Advertisment

କଠୋର ହେଉଛି କି ତାଲିବାନ? ଆମେରିକା ସେନାକୁ ସାହାଯ୍ୟ କରିବାରୁ ଜଣଙ୍କୁ ହେଲିକପ୍ଟରରେ ଝୁଲାଇ ବୁଲାଇଲା ପୂରା ସହର

ଉଗ୍ର ହେଉଛି ତାଲିବାନ। ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଯିବା ପରେ ମନମାନି ଆରମ୍ଭ କରିଦେଇଛି ତାଲିବାନ। ଦୀର୍ଘ ୨୦ ବର୍ଷର ପରେ ଆମେରିକା ଆଫଗାନିସ୍ତାନ ଛାଡିଛି। ଡେଡ଼୍‌ଲାଇନ୍ ଅନୁସାରେ ଅଗଷ୍ଟ ୩୦ ରେ, ଆମେରିକାର ସୈନ୍ୟବାହିନୀ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେଇଛି। ଆଉ ଏହି ସମୟ ମଧ୍ୟରେ ଆମେରିକା ନିଜର ଅନେକ ଅସ୍ତ୍ରଶସ୍ତ୍ର, ଯୁଦ୍ଧଯାନ ଏବଂ ବିମାନ ମଧ୍ୟ କାବୁଲରେ ଛାଡି ଦେଇଛି।

author-image
Sarbeswar
afghanistan-helicopter

afghanistan-helicopter

କାବୁଲ: ଉଗ୍ର ହେଉଛି ତାଲିବାନ। ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଯିବା ପରେ ମନମାନି ଆରମ୍ଭ କରିଦେଇଛି ତାଲିବାନ। ଦୀର୍ଘ ୨୦ ବର୍ଷର ପରେ ଆମେରିକା ଆଫଗାନିସ୍ତାନ ଛାଡିଛି। ଡେଡ଼୍‌ଲାଇନ୍ ଅନୁସାରେ ଅଗଷ୍ଟ ୩୦ ରେ, ଆମେରିକାର ସୈନ୍ୟବାହିନୀ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେଇଛି। ଆଉ ଏହି ସମୟ ମଧ୍ୟରେ ଆମେରିକା ନିଜର ଅନେକ ଅସ୍ତ୍ରଶସ୍ତ୍ର, ଯୁଦ୍ଧଯାନ ଏବଂ ବିମାନ ମଧ୍ୟ କାବୁଲରେ ଛାଡି ଦେଇଛି। ଏହା ପରେ ଆଫଗାନିସ୍ତାନ ଉପରେ ତାଲିବାନ୍‌ର ରାଜ୍ ଆରମ୍ଭ ହୋଇଛି । ତାଲିବାନ ଶାସନ ବିଷୟରେ ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ମଙ୍ଗଳବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନେଇ ତାଲିବାନ ଶାସନ କେମିତି କରିବ ତାହା ଜଳଜଳ ହୋଇ ଦେଖାଯାଉଛି। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Advertisment

କୁହାଯାଉଛି, ଆଫଗାନିସ୍ତାନର ଜଣେ ନାଗରିକ ଆମେରିକାକୁ ସାହାଯ୍ୟ କରୁଥିବାରୁ ଏହାକୁ ନାପସନ୍ଦ କରିଛି ତାଲିବାନ। ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହେଲିକପ୍ଟରରେ ଏକ ଦୌଡ଼ିରେ ବାନ୍ଧି କାବୁଲ ସହରର ଚକ୍କର କଟାଯାଇଛି। ଏହାକୁ ଦେଖିବା ପରେ ସାଧାରଣ ଲୋକଙ୍କ ମନରେ ଭୟ ସଂଚାର ହୋଇଛି। ପୂର୍ବରୁ ଯାହା କଳ୍ପନା କରାଯାଉଥିଲା ତାହା ଏକ ପ୍ରକାର ସତ ହୋଇଛି। ସୈନ୍ୟ ପ୍ରତ୍ୟାହାର ହେଉ ହେଉ ନିଜର ଅସର ମୁଖା ଦେଖାଇଛି ତାଲିବାନ।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ୟକ୍ତି ଜଣକ ଯେଉଁ ହେଲିକପ୍ଟରରେ ଝୁଲିଥିଲେ ତାହା ଆମେରିକାର । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓକୁ ନେଇ ଏବେ ପୂରା ବିଶ୍ୱରେ ଚର୍ଚ୍ଚା ହେଉଛି। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ, ଆମେରିକା ପୂର୍ବରୁ ପ୍ରେସମିଟ୍‌ରେ କହିଥିଲା ଆମେ କୌଣସି ଯୁଦ୍ଧ ସରଞ୍ଜାମ ତାଲିବାନକୁ ଦେଇନାହୁଁ। ଯେଉଁ ଗୁଡ଼ିକ ରହିଛି ତାହାକୁ ଆମେ ଅକାମୀ ମଧ୍ୟ କରିଦେଇଛୁ। ତେଣୁ ଡରିବାର କୌଣସି ଆବଶ୍ୟକତା ନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଯଦି ଆମେରିକା ତାହାକୁ ନିଷ୍କ୍ରିୟ କରିଦେଇଥିଲା ତେବେ ଏହି ହେଲିକପ୍ଟର ଉଡ଼ିଲା କେମିତି?

ଜଣେ ଆମେରିକୀୟ ସାମ୍ବାଦିକ ସେୟାର କରିଥିବା ଭିଡିଓକୁ ଦେଖି ଆଫଗାନିସ୍ତାନର ଜଣାଶୁଣା ସାମ୍ବାଦିକ ବିଲାଲ ଟ୍ୱିଟ କରି କହିଛନ୍ତି ଯେ ହେଲିକପ୍ଟର ଉଡ଼ୁଥିବା ବ୍ୟକ୍ତି କେବଳ ଆମେରିକା ଏବଂ ୟୁଏଇରେ ତାଲିମ ନେଇଛନ୍ତି। କେମିତି ଉଚ୍ଚ ସ୍ଥାନରେ ପତାକା ଲଗାଇଯାଇପାରିବ ସେହି କାମରେ ସେ ନିୟୋଜିତ ଥିଲେ। କିନ୍ତୁ ଆପଣ ବି ଯଦି ଭିଡ଼ିଓ ଦେଖିବେ ତେବେ ସ୍ପଷ୍ଟ ଜାଣିପାରିବେ କି ସେ ପତାକା ଉଡ଼ାଉ ଥିଲେ ନା ଦଣ୍ଡ ପାଉଥିଲେ। ସେପଟେ ଆଫଗାନିସ୍ତାନର କିଛି ସାମ୍ବାଦିକ ଦାବି କରିଛନ୍ତି ଯେ, ଏହା କାନ୍ଦାହାରର ରାଜ୍ୟପାଳଙ୍କ ସରକାରୀ ବାସଭବନ। ତେଣୁ ଏହାକୁ ନେଇ ଅପପ୍ରଚାର କରନଯାଉ। କିନ୍ତୁ ଘଟଣା ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସତ୍ୟାସତ୍ୟ ଜଣାପଡ଼ିନାହିଁ।

Taliban Taliban Attack Afghanistan
Advertisment
Advertisment