• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମୁଣ୍ଡଳିରେ ଫସି ରହିଥିବାର ହାତୀର ପତ୍ତା ମିଳୁନି

  • ସେପଟେ କଟକ ନରାଜ ଗାଁରେ ହାତୀପଲଙ୍କ ଆତଙ୍କରାଜ

  • ହାତୀ ଆକ୍ରମଣରେ ନରାଜ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ

କଟକ : ମୁଣ୍ଡଳିରେ ଫସି ରହିଥିବା ହାତୀର ପତ୍ତା ମିଳୁନି । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବା ହାତୀ ଛୁଆର କୌଣସି ଖୋଜ ଖବର ନାହିଁ । ଗତକାଲି ଦିନ ତମାମ ହାତୀଟି ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ବେଳେ ରାତିରେ ବନବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ । ମହାନଦୀର ମୁଣ୍ଡଳି ଠାରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ ପରେ ହାତୀଟି ବ୍ରିଜ୍ ତଳକୁ ବର୍ତ୍ତମାନ ଭାସି ଯାଇଛି । କୂଳକୁ ଆଣିବାକୁ ବନବିଭାଗ ଚେଷ୍ଟା କରୁଥିବା ବେଳେ ହାତୀଟି ତଳକୁ ଭାସି ଯାଇଥିବା ସୂଚନା ଦେଇଛନ୍ତି ଆଠଗଡ଼ ରେଞ୍ଜର ଆଇସା ଅଖତରି ନିଶା । ତେବେ ହାତୀର କୌଣସି ପତ୍ତା ମିଳୁନଥିବା ବେଳେ ପ୍ରଶ୍ନ ଉଠୁଛି ହାତୀ ସୁରକ୍ଷିତ ଅଛି କି ନାହିଁ ।

ସେହିପରି କଟକ ମୁଣ୍ଡଳିରୁ ଗତକାଲି ଖସି ଆସିଥିବା ହାତୀପଲ ଆତଙ୍କ ଚଳାଇଛନ୍ତି । ନରାଜ ଗାଁର ଜଣେ ବ୍ୟକ୍ତିଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ନରାଜ କୈବର୍ତ୍ତ ସାହିର ସୁନିଲ କୁମାର ବେହେରା । ଗତ ରାତିରେ ହାତୀପଲ ନରାଜ ଗାଁ ଭିତରେ ଲୁଚି ରହିଥିଲେ । ଗାଁ ଲୋକେ ଓ ବନବିଭାଗ ହାତୀଙ୍କୁ ଜଗି ରହିଥିଲେ । ତେବେ ଆଜି ସକାଳେ ଗାଁ ପଡ଼ଇାରୁ ସୁନିଲଙ୍କର ମୃତଦେହ ଏକ ପଡିଆରୁ ମିଳିଥିଲା । ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେହିପରି ଗତକାଲି ମହାନଦୀ ପାଖ ନୂଆ ଶାସନ ଗାଁରେ ଉତ୍ପାତ କରିଥିଲେ ହାତୀପଲ ଗାଁର ଗୋଟିଏ ମନ୍ଦିର ପାଚେରୀ ଭାଙ୍ଗି ଦେଇଥିଲେ ।

ସେପଟେ ଓଡ୍ରାଫ ବୋଟ ଓଲଟିବା ଘଟଣାରେ ନିଖୋଜ ଥିବା ଜଣେ ଯବାନଙ୍କୁ ଖୋଜୁଛି NDRF ଟିମ୍ । ସର୍ଚ୍ଚ ଅପରେସନ୍ ସମୟରେ ଧବଳେଶ୍ୱର ନିକଟରେ ନଦୀରୁ ଉଦ୍ଧାର ହୋଇଥିବା ମୃତଦେହଟି ନିଖୋଜ ଯବାନଙ୍କର ନୁହେଁ ବୋଲି ସ୍ପଷ୍ଟ ହୋଇଛି । ଗତକାଲି ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ହାତୀକୁ ଘଉଡାଇବାକୁ ଯାଇଥିବା ଜଣେ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଏବେ ବି ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବାକୁ ୧୪ଟି ଟିମକୁ ନିୟୋଜିତ କରାଯାଇଛି । ମହାନଦୀର ୪ଟି ସ୍ଥାନରେ ୮ଟି ଘଊଜୠ ଟିମ୍ ପକ୍ଷରୁ ତଲାସୀ ଚାଲିଛି ।  ଓଡ୍ରାଫ ଊଗଉଉର ୫ଟି ଟିମ୍ ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଛନ୍ତି । ଆଠଗଡ଼ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ସର୍ଚ୍ଚ ଅପରେସନରେ ସାମିଲ ହୋଇଛି ।  ମୁଣ୍ଡଳି, ନରାଜ, କାଠଯୋଡ଼ି ଓ ଯୋବ୍ରାରେ ଖୋଜାଖୋଜି କରୁଥିବା ସୂଚନା ମିଳିଛି  ।