• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବେଳେ ବେଳେ ଇନଷ୍ଟାଗ୍ରାମରେ ଅନେକ ମଜାଳିଆ ଭିଡିଓ ଆସିଥାଏ । ସେଥି ମଧ୍ୟରୁ କେତେକ ଖୁବ ବିପଜ୍ଜନକ ଥିବା ବେଳେ ଅନ୍ୟ କେତେକ ସାଧାରଣ ଥାଏ । ବର୍ତ୍ତମାନର ଯୁବପିଢ଼ି ରିଲ୍ସ କରିବା ଓ ଭିୟୁଜ୍ ପାଇବା ଚକ୍କରରେ ଅନେକ ମାରାତ୍ମକ ଭିଡିଓ ତିଆରି କରୁଛନ୍ତି । କିଏ ଖୁବ ଉଚ୍ଚରୁ ଡିଆଁ ମାରୁଛି ତ କିଏ ନିଆଁ ସହ ଖେଳୁଛି ।

ତେବେ ଏ ଖବର ଟିକେ ଅଲଗା । ସାଧାରଣତଃ ଆପଣମାନେ ଜାଣିଥିବେ ଯେ, କମ୍ପୁଟର ଚାଲିଲେ ଏହା ତାପ ବାହାର କରେ । ସିପିୟୁ ଗରମ ହୋଇଥାଏ । କିନ୍ତୁ ସେହି ଉତ୍ତାପରେ ଆପଣମାନେ ଖାଦ୍ୟ ପ୍ରସ୍ତୁତ କରିବା କେବେ ଭାବିଛନ୍ତି କି.. ନୁହେଁ ନା । ଏପରି ଏକ ଭିଡିଓ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି ।

 
 
 
 
 
 
 
 
 
 
 
 
 
 
 

A post shared by LET's TECH (@lets_tech_official)

ଜଣେ ଯୁବକ ସିପିୟୁରେ ଲାଗିଥିବା ଚିପରେ ପରଟା ଓ ଆମଲେଟ ତିଆରି କରୁଛନ୍ତି । ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । ଏହା ବିପଦଜ୍ଜନକ ମନେ ହେଲେ ମଧ୍ୟ ଏହା ସେ କରି ଦେଖାଉଛନ୍ତି । ଭିଡିଓରେ ଦେଖା ଯାଉଛି ଯେ, ସେ ପ୍ରଥମେ ସିପିୟୁରେ ବଡ଼ ଆରାମରେ ତେଲ ପକାଉଛନ୍ତି । ପରେ ସେ ଅଟା ଚକୁଟି ସେଥିରେ ଛୋଟ ଛୋଟ ଆଳୁ ପରଟା ତିଆରି କରୁଛନ୍ତି ।

ସେହି ଆଳୁ ପରଟାକୁ ସେ CPU ଉପରେ ରଖି ପରଟା ପ୍ରସ୍ତୁତ କରୁଛନ୍ତି । ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ସେ ଏହାକୁ ସେକୁଛନ୍ତି ବିଲକୁଲ ସାଧାରଣ ପରଟା ପ୍ରସ୍ତୁତ କରିବା ଭଳି । ତେବେ ଏଭଳି କରିବା ବେଳେ ସେ ଅବଶ୍ୟ ଦର୍ଶକଙ୍କୁ ଏହା ଘରେ ନକରିବାକୁ ଚେତାବନୀ ଦେଉଛନ୍ତି । ଏହା ସହ ଏହା ମଧ୍ୟ କହୁଛନ୍ତି ଯେ, ପ୍ରଥମେ ସେ ସିପିୟୁ ଉପରେ ଆମଲେଟ କରିଥିଲେ । ଯାହା ଆଜି ତାଙ୍କୁ ପରଟା କରିବାକୁ ପ୍ରେରଣା ଦେଇଛି ।

ତେବେ ଏହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ଉପଭୋକ୍ତା ଏହା ମଧ୍ୟ ଲେଖିଛନ୍ତି, CPU ର ଅନ୍ୟନାମ ସେଣ୍ଟ୍ରାଲ୍ ପ୍ରୋସେସିଂ ୟୁନିଟ୍ କି କୁକିଂ ପରଟା ୟୁଟେନସିଲ୍ । ଅନ୍ୟ ଜଣେ ବ୍ୟକ୍ତି ମଜାଳିଆ ଢଙ୍ଗରେ ମନ୍ତବ୍ୟ ଦେଇଛନ୍ତି, ବିବାହ ପାଇଁ କ୍ୟାଟରିଂ ଅର୍ଡର ନେଉଛନ୍ତି କି?