• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାପା-ମାଆଙ୍କ ପାଖରେ ଫୁଲ୍‌ଟାଇମ୍‌ ପିଲା ହୋଇ ରୁହ । ଆଉ ଦରମା ନିଅ । ଏକଥା ଆପଣଙ୍କୁ ବୁଝା ପଡ଼ୁନଥିବ । ତେଣୁ ଏହାକୁ ଆମେ ଅନ୍ୟ ଉପାୟରେ କହିବାକୁ ଗଲେ, ବାପା – ମାଆଙ୍କ ପାଖରେ ଚାକିରି କର ମାସକୁ ମାସ ଦରମା ନିଅ । ତଥାପି ବୁଝିପାରିଲେନି ?

ତେବେ ପଢ଼ନ୍ତୁ ପୂରା କାହାଣୀ...

ଅନେକ ଦେଶ ପାଇଁ ବେକାରୀ ସମସ୍ୟା ଏକ ବଡ଼ ଚ୍ୟାଲେଞ୍ଜ । ଏହାକୁ କିପରି ସମାଧାନ କରିହେବ ସେନେଇ ଅନେକ ଚେଷ୍ଟା କରାଯାଉଛି । ହେଲେ ରାସ୍ତା ବାହାରୁନି । ଆଉ ଏହି ବେକାରୀ ସମସ୍ୟା ଭାରତ-ପାକିସ୍ତାନ ଓ ଚାଇନାରେ ସବୁଠାରୁ ଅଧିକ ବୋଲି କୁହାଯାଉଛି । ତେବେ ବେକାରୀ ସମସ୍ୟାରୁ ମୁକୁଳିବା ପାଇଁ ଚାଇନା ଆପଣାଇଛି ଏକ ଅଭିନବ ଉପାୟ । ଯାହାଦ୍ୱାରା ଦେଶରେ ବେକାରୀ ସଂଖ୍ୟା କମିବ । ଚାଇନାରେ ଏବେ ଆରମ୍ଭ ହୋଇଛି ‘ଫୁଲ୍ ଟାଇମ୍ ଚିଲ୍ଡ୍ରେନ୍‌’ ସ୍କିମ୍ । ଏଥିରେ ପିଲାମାନେ ବାପା ମାଆଙ୍କ ପାଖରେ ରହିବେ । ଘର କାମ କରିବେ । ଆଉ ମାସକୁ ମାସ ଦରମା ନେବେ ।

ସେମାନଙ୍କ ଦରମା ବି କିଛି କମ୍‌ ନୁହେଁ । ଭାରତୀୟ ଟଙ୍କାରେ ତାକୁ ହିସାବ କଲେ, ମାସକୁ ପିଲାଙ୍କୁ ଦିଆଯିବ ୯୪ ହଜାର ଟଙ୍କା । ଏହି ଦରମା ବିଭିନ୍ନ ସ୍ଥାନରେ ଅଧିକ ଓ କମ୍ ମଧ୍ୟ ହୋଇପାରେ । ତେବେ ଏଥିପାଇଁ ପିଲାଙ୍କୁ ବାପା ମାଆଙ୍କ ପାଖରେ ଫୁଲ୍‌ ଟାଇମ୍‌ ରହିବାକୁ ପଡ଼ିବ । ଘରର ସବୁ କାମ କରିବାକୁ ପଡ଼ିବ । ଯେମିତିକି ଘର ପାଇଁ ସଉଦା କିଣିବାକୁ ପଡ଼ିବ, ବାସନ ମାଜିବାକୁ ପଡ଼ିବ ଇତ୍ୟାଦି ।

ଏହାଦ୍ୱାରା ପିଲାମାନଙ୍କ ସହ ବାପା ମାଆଙ୍କ ସମୟ ବିତାଇପାରିବେ । ଆଉ ପିଲାମାନେ ରୋଜଗାର ମଧ୍ୟ କରିବେ । ଯାହାଦ୍ୱାରା ସେମାନେ ଟଙ୍କାର ମୂଲ୍ୟ ବୁଝିବେ । ଅନ୍ୟପଟେ ଏହି ରୋଜଗାର ପରେ ସେମାନଙ୍କୁ ବେକାର ଭାବେ ମଧ୍ୟ ଗଣାଯିବ ନାହିଁ । ଜାତୀୟ ଗଣମାଧ୍ୟମ ବିବିସିରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି, ଜଣେ ୨୯ ବର୍ଷୀୟ ଯୁବତୀ ଗେମ୍‌ ଡେଭଲପର ଭାବେ କାମ କରୁଥିଲେ ।

କିନ୍ତୁ ପରେ ସେ ଫୁଲ ଟାଇମ୍‌ ଝିଅ ଭାବେ କାମ କରିବାକୁ ପସନ୍ଦ କଲେ । କାରଣ ଗେମ୍‌ ଡେଭଲପର ଭାବେ କାମ କରୁଥିବା ବେଳେ ତାଙ୍କୁ ଖୁବ୍‌ ପ୍ରେସର ପଡ଼ୁଥିଲା । ତେଣୁ ସେ ଫୁଲ ଟାଇମ୍‌ ଡଟର ଚାକିରିକୁ ପସନ୍ଦ କଲେ ।

ଏଥିରେ ସେ ନିଜ ସମୟ ବାପା ମାଆଙ୍କ ସହ ବିତାଉଛନ୍ତି । ଘରର ବାସନ ମାଜୁଛନ୍ତି । ରୋଷେଇ କରୁଛନ୍ତି । ଆଉ ପିତା – ମାତାଙ୍କ କଥା ବି ଶୁଣୁଛନ୍ତି । ଏହି ଚାକିରିରେ ତାଙ୍କୁ ଅଧିକ ରିଲାକ୍ସ ମିଳୁଛି । ସଠିକ୍‌ ଦରମା ବି ମିଳୁଛି । ଏଥିରେ ସେ ନିଜ ପାଇଁ ମଧ୍ୟ ଖୁବ୍‌ ସମୟ ବାହାର କରିପାରୁଛନ୍ତି । ଖାଲି ସେତିକି ନୁହେଁ ଖାଲି ସମୟରେ ସେ ନିଜ ଭବିଷ୍ୟତ କଥା ଚିନ୍ତା କରିପାରୁଛନ୍ତି ଆଉ ଭଲ ଚାକିରି ବି ଖୋଜି ପାରୁଛନ୍ତି ।

ତେବେ ଚୀନ୍‌ରେ ଏହି ଟ୍ରେଣ୍ଡ ଆରମ୍ଭ ହେବା ପରେ ସୋସିଆଲ ମିଡିଆରେ ମଧ୍ୟ ଏନେଇ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । #FullTimeDaughter ଏବଂ #FullTimeSon ଏବେ ଟ୍ରେଣ୍ଡ କରୁଛି ।