Advertisment

ପ୍ରଥମ ଥର ପାଇଁ ତାଲିବାନ ସହ ଆଲୋଚନା କଲା ଭାରତ

ଆଫଗାନିସ୍ତାନର ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଭାରତ ପ୍ରଥମ ଥର ପାଇଁ ଏହି ସଂଗଠନ ସହ କଥାବାର୍ତ୍ତା ଆରମ୍ଭ କରିଛି।

author-image
Minati Mishra
undefined

indian diplomats meet taliban leader

ନୂଆଦିଲ୍ଲୀ:ଆଫଗାନିସ୍ତାନର ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଭାରତ ପ୍ରଥମ ଥର ପାଇଁ ଏହି ସଂଗଠନ ସହ କଥାବାର୍ତ୍ତା ଆରମ୍ଭ କରିଛି। ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ତାଲିବାନ ନେତାଙ୍କ ସହ ସାକ୍ଷାତ କରିଛନ୍ତି ଏବଂ ଆଫଗାନିସ୍ତାନ ଭୂମି ଆତଙ୍କବାଦୀଙ୍କ ଦ୍ୱାରା  ବ୍ୟବହୃତ ହେବା ନେଇ ଚିନ୍ତା ପ୍ରକଟ କରିଥିଲେ। 

Advertisment

କତାର ରାଜଧାନୀ ଦୋହାସ୍ଥିତ ଭାରତୀୟ ଦୂତାବାସରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଓ ତାଲିବାନୀ ନେତା ଶେର ମୋହମ୍ମଦ ଅବ୍ବାସ ଷ୍ଟେନକଜଇଙ୍କ  ମଧ୍ୟରେ ଆଲୋଚନା ହୋଇଥିଲା। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ସାକ୍ଷାତକାର ପାଇଁ ତାଲିବାନ ପକ୍ଷରୁ ଅନୁରୋଧ କରାଯାଇଥିଲା। ଆଲୋଚନାରେ ଭାରତ ପକ୍ଷରୁ ଆଫଗାନିସ୍ତାନରେ ଥିବା ଭାରତୀୟ, ଆଫଗାନ ନାଗରିକ ଏବଂ ଅଳ୍ପସଂଖ୍ୟକ ଆଫଗାନ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲା। ଏପରିକି ଭାରତ ବିରୋଧରେ ଆଫଗାନିସ୍ତାନର ଭୂମି ଯେପରି ବ୍ୟବହୃତ ନ ହେବ ସେ ନେଇ ଆଲୋଚନା କରିଥିଲେ। ଏ ନେଇ ତାଲିବାନ ସକାରାତ୍ମକ ଉତ୍ତର ଏବଂ ଭରସା ଦେଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥି ସହିତ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ମଧ୍ୟ ରାଷ୍ଟ୍ରଦୂତ ମିତ୍ତଲ ଉଠାଇଥିଲେ। 

Advertisment

ସୂଚନାଥାଉ କି, ତାଲିବାନ ନେତା ଷ୍ଟେନକଜଇ କାବୁଲ ଏବଂ ଦିଲ୍ଲୀ ମଧ୍ୟରେ ସମ୍ପର୍କ ରଖିବା ପାଇଁ ଫୋନ କରି ଭାରତକୁ କାବୁଲ୍‌ରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ନ ନେବାକୁ ଅନୁରୋଧ କରିଥିଲେ। ଏପରିକି ସେ ଭାରତକୁ ଏପରି ଭରସା ମଧ୍ୟ ଦେଇଥିଲେ ଯେ, କାବୁଲ୍‌ରେ ତାଲିବାନୀ ଏବଂ ଭାରତୀୟ ରାଷ୍ଟ୍ରଦୂତ ସରକ୍ଷିତ ଅଛନ୍ତି। ତେବେ ଭାରତ ତାଲିବାନର ଏହି ଭରସାକୁ ଗ୍ରହଣ କରି ପାରି ନ ଥିଲା ଏବଂ ନିଜର ସମସ୍ତ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଥିଲା।

ସୂଚନାଥାଉ କି, ତିନି ଦିନ ତଳେ ଷ୍ଟେନକଜଇ ଏକ ଭିଡିଓ ଜାରି କରି ଭାରତ ସହ ଭଲ ସମ୍ପର୍କ ରଖିବା କଥା କହିଥିଲେ। ସେ କହିଥିଲେ, ତାଲିବାନ ଭାରତ ସହ ସାଂସ୍କୃତିକ, ରାଜନୈତିକ ଏବଂ ବ୍ୟାବସାୟିକ ସମ୍ପର୍କ ପୂର୍ବ ପରି ରଖିବାକୁ ଚାହେଁ। ଏହି ଭିଡିଓରେ ସେ ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପାଇଁ ପାକିସ୍ତାନ ଦ୍ୱାରା ସଡକ ଏବଂ ଆକାଶପଥ ଖୋଲିବା ଆବଶ୍ୟକ ବୋଲି ମଧ୍ୟ କହିଥିଲେ। ଏବେ ଦୋହାରେ ମିତ୍ତଲଙ୍କ ସହ ସାକ୍ଷାତ ସମୟରେ ଭାରତ ସହ ଭଲ ସମ୍ପର୍କ ରଖିବାକୁ ତାଲିବାନ ଚାହେଁ ବୋଲି ଷ୍ଟେନକଜଇ କହିଛନ୍ତି।

ସୂଚନା ଥାଉ କି, ତାଲିବାନ ସହ କୌଣସି ଆଲୋଚନା କରାଯିବ ନାହିଁ ବୋଲି ଭାରତ କହି ଆସୁଥିବାବେଳେ ପ୍ରଥମ ଥର ପାଇଁ ଏପରି ଔପଚାରିକ ସାକ୍ଷାତ କରିଛି ।

Taliban Militants Indian Diplomat
Advertisment
Advertisment