Advertisment

ଏୟାରଡ୍ରପ୍‌ ବେଳେ ଖୋଲିଲାନି ପାରାଚ୍ୟୁଟ୍‌; ଲୋକଙ୍କ ମୁଣ୍ଡରେ ପଡିଲା ପାର୍ସଲ, ଚାଲିଗଲା ୫ ଜୀବନ

ପାରାଚ୍ୟୁଟ୍‌ ଜରିଆରେ ପାର୍ସଲ ଫିଙ୍ଗାଯାଉଥିଲା । ଯେଉଁଥିରେ ପାରାସୁଟ୍‌ ନଖୋଲିବା ଦ୍ୱାରା ଲୋକଙ୍କ ଉପରେ ପଡିଯାଇଥିଲା ପାର୍ସଲ । ଯାହାଫଳରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି ।

author-image
Sonali Ojha
ଅଦ୍ୟତନ ହୋଇଛି
parachute fails to open during aid drop in Gaza

parachute fails to open during aid drop in Gaza

ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ୍‌-ହମାସ ଯୁଦ୍ଧ । ପ୍ରତିଦିନ ଯୁଦ୍ଧ ଯୋଗୁଁ ନୀରିହ ଲୋକଙ୍କ ଜୀବନ ଯାଉଛି। କେତେବେଳେ ଏୟାରଷ୍ଟ୍ରାଇକ ଓ ଆଉ କେତେବେଳେ ଗୁଳିବର୍ଷାରେ ଲୋକ ପ୍ରାଣ ହରାଉଛନ୍ତି। ଏହି ସମୟରେ ଗାଜାରେ ଏକ ବଡ଼ଧରଣ ଅଘଟଣ ଘଟିଛି । ଯେଉଁଥିରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଅଧିକ ଆହତ ହୋଇଛନ୍ତି ।

Advertisment

ଶୁକ୍ରବାର ଗାଜା ମାନବୀୟ ସହାୟତା ଲାଗି ଏୟାରଡ୍ରପ ଚାଲିଥିଲା । ଗାଜା ସହରର ଶତି ଶରଣାର୍ଥୀ ଶିବିରରେ ଥିବା ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା ପାଇଁ ଏୟାରଡ୍ରପ କରାଯାଉଥିଲା । ମାତ୍ର ଏହି ସମୟରେ ପାରାଚ୍ୟୁଟ୍‌ ଖୋଲିନଥିଲା। ଖାଦ୍ୟ ପାଇଁ ଧାଡିରେ ଛିଡା ହୋଇଥିବା ଲୋକଙ୍କ ଉପରେ ପ୍ୟାଲେଟ୍ ଖସିପଡିଥିଲା। ଫଳରେ ପାଞ୍ଚ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗାଜାର ସ୍ଥାନୀୟ ପ୍ରଶାସନ ଏହି ଘଟଣାକୁ ନିନ୍ଦା କରିବା ସହ ଅଦରକାରୀ ବୋଲି କହିଛି । ଏକ ବିବୃତ୍ତିରେ ଗାଜା ସରକାର କହିଛନ୍ତି ଯେ ଏହା ପୂର୍ବରୁ ଘାଟି ଅଞ୍ଚଳର ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଚେତାବନୀ ଦିଆଯାଇଥିଲା। ଏୟାରଡ୍ରପ ସମୟରେ ତଳେ କୌଣସି ନାଗରିକ ଉପସ୍ଥିତ ରୁହନ୍ତୁନାହିଁ । କାହିଁକି ନା ଏହା ଜୀବନ ପ୍ରତି ବିପଦ ଥାଏ । ଆଉ ଏବେ ଏହି ଆଶଙ୍କା ସତ ହୋଇଛି ।

Advertisment

ପାରାଚ୍ୟୁଟ୍‌ ଜରିଆରେ ପାର୍ସଲ ଫିଙ୍ଗାଯାଉଥିଲା । ଯେଉଁଥିରେ ପାରାସୁଟ୍‌ ନଖୋଲିବା ଦ୍ୱାରା ଲୋକଙ୍କ ଉପରେ ପଡିଯାଇଥିଲା ପାର୍ସଲ । ଯାହାଫଳରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ଗାଜାକୁ ମାନବୀୟ ସହାୟତା ଯୋଗାଇବା ପାଇଁ ଘୋଷଣା କରିଥିଲେ । ଗୁରୁବାର ଆମେରିକାର ସୈନ୍ୟବାହିନୀ ଗାଜାରେ ତୃତୀୟଥର ପାଇଁ ଏୟାରଡ୍ରପ ସେବା ଯୋଗାଇ ଦେଉଥିଲା।

ଗାଜାରେ ଖାଇବାକୁ ନପାଇ ବିକଳ ହେଉଛନ୍ତି ଲୋକେ। ଇସ୍ରାଏଲର ଆକ୍ରମଣ ଯୋଗୁଁ ଗାଜା ଏନକ୍ଲେଭର୨.୩ନିୟୁତ ଲୋକଙ୍କୁ ସ୍ଥାନାନ୍ତରିତ କରାଗଲାଣି। ଯୁଦ୍ଧ ଲାଗି ଗାଜାରେ ଖାଦ୍ୟ ସାମଗ୍ରୀ, ଔଷଧ, ପାଣି ପରି ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି । ଏକ ବିବୃତ୍ତିରେ ଆମେରିକାର ସୈନ୍ୟ କହିଛନ୍ତି ଯେ ଉତ୍ତର ଗାଜାରେ ଆମେରିକା ଏବଂ ଜୋର୍ଡାନ C-130 ବିମାନ ଦ୍ୱାରା ଏହି ସହାୟତା ଦିଆଯାଇଛି।

Israel Army
Advertisment
Advertisment