• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଂଗ୍ରେସ ପ୍ରାର୍ଥୀ ଘୋଷଣା । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଦଳ । କେରଳ ୱାୟନାଡରୁ ପୁଣି ଲଢ଼ିବେ ରାହୁଲ ଗାନ୍ଧି । ଛତିଶଗଡ଼ ରାଜନନ୍ଦଗାଓଁରୁ ଲଢ଼ିବେ ଭୂପେଶ ବଘେଲ । ଛତିଶଗଡ଼ ମହସମୁନ୍ଦରୁ ଲଢ଼ିବେ ତାମ୍ରଧ୍ୱଜ ସାହୁ । ପ୍ରଥମ ପର୍ଯ୍ୟାୟ ତାଲିକାରେ ଓଡ଼ିଶାର ନାଁ ନାହିଁ ।

୩୯ ଜଣଙ୍କ ମଧ୍ୟରୁ ୧୫ ଜଣ ପ୍ରାର୍ଥୀ ସାଧାରଣ ବର୍ଗରୁ ଅଛନ୍ତି । ୨୪ ଜଣ ପ୍ରାର୍ଥୀ ଏସସି, ଏସଟି, ଓବିସି ଏବଂ ସଂଖ୍ୟାଲଘୁ ଗୋଷ୍ଠୀର ଅଟନ୍ତି । ସେହିପରି ୧୨ ଜଣ ପ୍ରାର୍ଥୀଙ୍କ ବୟସ ୫୦ ବର୍ଷରୁ କମ୍ । ୮ ଜଣ ପ୍ରାର୍ଥୀଙ୍କ ବୟସ ୫୦ପୁ ୬୦ ବର୍ଷ ବୟସରେ ଅଛି । ସେହିପରି ୧୨ ଜଣ ୬୧ରୁ ୭୦ ବୟସ ଶ୍ରେଣୀରେ ଅଛନ୍ତି । ୭୭ ଜଣ ପ୍ରାର୍ଥୀ ୭୧ରୁ ୭୬ ବୟସ ଶ୍ରେଣୀରେ ଅଛନ୍ତି ।

ତେବେ ଘୋଷଣା ହୋଇଥିବା ମୋଟ ୩୯ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବାଧିକ ୧୬ ଜଣ କେରଳରୁ, ୭ ଜଣ ଲେଖାଏଁ କର୍ଣ୍ଣାଟକ ଏବଂ ଛତିଶଗଡରୁ ୬ ଜଣ ତେଲେଙ୍ଗାନାରୁ। ମେଘାଳୟର ଦୁଇଟି ଏବଂ ନାଗାଲାଣ୍ଡ ଏବଂ ସିକ୍କିମରୁ ଗୋଟିଏ ଲେଖାଏଁ ପ୍ରାର୍ଥୀ ଘୋଷଣା ହୋଇଛି । ତେଲେଙ୍ଗାନାରୁ ଘୋଷଣା ହୋଇଥିବା ୪ଜଣଙ୍କ ପ୍ରାର୍ଥୀଙ୍କ ନାମ ମଧ୍ୟରୁ ଗୋଟିଏ ଆସନରେ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ତ୍ରିପୁରାରୁ ଗୋଟିଏ, ଲାକ୍ଷାଦ୍ୱୀପରୁ ଜଣେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ।