Advertisment

ଆଜିଠୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଓଡ଼ିଆ ଭାଷାର ହେବ ମାନସମନ୍ଥନ

ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱର କଳାମଣ୍ଡଳ ପରିସରରେ ଅକ୍ଷରଭୂମିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ମିଳନୀକୁ ସ୍ମରଣୀୟ କରିବା ଲାଗି ଖାଣ୍ଡେଲାଇଟ୍ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସ୍ୱରୂପ ନିର୍ମିତ ହୋଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
First World Odia Language Conference

First World Odia Language Conference

ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ବର ଜନତା ମଇଦାନରେ ଆସନ୍ତା ୫ ତାରିଖ ଯାଏଁ ଚାଲିବ ସମ୍ମିଳନୀ। ଏଥିରେ ଦେଶ ବିଦେଶର ଓଡ଼ିଆ ଭାଷାବିତ୍ ଯୋଗଦେଇ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଏବଂ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିବେ। ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ।

Advertisment

ସମ୍ମିଳନୀ ପୂର୍ବରୁ ଭୁବନେଶ୍ବର କଳାମଣ୍ଡଳ ପରିସରରେ ଅକ୍ଷରଭୂମିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ମିଳନୀକୁ ସ୍ମରଣୀୟ କରିବା ଲାଗି ଖାଣ୍ଡେଲାଇଟ୍ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସ୍ୱରୂପ ନିର୍ମିତ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଉତ୍କଳ ମଣ୍ଡପରେ ଉଦଘାଟିତ ହୋଇଛି ଅକ୍ଷର କାର୍ଯ୍ୟକ୍ରମ।

ଓଡ଼ିଆ କୁହ, ଶିଖ ଏବଂ ଲେଖ ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏଥିର ବାଲୁକା କଳା ସହ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ଚିତ୍ରଶିଳ୍ପୀ ମାନଙ୍କ ଅଭିନବ ଚିତ୍ରକଳା ଦେଖିବାକୁ ମିଳିଛି। ଭାଷା ହିଁ ଭବିଷ୍ୟତ, ଭାଷାକୁ ସୁଦୃଢ କଲେ ଦେଶ ତଥା ରାଜ୍ୟ ସମୃଦ୍ଧ ହେବା ସହ ପରପିଢୀ ଓଡିଆ ଭାଷା ପ୍ରତି କିଭଳି ଅଧିକ ଯତ୍ନବାନ୍ ହେବ ସେଥିପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବିଏମସି କମିଶନର ସୂଚନା ଦେଇଛନ୍ତି।

Advertisment
CM Naveen Pattnaik
Advertisment
Advertisment