• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜିଠୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ମୋଦି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ଜଙ୍ଗଲ ସଫାରିରେ ପରିଭ୍ରମଣ କରିଥିଲେ । ହାତୀ ଉପରେ ବସି କିଛି ସମୟ ହାତୀ ସଫାରୀରେ ବୁଲିଥିଲେ ପ୍ରଧାନମନ୍ତ୍ରୀ ।

ହାତୀକୁ ଆଖୁ ଖୁଆଇଥିଲେ । କାଜିରଙ୍ଗା ଅଭୟାରଣ୍ୟରେ ପ୍ରାୟ ଦୁଇ ଘଣ୍ଟା ରହିଥିଲେ । ସେହିପରି ଅଭୟାରଣ୍ୟରେ ଜିପ ସଫାରୀରେ ମଧ୍ୟ ବୁଲିଥିଲେ ମୋଦି । ଗତକାଲିଠାରୁ ମୋଦି କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହିଥିଲେ । ଆସାମ ଗସ୍ତ ପରେ ମୋଦି ଅରୁଣାଚଳ ପ୍ରଦେଶ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

ସୋସିଆଲ ମିଡିଆ ସାଇଟ X ରେ ପ୍ରଧାନମନ୍ତ୍ରୀ ଏ ବିଷୟରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ୟୁନେସ୍କୋର ଏହି ବିଶ୍ୱ ଐତିହ୍ୟସ୍ଥଳ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ଜୀବଜନ୍ତୁରେ ପରିପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ପାର୍କର ସେଣ୍ଟ୍ରାଲ କୋହୋରା ରେଞ୍ଜରେ ଥିବା ମିହିମୁଖ ଅଞ୍ଚଳରେ ହାତୀ ସଫାରି ନେଇଥିଲେ ପରେ ପରେ ସମାନ ପରିସର ମଧ୍ୟରେ ଜିପରେ ମଧ୍ୟ ସଫାରି କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ପାର୍କ ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ପ୍ରାୟ ୧୮ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଅପରାହ୍ନରେ ଜୋରହାଟକୁ ଫେରି ଆସିବେ ଏବଂ ମହାନ ଅହମ ସେନାପତି ଲଚିତ ବୋରଫୁକନଙ୍କ ୧୨୫ଫୁଟ ଉଚ୍ଚତା ବିଶିଷ୍ଟ ‘ଷ୍ଟାଚ୍ୟୁ ଅଫ ଭାଲୋର’ର ମଧ୍ୟ ଉଦଘାଟନ କରିବେ । ସ୍ଥାନୀୟ ଅଧିକାରୀ ଜଣେ କହିଛନ୍ତି ଯେ, ମୋଦି ଏହା ପରେ ମେଲେଙ୍ଗ ମେଟେଲି ପୋଥାର ପରିଦର୍ଶନ କରିବେ ଯେଉଁଠାରେ ସେ ପ୍ରାୟ ୧୮,୦୦୦କୋଟି ଟଙ୍କା ମୂଲ୍ୟର କେନ୍ଦ୍ରୀୟ ଏବଂ ରାଜ୍ୟ ପ୍ରକଳ୍ପର ମୂଳଦୁଆ ପକାଇବେ ।