• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ୪୪.୩୧ କୋଟି ଟଙ୍କାରେ ନିଲାମ ହେଲା ବନ୍ଧୁକ

ଲସ୍‌ ଏଞ୍ଜଲସ୍ : ଆମେରିକାର କୁଖ୍ୟାତ ଡକାୟତ ବିଲି ଦ କିଡଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ହୋଇଥିବା ବନ୍ଧୁକ ୪୪.୩୧ କୋଟି ଟଙ୍କାରେ ନିଲାମ କରାଯାଇଥିଲା । ଏପର୍ଯ୍ୟନ୍ତ ନିଲାମ ହୋଇଥିବା ବନ୍ଧୁକ ମଧ୍ୟରେ ଏହା ହେଉଛି ସବୁଠାରୁ ଅଧିକ ମୂଲ୍ୟର ବନ୍ଧୁକ ।

ଏନେଇ ନିଲାମ ହାଉସ୍ ପକ୍ଷରୁ କୁହାଯାଇଛି ଯେ ଏହି ଏକକ ଆକ୍ସନ୍ ବନ୍ଧୁକର ମାଲିକ ହେଉଛନ୍ତି ଶେରିଫ୍ ପ୍ୟାଟ୍ ଗାରେଟ୍। ଏହି ଐତିହାସିକ ବନ୍ଧୁକର ନିଲାମ ୨ ରୁ ୪ ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୨୨.୦୪ କୋଟି ହେବ ବୋଲି ଆକଳନ କରାଯାଇଥିଲା । ଶୁକ୍ରବାର ଦିନ, ଲୋକମାନେ ଫୋନ୍, ଅନଲାଇନ୍ ଏବଂ ରୁମରେ ଏଥି ପାଇଁ ଟେଣ୍ଡର କରଥାନ୍ତି । ନିଲାମି ହାଉସ କହିଛି ଯେ ଏହା ୱାଇଲ୍ଡ ୱେଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରସିଦ୍ଧ କାହାଣୀ ମଧ୍ୟରୁ ଅନ୍ୟତମ ଅଟେ ।

ବିଲି ଦ କିଡଙ୍କୁ ମାରିବା ପାଇଁ 0.44 କ୍ୟାଲିବର୍ ବନ୍ଧୁକ ବ୍ୟବହାର କରାଯାଇଥିଲା । ଆଗରୁ ବିଲି ଦ କିଡର ଜନ୍ମ ନାମ ହେନେରୀ ମ୍ୟାକକାର୍ଟି ଥିଲା। ପରେ ସେ ନିଜକୁ ୱିଲିୟମ୍ ବୋନି ନାମ ମଧ୍ୟ ଦେଇଥିଲେ । ଶରିଫ ତାଙ୍କୁ ୧୮୮୧ ମସିହା ଜୁଲାଇ ୧୪ରେ ଛାତିରେ ଗୁଳି କରିଥିଲେ। ମୃତ୍ୟୁ ବେଳକୁ ସେ ୨୧ ବର୍ଷ ବୟସରେ ହୋଇଥିଲେ।

ସୂଚନା ଅନୁସାରେ ପ୍ରଥମ ବନ୍ଧୁକ ୨୦୦୨ରେ ସର୍ବାଧିକ ମୂଲ୍ୟରେ ନିଲାମ କରାଯାଇଥିଲା । ଏହି ବନ୍ଧୁକକୁ ଖ୍ରୀଷ୍ଟି ନାମକ ଜଣେ ବ୍ୟକ୍ତି କିଣିଥିଲେ। ବିପ୍ଳବୀ ଯୁଦ୍ଧ ସମୟରେ ଜର୍ଜ ୱାଶିଂଟନ୍ ଦ୍ୱାରା ଏହି ଫ୍ଲିଣ୍ଟକ୍ ସାଡଲ୍ ପିସ୍ତଲ ରଖାଯାଇଥିଲା । ୨୦୦୨ରେ ଏହା ୧୪.୫୫ କୋଟି ଟଙ୍କାରେ ନିଲାମ କରାଯାଇଥିଲା। ଏହି ବନ୍ଧୁକ ଗୁଡିକ ତାଙ୍କ ବନ୍ଧୁ ଏବଂ ସହକର୍ମୀ ମାର୍କିସ୍ ଡି ଲାଫାୟେଟ୍ ଉପହାର ଦେଇଥିଲେ ।

ଶୁକ୍ରବାର ଦିନ ନିଲାମରେ ଏକ ବ୍ୟାରେଲ୍ ହାତୁଡ଼ି ବନ୍ଧୁକ ମଧ୍ୟ ବିକ୍ରି କରାଯାଇଥିଲା । ଏହି ବନ୍ଧୁକକୁ 9.80 ଅର୍ଥାତ୍ 7.20 କୋଟି ଟଙ୍କାରେ ନିଲାମ କରାଯାଇଛି।