• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Literature & Culture Updates

bhadrak
ଉଠୁଛି ପଡ଼ୁଛି ଗାଁ ଦାଣ୍ଡ : ବାଟବରଣୀ ହୋଇ ଆସିଲେ ରାମ, ରୀତିନୀତି ଅନୁସାରେ ମା’ ସୀତାଙ୍କ ହାତ ଧରିଲେ

ପ୍ରତି ବର୍ଷ ମାର୍ଗଶୀର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥୀରେ କାଉପୁର ପଞ୍ଚାୟତରେ ପ୍ରଭୁ ରାମ ମାତା ସୀତାଙ୍କ ବିବାହ ଅନୁଷ୍ଠିତ ହୁଏ । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ବାଜା ବାଜିବା ସହ ବିବାହ ଶୋଭାଯାତ୍ରାରେ ଗାଁ ଦାଣ୍ଡ କମ୍ଫି ଉଠିଥାଏ ।

Srimandira Heritage
ଶ୍ରୀମନ୍ଦିର ସ୍ୱର୍ଣ୍ଣିମ ଇତିହାସରେ ଯୋଡ଼ି ହେଲା ନୂଆଫର୍ଦ୍ଦ

ଯୁଗ ଯୁଗ ଧରି ଜଗନ୍ନାଥ ଭକ୍ତଙ୍କୁ ଅନନ୍ୟ ଅନୁଭୂତି ଦେବାକୁ ବିରାଟ ପଦକ୍ଷେପ। ବର୍ଣ୍ଣାଢ୍ୟ ଉତ୍ସବରେ ହେଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ।

Debagiri Sahitya Samman
କବିତାରେ ଜୀବନର କଥା କହୁଥିବା ସୁରେଶ ସାଗରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ

ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୯ତମ ବାର୍ଷିକୋତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ୩ ଦିନ ଧରି ଚାଲି ଉଦ୍‌ଯାପିତ ହୋଇଯାଇଛି। ସୁରେଶ ସାଗରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଶିକ୍ଷାରେ ସନ୍ତୋଷ କର, ସମାଜସେବାରେ ଦୀପକ ସାହୁଙ୍କୁ ସମ୍ମାନିତ କରାଯାଇଛି।

Short Story Prathana by Pradeep Nayak
ପଢନ୍ତୁ ପ୍ରଦୀପ ନାୟକଙ୍କ କ୍ଷୁଦ୍ରଗଳ୍ପ 'ପ୍ରାର୍ଥନା'

ପ୍ରାର୍ଥନା ସବୁଦିନ କାହିଁକି? ପ୍ରାର୍ଥନା ପଛରେ କ’ଣ ରହିଛି ରହସ୍ୟ। ଜାଣନ୍ତୁ ଏହି ଗଳ୍ପରେ।

dhabaleswara
ବାବା ଧବଳେଶ୍ୱରଙ୍କ ଅପୂର୍ବ ମହିମା ! ଧଳା ପାଲଟି ଯାଇଥିଲା କଳା ବଳଦ !

ଆଜି ପବିତ୍ର ବଡ଼ଓଷା। କଟକର ଧବଳେଶ୍ୱର ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। ହେଲେ ପ୍ରଭୁ ଧବଳେଶ୍ୱରଙ୍କର କାହିଁକି ଏମିତି ନାଁ ହେଲା ଆପଣ ଜାଣିଛନ୍ତି? ଲୋକକଥାରେ ଏ ସଂପର୍କରେ ଅଛି ଏକ ରୋଚକ କାହାଣୀ। ଆସନ୍ତୁ ଜାଣିବା ବାବାଙ୍କ ମହିମା ସଂପର୍କରେ।

Ancient Anantashayana Vishnu
ବ୍ରାହ୍ମଣୀ ନଦୀ କୂଳରେ ବିଶାଳକାୟ ବିଷ୍ଣୁମୂର୍ତ୍ତି ! କେହି ଗଢ଼ି ନାହାନ୍ତି, ଆପଣାଛାଏଁ ତିଆରି ହୋଇଛି !

ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ ବିକଶିତ କରୁଛି?  

Ace Odissi Guru From Sambalpur Suffers In Negligence
୭୦ ବର୍ଷରେ ନୃତ୍ୟ ଗୁରୁ

୭୦ ବର୍ଷରେ ନୃତ୍ୟ ଗୁରୁ । ଦିନେ ନିଜେ ଶିଖୁଥିଲେ ଏବେ ଅନ୍ୟଙ୍କୁ ଶିଖାଉଛନ୍ତି । ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ପାସ୍ ପରେ ଘରକୁ ଫେରିଥିଲେ । ଏହାପରେ ରକ୍ଷଣଶୀଳ ପରିବାରର କଟକଣା ଭିତରେ ଛନ୍ଦି ହୋଇଯାଇଥିଲେ ସେ । ତଥାପି ମରିନାହିଁ ତାଙ୍କରି ମନରୁ ନୃତ୍ୟ ସାଧନା ନିଶା । ହେଲେ ଗୋଡ଼ରେ ବେଢ଼ି ସାଜିଛି ଆଥିକ ଅନଟନ । ଦେଖନ୍ତୁ ଏହି ରିପୋର୍ଟ।

odishi dance
୭୦ ବର୍ଷର ନୃତ୍ୟଗୁରୁ ! ନୁଆଁଣିଆ ଖପର ଘରେ ଜାରି ରହିଛି ସାଧନା

ସଙ୍ଗୀତ ମହାବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ପାସ୍ କରିଥିଲେ । ଘର କଟକଣା ଯୋଗୁଁ ବାହାରେ ପ୍ରଦର୍ଶନ କରିପାରିନଥିଲେ ।

Article on Corona
କରୋନା : ବିଷାଦ ଓ ବିଭୀଷିକା

କରୋନା ବିଗାଡିଦେଇଛି ଜନ ଜୀବନର ପ୍ରାକୃତିକ ଚଳଣି। ବିଶ୍ୱ ହୋଇଯାଇଛି ଓଲଟ ପାଲଟ। କେଉଁଠି ସଧବା ମଥାରୁ ଲିଭିଯାଇଛି ସିନ୍ଦୂର ତ ପୁଣି କେଉଁଠି ଅନାଥ ହୋଇଯାଇଛି ଦୁନିଆକୁ ନ ଜାଣିଥିବା ଅବୋଧ ଶିଶୁ। ଅନେକଙ୍କ ମାନସିକ ଅବସ୍ଥା ମଧ୍ୟ ଅସନ୍ତୁଳିତ ହୋଇପଡିଛି। ରୋଜଗାର ହରେଇ କିଏ ଦାଣ୍ଡର ଭିକାରୀ ହୋଇଛି ତ କିଏ ଜୀବନରୁ ଆଶା ହରେଇ ବସିଛି। ଏ ସଂପର୍କରେ ଲେଖିକା ସୁକାନ୍ତି ରାଉତଙ୍କ ପ୍ରତିବେଦନ।

Birthday of Ganakabi Baishnaba Pani
‘ଗୀତିନାଟ୍ୟ ନ ବଞ୍ଚିଲେ ବୈଷ୍ଣବ ପାଣି ବଞ୍ଚିବେ ନାହିଁ’

ସେ ନଟନଟିଙ୍କ ମାଧ୍ୟମରେ ସମାଜ ସଂସ୍କାର କଥା ହେଉ ଅଥବା ମହାଭାରତ, ରାମାୟଣ ପରି ପବିତ୍ର ଗ୍ରନ୍ଥର ବିଷୟବସ୍ତୁକୁ ନେଇ ନାଟକ ମାଧ୍ୟମରେ ନୃତ୍ୟ ଗୀତର ପରିବେଷଣ ହେଉ; ଏକାଧାରରେ ସେ ଥିଲେ କବି, ଲେଖକ, ସାହିତ୍ୟିକ, ସମାଜ ସଂସ୍କାରକ, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ଓ ସର୍ବୋପରି ଓଡ଼ିଆ ଗୀତିନାଟ୍ୟ ଜଗତର ମୁକୁଟ ବିହିନ ସମ୍ରାଟ। ତାଙ୍କ ସହଜ ସରଳ ଭାଷା ମାଧ୍ୟମରେ ମଞ୍ଚରେ ଗୀତିନାଟ୍ୟ ଏକା ଥରକେ ଲୋକଙ୍କ ମନକୁ ଛୁଇଁ ପାରୁଥିଲା। ସେଇଥି ପାଇଁ ତ ସେ ଗଣମାନସର କବି, ଗଣକବି ବୈଷ୍ଣବ ପାଣି।

Manoroma Mohapatra
ଦେହାନ୍ତ ପୂର୍ବରୁ ମନୋରମା ମହାପାତ୍ରଙ୍କ ସାକ୍ଷାତକାର

ବିଶିଷ୍ଟ ଲେଖିକା ତଥା ‘ସମାଜ’ ଖବର କାଗଜର ପୂର୍ବତନ କାର୍ଯ୍ଯନିର୍ବାହୀ ସମ୍ପାଦିକା ମନୋରମା ମହାପାତ୍ର ଆଉ ନାହାଁନ୍ତି। ଆଜି ହେଉଛି ତାଙ୍କର ଦ୍ୱାଦଶାହ। ତେବେ ତାଙ୍କ ଦେହାନ୍ତର ମାତ୍ର କିଛିଦିନ ଆଗରୁ, ଅଗଷ୍ଟ ୨୯ ତାରିଖରେ ତାଙ୍କୁ ଭେଟିଥିଲେ #OTVର ଡିଜିଟାଲ୍ ଏଡିଟର ଅମରେଶ ବିଶ୍ୱାଳ। ଏହି ସାକ୍ଷତାକର ସମୟରେ ମନୋରମା ତାଙ୍କ ବାପା ରାଧାନାଥ ରଥ, ନିଜର ପିଲାଦିନ ଓ ନାରୀଶିକ୍ଷା ସଂପର୍କରେ ତାଙ୍କର ମତ ପ୍ରଦାନ କରିଥିଲେ।

stone carving
ସୁନାମଧନ୍ୟ ଶିଳ୍ପୀ ! ପ୍ରମୋଦଙ୍କ ହାତ ପରଶରେ ଜୀବନ୍ତ ହୋଇ ଉଠନ୍ତି ମାଟି, ପଥର, ଫାଇବର

ଘସିପୁରା ବ୍ଳକ ଅଳତୀ ଗ୍ରାମର ଶ୍ରୀନିବାସ ବରାଳ ଓ ମାତା ନିର୍ମଳାଙ୍କ ବଡ଼ ପୁଅ ପ୍ରମୋଦ। ତାଙ୍କ ହାତ ପରଶରେ ମାଟି ଓ କାନଭାସରେ ଗଢିଉଠେ ଅନନ୍ୟ ପ୍ରତିମା । କାଠ, ପଥର ,ସିମେଣ୍ଟ ଏବଂ ଫାଇବରରେ ତିଆରି ହୁଏ ଆର୍କଷଣୀୟ କାରୁକାର୍ଯ୍ୟ ଓ ଦେବାଦେବୀ ମୂର୍ତ୍ତୀ । ଗାଁ ସ୍କୁଲରୁ ମାଟ୍ରିକ ପାସ୍‌ ପରେ ସରକାରୀ ମହାବିଦ୍ୟାଳୟ ଖଲିକୋଟରୁ କଳାରେ ଡିଗ୍ରୀ ହାସଲ କରି ନିଜକୁ ଜଣେ ସଫଳ କାରିଗର ଭାବେ ପ୍ରତିଷ୍ଠିତ କରିପାରିଛନ୍ତି ।

ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ
ଜଗଦୀଶ, ଜୟନ୍ତଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଘୋଷିତ ହୋଇଛି। ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଶାରଳା ପୁରସ୍କାର ପ୍ରଦାନ ଉତ୍ସବ। ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ଆନୁକୂଲ୍ୟରେ ୧୯୮୦ ମସିହାରୁ ପ୍ରତିବର୍ଷ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

Shree Krishna
କୃଷ୍ଣ ଆସିବେ କିଆଁ ?

‘ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।’

Kalinga HR
କଳିଙ୍ଗ ଏଚ୍‌ଆର୍ ନ୍ୟାସ୍‌ନାଲ୍‌ ଏଚ୍‌ଆର ଲିଡରସିଫ୍ ଆୱାର୍ଡ ୨୦୨୧

ଅନୁଷ୍ଠିତ ହୋଇଛି କଳିଙ୍ଗ ଏଚ୍‌ଆର୍ ନ୍ୟାସ୍‌ନାଲ୍‌ ଏଚ୍‌ଆର ଲିଡରସିଫ୍ ଆୱାର୍ଡ ୨୦୨୧ । ସମର ମହାପାତ୍ରଙ୍କ ଦ୍ୱାରା ଗତ ଦୁଇ ବର୍ଷରୁ କଳିଙ୍କ ଏଚ୍ଆର୍‌ର ଆରମ୍ଭ ହୋଇଥିଲା । ଓଡିଶାର ବିକାଶ ପଥରେ ଏକ ଶକ୍ତିଶାଳୀ ଏଚ୍‌ଆର୍ ସମ୍ପ୍ରଦାୟ ନିର୍ମାଣ ଉଦ୍ଦେଶ୍ୟରେ ଏହାର ଆରମ୍ଭ କରାଯାଇଥିଲା । ଓଡିଶାର ବିକାଶକୁ ଶକ୍ତିଶାଳୀ, ଜଗନ୍ନାଥ ସଂସ୍କୃତି, ଓଡିଆ ଭାଷା, ଓଡିଆ ଖାଦ୍ୟକୁ ବିକଶିତ କରି ଓଡିଶାକୁ ମଜବୁତ କରିବା ସହ ଓଡିଶାର ଜନସାଧାରଣଙ୍କୁ ଚାକିରିର ସୁଯୋଗ ଦେବା ଆଦି ଏହାର ଲକ୍ଷ୍ୟ ବୋଲି କୁହାଯାଇଛି ।

05 famous women of Afghanistan
ଆଫଗାନିସ୍ତାନ ଇତିହାସରେ ୫ ପ୍ରସିଦ୍ଧ ମହିଳା

୨୦ ଦଶକରେ ବ୍ରିଟିଶ କବଳରୁ ମୁକ୍ତି ହେବା ପରଠାରୁ ଆଫଗାନିସ୍ତାନରେ ମହିଳା ସ୍ୱାଧୀନତା ଏବଂ ସମାନତା ପାଇଁ ଆନ୍ଦୋଳନ ଆରମ୍ଭ ହେବାକୁ ଲାଗିଲା। ମହିଳାମାନେ ପ୍ରଥମେ ସେଠାରେ ସେମାନଙ୍କର ଅଧିକାର ପାଇଁ ଲଢିଥିଲେ। ତାଲିବାନର ଆଭିମୁଖ୍ୟ ସଂପୂର୍ଣ୍ଣ ମହିଳା ବିରୋଧୀ ମନେହୁଏ, ଯେଉଁମାନେ ସାଧାରଣତଃ ମହିଳାମାନଙ୍କୁ ଘରର ଚାରିକାନ୍ଥ ଭିତରେ ସୀମିତ ରଖିବାକୁ ଚାହାଁନ୍ତି ଏବଂ ସେମାନଙ୍କ ଅଧିକାରକୁ ନଷ୍ଟ କରିବାକୁ ଇଚ୍ଛା କରନ୍ତି। ତେବେ ଆଫଗାନିସ୍ତାନ ଇତିହାସରେ କାଳକ୍ରମେ ଏମିତି ପାଞ୍ଚଜଣ ମହିଳା ସାମ୍ନାକୁ ଆସିଛନ୍ତି ଯେଉଁମାନେ ମହିଳାମାନଙ୍କ ପାଇଁ ବହୁତ ଭଲ କାମ କରିଛନ୍ତି।

Life After Death
ମୃତ୍ୟୁ ପରେ କ’ଣ ମଣିଷ ପୁର୍ନବାର ଜୀବିତ ହୋଇପାରିବ ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

ଜୀବନ ଓ ମୃତ୍ୟୁର ପଛର ରହସ୍ୟ ଜାଣିବା ପାଇଁ ପ୍ରାୟ ସମସ୍ତେ ଆଗ୍ରହୀ ଥାଆନ୍ତି । ଅନେକ ପ୍ରଶ୍ନ ରହିଛି ଯାହାର କିଛି ପ୍ରାମାଣିକ ଉତ୍ତର ନାହିଁ । ଏହି ସମ୍ପର୍କରେ ବୈଜ୍ଞାନିକମାନଙ୍କର ନିଜସ୍ୱ ଧାରା ଅଛି । ଯେଉଁଥିରେ ସେମାନେ ଏହାକୁ ଦର୍ଶାଇ ଥାଆନ୍ତି । ବିଶ୍ୱରେ ଏପରି ଅନେକ ମାମଲା ଅଛି ଯେଉଁଥିରେ ମଣିଷ ମୃତ୍ୟୁ ପରେ ବି ଜୀବିତ ହୋଇଯାଇଥାଏ । ଏମିତିକି ମେଡିକାଲ ରିପୋର୍ଟରେ ବି ପୂର୍ବରୁ ସେମାନଙ୍କ ମୃତ୍ୟୁ ଘୋଷଣା କରାଯାଇଥିଲା । କିନ୍ତୁ ଏହି ଘଟଣାର କେତେ ସତ୍ୟାସତ୍ୟ ରହିଛି ତାହାକୁ ନେଇ ତର୍କ ବିତର୍କ ମଧ୍ୟ ହୋଇଥାଏ ।

  • Monday, 23 August 2021
Revolution
ବିପ୍ଲବର ବୟସ

ପଚସ୍ତରୀ ବୟସ ତାତିପାରୁଛି ପଚିଶ୍ ବର୍ଷ ମାତିପାରୁନି? ସବୁ ବିପଦରୁ ବିପ୍ଲବ। ବିବାଦ ଭିତରୁ ବିପ୍ଲବ। ବିପ୍ଲବରୁ ଏଇ ଧରାରେ ମହାମହା ରଥୀ ମହାରଥୀଙ୍କର ଆବିର୍ଭାବ। ଇତିହାସର ସେମାନେ ସ୍ୱର୍ଣ୍ଣାକ୍ଷରରେ ବର୍ଣ୍ଣିତ। ଆମେ ସବୁ ଯୁଗଯୁଗ ଧରି ହେଉଛେ ଉତ୍ସାହିତ। ଗାଉଛେ ବିପ୍ଲବର ଜୟଗାନ। ବିପ୍ଲବ ଦୀର୍ଘାୟୁ ହେଉ। ଏଇ ଭାରତରେ ଦଳଭିତ୍ତିକ ରାଜନୀତି ଦେଶ ପାଇଁ ଅମଙ୍ଗଳ ହୋଇପଡିଛି। ଏବେ ବ୍ୟକ୍ତିତ୍ୱଭିତ୍ତିକ ରାଜନୀତିର ଆବାହନ। ଗାନ୍ଧୀ, ଜୟପ୍ରକାଶ, ଆନ୍ନା ଏମାନେ ବ୍ୟକ୍ତି, କୌଣସି ଦଳ ଏମାନଙ୍କୁ ବାନ୍ଧି ରଖିପାରିନି।

Odia Women Freedom Fighter
ମୁକ୍ତି ସଂଗ୍ରାମରେ ଓଡିଆ ମହିଳା

ଆମ ଦେଶ ଅନେକ ବୀରଙ୍କର ପବିତ୍ର ରକ୍ତରେ ସ୍ୱାଧୀନତା ହାସଲ କରିଛି । ବର୍ଷ ବର୍ଷ ଧରି ଦାସତ୍ୱର ଶିକୁଳିରେ ବନ୍ଧା ହୋଇଥିବା ଭାରତ ୧୯୪୭ ମସିହାରେ ମୁକ୍ତ ହୋଇଛି। ଭାରତର ଏହି ମୁକ୍ତି ସଂଗ୍ରାମରେ ଝାସ ଦେଇ ଅନେକ ବୀର କାଳ କାଳ ପାଇଁ ଅମର ହୋଇ ରହିଯାଇଛନ୍ତି । ମାତୃଭୂମିର ସ୍ୱାଧୀନତା ପାଇଁ ହସି ହସି ପ୍ରାଣ ବଳୀ ଦେଇଛନ୍ତି । ଆଉ ଏହା ମଧ୍ୟରୁ ଆମେ ବି ଗର୍ବ କରୁ କାରଣ ଅନେକ ଓଡିଆ ସ୍ୱାଧୀନତା ସଂଗ୍ରାମୀ ଏଥିରେ ସାମିଲ ରହିଥିଲେ । ସ୍ୱାଧୀନତା ସଂଗ୍ରାମରେ କେବଳ ପୁରୁଷ ଯେ ସାମିଲ ହୋଇଥିଲେ ତାହା ନୁହେଁ ବରଂ ଅନେକ ମହିଳା ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯେଉଁମାନେ ଦେଶର ସ୍ୱାଧୀନତାରେ ଯୋଗ ଦେଇ ଥିଲେ । ଓଡିଶାର ସେହି ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶତକୋଟି ପ୍ରଣାମ, ଯେଉଁମାନେ ଏଥିରେ ସାମିଲ ହୋଇଥିଲେ ।

Odia Book Fair in Amerika
ଆମେରିକାରେ ଉନ୍ମୋଚିତ ହେଲା ପ୍ରତିଭା ରାୟଙ୍କ ଉପନ୍ୟାସ

ବ୍ଲାକ୍‌ ଇଗଲ୍‌ ବୁକ୍ସ ପ୍ରକାସନ ପକ୍ଷରୁ ଦିନିକିଆ ଓଡିଆ ପୁସ୍ତକ ମେଳା ଆୟୋଜିତ ହୋଇଯାଇଛି। ଆମେରିକାର ଓହିଓ ରାଷ୍ଟ୍ରସ୍ଥିତ କଲମ୍ବସ ମେଟ୍ରୋପଲିଟାନ୍ ଲାଇବ୍ରେରୀରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଶହରୁ ଅଧିକ ଓଡିଆ ପୁସ୍ତକ ପ୍ରଦର୍ଶିତ ହୋଇଥିଲା ଏବଂ ବିଶିଷ୍ଟ କଥାଶିଳ୍ପୀ ଡ. ପ୍ରତିଭା ରାୟଙ୍କ ଉପନ୍ୟାସର ଇଂରାଜୀ ଅନୁବାଦ ଉନ୍ମୋଚିତ ହୋଇଥିଲା। ଆରମ୍ଭରେ ଅନୁଷ୍ଠାନ ନିର୍ଦ୍ଦେଶକ ସତ୍ୟ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ ପୁସ୍ତକ ମେଳା ସାହିତ୍ୟର ପର୍ବ ଓ ଜ୍ଞାନ-ସୂଚନାର ଉତ୍ସବ ବୋଲି ମତ ଦେଇଥିଲେ।

Sarat Pujari
ଅମଳିନ ଶରତ ପୂଜାରୀ

ଓଡ଼ିଆ ସିନେମା ଜଗତରେ ଶରତ ଯେବେ ଆବିର୍ଭାବ ହେଲେ, ରୂପେଲି ପରଦା ଇନ୍ଦ୍ରଧନୁର ସାତ ରଙ୍ଗରେ ରଙ୍ଗୀନ ହୋଇଗଲା। ତାଙ୍କ ଆଗମନ ପରେ ଲାଇଟ୍ କ୍ୟାମେରା ଆକ୍ସନ ଦୁନିଆ ଚମକି ଉଠିଲା। ଚିକିମିକି ସିତାରା ହୋଇ ସିନେମାରେ ସେ ନିଜେ ଚମକିଲେ, ଆଉ ତାଙ୍କ ଚମକ ଦେଖି ବିମୁଗ୍ଧ ହୋଇଗଲେ ଅଗଣିତ ସିନେପ୍ରେମୀ । ଟିକେଟ୍‌ କାଉଣ୍ଟରରେ ଜମିଗଲା ଭିଡ଼। ରୂପେଲି ପରଦାରେ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ କାହିଁ କେତେ ଦୂରରୁ ଦଉଡିଆସି ସିନେମା ହଲ୍ ଆଗରେ ଧାଡି ଲଗାଇଲେ ସିନେମାପ୍ରେମୀ। ଯାହାଙ୍କ ପାଇଁ ଏତେ ଉପମା ଆଉ ଏତେ ଅଳଙ୍କାର ସିଏ ହେଉଛନ୍ତି ଓଡିଆ ସିନେମାର ସର୍ବକାଳୀନ ରୋମାଣ୍ଟିକ ହିରୋ ଶରତ ପୂଜାରୀ।

ପାରମିତା ଶତପଥୀ
ପାରମିତା ଶତପଥୀଙ୍କୁ ମିଳିବ ଶାରଳା ପୁରସ୍କାର

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କୌଣସି ସମାରୋହ ଆୟୋଜନ କରାନଯାଇ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ପକ୍ଷରୁ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି। 

Paik Rebellion
ପାଇକ ବିଦ୍ରୋହ- ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ

ଶେଷରେ ବିଶାଳ ବ୍ରିଟିଶ ବାହିନୀ ବିଦ୍ରୋହ ଦମନ କରିବାରେ ସଫଳ ହୋଇଥିଲେ ବି ବିଦ୍ରୋହୀ ନେତାମାନଙ୍କ ସହ ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ। ତାହା ଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ, ଯାହା ଭାରତର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗ୍ରାମ ଚଳାଇବାକୁ ବିଦ୍ରୋହୀମାନଙ୍କୁ ଦେଇଥିଲା ଅଗ୍ନିବର୍ଷୀ ପ୍ରେରଣା।

  • Wednesday, 04 August 2021
  • Odisha
NOBEL
ଯେତେ ଜୀବନ, ସେତେ ଉପନ୍ୟାସ

ଯେଉଁମାନେ ଲେଖକ, ସେମାନେ ଉପନ୍ୟାସ ଲେଖିବା ପୂର୍ବରୁ ଓ ପରେ ଏଇ ଜୀବନ ନିକଟରେ ହିଁ ଋଣ ସ୍ୱୀକାର କରିବାକୁ ବାଧ୍ୟ। କିଏ କିପରି ଭାବରେ ଜୀବନକୁ ଅନୁଭବ କରିଛନ୍ତି, ସେ ଅନୁଭବକୁ ଉପନ୍ୟାସ ରୂପେ ଫୁଟାଇବାକୁ ଯାଇ କାହାଣୀର କାୟାରେ ଛନ୍ଦି ହୋଇଛନ୍ତି କି ଚରିତ୍ରମାନଙ୍କ ମାୟାରେ ବାନ୍ଧି ହୋଇଛନ୍ତି - ବିଭିନ୍ନ ସାକ୍ଷାତକାରରେ ଏ ବାବଦରେ ଭିନ୍ନ ଭିନ୍ନ ଲେଖକୀୟ ବୟାନ ଆମକୁ ବେଳେବେଳେ ଶୁଣିବାକୁ ମିଳିଥାଏ। ଏବେ ପୁଣି ଆହୁରି ଗୋଟିଏ ନୂଆ କଥାର ଚଳଣି ଆରମ୍ଭ ହୋଇସାରିଲାଣି - ଗୋଟିଏ ଗୋଟିଏ ଉପନ୍ୟାସର ସୁବର୍ଣ୍ଣ ଜୟନ୍ତୀ ପାଳନ।

Frindship day
ଆଜି ହେଉଛି ବନ୍ଧୁତ୍ୱ ଦିବସ; ଜାଣନ୍ତୁ କାହିଁକି ପାଳନ କରାଯାଏ...

ବନ୍ଧୁତ୍ୱର ସଂପର୍କ ବହୁତ ସୁନ୍ଦର ଓ ଖାସ୍ ହୋଇଥାଏ । ଜାତି,ଧର୍ମ, ବର୍ଣ୍ଣ ସର୍ବପରେ ଅଟେ ବନ୍ଧୁତ୍ୱର ସଂପର୍କ। ବନ୍ଧୁତ୍ୱ ଏପରି ଏକ ସଂପର୍କ ଯାହା କୈଣସି ସର୍ତ୍ତରେ ହୋଇ ନ ଥାଏ ଆଉ ହୃଦୟର ସହିତ ଏହି ସଂପର୍କ ଗଢି ଉଠିଥାଏ । ବନ୍ଧୁତା ହେଉଛି ସେହି ସୁନ୍ଦର ଅନୁଭବ ଯାହା ସମୟର ଗତି ସହିତ ଆହୁରି ନୀବିଡ ହୋଇଯାଏ । ଜଣେ ଭଲ ଏବଂ ପ୍ରକୃତ ସାଙ୍ଗ ସହିତ ଆମେ ଆମ ହୃଦୟରେ ସବୁକିଛି ବାଣ୍ଟିପାରିବା,ତାଙ୍କ ସହିତ ସମୟ ବିତାଇବା, ତାଙ୍କ ଭଲ ଏବଂ ଖରାପ ସମୟରେ ଏକାଠି ଠିଆ ହେବା ହିଁ ପ୍ରକୃତ ବନ୍ଧୁ କୁହାଯାଇଥାଏ ।