• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆପଣ କେବେ ଉଡୁଥିବା ଗାଈକୁ ଦେଖୁଛନ୍ତି କି ? କିମ୍ବା ଆପଣ କେବେ ଦେଖିଛନ୍ତି କି ଗାଈକୁ ହେଲିକପ୍ଟରରେ ଯିବାର ? ନାହିଁ ନା ? କାରଣ ଏପରି ଘଟଣା ଘଟିବା ସାଧାରଣ କଥା ନୁହେଁ । କିନ୍ତୁ ନିକଟରେ ଯେତେବେଳେ ସ୍ଵିଜରଲ୍ୟାଣ୍ଡରେ ଏହିପରି ଘଟଣା ଘଟିଛି, ଯାହାକୁ ଦେଖି ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଗାଈକୁ ଡାକ୍ତରଖାନା ନେବା ପାଇଁ ଏଠାରେ ଏକ ହେଲିକପ୍ଟର ବ୍ୟବହାର କରାଯାଇଥିଲା । 

ଏହା ଦେଖିବା ପରେ ଯେକେହି ହସିବା ଆରମ୍ଭ କରିବେ, କିନ୍ତୁ ଏହା ପଛରେ ଥିବା ସତ୍ୟତା ଜାଣିବା ପରେ ଆପଣ ମଧ୍ୟ ଏହାକୁ ପ୍ରଶଂସା କରିବା ଆରମ୍ଭ କରିବେ । ପ୍ରକୃତରେ, ଏହି ସୁବିଧା ପ୍ରାଣୀ ମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେବାକୁ ବ୍ୟବହାର କରାଯାଇଥାଏ । ଯାହାଫଳରେ ସେମାନେ ବିନା କୌଣସି ଅସୁବିଧାରେ ପହଞ୍ଚି ପାରିବେ ।

ଏହା ଦର୍ଶାଉଛି ଯେ ସ୍ଵିଜରଲ୍ୟାଣ୍ଡରେ ପ୍ରାଣୀମାନଙ୍କର ଚିକିତ୍ସାକୁ ନେଇ କେତେ ଯତ୍ନବାନ ଅଛନ୍ତି । ଯେତେବେଳେ ଗାଈକୁ ବିମାନରେ ନେବାରେ ଭିଡିଓ ଭାଇରାଲ ହେଲା, ଲୋକମାନେ ଏହା ଉପରେ ମନ୍ତବ୍ୟ ଦେବା ଆରମ୍ଭ କଲେ । ଜଣେ ଥଟ୍ଟା କରି ଲେଖିଛନ୍ତି, “ ଯଦି କୌଣସି ଅଜଣା ବ୍ୟକ୍ତି ଆସି ମୋତେ ବିମାନରେ ଏମିତି ନଅନ୍ତି ତେବେ ମୁଁ କିପରି ଅନୁଭବ କରିବି ? ମୁଁ ମଧ୍ଯ କଳ୍ପନା କରିପାରିବି ନାହିଁ । ”

 

ଏଥ୍ ସହିତ ଅନେକ ଲୋକ ଏହା ମଧ୍ୟ କହିଛନ୍ତି ଯେ ଗାଈକୁ ଏହିପରି ବାନ୍ଧି ଟାଙ୍ଗିବା ଦ୍ବାରା କେତେ ଅସୁବିଧା ହେବ । ଅନେକ ଲୋକ ଗାଈର ମାନସିକ ଅବସ୍ଥା ଉପରେ ମଧ୍ୟ ପ୍ରଶ୍ନ କରିଥିଲେ । ଅନେକ ଲୋକ ଏହାକୁ ପଶୁ ନିର୍ଦ୍ଦୟ ବୋଲି ମଧ୍ୟ କହିଥିଲେ । କେତେକ ଲୋକ ଏପରି ସ୍ୱାସ୍ଥ୍ୟସେବା ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଥିଲେ।