Advertisment

କାବୁଲରେ ଆମେରିକା ଛାଡ଼ି ଦେଲା କୁକୁର?

ଏହି ଘଟଣା ଚର୍ଚ୍ଚା ହେବା ପରେ ପେଂଟାଗନ୍‌ ମଧ୍ୟ ଟ୍ୱିଟ୍‌ କରି ନିଜର ପ୍ରତିକ୍ରିୟା ରଖିଛି, କହିଛି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା କୁକୁର ଗୁଡ଼ିକ ଆମେରିକାର ନୁହେଁ। ଯୁକ୍ତ ରାଷ୍ଟ୍ରଆମେରିକା ଆଫଗାନିସ୍ତାନ ବିମାନ ବନ୍ଦରରେ କୌଣସି କୁକୁର ଛାଡ଼ିନାହିଁ। ତେଣୁ ସେହି କୁକୁରମାନଙ୍କୁ ଆଫଗାନିସ୍ତାନ କଣ କରିବ ତାହା ଉପରେ ନିର୍ଭର କରେ। ସେଥିରେ ଆମେରିକାର କୌଣସି କହିବାର ନାହିଁ।

author-image
Sarbeswar
Dozens of dogs left at Kabul airport

Dozens of dogs left at Kabul airport

ଆମେରିକା: ରୋଚକ ଢଙ୍ଗରେ ଆଫଗାନିସ୍ତାନ ଛାଡିଛନ୍ତି ଆମେରିକା ସୈନ୍ୟ। ଅଗଷ୍ଟ ୩୦ ରାତି ୧୧ ଟା ୫୫ ମିନିଟ୍‌ରେ କାବୁଲ ଏୟାରପୋର୍ଟରୁ ଆମେରିକା ଅଭିମୁଖେ ଉଡ଼ାଣ ଭରିଥିଲା ଆମେରିକା ବିମାନ। ଆଉ ପରେ ଏକ ରିପୋର୍ଟ ଆସିଥିଲା, କାବୁଲ୍‌ରେ ବହୁସଂଖ୍ୟାରେ ଯୁଦ୍ଧାସ୍ତ୍ର ଛାଡି ଦେଇଛି ଆମେରିକା। କିନ୍ତୁ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, କାବୁଲ୍‌ରେ ଅନେକ କୁକୁର ମଧ୍ୟ ଛାଡ଼ିଯାଇଛି ଆମେରିକା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାବୁଲରେ ଛଡାଯାଇଥିବା କୁକୁର ଗୁଡ଼ିକ ଆମେରିକାର ନୁହେଁ ବୋଲି ଆମେରିକା କହିଛି।

Advertisment

ଏହି ଘଟଣା ଚର୍ଚ୍ଚା ହେବା ପରେ ପେଂଟାଗନ୍‌ ମଧ୍ୟ ଟ୍ୱିଟ୍‌ କରି ନିଜର ପ୍ରତିକ୍ରିୟା ରଖିଛି, କହିଛି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା କୁକୁର ଗୁଡ଼ିକ ଆମେରିକାର ନୁହେଁ। ଯୁକ୍ତ ରାଷ୍ଟ୍ରଆମେରିକା ଆଫଗାନିସ୍ତାନ ବିମାନ ବନ୍ଦରରେ କୌଣସି କୁକୁର ଛାଡ଼ିନାହିଁ। ତେଣୁ ସେହି କୁକୁରମାନଙ୍କୁ ଆଫଗାନିସ୍ତାନ କଣ କରିବ ତାହା ଉପରେ ନିର୍ଭର କରେ। ସେଥିରେ ଆମେରିକାର କୌଣସି କହିବାର ନାହିଁ।

Advertisment

ସୂଚନା ଅନୁସାରେ, ଆମେରିକାର ଚୁକ୍ତି ମୁତାବକ ଆଫଗାନିସ୍ତାନରୁ ନିଜ ସେନାକୁ ପ୍ରତ୍ୟାହାର କରିନେଇଛି ଆମେରିକା। କିନ୍ତୁ ନିଜର ଯୁଦ୍ଧାସ୍ତ୍ର ସହ କୁକୁର ଗୁଡ଼ିକୁ ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଛି।

ଏପଟେ, ଉଗ୍ର ହେଉଛି ତାଲିବାନ। ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଯିବା ପରେ ମନମାନି ଆରମ୍ଭ କରିଦେଇଛି ତାଲିବାନ। ଦୀର୍ଘ ୨୦ ବର୍ଷର ପରେ ଆମେରିକା ଆଫଗାନିସ୍ତାନ ଛାଡିଛି। ଡେଡ଼୍‌ଲାଇନ୍ ଅନୁସାରେ ଅଗଷ୍ଟ ୩୦ ରେ, ଆମେରିକାର ସୈନ୍ୟବାହିନୀ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେଇଛି। ଆଉ ଏହି ସମୟ ମଧ୍ୟରେ ଆମେରିକା ନିଜର ଅନେକ ଅସ୍ତ୍ରଶସ୍ତ୍ର, ଯୁଦ୍ଧଯାନ ଏବଂ ବିମାନ ମଧ୍ୟ କାବୁଲରେ ଛାଡି ଦେଇଛି। ଏହା ପରେ ଆଫଗାନିସ୍ତାନ ଉପରେ ତାଲିବାନ୍‌ର ରାଜ୍ ଆରମ୍ଭ ହୋଇଛି । ତାଲିବାନ ଶାସନ ବିଷୟରେ ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ମଙ୍ଗଳବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନେଇ ତାଲିବାନ ଶାସନ କେମିତି କରିବ ତାହା ଜଳଜଳ ହୋଇ ଦେଖାଯାଉଛି। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Taliban Taliban Attack Afghanistan
Advertisment
Advertisment