Advertisment

ଟାଇମ୍‍ପାସ୍‍ ପୁସ୍ତକପର୍ବ: ରାଜେନ୍ଦ୍ର ସାହୁଙ୍କ ‘ନୀରବ ଝଡ଼’ ଲୋକାର୍ପିତ

ଘଟଣା ଘଟିବା ଆଗରୁ ଯିଏ ଘଟଣା ଘଟାଇପାରେ ସେ ହିଁ ଭଲ ନାଟ୍ୟକାର। ମୁହଁରେ ରଙ୍ଗ ବୋଳିବାଠାରୁ ଦୁନିଆରେ ରଙ୍ଗ ବୋଳିବା ଯାଏ ପରିବ୍ୟାପ୍ତ ଜଣେ ନାଟ୍ୟକାରର ଦାୟିତ୍ଵ।

author-image
Sonali Ojha
ଅଦ୍ୟତନ ହୋଇଛି
Book Lunched

Book Lunched

ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପ୍ରକାଶନ ପକ୍ଷରୁ ଆୟୋଜିତ ଏକ ପୁସ୍ତକପର୍ବରେ ନାଟ୍ୟକାର ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ନାଟକ ସଂକଳନ ‘ନୀରବ ଝଡ଼ ଓ ଅନ୍ୟାନ୍ୟ ନାଟକ’ ବରିଷ୍ଠ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ୯ଟି ଅପ୍ରକାଶିତ ନାଟକକୁ ନେଇ ସଂକଳିତ ଏହି ପୁସ୍ତକଟି ଶ୍ରୀ ସାହୁଙ୍କ ପ୍ରଥମ ପୁସ୍ତକ।

Advertisment

ଗ୍ରାଣ୍ଡ୍‍ ଲୁମ୍ବିନୀ କନ୍‍ଭେନ୍‍ସନ୍‍ରେ ଆୟୋଜିତ ଏହି ମନୋରମ ପୁସ୍ତକପର୍ବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ନାଟ୍ୟକାର ତଥା ଲେଖକ ରମେଶ ପ୍ରସାଦ ପାଣିଗ୍ରାହୀ କହିଥିଲେ ଯେ ନାଟ୍ୟକାର ଗୋଟେ ମାୟାର ଦୁନିଆରେ ଥାଏ। ଘଟଣା ଘଟିବା ଆଗରୁ ଯିଏ ଘଟଣା ଘଟାଇପାରେ ସେ ହିଁ ଭଲ ନାଟ୍ୟକାର। ମୁହଁରେ ରଙ୍ଗ ବୋଳିବାଠାରୁ ଦୁନିଆରେ ରଙ୍ଗ ବୋଳିବା ଯାଏ ପରିବ୍ୟାପ୍ତ ଜଣେ ନାଟ୍ୟକାରର ଦାୟିତ୍ଵ। ପେଶାରେ ଜଣେ ଇଞ୍ଜିନିୟର ହୋଇଥିବାରୁ ରାଜେନ୍ଦ୍ର ସାହୁ ନାଟକ ମାଧ୍ୟମରେ ସମାଜର ସବୁ ଯାନ୍ତ୍ରିକତାକୁ ଖୁବ୍ ସୁନ୍ଦର୍ ଭାବେ ପରିବେଷଣ କରିଛନ୍ତି। ସେ ଜଣେ ସଫଳ ଉତ୍ତରଆଧୁନିକ ନାଟ୍ୟକାର। 

ମୁଖ୍ୟବକ୍ତା ଭାବେ ପ୍ରଫେସର ସଂଘମିତ୍ରା ମିଶ୍ର ଯୋଗଦେଇ ପୁସ୍ତକଟିର ଆମୂଳଚୂଳ ସମୀକ୍ଷା କରିଥିଲେ। ସେ କହିଥିଲେ ଯେ ଚରିତ୍ର ଉପଯୋଗୀ ଭାଷା ଓ ସମାଜ ସଚେତନମୂଳକ ବିଷୟକୁ ନେଇ ରାଜେନ୍ଦ୍ରଙ୍କ ନାଟକଗୁଡିକ ଖୁବ୍ ରୋଚକ ଶୈଳୀରେ ରଚିତ। ବରେଣ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ର, ଅବସରପ୍ରାପ୍ତ ସୀମାଶୁଳ୍କ ଚିଫ୍‍ କମିଶନର୍‍ ସୁବାସ ଚନ୍ଦ୍ର ଚୌଧୁରୀ, ଏମ୍‍.ସି.ଏଲ୍‍.ର ଅବସରପ୍ରାପ୍ତ ବରିଷ୍ଠ ମହାପ୍ରବନ୍ଧକ ସତ୍ୟଶିବସୁନ୍ଦର ପଣ୍ଡା ପ୍ରମୁଖ ଯୋଗଦେଇ ନାଟ୍ୟକାରଙ୍କୁ ଅଭିବାଦନ ଜଣାଇବା ସହ ପୁସ୍ତକ ସଂପର୍କରେ ମତ ଉପସ୍ଥାପନ କରିଥିଲେ।

Advertisment

ଟାଇମପାସର ନିର୍ଦ୍ଦେଶକ ସରୋଜ ବଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଲେଖକ ରାଜେନ୍ଦ୍ର ପ୍ରସାଦ ସାହୁ ନିଜ ନାଟ୍ୟକାର ଜୀବନର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଉତ୍ସବ ପ୍ରାରମ୍ଭରେ ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ର ବଂଶୀବାଦନ କରିଥିଲେ। ସୁଗାୟିକା ଅର୍ପିତା ପତି ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଉତ୍ସବର ଶେଷ ସ୍ପର୍ଶ ଦେଇଥିଲେ ଅରୁଣ ଦାସ। ଏହି ପୁସ୍ତକପର୍ବରେ ବହୁ ବିଶିଷ୍ଟ ଲେଖକ ଓ ସାହିତ୍ୟାନୁରାଗୀ ଯୋଗ ଦେଇ ଲେଖକଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ଅରୁଣ କୁମାର ଦାସ, ଆଶିଷ କୁମାର ମିଶ୍ର, ଅବିନାଶ ସାହୁ।

Book Launch
Advertisment
Advertisment