/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709969365.jpg)
ajay devgn r madhavan film Shaitaan collected more than rs 14 crore
ଅଜୟ ଦେବଗନ୍ ଏବଂ ଆର୍. ମାଧବନଙ୍କ ସୁପର୍ନେଚୁରାଲ୍ ହରର୍ ଫିଲ୍ମ 'ଶୈତାନ' ମାର୍ଚ୍ଚ ୮ରେ ମହାଶିବରାତ୍ରୀ ଅବସରରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ଦମଦାର ରେସପନ୍ସ ମିଳୁଛି। ସମାଲୋଚକମାନେ ମଧ୍ୟ ଏହି ଫିଲ୍ମକୁ ଉଚ୍ଚ ପ୍ରଶଂସା କରୁଛନ୍ତି।
ଅଜୟ ଦେବଗନଙ୍କ 'ଶୈତାନ' ରିଲିଜ ହେବା ମାତ୍ରେ ସାରା ଦେଶର ବକ୍ସ ଅଫିସକୁ କବ୍ଜା କରି ନେଇଛି ଏବଂ ପ୍ରଥମ ଦିନରେ ଜବରଦସ୍ତ ଓପେନିଂ କରିଛି। ତେବେ ପ୍ରଥମ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ କେତେ କୋଟି ରୋଜଗାର କରିଛି ଆସନ୍ତୁ ଜାଣିବା।
ଅଜୟଙ୍କ ଏହି ହରର୍ ଫିଲ୍ମ ଦେଖି ଦର୍ଶକ ରୋମ ଟାଙ୍କୁରି ଉଠିଛି। ଏଥିରେ ଆର୍. ମାଧବନ୍ଙ୍କ ଭିଲେନ୍ ଭୂମିକକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ତେବେ ଆଡଭାନ୍ସ ବୁକିଂରେ, 'ଶୈତାନ'ର ୧ ଲକ୍ଷ ୭୬ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇଯାଇଥିଲା। ତେଣୁ ଫିଲ୍ମ ରିଲିଜ ହେବା ପୂର୍ବରୁ ୪.୧୪ କୋଟି ଟଙ୍କା ବ୍ୟବସାୟ କରିଥିଲା। ଏବେ ଏହି ଫିଲ୍ମର ପ୍ରଥମ ଦିନର ରୋଜଗାର ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ଅଜୟ ଦେବଗନ୍ ଏବଂ ଆର୍. ମାଧବନଙ୍କ ଫିଲ୍ମ 'ଶୈତାନ' ପ୍ରଥମ ଦିନରେ ଭାରତର ବକ୍ସ ଅଫିସରେ ୧୪.୫୦ କୋଟି ଟଙ୍କା ବ୍ୟବସାୟ କରିଛି। ତେବେ ଏହା ଏପର୍ଯ୍ୟନ୍ତ ଏକ ପ୍ରାରମ୍ଭିକ ଆକଳନ ଏବଂ ଅଫିସିଆଲ୍ ତଥ୍ୟ ଆସିବା ପରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ।
ବାଣିଜ୍ୟ ବିଶେଷଜ୍ଞଙ୍କ ବିଶ୍ୱାସ ଯେ ସପ୍ତାହ ଶେଷରେ 'ଶୈତାନ'ର ରୋଜଗାରରେ ଏକ ବଡ଼ ବୃଦ୍ଧି ହୋଇପାରେ। ଆଶା କରାଯାଏ ଯେ ୨୦୨୪ ମସିହାରେ 'ଶୈତାନ' ଅଜୟ ଦେବଗନଙ୍କ ପ୍ରଥମ ଚଳଚ୍ଚିତ୍ର ହେବ, ଯାହା ବକ୍ସ ଅଫିସରେ ବ୍ଲକବଷ୍ଟର ଆଖ୍ୟା ଅର୍ଜନ କରିପାରିବ।
୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ‘ଶୈତାନ’ ହେଉଛି ଅଜୟ ଦେବଗନଙ୍କର ପ୍ରଥମ ଫିଲ୍ମ। ବିକାଶ ବହଲଙ୍କ ନିର୍ଦ୍ଦେଶିତ ଗୁଜୁରାଟୀ ଚଳଚ୍ଚିତ୍ର 'ବଶ୍'ର ଏହା ହେଉଛି ହିନ୍ଦୀ ରିମେକ୍। ଏଥିରେ ଜ୍ୟୋତିକା ଏବଂ ଜାନକୀ ବୋଡିୱାଲାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଏଥିରେ ଅଜୟ ଦେବଗନ୍ଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଉଥିବା ବେଳେ ଆର୍. ମାଧବନ୍ ଜଣେ ଭିଲେନ୍ ଭାବରେ ଛାଇ ଯାଇଛନ୍ତି। ସେ ତାଙ୍କ ଅଭିନୟରେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏପରିକି ଆର୍. ମାଧବନଙ୍କ ଅଭିନୟ ତୁଳନାରେ ଅଜୟ ଦେବଗନ ମଧ୍ୟ ଫିକା ପଡିଯାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)