• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

ceo
ଇଣ୍ଡିଆନ ଏୟାର ଲଇନ୍ସରେ ପ୍ରଥମଥର ପାଇଁ ନିଯୁକ୍ତ ହେଲେ ମହିଳା ସିଇଓ

ନୂଆଦିଲ୍ଲୀ: ଭାରତୀୟ ବିମାନ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ଆଲିଆନ୍ସ ଏୟାରର ସିଇଓ ଭାବେ ନିଯୁକ୍ତ କରିଯାଇଛି। ହରପ୍ରିତ ଏ ଡେ ସିଂହ ନାମକ ଜଣେ ମହିଳାଙ୍କୁ ଏହି ପଦବୀରେ ସରକାର ନିଯୁକ୍ତି ଦେଇଛନ୍ତି। ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏୟାର ଇଣ୍ଡିଆର ଅଧ୍ୟକ୍ଷ ରଜୀବ ବନସଲ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ହରପ୍ରିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏୟାରଲାଇନ୍ସ ଏୟାରର ସିଇଓ ପଦ ସମ୍ଭାଳିବେ। ତେବେ ହରପ୍ରିତଙ୍କୁ ଏୟାର […]

  • Friday, 02 July 2021
pappu
ଭାଷଣ ଦେବା ବେଳେ ମଞ୍ଚାରୁ ଖସିପଡ଼ିଲେ ଏଇ ବାହୁବଳୀ ନେତା

ମୁଜାଫରପୁର: ବିହାରରେ ନିର୍ବାଚନୀ ମାହୋଲ ବେଶ ସରଗରମ ହୋଇଛି। ଏପରି ସମୟରେ ଜଣେ ବାହୁବଳୀ ନେତା ମଞ୍ଚାରୁ ଗଳିପଡ଼ିବା ଘଟଣା ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି ଲୋକଙ୍କୁ। ଶନିବାର ଜନ ଅଧିକାର ପାଟିର ଅଧ୍ୟକ୍ଷ ପପ୍ପୁ ଯାଦବ ମୁଜାଫରପୁର ଜିଲ୍ଲା ମୀନାପୁରରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ସ୍ଥାନୀୟ ପ୍ରାର୍ଥୀ ବୀନା ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ।  ମଞ୍ଚ ଉପରେ ପପ୍ପୁଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ। ଏହି ସମୟେର […]

  • Friday, 02 July 2021
w
ଦିଲ୍ଲୀରେ ୫୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦୀର୍ଘ ୫୮ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏନେଇ ତଥ୍ୟ ଜାରି କରିଛି। ଆଇଏମ୍‌ଡି ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଅକ୍ଟୋବର ମାସରେ ଏତେ ଶୀତ କେବେ ବି ହୋଇ ନ ଥିଲା।  ଦୀର୍ଘ ୫୮ ବର୍ଷ ଅର୍ଥାତ ୧୯୬୨ ମସିହା ପରଠାରୁ ଅକ୍ଟୋବର ମାସରେ  ଦିଲ୍ଲୀର ତାପମାତ୍ରା ହାରାହାରୀ ୧୭.୨ ଡିଗ୍ରୀ ସେଲ୍‌ସିୟସ୍‌ ରହୁଥିଲା । କିନ୍ତୁ ଏହି ବର୍ଷ ଦିଲ୍ଲୀରେ ଶୀତ ରେକର୍ଡ ଭାଙ୍ଗିଛି। […]

  • Friday, 02 July 2021
maharani
ଲଣ୍ଡନରେ ନିଲାମ ହେଲା ମହାରାଜା ରଣଜୀତ୍‌ ସିଂହଙ୍କ ପତ୍ନୀଙ୍କ ସ୍ୱର୍ଣ୍ଣାଳଙ୍କାର

ଲଣ୍ଡନ: ପଞ୍ଜାବର ମହାରାଜା ରଣଜୀତ ସିଂହଙ୍କ ଶେଷ ପତ୍ନୀ ମହାରାଣୀ ଜିନ୍ଦନ କୌରଙ୍କ ଦାମୀ ଆଭୂଷଣ ଲଣ୍ଡନରେ ନିଲାମ ହୋଇଛି। ଏହି ଆଭୂଷଣ ଜିନ୍ଦନଙ୍କ ଜ୍ୟେଷ୍ଠ ନାତୁଣୀ ପ୍ରିନ୍‌ସ ବାମ୍ବା ସୁଥରଲେଣ୍ଡଙ୍କ ପାଖରେ ଥିଲା।  ମହାରାଣୀଙ୍କ ଏହି ଆଭୂଷଣ ମଧ୍ୟରେ ସୁନା ଏବଂ ରତ୍ନ ଖଚିତ ଏକ ଚାନ୍ଦର ଟିକା, ମୋତି ହାର ଏବଂ ଅନ୍ୟ ଦୁର୍ଲଭ ଗହଣା ରହିଛି । ଏହି ସମସ୍ତ ଗହଣା ୬୨, ୫୦୦ ପାଉଣ୍ଡ ଅର୍ଥାତ୍‌ ୬୦ ଲକ୍ଷ ଟଙ୍କାରୁ ଅଧିକରେ […]

  • Friday, 02 July 2021
b
ଆଜି ଆକାଶରେ ଦେଖାଯିବ ନୀଳ ଜହ୍ନ

ଆଜି ଆକାଶରେ ଦେଖାଯିବ ନୀଳ ଜହ୍ନ। ରାତିର ଆକାଶରେ ଆଜି ଚନ୍ଦ୍ର ଅଧିକ ଉଜ୍ୱଳ ଦେଖାଯିବ। ନୀଳଜହ୍ନ ବିଶ୍ୱର ପ୍ରାୟ ଅଧିକାଂଶ ଅଞ୍ଚଳକୁ ଦୃଶ୍ୟମାନ ହେବ। ଭାରତରେ ରାତି ୮ଟା ୧୯ରେ ନୀଳଜହ୍ନ ଦୃଶ୍ୟମାନ ହେବ। ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ଦ୍ୱିତୀୟ ପୂର୍ଣ୍ଣିମାର ପୂର୍ଣ୍ଣଚନ୍ଦ୍ରକୁ ନୀଳଜହ୍ନ ବୋଲି କୁହାଯାଏ। ଯାହାର ଚନ୍ଦ୍ରର ରଙ୍ଗ ସହ କୌଣସି ସମ୍ପର୍କ ନାହିଁ। ତେବେ ଏହି ଘଟଣା ଅତ୍ୟନ୍ତ ବିରଳ। ଏହା ପୂର୍ବରୁ ୨୦୦୭ ମସିହା ଜୁନ୍ […]

  • Friday, 02 July 2021
actor
୯୦ ବର୍ଷରେ ଆଖି ବୁଜିଲେ ଜେମ୍ସ ବଣ୍ଡ୍‌ ଅଭିନେତା ସାର୍‌ ସିନ୍‌ କୋନ୍ନେରୀ

ଲଣ୍ଡନ‌: ହଲିଉଡ୍‌ର ବହୁ ଚର୍ଚ୍ଚିତ ଜେମ୍ସ ବଣ୍ଡ୍‌ ଫିଲ୍ମର ପ୍ରଥମ ଅଭିନେତା ସାର୍‌ ସିନ୍‌ କୋନ୍ନେରୀଙ୍କ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଶୋଇ ଥିବାବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଜେମ୍ସ ବଣ୍ଡ୍‌ ସିରିଜ ଫିଲ୍ମରେ ସେ ପ୍ରଥମ ଅଭିନେତା ଭାବେ ଅଭିନୟ କରିଥିଲେ। ସେ ଜେମ୍ସ ବଣ୍ଡ୍ ଚରିତ୍ରରେ ଅଭିନୟ କରି ରାତାରାତି ଷ୍ଟାର […]

  • Friday, 02 July 2021
traffic fines
ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇ ଧରାପଡ଼ିଲେ, ପଡ଼ିଲା ୪୨,୫୦୦ ଟଙ୍କା ଫାଇନ୍

ବେଙ୍ଗାଲୁରୁ: ଆପଣ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଗାଡ଼ି କିଣିବା ପାଇଁ ଭାବୁଛନ୍ତି କି ? ଯଦି ହଁ ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଅତ୍ୟ ଗୁରୁତ୍ୱପୂର୍ଣ୍ଣ। ନହେଲେ ଆପଣ ମଧ୍ୟ ଏହି ଯୁବକଙ୍କ ଭଳି ଅସୁବିଧାରେ ପଡ଼ିପାରନ୍ତି। ଘଟଣାଟି ହେଲା, ପରିବା ବିକ୍ରି କରୁଥିବା ବେଙ୍ଗାଲୁରୁର ଜଣେ ଯୁବକ ହେଲ୍‌ମେଟ୍‌  ପିନ୍ଧି ନ ଥିବାରୁ ଟ୍ରାଫିକ୍‌ ପୋଲିସ୍‌ ତାଙ୍କୁ ଧରିଥିଲା। ଏହାପରେ ତାଙ୍କୁ ୪୨,୫୦୦ ଟଙ୍କା ଫାଇନ୍‌ କରିଛି। ଏହି ଫାଇନ୍‌ ସେ କିଣିଥିବା ସେକେଣ୍ଡ୍‌ ହ୍ୟାଣ୍ଡ୍‌ […]

  • Thursday, 01 July 2021
youth died
ସରକାରୀ ଚାକିରି ମିଳିବା ପରେ ଯୁବକଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ ଅଜବ କାରଣ

ଚେନ୍ନାଇ: ସରକାରୀ ଚାକିରି ପାଇବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ତାମିଲନାଡୁର କନ୍ୟାକୁମାରୀରେ ଏହି ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା ପଛର କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ସୂଚନା ଅନୁସାରେ, କନ୍ୟାକୁମାରୀ ଜିଲ୍ଲା ନାଗରକୋଇଲ୍‌ରେ ରହୁଥିବା ଏହି ୩୨ ବର୍ଷୀୟ ଯୁବକଙ୍କୁ କୌଣସି ଚାକିରି ନ ମିଳିବାରୁ ସେ ପୂରା ଭାଙ୍ଗି ପଡ଼ିଥିଲେ। ଗୋଟିଏ ଦିନ ସେ ଭଗବାନଙ୍କ ନିକଟରେ ମାନସିକ ରଖିଲେ ଯେ, ଯଦି ତାଙ୍କୁ ଚାକିରି ମିଳିବ ତା’ହେଲେ ସେ […]

  • Thursday, 01 July 2021
b
'ଟ୍ରମ୍ପଙ୍କ ରାଲିରେ ଯୋଗ ଦେଇଥିବା ଲୋକଙ୍କୁ ଦେବାକୁ ପଡ଼ିବ ବହୁ ମୂଲ୍ୟ'

ନିୟୁର୍କ : ଆମେରିକା ନିର୍ବାଚନ ପ୍ରଚାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ନାକୁ ଆସିଛି। ଆମେରିକାର ରାଷ୍ଟ୍ରପତି ପାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପ୍ରଚାର ପାଇଁ କରିଥିବା ୧୮ଟି ରାଲିରେ ୩୦ ହଜାର ଲୋକ କରୋନାରେ ଆକ୍ରନ୍ତ ହେବା ସହ ୭ ଶହ ମରିଛନ୍ତି। ଏ ନେଇ  ଷ୍ଟାନଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ୟୁନିଭର୍ସିଟି ଗବେଷକମାନେ କିଛି ଦିନ ପୂର୍ବରୁ ସାମୂହିକ ଲୋକଙ୍କୁ ନେଇ କରାଯାଉଥିବା ସଭାରେ କୋଭିଡ୍‌ର ପ୍ରଭାବ ଶୀର୍ଷକ […]

  • Thursday, 01 July 2021
cc
ପୋଲିସ୍‌ ବିରୋଧରେ ରୁଜୁ ହେଲା ମୃତ୍ୟୁ ମାମଲା

ବିହାର: ମୁଙ୍ଗେର ଗୁଳିକାଣ୍ଡରେ ମୃତ ଯୁବକ ଅନୁରାଗ ପୋଦ୍ଦାରଙ୍କ ପିତା ଦେଇଥିବା ବୟାନକୁ ନେଇ ପୋଲିସ୍‌ ବିରୋଧରେ କେସ୍ ରୁଜୁ କରାଯାଇଛି। ତାଙ୍କ ପିତା ପୋଲିସ୍‌ ଉପରେ ହତ୍ୟାର ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ପୋଲିସ୍‌ ଚଳାଇଥିବା ଗୁଳି କାରଣରୁ ତାଙ୍କ ପୁଅର ମୃତ୍ୟୁ ହୋଇଛି। ଏ ନେଇ କୋତୱାଲି ଥାନାରେ ବିସର୍ଜନବେଳେ ଲାଠି ଚାଳନା କରିଥିବା ୨୦ରୁ ୨୫ ପୋଲିସ୍‌ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହେଇଛି। ଘଟଣା ମୁତାବକ ୨୬ ଅକ୍ଟୋବର ରାତିରେ […]

  • Thursday, 01 July 2021
dd
ହିଜ୍‌ବୁଲ୍‌ ମୁଖ୍ୟ କମାଣ୍ଡର ସୌଫୁଲ୍ଲାହ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ଣୀରର ରାଜଧାନୀ ଶ୍ରୀନଗରରେ ହିଜ୍‌ବୁଲ୍‌ ମୁଜାହିଦୀନ ଆତଙ୍କୀ ସଙ୍ଗଠନର ମୁଖ୍ୟ କମାଣ୍ଡର ସୌଫୁଲ୍ଲାହ ନିହତ ହୋଇଛି। ଭାରତୀୟ ସେନା, ଜାମ୍ମୁ କାଶ୍ମୀର ପୋଲିସ୍‌ ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ୍‌ରେ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସେନାକୁ ଶ୍ରୀନଗରର ରଙ୍ଗରେଥ ଅଞ୍ଚଳରେ ଦୁଇଜଣ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା। ଏହାକୁ ଆଧାର କରି ସେନାର ରାଷ୍ଟ୍ରୀୟ ରାଇଫଲ, ଜାମ୍ମୁ କାଶ୍ମୀର ପୋଲିସ୍‌ର ଏସ୍‌ଓଜି ଏବଂ ସିଆରପିଏଫ […]

  • Thursday, 01 July 2021
f
ଦୁଇ ମହଲା ଛାତ ଉପରୁ ୫ ପିଲାଙ୍କୁ ତଳକୁ ଠେଲିଦେଲେ ମହିଳା

ସାହିବଗଞ୍ଜ: ଝାଡ଼ଖଣ୍ଡର ସାହିବଗଞ୍ଜରେ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଦୁଇ ମହଲା ଛାତ ଉପରକୁ ୫ ଜଣ ପିଲାଙ୍କୁ ଡାକି ନେଇ ଜଣ ଜଣ କରି ତଳକୁ ଫୋପାଡ଼ିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଝାଡ଼ଖଣ୍ଡର ନଗର ଥାନା ଅଧିନ ପୁରୁଣା ସାହିବଗଞ୍ଜରେ ଏପରି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବିହାରି ଲାଲ ମଣ୍ଡଳ ଭବନରେ ପାଖ ପଡ଼ୋଶୀଙ୍କ କିଛି ପିଲା ଟିଭି ଦେଖୁଥିଲେ। ସେହି ଘରର ଜଣେ ମହିଳା ପିଲାଙ୍କୁ […]

  • Thursday, 01 July 2021
gg
ମିଠା କେଜି ୯ ହଜାର

ସୁରତ: ବର୍ତ୍ତମାନ ସାରା ଦେଶରେ ପାର୍ବଣ ଋତୁ ଚାଲିଛି। ଆଗକୁ ଆସୁଥିବା ଦୀପାବଳୀ ପାଇଁ ଏବେ ଲେକମାନେ ସଜବାଜ ହେଲେଣି। ଏଥିସହ ମିଠାର ମଧ୍ୟ ଚାହିଦା ବଢ଼ିଛି। ଗୁଜୁରାଟ ସୁରତର ଏକ ଦୋକାନରେ ସ୍ଥାନୀୟ ଅଞ୍ଚଳର ଦାମୀ ମିଠାର ବିକ୍ରି ଅଧିକ ମାତ୍ରାରେ ହେଉଛି। ଯାହାର କେଜି ପ୍ରତି ଦାମ୍‌ ୯ ହଜାର ରହିଛି। ଆଶ୍ଚର୍ଯ୍ୟ ହୋଇଗଲେ କି! ହଁ ଆପଣ ଠିକ୍‌ ପଢ଼ିଛନ୍ତି। ବାସ୍ତବରେ ଏହି ମିଠାର ନାମ ସୁନା ଘାରୀ। ଏହା ସୁରଟର ଏକ […]

  • Thursday, 01 July 2021
baba ka dhaba owner
ଥାନାର ଦ୍ୱାରସ୍ଥ ହେଲେ ‘ବାବା କା ଢାବା’ର ମାଲିକ, ୟୁଟ୍ୟୁବରଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: କିଛିଦିନ ତଳେ ସୋସିଆଲ୍‌‌ ମିଡିଆରେ ସେନ୍‌ସେସନ୍‌ ସାଜିଥିବା ଦିଲ୍ଲୀ ମାଲଭିଆ ନଗରର ଲୋକପ୍ରିୟ  ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ‘ବାବା କା ଢାବା’କୁ ଚର୍ଚ୍ଚାକୁ ଆଣିଥିବା ୟୁଟ୍ୟୁବର ଗୌରବ ବାସନ୍‌ଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି।ସହାୟତା ପାଇଁ ଆସିଥିବା ଆର୍ଥିକ ଅନୁଦାନକୁ ଗୌରବ ହଡ଼ପ କରିଥିବା ନେଇ କାନ୍ତା ଅଭିଯୋଗ କରିଛନ୍ତି। ରବିବାର ପୋଲିସ୍‌ ଏସମ୍ପର୍କରେ ସୂଚନା ଦେଇଛି। କାନ୍ତା ଅଭିଯୋଗ ଆଣିଛନ୍ତି, ଗୌରବ ଜାଣିଶୁଣି  ନିଜର ଓ […]

  • Thursday, 01 July 2021
jharkhand
୫ ଛୁଆଙ୍କୁ ଛାତ ଉପରୁ ତଳକୁ ଫିଙ୍ଗି ଦେଲେ ମହିଳା

ରାଞ୍ଚି: ଦୁଇ ମହଲାରୁ ଗୋଟିଏ ପରେ ଗୋଟିଏ ୫ ଜଣ ଛୁଆଙ୍କୁ ତଳକୁ ଫିଙ୍ଗି ଦେଲେ ମହିଳା। ହୋସ୍‌ ଉଡ଼ାଇ ଦେବା ଭଳି ଏହି ଘଟଣା ରବିବାର ସନ୍ଧ୍ୟା ୭ଟାରେ ଝାଡ଼ଖଣ୍ଡ ସାହିବଗଞ୍ଜରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ବିହାରୀ ଲାଲ୍‌ ମଣ୍ଡଲ୍‌ ଭବନରେ ୧୦ଜଣ ଛୁଆ ଟିଭି ଦେଖୁଥିଲେ। ଏହି ସମୟରେ ସମ୍ପୃକ୍ତ ମହିଳା ବାହାନା ଦେଖାଇ ଛୁଆମାନଙ୍କୁ ଛାତ ଉପରକୁ ନେଇ ଯାଇଥିଲେ। ଏହାପରେ ଜଣକ ପରେ ଜଣେ ୫ଜଣ ଛୁଆଙ୍କୁ  ଛାତ ଉପରୁ […]

  • Thursday, 01 July 2021
covaxin
୨୦୨୧ ମଧ୍ୟଭାଗ ଆଡ଼କୁ ଆସିପାରେ କୋଭାକ୍ସିନ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ବାହାର କରିବା ପାଇଁ ବିଶ୍ୱର ଅନେକ ଦେଶ ଲାଗିଛନ୍ତି। ଭାରତରେ ମଧ୍ୟ କୋଭାକ୍ସିନର ପରୀକ୍ଷଣ ଏବଂ ପ୍ରସ୍ତୁତି ଆଗେଇ ଚାଲିଛି। ଏହାକୁ ଭାରତ ବାୟୋଟେକ ନାମକ କମ୍ପାନୀ ବିକଶିତ କରୁଛି। ଭାରତ ବାୟୋଟେକ୍‌ ଏହି ଭ୍ୟାକ୍ସିନ୍‌କୁ ୨୦୨୧ର ମଧ୍ୟଭାଗ ଆଡ଼କୁ ବଜାରକୁ ଛାଡ଼ିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଯଦି ସରକାରଙ୍କ ତରଫରୁ ଅନୁମତି ମିଳେ ତେବେ ଏହା ଯୋଜନା ମୁତାବକ ସମୟ ମଧ୍ୟରେ ବଜାରକୁ ଛଡ଼ାଯାଇ ପାରିବ ବୋଲି ଭାରତ ବାୟୋଟେକ୍‌ର […]

  • Thursday, 01 July 2021
beggar
କୋଟିପତି ମହିଳା ଭିକାରୀ: ୫ଟି ଘରର ମାଲିକାଣୀ, ବ୍ୟାଙ୍କ୍‌ ଆକାଉଣ୍ଟରେ ଦେଢ଼ କୋଟି ଟଙ୍କା

କାଇରୋ: ଆପଣ କେବେ ଭାବି ପାରିବେ ଜଣେ ଭିକାରୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିବେ।  ଇଜିପ୍ଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଭିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ୧ କୋଟି ୪୨ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ୫୭ ବର୍ଷୀୟ ଏହି ମହିଳା ଭିକାରୀଙ୍କ ନାଁରେ ୫ଟି ଘର ମଧ୍ୟ ରହିଛି। gulfnews.com ରିପୋର୍ଟ ଅନୁସାରେ, ବ୍ୟାଙ୍କରେ ପ୍ରାୟ ଦେଢ କୋଟି ଟଙ୍କା ଥିବା ଏହି ମହିଳା ଭିକାରୀଙ୍କୁ ଗିରଫ କରାଯାଇ […]

  • Thursday, 01 July 2021
hjk
ହାଥରସ ଘଟଣାରେ ଆସିଲା ଏସ୍‌ଆଇଟି ରିପୋର୍ଟ, ମାଜିଷ୍ଟ୍ରେଟ୍‌ଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ଗତ ସେପ୍ଟେମ୍ୱର ମାସରେ ଘଟିଥିବା ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏସ୍‌ଆଇଟି ଏହାର ରୋପର୍ଟ ଦେଇଛି। ଏହି ରିପୋର୍ଟ ୟୁପି ସରକାରଙ୍କୁ ଦିଆଯାଇଛି। ଯାହାକୁ କି ଆହ୍ଲାବାଦ ହାଇକୋର୍ଟରେ ଶୁଣାଣୀ ସମୟରେ ଦାଖଲ କରିଯିବାର ସମ୍ଭବନା ରିହିଛି। ହାଇକୋର୍ଟରେ ସୋମବାର ଏହି ଘଟଣାକୁ ନେଇ ଶୁଣାଣୀ କରାଯିବାର ଅଛି। ଯେଉଁଥିରେ କି ୟୁପି ସରକାର ନିଜ ପକ୍ଷ ରଖିବେ। କିନ୍ତୁ ବର୍ତ୍ତମାନ ଏସ୍‌ଆଇଟି ରିପୋର୍ଟକୁ ଆଧାର କରି ସ୍ଥାନୀୟ ଡିଏମ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ […]

  • Thursday, 01 July 2021
kjh
୧୬ ହଜାର ଫୁଟ୍‌ ପାହାଡ଼ ଉପରେ ଯବାନଙ୍କ ହେଲା ସର୍ଜରୀ; ସଫଳତା ପାଇଲେ ସେନା ଡାକ୍ତର

ନୂଆଦିଲ୍ଲୀ: ୧୬ ହଜାର ଫୁଟ୍‌ ଉଚ୍ଚରେ ଜଣେ ଯବାନଙ୍କର ଆପେଣ୍ଡିକ୍ସ ସର୍ଜରୀ କରି ଭାରତୀୟ ସ୍ଥଳ ସେନାର ଡାକ୍ତର ସଫଳତା ହାସଲ କରିଛନ୍ତି। ପୂର୍ବ ଲଦାଖର ଏକ ଫରୱାର୍ଡ ସର୍ଜିକାଲ ସେଣ୍ଟରରେ ଏହି ଅସ୍ତ୍ରୋପଚାର କରିଯାଇଥିଲା। ଖରାପ ପାଗ କାରଣରୁ ଅସୁସ୍ଥ ଯବାନଙ୍କୁ ଲଦାଖରୁ ଲେହକୁ ସ୍ଥାନାନ୍ତର କରାଯାଇ ପାରିନଥିଲା। ତେଣୁ ଫରୱାର୍ଡ ସେଣ୍ଟରରେ ତିନିଜଣିଆ ଡାକ୍ତରୀ ଦଳର ଗଠନ କରାଯାଇ ସଫଳତାର ସହ ଏହି ଅସ୍ତ୍ରୋପଚାର କରାଯାଇଛି। ଆପାତଃକାଳୀନ ଭାବେ ଏହି ସର୍ଜରୀ କରାଯାଇଥିଲା। ୧୬ […]

  • Thursday, 01 July 2021
election-1
୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ହେଉଛି ଉପନିର୍ବାଚନ

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ବ୍ୟତୀତ ଦେଶରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଛି। ଏହା ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ରହିଛି। କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସକାଳ ୭ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍‌ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି। ଛତିଶଗଡ଼, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମତଦାନ ସମୟ ଭିନ୍ନ ରହିଛ॥ ତେବେ ମତଦାନର ଶେଷ ଘଣ୍ଟାଏରେ କରୋନା ପଜିଟିଭ୍ ଭୋଟର […]

  • Thursday, 01 July 2021
donald
ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ।  ନିର୍ବାଚନ ପୂର୍ବରୁ ଉଭୟ ପ୍ରାର୍ଥୀଙ୍କ ମଧ୍ୟ ପ୍ରେସିଡେନ୍ସିଆଲ ଡିବେଟ ହୋଇଥିଲା। ଭୋଟରଙ୍କୁ ମନାଇବାକୁ ଉଭୟ ଭରପୁର ଉଦ୍ୟମ କରିଛନ୍ତି। ତେବେ ଆସନ୍ତା ବର୍ଷ ଜାନୁଆରୀ ୬ ତାରିଖରେ ଆମେରିକୀୟ କଂଗ୍ରେସର ବୈଠକ ହେବ। ଏଥିରେ ବିଦ୍ଧିବଦ୍ଧ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ନାଁ ଘୋଷଣା କରାଯିବ। ଭୋଟ ପୂର୍ବରୁ କରାଯାଇଥିବା ଜନମତ ସର୍ଭେରେ ବାଇଡେନ ଟ୍ରମ୍ପଙ୍କଠାରୁ  ବହୁ ଆଗରେ […]

  • Thursday, 01 July 2021
america
କେମିତି ହୋଇଥାଏ ଆମେରିକା ରାଷ୍ଟ୍ରପତି ନିବାର୍ଚନ ?

ୱାଶିଂଟନ: ସବୁଠୁ ଶକ୍ତିଶାଳୀ ଓ ବିକଶିତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର ରହିଥାଏ। ଆମେରିକାରେ କେଉଁ ଦଳ କ୍ଷମତା ହାତେଇବ ଏବଂ କିଏ ରାଷ୍ଟ୍ରପତି ହେବ ସମସ୍ତେ ଚାହିଁ ବସିଥାନ୍ତି। କାରଣ ତା ଉପରେ ଆମେରିକାର ଭବିଷ୍ୟତ ଏବଂ ଅନ୍ୟ ଦେଶ ପ୍ରତି ଆଭିମୁଖ୍ୟ କିଭଳି ରହିବ, ତାହା ନିର୍ଭର କରିଥାଏ । ତେବେ ଆମେରିକାବାସୀ ସିଧାସଳଖ ନିଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିନଥାନ୍ତି । ସେଠାରେ ପରୋକ୍ଷ ନିର୍ବାଚନ ହୋଇଥାଏ । […]

  • Thursday, 01 July 2021
cricket
ଦିନେ ଆତଙ୍କୀ ଗଡ଼ ଥିଲା ହଣ୍ଡଓ୍ୱାରା, ହେଲେ ଆଜି ହିଂସା ବଦଳରେ ଶାନ୍ତି ଖୋଜୁଛନ୍ତି ଯୁବଗୋଷ୍ଠୀ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ହେବା ପରେ ବିକାଶ ଦିଗରେ ଆଗେଇ ଚାଲିଛି ଜାମ୍ମୁ ଓ କାଶ୍ମୀର । ଦିନେ ଆତଙ୍କବାଦୀଙ୍କ ଗଡ଼ ଥିଲା ହଣ୍ଡଓ୍ୱାରା। ହେଲେ ଆଜି ସେଠି ସ୍ଥିତି ବଦଳିଛି । ଯୁବ ପିଢ଼ିଙ୍କ ନିକଟତର ହେବା ପାଇଁ ଉଦ୍ୟମ ଜାରି କରିଛି ସେନା। ବିଭିନ୍ନ ଉନ୍ନୟନମୂଳକ କାମ ସହ ଏଠାରେ ସେନା ପକ୍ଷରୁ ୟୁନିଟ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଇଛି। ଏଥିରେ ଆଖପାଖର ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଏହା ଫଳରେ ସେନା […]

  • Thursday, 01 July 2021
vote
ଦେଶରେ ୫୪ଟି ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନ

ପାଟ୍‌ନା: ବିହାର ନିର୍ବାଚନ ବ୍ୟତୀତ ଦେଶରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଅଛି ।ଏହା ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ରହିଛି । କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସକାଳ ୭ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ଛତିଶଗଡ଼, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମତଦାନ ସମୟ ଭିନ୍ନ ରହିଛି । ତେବେ ମତଦାନର […]

  • Thursday, 01 July 2021