Advertisment

ତରବରିଆ ଭାବେ ଆଫଗାନ୍ ଛାଡ଼ିଲା ଆମେରିକା, ଭାରତ ପାଇଁ ଚିନ୍ତା ବଢ଼ିଲା

୨୦ ବର୍ଷ ପରେ ଆମେରିକୀୟ ସେନା କାବୁଲ ଛାଡିଛନ୍ତି । ଏଭଳି ପରିସ୍ଥିତିରେ ଦଶନ୍ଧି ଦଶନ୍ଧି ଧରି ଆଫଗାନିସ୍ତାନ ସୈନ୍ୟଙ୍କୁ ଆମେରିକାର ସହାୟତା ବର୍ତ୍ତମାନ ଭାରତ ସମେତ ଅନ୍ତର୍ଜାତୀୟ ଗୋଷ୍ଠୀ ପାଇଁ ଏକ ସମସ୍ୟା ହୋଇପାରେ। ଆମେରିକାର ସୈନ୍ୟ ଆଫଗାନିସ୍ତାନ ଛାଡିବା ପରେ ତାଲିବାନଙ୍କ ହାତରେ ଲାଗିଛି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ।

author-image
Prangyan Parimita
ଅଦ୍ୟତନ ହୋଇଛି
Taliban militants

Taliban militants

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଆମେରିକାର 'ଯୁଗ' ଶେଷ । ୨୦ ବର୍ଷ ପରେ ଆମେରିକୀୟ ସେନା କାବୁଲ ଛାଡିଛନ୍ତି । ଏଭଳି ପରିସ୍ଥିତିରେ ଦଶନ୍ଧି ଦଶନ୍ଧି ଧରି ଆଫଗାନିସ୍ତାନ ସୈନ୍ୟଙ୍କୁ ଆମେରିକାର ସହାୟତା ବର୍ତ୍ତମାନ ଭାରତ ସମେତ ଅନ୍ତର୍ଜାତୀୟ ଗୋଷ୍ଠୀ ପାଇଁ ଏକ ସମସ୍ୟା ହୋଇପାରେ। ଆମେରିକାର ସୈନ୍ୟ ଆଫଗାନିସ୍ତାନ ଛାଡିବା ପରେ ତାଲିବାନଙ୍କ ହାତରେ ଲାଗିଛି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ।

Advertisment

ବର୍ତ୍ତମାନ ସ୍ଥିତିରେ ଚୀନକୁ ରିଭର୍ସ ଇଞ୍ଜିନିୟରିଂର ଗୁରୁ କୁହାଯାଉଛି । ଯୁଦ୍ଧ ବିମାନ, ବିମାନ ପରିବହନକାରୀ, ଟ୍ୟାଙ୍କ, UAV ପରି ଅନ୍ୟ ଦେଶର ଟେକ୍ନୋଲୋଜି ଚୋରି କରି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ହେବାକୁ ଚେଷ୍ଟା କରୁଛି ଚୀନ୍ । ଏଭଳି ସ୍ଥିତିରେ ଆମେରିକାର ଅସ୍ତ୍ରଶସ୍ତ୍ର ପ୍ରଯୁକ୍ତିବିଦ୍ୟା ହାସଲ ପାଇଁ ଚୀନ୍‌ର ଦୀର୍ଘ ସଂଗ୍ରାମ ବର୍ତ୍ତମାନ ଶେଷ ହୋଇଛି କହିଲେ ଚଳେ। ଚୀନ୍‌ର ଇଣ୍ଟରନେଟ୍ ହ୍ୟାକର୍ସମାନେ ହ୍ୟାକିଂ ମାଧ୍ୟମରେ ସାରା ବିଶ୍ୱରେ ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀଙ୍କ ଜ୍ଞାନକୌଶଳ ହାସଲ କରିଛି । କିନ୍ତୁ ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଚୀନକୁ ଆମେରିକାର ଟେକ୍ନୋଲୋଜି ପାଇବାରେ କୌଣସି ଅସୁବିଧା ରହିବ ନାହିଁ, କି କଷ୍ଟ କରିବାକୁ ପଡ଼ିବ ନାହିଁ ।

Advertisment

ଆଫଗାନିସ୍ତାନ ଛାଡିବାବେଳେ ଆମେରିକା ଲକ୍ଷ ଲକ୍ଷ ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି ଛାଡି ଯାଇଛି । ହମଭି, ଟେକ୍ନିକାଲ ହ୍ୱିକିଲ୍, ‌ଆର୍ମଡ଼ ହ୍ୱିକିଲ ସମେତ ୮୫ ହଜାରରୁ ଅଧିକ ବାହାନ ସାମିଲ ରହିଛି । ଏହାସହ ୨୦୦ରୁ ଅଧିକ ଏୟାରକ୍ରାଫ୍ଟ ଯେଉଁଥିରେ ହେଲିକପ୍ଟର, ଟ୍ରାସପୋର୍ଟ, ଆଟାକ ସର୍ଭଲାନ୍ସ ବିମାନ ଆଦି ସାମିଲ ରହିଛି । କେବଳ ଏତିକି ନୁହେଁ ରାଇଫଲ, ମେସିନ ଗନ୍, ପିସ୍ତଲ, ଗ୍ରେନେଡ ଲଞ୍ଚର ଏବଂ ଆରପିଜି ପରି ୬ଲକ୍ଷରୁ ଅଧିକ ଛୋଟବଡ଼ ବନ୍ଧୁକ ମଧ୍ୟ ଛାଡ଼ି ଯାଇଛନ୍ତି ଆମେରିକୀ ସେନା । ଏଭଳି ସ୍ଥିତିରେ ଏହାର ସୁବିଧା ଅନୁଯାୟୀ ଚୀନ୍ ଯାହା ଚାହିଁବ ଅସ୍ତ୍ରଶସ୍ତ୍ର, ବିମାନ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସୁବିଧାରେ ନେଇପାରିବ । ଏହା ମଧ୍ୟ ଆମେରିକା ପାଇଁ ସବୁଠାରୁ ଚିନ୍ତାର ବିଷୟ ଏବଂ ଏହା ମଧ୍ୟ ଭାରତ ପାଇଁ ଏକ ସମସ୍ୟା ହୋଇପାରେ ।

Taliban Militant Afghanistan Crisis
Advertisment
Advertisment