• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବ୍ଲାଙ୍କ୍ ଫାୟାରିଂରେ ସେଲିବ୍ରେସନ୍

  • ଏୟାରପୋର୍ଟ ଛାଡ଼ିବା ମାତ୍ରେ ବ୍ଲାଙ୍କ୍ ଫାୟାର କରି ଉତ୍ସବ ମନାଇଲେ ତାଲିବାନୀ

କାବୁଲ : ତାଲିବାନଙ୍କ ପାଇଁ ଏୟାରପୋର୍ଟରେ ଉତ୍ସବର ମାହୋଲ୍ । ଆମେରିକା ସୈନ୍ୟ ଏୟାରପୋର୍ଟ ଛାଡ଼ିବା ମାତ୍ରେ ବ୍ଲାଙ୍କ୍ ଫାୟାର କରି ସେଲିବ୍ରେସନ୍ କଲେ ତାଲିବାନୀ । ‍‍‍‍ବିଳମ୍ବିତ ରାତ୍ରିରେ ଦୀର୍ଘ ସମୟ ଧରି ତାଲିବାନଙ୍କ ଏପରି କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା । କାବୁଲ ଛାଡିବା ପରେ ତାଲିବାନ କାବୁଲ ବିମାନବନ୍ଦରକୁ ନିଜ ଦଖଲ ନେଇଛି । ଅର୍ଥାତ୍ ବର୍ତ୍ତମାନ କେହି ବି ଦେଶ ବାହାରକୁ ଯିବାକୁ ଚାହିଁଲେ, କିମ୍ବା ସବୁଦିନ ପାଇଁ ଦେଶ ଛାଡ଼ିବାକୁ ଚେଷ୍ଟା କଲେ ତାଲିବାନଙ୍କ ଅନୁମତି ନେବାକୁ ପଡ଼ିବ । ବର୍ତ୍ତମାନ ଆଫଗାନିସ୍ତାନ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ।

ଏହି କାରଣରୁ ପ୍ରାୟ ୨୦ ବର୍ଷର ଯୁଦ୍ଧ ପରେ ଉତ୍ସବରେ ମସଗୁଲ ଅଛନ୍ତି ତାଲିବାନ । ଆମେରିକା ସେନା କାବୁଲ ଏୟାରପୋର୍ଟରୁ ଶେଷ ଉଡ଼ାଣ ଭରିବା ମାତ୍ରେ ସେଠାରେ ନନ୍ ଷ୍ଟପ୍ ଏରିଆଲ୍ ଫାୟାରିଂ କରାଯାଇ ଉତ୍ସବ ପାଳନ କରାଯାଇଥିଲା । କେବଳ ବ୍ଲାଙ୍କ୍ ଫାୟାରି ନୁହେଁ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ବାଣ ଫୁଟାଇ ଆକାଶକୁ ଆଲୋକିତ କରିଛନ୍ତି ତାଲଇବାନୀ ।

ଏବେ ଆମେ ସମ୍ପୂର୍ଣ୍ଣ ସ୍ୱାଧୀନ

ଆମେରିକା ସେନାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଉପରେ ତାଲିବାନ ପକ୍ଷରୁ ଏକ ବିବୃତ୍ତି ଜାରି ହୋଇଛି । ୨୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ହତ୍ୟା କରିବା, ହଜାର ହଜାର ଲୋକଙ୍କୁ ଆଘାତ ଦେବା ଏବଂ ଅର୍ଥନୈତିକ କ୍ଷତି ଘଟାଇବା ପରେ ଶେଷରେ ଆମେରିକା ଦେଶରୁ ଫେରିଛି । ଏହି ପରିପେକ୍ଷୀରେ ବର୍ତ୍ତମାନ ଆଫଗାନିସ୍ତାନ ସମ୍ପୂର୍ଣ୍ଣ ସ୍ୱାଧୀନ ବୋଲି ତାଲିବାନ୍ ।

ସୂଚନାଯୋଗ୍ୟ ୨୦୦୧ରେ ଓସାମା ବିନ୍ ଲାଦେନକୁ ଧରିବା ଉଦ୍ଦେଶ୍ୟରେ ଆଫଗାନିସ୍ତାନରେ ପ୍ରବେଶ କରିଥିଲା ଆମେରିକା । ଆଉ ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ରହି ତାଲିବାନଆତଙ୍କବାଦକୁ ଶେଷ କରିବା ପାଇଁ ସଂଗ୍ରାମ କରୁଥିଲା ଆମେରିକା । ତେବେ ଆମେରିକା ଏଥିରେ ସଫଳ ହୋଇପାରି ନାହିଁ ଏବଂ ବର୍ତ୍ତମାନ ତାଲିବାନକୁ ନିଜ କବଜାକୁ ନେଇଛି ଆଫଗାନିସ୍ତାନ ।

ସେପଟା କାବୁଲରୁ ଆମେରିକାର ସେନା ପ୍ରତ୍ୟାହାର ଶେଷ ହୋଇଛି । ୧୯ ବର୍ଷ ବର୍ଷ ପରେ ଆଫଗାନିସ୍ତାନରୁ ଓହରି ଆସିଲା ଆମେରିକା ସେନା । ଆମେରିକାର ଶେଷ ତିନୋଟି ସାମରିକ ବିମାନ ମଧ୍ୟ ସୋମବାର ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିଛି । ଅଗଷ୍ଟ ବିଳମ୍ବିତ ରାତ୍ରିରେ କାବୁଲର ହମିଦ କରଜାଇ ଏୟାରପୋର୍ଟରୁ ଆମେରିକା ସେନାର ଶେଷ ତିନୋଟି C-୧୭ ବିମାନ ଉଡ଼ାଣ ଭରିବା ସହ ଆମେରାକା ସୈନ୍ୟ ଅଭିଯାନର ଅନ୍ତ ଘଟିଛି ।

ସେପଟେ ଆଫଗାନିସ୍ତାନ ମାଟି ଛାଡ଼ି ଯାଇଥିଲେ ମଧ୍ୟ ଆମେରିକା ତାହାର ଅଧୁରା କାମ ପୂରା କରିବ । ଆଫଗାନିସ୍ତାନ ପାଇଁ ଆମେରିକା ହାତରେ କିଛି ଯୋଜନା ରହିଥିବା ୟୁଏସ୍ ସେକ୍ରେଟାରୀ ଅଫ୍ ଷ୍ଟଟ୍ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି । ଆଫଗାନିସ୍ତାନରେ କିପିରି ଶାନ୍ତି ବଜାୟ ରହିବ ସେନେଇ କାମ କରାଯିବ । ମାନବିକତା ଦୃଷ୍ଟିରୁ ଆଫଗାନିସ୍ତାନ ଛାଡ଼ିଥିବା ଲୋକଙ୍କୁ ସହାୟତା ପ୍ରଦାନ କରାଯିବ ।