Advertisment

ଅରିନ୍ଦମଙ୍କ ବିୟୋଗରେ ସାରା ଓଡ଼ିଶା ସ୍ତବ୍ଧ, ସବୁ ବର୍ଗର ଲୋକ ମର୍ମାହତ

ଅରିନ୍ଦମଙ୍କ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ  । ସବୁ ବର୍ଗର ଲୋକ ମର୍ମାହତ । ସବୁଠି କାଣ୍ଡେଲ ଶୋଭାଯାତ୍ରା, ଶୋକସଭା

author-image
Minati Mishra
ଅଦ୍ୟତନ ହୋଇଛି
arindam das is no more

arindam das is no more

ଭୁବନେଶ୍ୱର: ଅରିନ୍ଦମଙ୍କ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ  । ସବୁ ବର୍ଗର ଲୋକ ମର୍ମାହତ ।  କାରଣ ବର୍ଷା, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ସମୟ ଆସିଲେ, ସାଙ୍ଗେ ସାଙ୍ଗେ ଅରିନ୍ଦମଙ୍କ ଚେହେରା ଆଖି ସାମନାକୁ ଆସିଯାଏ  । କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଜୀବନରେ ମଧ୍ୟ ତାଙ୍କର ସରଳ ଅମାୟିକ ବ୍ୟବହାର, ହସଖୁସିମିଜାଜର ଚେହେରାକୁ ଏବେ ସମସ୍ତେ ଝୁରି ହେଉଛନ୍ତି  ।
 ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛି ଓଟିଭି । ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏଇ ଘୋଷଣା କରିଛନ୍ତି । ଶୋକବାର୍ତ୍ତାରେ ଜଗି କହିଛନ୍ତି ଅରିନ୍ଦମଙ୍କ ଅକାଳ ବିୟୋଗ କେବଳ ମୋ ପାଇଁ ନୁହେଁ ସାରା ଅନୁଷ୍ଠାନ ପାଇଁ ଅପୂରଣୀୟ କ୍ଷତି। ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ । କୌଣସି ଆର୍ଥିକ ସହାୟତା ଏ ଅପୂରଣୟ କ୍ଷତି ଭରଣା କରିପାରିବନି। ଅରିନ୍ଦମଙ୍କ ପରିବାର ଏବେ ଆମ ପରିବାର । ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ଆମର ବୋଲି କହିଛନ୍ତି ଜଗି ମଙ୍ଗତ।

Advertisment

 ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗକୁ ନେଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁରୀ ସହରର କର୍ତ୍ତବ୍ୟରତ ସାମ୍ବାଦିକମାନେ ଦୀପ ଦାନ କରିବା ସହ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଅରିନ୍ଦମଙ୍କ ମୃତ୍ୟୁ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ କହି ସ୍ମୃତି ଚାରଣ କରିଛନ୍ତି ।

Advertisment

 ସେହିଭଳି ଦିବଙ୍ଗତ ଅରିନ୍ଦମ ଦାଶଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଜଗତସିଂହପୁର ଜିଲ୍ଲାର ସାମ୍ବାଦିକ ସଂଘ। ତାଙ୍କର ଅକାଳ ବିୟୋଗରେ ସାମ୍ବାଦିକ ସଂଘ ଶୋକ ବ୍ୟକ୍ତ କରିଛନ୍ତି ।  ସ୍ୱର୍ଗତ ଅରିନ୍ଦମ ଦାଶଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ପରିବାରକୁ ସାମ୍ବାଦିକ ସଂଘ ସମବେଦନା ଜଣାଇଛନ୍ତି  ।
ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଦ୍ରକରେ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଭଦ୍ରକ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯାଇଛି।  ଏହି ଶୋଭାଯାତ୍ରାରେ ଭଦ୍ରକ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମାନଙ୍କ ସହ ଯୁବ ସାମ୍ବାଦିକ ଯୋଗ ଦେଇଥିଲେ।  ଭଦ୍ରକ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କ୍ୟାଣ୍ଡେଲ ଧରି ଶୋଭାଯାତ୍ରରେ ବାହାରି ସହର ପରିକ୍ରମା କରି ଟାଉନହଲ ଛକ ପର୍ଯ୍ୟନ୍ତ ନୀରବ ଶୋଭାଯାତ୍ରାରେ ଆସିଥିଲେ।  ପରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଗୁରୁତର ହୋଇଥିବା କ୍ୟାମେରାମ୍ୟାନଙ୍କ ସହ ଗୁରୁତର ଓଡ୍ରାଫ କର୍ମଚାରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Odisha News OTV Reporter Arindam Das
Advertisment
Advertisment