। ରାତି ୯ଟା ୨୦ ମିନିଟରେ ମୁଖ୍ୟ ବିଚାରପତି ପୁରୀ ମେଫେୟାର ହୋଟେଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ପୁରୀ ସାଂସଦ ପିନାକୀ ମିଶ୍ର, ଫାଇଭ ଟି ସଚିବ ଭିକେ ପଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତା’ ପରେ ପ୍ରାୟ ରାତ୍ର ୧୧ଟା ୧୦ ମିନିଟ୍ ସମୟରେ ଶ୍ରୀମନ୍ଦିର ସମ୍ମୁଖକୁ ଆସି ଅନୁଧ୍ୟାନ କରିଥିଲେ।
ଅରିନ୍ଦମଙ୍କ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ । ସବୁ ବର୍ଗର ଲୋକ ମର୍ମାହତ । ସବୁଠି କାଣ୍ଡେଲ ଶୋଭାଯାତ୍ରା, ଶୋକସଭା
ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ମୃତଦେହ ତାଙ୍କର ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଛି । ଆଜି ଭୋର ୪ଟା ୨୦ ମିନିଟରେ ରାଇକଳା ଗାଁରେ ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡିଥିଲା ପୂରା ଗାଁ । ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ ।
ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ, କୌଣସି ଆର୍ଥିକ ସହାୟତା ଏ ଅପୂରଣୟ କ୍ଷତି ଭରଣା କରିପାରିବନି। ଅରିନ୍ଦମଙ୍କ ପରିବାର ଏବେ ଆମ ପରିବାର ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ଆମର ବୋଲି କହିଛନ୍ତି ଓଟିଭି ଏମ୍ଡି ଜଗି ମଙ୍ଗତ।
ଅସମୟରେ ତାଙ୍କର ପରଲୋକ ସମସ୍ତଙ୍କୁ ମର୍ମାହତ କରିଛି। କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଜୀବନରେ ମଧ୍ୟ ତାଙ୍କର ସରଳ ଅମାୟିକ ବ୍ୟବହାର, ହସମିଜାଜର ଚେହେରାକୁ ଏବେ ସମସ୍ତେ ଝୁରି ହେଉଛନ୍ତି।
ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସ୍ସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। କଟକ ବଡ଼ମେଡିକାଲରେ ରିସିଭ୍ ଡେଡ୍ ଘୋଷଣା କଲେ ଡାକ୍ତର।
ସେ କ୍ରାଇମ୍ ରିପୋର୍ଟିଂ ହେଉ କି ବାତ୍ୟା କିମ୍ବା ବନ୍ୟା ବେଳେ ଅନ୍ ଦ ସ୍ପଟରୁ ତାଙ୍କର ରିପୋର୍ଟିଂ ବେଶ୍ ଆକର୍ଷଣୀୟ ଥିଲା। କ୍ରାଇମ୍ ରିପୋର୍ଟର ଭାବେ ତାଙ୍କ ପାଖରେ ବହୁତ ତଥ୍ୟ ରହୁଥିଲା। ସେଠାରୁ ଛାଡ଼ିବା ପରେ ସେ ଓଟିଭିକୁ ଆସିଥିଲେ। ପ୍ରାୟ ୧୦ ବର୍ଷ ଧରି ସେ ଓଟିଭିରେ ବିଭିନ୍ନ ବିଟ୍ରେ ରିପୋର୍ଟିଂ କରିଛନ୍ତି।