/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709895822.jpg)
13-Year-Old Boy
ଦିନେ ସ୍ୱପ୍ନ ଦେଖୁଥିଲେ, ଏବେ ସତ ହେଲା । ୧୩ ବର୍ଷର କୁନି ପିଲା ହେଲା ପୋଲିସ ଅଧିକାରୀ । କୁନି ପିଲାର ଇଚ୍ଛାକୁ ପୂରଣ କଲେ ବେଙ୍ଗାଲୁରୁ ସିଟିର ପୋଲିସ ଅଧିକାରୀ । ଏହି ୧୩ ବର୍ଷର କୁନି ପିଲା ମୋହସିନା ରାଜାଙ୍କର ଇଚ୍ଛା ଥିଲା ଦିନେ ସେ ବଡ଼ ହୋଇ ପୋଲିସ ଅଧିକାରୀ ହେବେ ବୋଲି । କିନ୍ତୁ କିଛି ଦିନ ହେବ ସେ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ଏଭଳି ପରିସ୍ଥିତିରେ ଅରିତା ରିଲିଫ୍ ଇନଷ୍ଟିଚ୍ୟୁଟ୍ ଏବଂ କିଡୱାଇ ହସ୍ପିଟାଲ ଏହି ଛୋଟ ପିଲାର ଅଭିଳାଷକୁ ପୂରଣ କରିଛନ୍ତି । ବେଙ୍ଗାଲୁରୁ ସିଟି ପୋଲିସର ସହାୟତାରେ ଏହି ଛୋଟ ପିଲାଟିକୁ ଗୋଟିଏ ଦିନ ପାଇଁ ପୋଲିସ ଷ୍ଟେସନର ଦାୟିତ୍ୱ ମିଳିଥିଲା ।
ମୋହସିନା ରାଜା ଛୋଟ ବେଳୁ ଜଣେ ପୋଲିସ ଅଧିକାରୀ ହେବାକୁ ସ୍ୱପ୍ନ ଦେଖୁଥିଲେ । କିନ୍ତୁ ଏବେ ସେ କ୍ୟାନସର ସହ ଲଢ଼ୁଛି। କେତେବେଳେ କ’ଣ ହେବ କିଏ କହିପାରିବ। କୁନିପୁଅର ପରିବାର ଏବେ ଚିନ୍ତାରେ। ବେଙ୍ଗାଲୁରୁର ଡିସିପି, ଶିବ ପ୍ରକାଶ ଏହି ବିଷୟରେ ଜାଣିବା ପରେ, ସେ ସଙ୍ଗେ ସଙ୍ଗେ ପିଲାଟିକୁ ପୋଲିସ ଷ୍ଟେସନକୁ ଡାକି ତାଙ୍କ ଡେସ୍କରେ ବସିବାକୁ ଅନୁମତି ଦେଇଥିଲେ । କେବଳ ଏତିକି ନୁହେଁ, ସେ ମୋହସିନା ରାଜାଙ୍କୁ ଆଇନ ଓ ଶୃଙ୍ଖଳା ବିଷୟରେ ଏକ ସଂକ୍ଷିପ୍ତ ଭାବରେ ମଧ୍ୟ ବୁଝାଇଥିଲେ ।
Today, Master Mohsina Raja's wish comes true as he steps into the world of law enforcement as a police officer for a day! Bengaluru City Police proudly partners with Parihar and Kidwai Memorial Institute of Oncology to make dreams a reality for pediatric cancer warriors.… pic.twitter.com/gfFoo6hpdj
— ಬೆಂಗಳೂರು ನಗರ ಪೊಲೀಸ್ BengaluruCityPolice (@BlrCityPolice) March 2, 2024
ବେଙ୍ଗାଲୁରୁ ପୋଲିସ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଛି ଯେଉଁଥିରେ ଲେଖାଯାଇଛି ଯେ, “ଆଜି ମୋହସିନା ରାଜାଙ୍କ ଇଚ୍ଛା ପୂରଣ ହେଲା । ସେ ଦିନକ ପାଇଁ ପୋଲିସ ଅଧିକାରୀ ଭାବରେ ଦାୟିତ୍ୱ ନେଲେ । ଆଇନ ଶୃଙ୍ଖଳା ବାବଦରେ ମଧ୍ୟ ଅବଗତ ହେଲେ । ”
ଆହୁରି ଲେଖାଯାଇଛି ଯେ, “ଯେଉଁ ଛୋଟ ପିଲାମାନେ କ୍ୟାନ୍ସର ଭଳି ରୋଗ ସହ ଲଢୁଛନ୍ତି ସେମାନଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ବେଙ୍ଗାଲୁରୁ ସିଟି ପୋଲିସ୍ ଓ କିଡୱାଇ ମେମୋରିଆଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅଙ୍କୋଲୋଜି ସହିତ ଗର୍ବର ସହ କାମ କରେ । ଆମେ ମିଳିତ ଭାବେ ସମସ୍ତଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରୁଛୁ । ”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)