ଭୁବନେଶ୍ୱର: ଅରିନ୍ଦମ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ। କାରଣ ବର୍ଷା, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିପୋର୍ଟିଂ କରିଲେ, ସାଙ୍ଗେ ସାଙ୍ଗେ ଅରିନ୍ଦମଙ୍କ ଚେହେରା ଆଖି ସାମନାକୁ ଆସିଯାଏ। ଅସମୟରେ ତାଙ୍କର ପରଲୋକ ସମସ୍ତଙ୍କୁ ମର୍ମାହତ କରିଛି। କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଜୀବନରେ ମଧ୍ୟ ତାଙ୍କର ସରଳ ଅମାୟିକ ବ୍ୟବହାର, ହସମିଜାଜର ଚେହେରାକୁ ଏବେ ସମସ୍ତେ ଝୁରି ହେଉଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅରିନ୍ଦମଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏହି ଯୁବ ସାମ୍ବାଦିକଙ୍କ ଦେହାନ୍ତ ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ଶୋକବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ।
କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।
— Naveen Patnaik (@Naveen_Odisha) September 24, 2021
ସେହିପରି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ବାଚସ୍ପତି ସୂର୍ଯ୍ୟ ପାତ୍ର, ଶିକ୍ଷା ମନ୍ତ୍ରୀ ସମୀର ଦାଶ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ନେତା ଭୃଗୁ ବକ୍ସିପାତ୍ର, କଂଗ୍ରେସ ନେତା ପ୍ରଦୀପ ମାଝୀ, NDRF ଡିଜି ସତ୍ୟନାରାୟଣ ପ୍ରଧାନ, ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀ ପ୍ରମୁଖ ଅରିନ୍ଦମଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଓଟିଭିର ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଏକ ଅଭାବନୀୟ ଘଟଣାରେ ଅକାଳ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ । ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁ ଥର ଦେଖା ସାକ୍ଷାତ୍ ହୋଇଛି । pic.twitter.com/ldm2K1n73N
— Dharmendra Pradhan (@dpradhanbjp) September 24, 2021
Deeply anguished by the boat tragedy which, despite safety precautions, took the life of @otvnews' intrepid chief reporter Arindam Das while covering an ODRAF elephant rescue. He was & is a hero. My deepest condolences to his family & prayers for the injured & missing
— Baijayant Jay Panda (@PandaJay) September 24, 2021
Om Shanti🙏 pic.twitter.com/SebUVfREN4