• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

News Highlights

  • brass

ଆସିକା ବ୍ଲକ ଦେବଭୂମି ପଂଚାୟତର ମାମୁଁଡିହ ଗ୍ରାମ ହେବ ହେରିଟେଜ ଭିଲେଜ । କ୍ରାଫ୍ଟ ଭିଲେଜ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରଶାସନ ପକ୍ଷରୁ ପ୍ରୟାସ । କାହିଁ କେଉଁ କାଳରୁ ଏହି ଗ୍ରାମରେ କଂସା ଓ ପିତ୍ତଳରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି ହେଉଛି । ଗାଁର ଅଧିକାଂଶ ଲୋକଙ୍କର ଏହା ହେଉଛି କୌଳିକ ବୃତ୍ତି । ତେବେ ଏଥିପାଇଁ ବଜାର ସୁବିଧା କରାଯାଇନଥିବା ବେଳେ କଞ୍ଚାମାଲର ଅଭାବ ବି ପରିଲକ୍ଷିତ ହେଉଛି । ଏହା ସାଙ୍ଗକୁ ଜିଏସଟି ଛାଟ ପ୍ରଭାବ ପକାଇଛି ଏହି ପାରମ୍ପରିକ କାରୁକାର୍ଯ୍ୟ ଉପରେ । ଧୀରେ ଧୀରେ ଲୋକମାନେ ଏହି ଏହି କାର୍ଯ୍ୟରୁ ବିମୁଖ ହେଉଛନ୍ତି । ଏହି କଳାକୃତିକୁ ପୁନଃଜୀବିତ କରିବାକୁ ପ୍ରଶାସନ ଅଣ୍ଟା ଭିଡିଛି ।

ଏନେଇ ଗ୍ରାମରେ ପ୍ରଶାସନ ଓ ଗ୍ରାମବାସୀ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଆସିକା ତହସିଲଦାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ଗ୍ରାମସଭାରେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ମତାମତ ନିଆଯାଇଥିଲା l କଳା ଓ କାରିଗର ବଞ୍ଚିବା ପାଇଁ ଗ୍ରାମକୁ ହେରିଟେଜ ଭିଲେଜ କଲେ ସବୁ ଦୃଷ୍ଟିରୁ ଲୋକଙ୍କ ହିତ ସାଧିତ ହେବ ବୋଲି ଗ୍ରାମବାସୀମାନେ ମତ ଦେଇଥିଲେ । ଏହାଦ୍ୱାରା ମାମୁଁଡିହକୁ ନୂଆ ପରିଚୟ ମିଳିବ ବୋଲି ଗ୍ରାମବାସୀ କହିଥିଲେ । 

ଅଧିକ ପଢ଼ନ୍ତୁ : ଏଇଠି ପାପ ଧୋଇଥିଲେ ମହାଦେବ, କେମିତି ବଦଳି ଗଲା ଖଣ୍ଡଗିରିର ନାଁ?

ବହୁ ପୁରାତନ ଗ୍ରାମ ମାମୁଁଡିହ । ବିଭିନ୍ନ ବର୍ଗର ଲୋକେ ଏଠି ବାସ କରନ୍ତି। ଗ୍ରାମର ଅଧିକାଂଶ ଲୋକେ ପିତ୍ତଳ ସାମଗ୍ରୀରେ କାରୁକାର୍ଯ୍ୟ କରନ୍ତି । ଏହି ଗାଁରେ ପ୍ରାୟ ଶହେ ବର୍ଷ ପୁରୁଣା ଏହି କାମ । ଛୋଟ ବଡ଼ ପ୍ରାୟ ଦୁଇ ଶହ ପ୍ରକାରର ପିତ୍ତଳ ସାମଗ୍ରୀ ଏହି ଗାଁରେ ତିଆରି ହେଉଛି । ପିତ୍ତଳରେ ମୂର୍ତ୍ତି, ଘଣ୍ଟ, ଘଣ୍ଟି, ମନ୍ଦିର ସାମଗ୍ରୀ, ଘର ସାମଗ୍ରୀ, ପୁରସ୍କାର ସାମଗ୍ରୀ, ସୁନ୍ଦର ସୁନ୍ଦର ଫୁଲ, ସିଂହାସନ, ରଥ, ପିତ୍ତଳ ଖଟୁଲି ଆଦି ଅନେକ ପ୍ରକାର ସାମଗ୍ରୀ ତିଆରି କରି ନିଜର କୌଳିକ ବୃତ୍ତିକୁ ବଜାୟ ରଖିଛନ୍ତି ଗ୍ରାମବାସୀ l

ଏହି କାରିଗର ପରିବାରର ପୁରୁଷ, ମହିଳା, ପୁଅ, ଝିଅ ସମସ୍ତେ ମିଶି ସୁନ୍ଦର ସୁନ୍ଦର ଥାଳିଆ, ଗିନା, ଢାଳ, ଦୀପାଳି, ହାଣ୍ଡି, ମାଠିଆ ଆଦି ତିଆରି କରି ଅର୍ଥ ରୋଜଗାର କରୁଛନ୍ତି l ଏହି ପାରମ୍ପରିକ କାରୁକାର୍ଯ୍ୟ ଓ ଗାଁକୁ ପର୍ଯ୍ୟଟନ କ୍ଷେତ୍ର ସହ ଯୋଡିବାକୁ ହେଉଥିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି ପୂର୍ବତନ ସମିତି ସଭ୍ୟ ସନ୍ତୋଷ କୁମାର ନାୟକ । ଏହା କରାଗଲେ ଏହି ଗାଁର ଅର୍ଥନୈତିକ ଚିତ୍ର ବଦଳିଯିବ ।

ଅଧିକ ପଢ଼ନ୍ତୁ : ବୋବେଇରୁ ହେଉଛି ଫ୍ୟାସନେବଲ୍ ଜିନିଷ

  • Reported by:
  • Manoj Muni

OTV is now on Whatsapp

Join and get latest news update delivered to you via whatsapp

Join Now