/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709897206.jpg)
Mahashivaratri
ମହାଶିବରାତ୍ରୀ ଅବସରରେ ବଡ଼ ଅଘଟଣ । ବିଦ୍ୟୁତ ଆଘାତରେ ଏକାଥରକେ ୧୪ ଜଣ ଶିଶୁ ହେଲେ ଗୁରତର । ସମସ୍ତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଘଟଣ ରାଜସ୍ଥାନ କୋଟାରୁ ସାମ୍ନାକୁ ଆସିଛି । ୧୪ ଜଣଙ୍କ ମଧ୍ୟରେ କୁନି କୁନି ପିଲା ରହିଛନ୍ତି । ବିଦ୍ୟୁତ ଆଘାତର ଶକ୍ତି ଏତେ ଅଧିକ ଥିଲା ଯେ, ଅନେକ କୁନି କୁନି ପିଲା ଦେହ ଜଳି ଯାଇଛି । ସେମାନଙ୍କୁ ନିକଟସ୍ଥ MBS ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏହି ଖବର ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସମସ୍ତଙ୍କ ମନରେ ଛନକା ପଶିଛି । ଖବର ପାଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜସ୍ଥାନ ଶକ୍ତିମନ୍ତ୍ରୀ ହୀରାଲାଲ ନାଗର ମେଡିକାଲରେ ପହଞ୍ଚି ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ପିଲାଙ୍କ ବୟସ ୧୦ ରୁ ୧୬ ମଧ୍ୟରେ ହେବ ।
ସାକଟୋଉରା ଅଞ୍ଚଳର କୁଁହାରୀ ପୋଲିସ ଷ୍ଟେସନ୍ ଅଧିନରେ ମହାଶିବରାତ୍ରୀ ପାଇଁ ଏକ ପ୍ରସେସନ୍ ଚାଲିଥିଲା । ଏହି ପ୍ରସେସନ୍ରେ କୁନି କୁନି ପିଲାମାନେ ମଧ୍ୟ ସାମିଲ ହୋଇଥିଲେ । କୁନି କୁନି ପିଲାମାନେ ପ୍ରସେସନ୍ରେ ନାଚ ଗୀତ କରୁଥିବା ବେଳେ ଏହି ଅଘଟଣ ଘଟିଛି । ହାଇ ଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ପିଲାମାନେ ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନାନୁସାରେ, ଦୁଇ ଜଣ ପିଲାଙ୍କ ସ୍ଥିତି ଅତ୍ୟନ୍ତ ଗୁରୁତର । ଜଣଙ୍କ ଶରୀର ୧୦୦ ପ୍ରତିତ ପୋଡ଼ିଯାଇଥିବା ବେଳେ ଅନ୍ୟ ଜଣଙ୍କ ଶରୀର ୫୦ ପ୍ରତିଶତ ପୋଡ଼ିଯାଇଛି । ଆଉ ଅନ୍ୟ ୧୨ ଜଣଙ୍କ ଶରୀର ୫୦ ପ୍ରତିଶତରୁ କମ୍ ପୋଡ଼ିଛି ।
ଏହି ଦୁର୍ଘଟଣା ଶୁକ୍ରବାର ଦିନ ସାଢ଼େ ୧୧ଟାରୁ ୧୨ଟା ମଧ୍ୟରେ ଘଟିଛି । ପ୍ରସେସନ୍ରେ ଯାଉଥିବା ବେଳେ ଜଣେ ନାବାଳକ ୨୨ ଫୁଟ ଲମ୍ବା ବାଉଁଶ ଧରି ଯାଉଥିଲା । ଯେଉଁଥିରେ ପତାକା ଲାଗିଥିଲା । ଅସାବଧାନତା କାରଣରୁ ସେହି ବାଉଁଶ ଯାଇ ଲାଗିଥିଲା ଏକ ହାଇଭୋଲଟେଜ୍ ଇଲେକ୍ଟ୍ରିକ୍ ତାରରେ । ଆଉ ଓଦା ଥିବା କାରଣରୁ ସେଥିରେ ବଦ୍ୟୁତ୍ ସଂଞ୍ଚାରିତ ହୋଇଥିଲା । ଯାହାଫଳରେ ଏତେ ବଡ଼ ଅଘଟଣ ଘଟିଛି । ପତାକା ଧରିଥିବା ପିଲାଟିର ଶରୀର ୧୦୦ ପ୍ରତିଶତ ପୋଡ଼ିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)