ଅଜୟ ଦେବଗନ୍ ଏବଂ ଆର୍. ମାଧବନଙ୍କ ସୁପର୍ନେଚୁରାଲ୍ ହରର୍ ଫିଲ୍ମ 'ଶୈତାନ' ମାର୍ଚ୍ଚ ୮ରେ ମହାଶିବରାତ୍ରୀ ଅବସରରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ଦମଦାର ରେସପନ୍ସ ମିଳୁଛି। ସମାଲୋଚକମାନେ ମଧ୍ୟ ଏହି ଫିଲ୍ମକୁ ଉଚ୍ଚ ପ୍ରଶଂସା କରୁଛନ୍ତି।
ସାଧାରଣତଃ ଆପଣମାନେ ଜାଣିଥିବେ ଯେ, କମ୍ପୁଟର ଚାଲିଲେ ଏହା ତାପ ବାହାର କରେ । ସିପିୟୁ ଗରମ ହୋଇଥାଏ । କିନ୍ତୁ ସେହି ଉତ୍ତାପରେ ଆପଣମାନେ ଖାଦ୍ୟ ପ୍ରସ୍ତୁତ କରିବା କେବେ ଭାବିଛନ୍ତି କି.. ନୁହେଁ ନା ।
ପାକିସ୍ତାନର ପଞ୍ଜାବ ପ୍ରାଦେଶିକ କୋର୍ଟ ଏହି ମାମଲାର ଶୁଣାଣି କରି ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତ ଦ୍ୱୟ ପୈଗମ୍ୱର ମହମ୍ମଦ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଅପମାନଜନକ ଶବ୍ଦର ପ୍ରୟୋଗ କରିବା ସହ ଫଟୋ ଓ ଭିଡିଓ ପ୍ରସ୍ତୁତ କରିଥିଲେ।
ଆଜିଠୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ମୋଦି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ଜଙ୍ଗଲ ସଫାରିରେ ପରିଭ୍ରମଣ କରିଥିଲେ । ହାତୀ ଉପରେ ବସି କିଛି ସମୟ ହାତୀ ସଫାରୀରେ ବୁଲିଥିଲେ ପ୍ରଧାନମନ୍ତ୍ରୀ ।
ପିଲାଟି ଉପରେ ଉଭୟ ବାପା-ମା’ଙ୍କର ସମାନ ଅଧିକାର ରହିଛି। ମାତ୍ର ମା’ ସହ ପିଲା ଥିବାରୁ ସେ ବାପାଙ୍କଠାରୁ ଦୂରେଇ ରଖୁଥିଲେ। ଆବେଦନକାରୀ-ସ୍ୱାମୀ ଛାଡପତ୍ର ନେଇ ଆବେଦନ କରିଥିଲେ।
ଋଷ-ୟୁକ୍ରେନ ଯୁଦ୍ଧରେ ଫଶିଛନ୍ତି ଭାରତୀୟ । ଚାକଚକ୍ୟ ଜୀବନର ସ୍ୱପ୍ନ ଦେଖାଇ ରୁଷକୁ ମାନବ ଚାଲାଣ । ଏଜେଣ୍ଟଙ୍କ ଦ୍ୱାରା ରୁଷ ଯାଇ ଫସିଛନ୍ତି ଅନେକ ଭାରତୀୟ ।
ପାରାଚ୍ୟୁଟ୍ ଜରିଆରେ ପାର୍ସଲ ଫିଙ୍ଗାଯାଉଥିଲା । ଯେଉଁଥିରେ ପାରାସୁଟ୍ ନଖୋଲିବା ଦ୍ୱାରା ଲୋକଙ୍କ ଉପରେ ପଡିଯାଇଥିଲା ପାର୍ସଲ । ଯାହାଫଳରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି ।
ଭୀମରାମ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ଏହି ଘଟଣା ଘଟିଛି। ମୃତ ଛାତ୍ରୀ କଲେଜ ହଷ୍ଟେଲରେ ରହୁଥିଲେ।
ସୈାର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୯ ତାରିଖ ଶନିବାର,ଚନ୍ଦ୍ର- କୁମ୍ଭ ଅହୋରାତ୍ର ,ତିôଥ- ୧୪ଶୀ । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଅନେକ ରିସର୍ଚ୍ଚରୁ ଏହା ଜଣାଯାଇଛି ଯେ ଯଦି କୌଣସି ପିଲାକୁ ଗାଳି ଦିଆଯାଏ କିମ୍ବା ଅଧିକ ମାଡ ଦିଆଯାଏ, ତେବେ ସେ ଜିଦ୍ଖୋର ଏବଂ ରାଗି ହୋଇଯାଏ। ଏହା ବ୍ୟତୀତ ସେମାନଙ୍କ ଭିତରେ ନକରାତ୍ମକତା ମଧ୍ୟ ସୃଷ୍ଟି ହୁଏ। ଏପରି ପରିସ୍ଥିତିରେ, କିଛି ବାପାମାଆଙ୍କ ପାଇଁ ଟିପ୍ସର ଆବଶ୍ୟକତା ରହିଛି। ସେ ବିଷୟରେ ଜାଣିବା ଜରୁରୀ।
ସମସ୍ତେ ନିଶ୍ଚୟ ଲାଲ୍ ରଙ୍ଗର ମନ୍ଦାର ଫୁଲ ଦେଖିଥିବେ। କିନ୍ତୁ, ଆପଣ ଏହାର ଲାଭ ବିଷୟରେ ଜାଣିଛନ୍ତି କି? ଏହାର ଏପରି ଗୁଣ ଅଛି ଯାହା ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯଦି ଆପଣ ଏହାର ଆୟୁର୍ବେଦିକ ଗୁଣ ବିଷୟରେ ଜାଣି ନାହାଁନ୍ତି ତେବେ ଏହି ସୂଚନା ଆପଣଙ୍କ ପାଇଁ ସ୍ୱତନ୍ତ୍ର ହେବ।
ପୋଲିସ ମୃତ ଛାତ୍ର ଅଭିଷେକଙ୍କ ମୃତଦେହକୁ ଡାକ୍ତରଖାନାର ଶବଗୃହରେ ରଖି ପରିବାର ଲୋକଙ୍କୁ ସୂଚନା ଦେଇଛି । ପରିବାର ଲୋକ ପହଞ୍ଚିବା ପରେ ଅଭିଷେକଙ୍କ ପୋଷ୍ଟ ମର୍ଟମ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପ୍ରଥମଥର ପାଇଁ ୨୦ଟି ବର୍ଗରେ ୨୩ ଜଣଙ୍କୁ ସମ୍ମାନ । ଆକର୍ଷଣ ସାଜିଲା ମଜାଳିଆ ଅନ୍ଦାଜରେ ମୋଦିଙ୍କ ଭାବବିନିମୟ ।
କଂଗ୍ରେସ ପ୍ରାର୍ଥୀ ଘୋଷଣା । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଦଳ । କେରଳ ୱାୟନାଡରୁ ପୁଣି ଲଢ଼ିବେ ରାହୁଲ ଗାନ୍ଧି ।
ତେବେ ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇ ଭାରତ ସରକାର ପ୍ରତିବଦ୍ଧତା ଦେଖାଇଛନ୍ତି । ସରକାରଙ୍କ ପକ୍ଷରୁ ଏକ ପ୍ରେସ୍ କନ୍ଫରେନ୍ସ କରି କୁହାଯାଇଛି ଯେ, ଖୁବ୍ଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ । ଭାରତୀୟ ନାଗରିକଙ୍କୁ ଋଷ ସେନା ଏଭଳି ଜୋର ଜବରଦସ୍ତ ଯୁଦ୍ଧରେ ସାମିଲ କରିପାରିବ ନାହିଁ ।
ଆପଣ କେବେ ଉଡୁଥିବା ଗାଈକୁ ଦେଖୁଛନ୍ତି କି ? ଏପରି ଘଟଣା ଘଟିବା ସାଧାରଣ କଥା ନୁହେଁ । କିନ୍ତୁ ନିକଟରେ ସ୍ଵିଜରଲ୍ୟାଣ୍ଡରେ ଏହିପରି ଘଟଣା ଘଟିଛି ।
ଯେଉଁମାନେ ନର୍ସିଂ କୋର୍ସ କରି ବସିଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇଆସିଛି ୟୁନିୟନ ପବ୍ଲିକ ସର୍ଭିସ କମିଶନ(UPSC)। UPSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ନର୍ସିଂ ଅଫିସର ପଦବୀ ପୂରଣ ହେବ।
ଯୁବକ ଜଣକ ଯେଉଁଭଳି ଚମତ୍କାର ଢ଼ଙ୍ଗରେ ପୋଲିସକୁ ଗଞ୍ଜେଇ ବିକ୍ରି ବିଷୟରେ କହୁଛନ୍ତି ତାହା ଶୁଣି ପୋଲିସ ଅଧିକାରୀ ବି ଚୁପ୍ । ସତେ ଯେମିତି ଉତ୍ତର ଶୂନ୍ୟ । ଆଉ ଯୁବକଙ୍କ କଥା ଶୁଣି ଅନ୍ୟ ଛାତ୍ରଛାତ୍ରୀମାନେ ତାଳି ମାରି ସ୍ୱାଗତ କରିଛନ୍ତି ।
କୁନି କୁନି ପିଲାମାନେ ପ୍ରସେସନ୍ରେ ନାଚ ଗୀତ କରୁଥିବା ବେଳେ ଏହି ଅଘଟଣ ଘଟିଛି । ହାଇ ଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ପିଲାମାନେ ।
ଏଥିରେ ପିଲାମାନେ ବାପା ମାଆଙ୍କ ପାଖରେ ରହିବେ । ଘର କାମ କରିବେ । ଆଉ ମାସକୁ ମାସ ଦରମା ନେବେ ।
ଦିନେ ସ୍ୱପ୍ନ ଦେଖୁଥିଲେ, ଏବେ ସତ ହେଲା । ୧୩ ବର୍ଷର କୁନି ପିଲା ହେଲା ପୋଲିସ ଅଧିକାରୀ । କୁନି ପିଲାର ଇଚ୍ଛାକୁ ପୂରଣ କଲେ ବେଙ୍ଗାଲୁରୁ ସିଟିର ପୋଲିସ ଅଧିକାରୀ ।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଏକ ପ୍ରି-ୱେଡିଂ ପାର୍ଟି ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଶାହରୁଖ ଖାନ, ଆମୀର ଖାନ ଏବଂ ସଲମାନ ଖାନଙ୍କ ଡ୍ୟାନ୍ସ ଠାରୁ ଆରମ୍ଭ କରି ଅତିଥିମାନଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁକିଛି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବର୍ତ୍ତମାନ ଏକ ପ୍ରି-ୱେଡିଂ ପାର୍ଟିରେ ମିଳିଥିବା ଉପହାରକୁ ନେଇ ସୂଚନା ଆସିଛି। ଜାଣନ୍ତୁ କିଏ କ’ଣ ଦେଇଛନ୍ତି…
ଯଦି ଆପଣଙ୍କୁ କୁହାଯାଏ, ପିମ୍ପୁଡ଼ିଙ୍କ ପାଇଁ ଘର ଛାଡ଼ିବାକୁ ପଡ଼ିଲା.. ତେବେ ଆପଣ ବିଶ୍ୱାସ କରିବେ କି । ନୁହେଁ ନା । ମଧ୍ୟପ୍ରଦେଶର ଏ ଘଟଣା ଆପଣଙ୍କୁ ବିଶ୍ୱାସ ହେବ ନାହିଁ । ପିମ୍ପୁଡ଼ିମାନଙ୍କର ଉତ୍ପାତ ପାଇଁ ଗୋଟେ ପରିବାରକୁ ଘର ଛାଡ଼ିବାକୁ ପଡ଼ିଛି ।
କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ସମୟରେ ମଧ୍ୟ ଭାରତୀୟଙ୍କ ଭିତରେ ଥିଲା ଆଧୁନିକ ଫ୍ୟାସନ ଡିଜାଇନିଂର ଜ୍ଞାନ । ନ୍ୟାସନାଲ୍ କ୍ରିଏଟର୍ସ ଆୱାର୍ଡ ପ୍ରଦାନ ଅବସରରେ କିଛି ଏଭଳି ତଥ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆନ୍ଧ୍ରରେ ଡବଲ ଇଞ୍ଜିନ ସରକାର ଆଗକୁ ବଢିବ ଓ ସୁଶାସନ ଆଣିବ ବୋଲି ଟିଡିପି ପକ୍ଷରୁ କୁହାଯାଇଛି ।ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଚନ୍ଦ୍ରବାବୁ ଏନଡିଏର ହାତ ଛାଡିଥିଲେ। ରାଜ୍ୟକୁ ଅର୍ଥ ଆବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏନଡିଏରୁ ବିଦାୟ ନେଇଥିଲେ ।