Advertisment

କଣ୍ଟେଣ୍ଟ କ୍ରିୟେଟରଙ୍କୁ ମିଳିଲା ସ୍ୱୀକୃତି, ନ୍ୟାସନାଲ୍ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ପ୍ରଥମଥର ପାଇଁ ୨୦ଟି ବର୍ଗରେ ୨୩ ଜଣଙ୍କୁ ସମ୍ମାନ । ଆକର୍ଷଣ ସାଜିଲା ମଜାଳିଆ ଅନ୍ଦାଜରେ ମୋଦିଙ୍କ ଭାବବିନିମୟ ।

author-image
Satyendu Shekher Mishra
Content Creators

Content Creators

କଣ୍ଟେଣ୍ଟ କ୍ରିଏଟର ମାନଙ୍କୁ ପ୍ରଥମ ଥର ପାଇଁ ଜାତୀୟ ସ୍ତରର ସମ୍ମାନ । ପ୍ରଥମ ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି । କଥା କଥାରେ ବଖାଣିଲେ କୋଣାର୍କ ସୂର୍ଯ୍ୟମନ୍ଦିରର ଅନନ୍ୟ ବୈଚିତ୍ର୍ୟ । ଏମାନେ ନୂଆ ଭାରତର ନୂଆ ଚେହେରା । ପରିବେଶ, ପର୍ଯ୍ୟଟନରୁ ପ୍ରଯୁକ୍ତି । ସଂଗୀତ, ସଂସ୍କୃତିରୁ ନେଇ ସ୍ୱଚ୍ଛତା ଓ ସୃଜନଶୀଳତା । ତା ସହ ଫିଟନେସ୍, ଫ୍ୟାସନ ଓ ଗେମିଂ । ଏଭଳି ୨୦ଟି ବର୍ଗରେ ପୁରସ୍କୃତ ହୋଇଛନ୍ତି ୨୩ ଜଣ କଣ୍ଟେଣ୍ଟ କ୍ରିଏଟର ।

Advertisment

ପୁରସ୍କାର ପ୍ରଦାନ ଅବସରରେ ସେମାନଙ୍କ ସହ ହସଖୁସି ଥଟ୍ଟମଜା ବି କରଥିଲେ ପ୍ରଧାନମନ୍ତ୍ରୀ ମୋଦି । ଡିସରପ୍ଟର ଅଫ୍ ଦି ଇୟର ଆୱାର୍ଡି ରଣବୀର ଆହ୍ଲାବାଦିଆଙ୍କୁ କହିଥିଲେ ଲୋକେ କହିବେ ତୁମେ ବିଜେପି ବାଲା । ସ୍ୱଚ୍ଛତା ଆମ୍ବାସଡର ପୁରସ୍କାର ଦେବା ବେଳେ ମହ୍ଲାର କଲାମ୍ବେଙ୍କୁ ପରୋକ୍ଷରେ ତାଙ୍କ ପତଳା ଶରୀର ପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅହମ୍ମଦାବାଦ ଏବଂ ଜ୍ୟୋତିଷ ବିଦ୍ୟାକୁ ନେଇ ମଧ୍ୟ ମୋଦି ବଖାଣିଥିଲେ ଦୁଇଟି ମଜା କଥା ।

କଥା କଥାରେ ଭାରତ ମଣ୍ଡପମରେ ଉଠିଥିଲା କୋଣାର୍କ ସୂର୍ଯ୍ୟମନ୍ଦିର କଥା। ଡିଜାଇନର ଜାହ୍ନବୀ ସିଂଙ୍କୁ ହେରିଟେଜ୍ ଫ୍ୟାସନ୍ ଆଇକନ୍ ଆୱାର୍ଡରେ ସମ୍ମାନିତ କରିବା ଅବସରରେ ମୋଦି କହିଛନ୍ତି, କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ସମୟରେ ମଧ୍ୟ ଭାରତୀୟଙ୍କ ଭିତରେ ଥିଲା ଆଧୁନିକ ଫ୍ୟାସନ ଡିଜାଇନିଂର ଜ୍ଞାନ। ମନ୍ଦିର କାନ୍ଥରେ ଏପରି ଏକ ମୂର୍ତ୍ତି ଅଛି ଯେଉଁଥିରେ ମିନିସ୍କଟ୍ ପିନ୍ଧା ଜଣେ ଝିଅ ହାତରେ ପର୍ସ ଧରିଥିବା ଦେଖିବାକୁ ମିଳିବ।

Advertisment

ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡରଅନ୍ୟ ପ୍ରମୁଖ ବିଜେତାଙ୍କ ମଧ୍ୟରେ ପୂର୍ବରୁ ମୋଦିଙ୍କ ସହ ନଜର ଆସିଥିବା ଅଙ୍କିତ ବୟାନପୁରିଆ ଫିଟନେସ ଏବଂ ଗୌରବ ଚୌଧରୀ ଟେକନୋଲୋଜି ପାଇଁ ପୁରସ୍କୃତ ହୋଇଥିବା ବେଳେ, RJ ରୌନକ କ୍ରିଏଟିଭ୍ କ୍ରିଏଟର୍ ପୁରୁଷ ବର୍ଗରେ ବିଜେତା ଘୋଷିତ ହୋଇଛନ୍ତି ।

ଟ୍ରାଭେଲ୍ କ୍ରିଏଟର ଭାବେ ପୁରସ୍କୃତ ହୋଇଛନ୍ତି ନିକଟରେ ଓଡ଼ିଶାରେ ବିବାଦୀୟ ହୋଇଥିବା କାମିୟା ଜାନୀ। ଅମନ ଗୁପ୍ତାଙ୍କୁ ସେଲିବ୍ରିଟି କ୍ରିଏଟର ପୁରସ୍କାର ମିଳିଥିବା ବେଳେ, ୩ ଜଣ ବିଦେଶୀ କିଲି ପଲ୍, ଡ୍ରିଉ ହିକ୍ସ ଓ କ୍ୟାସାଣ୍ଡ୍ରା ସ୍ପିଟମାନଙ୍କୁ ମିଳିଛି ଇଣ୍ଟରନ୍ୟାସନାଲ କ୍ରିଏଟର୍ ଆୱାର୍ଡ । କଲଚୁରାଲ୍ ଆମ୍ବାସଡର ଅଫ୍ ଦି ଇୟର ଆୱାର୍ଡ ପାଇଛନ୍ତି ମୈଥିଲୀ ଠାକୁର ।

Narendra Modi
Advertisment
Advertisment