Advertisment

Old Vehicle: ପୁରୁଣା ଗାଡି ଥିଲେ ଖର୍ଚ୍ଚ ବଢିବ, RC ରିନ୍ୟୁ ବାବଦକୁ ପଡ଼ିବ ଦୁଇ ଗୁଣା ଫି'

ପାଖରେ ୨୦ ବର୍ଷର ପୁରୁଣା ଗାଡ଼ି ଥିଲେ RC ରିନ୍ୟୁ ବାବଦକୁ ପଡ଼ିପାରେ ଦୁଇ ଗୁଣା ଫି'। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଆସିଥିବା ଚିଠା ବିଜ୍ଞପ୍ତି ଅନୁସାରେ, ଏଣିକି ଦୁଇ ଚକିଆରୁ ଭାରି ଯାନ ଯାଏଁ ପୁରୁଣା ଗାଡ଼ି ଉପରେ ଅଧିକ ଫି’ ଲାଗିବ।

author-image
Saroj Kumar Jena
undefined

vehicle

ପାଖରେ ୨୦ ବର୍ଷର ପୁରୁଣା ଗାଡ଼ି ଥିଲେ RC ରିନ୍ୟୁ ବାବଦକୁ ପଡ଼ିପାରେ ଦୁଇ ଗୁଣା ଫି'। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଆସିଥିବା ଚିଠା ବିଜ୍ଞପ୍ତି ଅନୁସାରେ, ଏଣିକି ଦୁଇ ଚକିଆରୁ ଭାରି ଯାନ ଯାଏଁ ପୁରୁଣା ଗାଡ଼ି ଉପରେ ଅଧିକ ଫି’ ଲାଗିବ। ଯାହାକୁ ନେଇ ବସ୍ ମାଲିକ ସଂଘ ଅସନ୍ତୋଷ ପ୍ରକାଶ କରିଛି।

Advertisment

ଅଧିକ ପଢ଼ନ୍ତୁ: ପୁଣି ମଣିପୁରରେ ହିଂସା, CRPF ଙ୍କ ଗୁଳିରେ ୧୦ ଆତଙ୍କୀ ନିହତ

ଯେତେ ପୁରୁଣା ଗାଡ଼ି, ସେତେ ଅଧିକ RC ରିନ୍ୟୁଆଲ୍ ଫି। ଯେତେ ବର୍ଷ ରଖିବେ ସେତେ ଅଧିକ ଫି ଗଣିବେ। ୧୫ ବର୍ଷରୁ ପୁରୁଣା ଗାଡ଼ି, ବାଇକ୍, କାର୍ କିମ୍ବା ହେଭି-ଭେଇକିଲ୍ ଏସବୁର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ବା RC ରିନ୍ୟୁୱାଲ୍ ଖର୍ଚ୍ଚ ବଢ଼ିବାକୁ ଯାଉଛି।। କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ଡ୍ରାଫଟ ନୋଟିଫିକେସନ ଉପରେ ଥରେ ନଜର ପକାନ୍ତୁ, ୨୦ ବର୍ଷରୁ ପୁରୁଣା ବାଇକ୍ ର RC ରିନ୍ୟୁ ପାଇଁ ଲାଗିବ ୨ ହଜାର ଟଙ୍କା ଫି, ୩ ଚକିଆ ପାଇଁ୫ ହଜାର, କାର୍ ପାଇଁ ୧୦ ହଜାର ଟଙ୍କା। ମିଡିୟମ୍ ପାସେଞ୍ଜର୍ ନେଉଥିବା ବସ୍ ଓ ମାଲବାହୀ ଗାଡ଼ି ପାଇଁ ୨୫ ହଜାର ଟଙ୍କା ଏବଂ ଭାରି ଯାନ ଯଦି ୨୦ ବର୍ଷରୁ ପୁରୁଣା ହୁଏ ତାହେଲେ ଲାଗିବ ୩୬ ହଜାର ଟଙ୍କା। ଖାଲି ୨୦ ବର୍ଷ ନୁହେଁ ୧୫ ବର୍ଷରୁ ପୁରୁଣା ଗାଡ଼ି ପାଇଁ ବି ରିନ୍ୟୁୱାଲ୍ ଫି ବଢ଼ିଛି। ଭାରିଯାନ ପାଇଁ ୧୮ ହଜାର ଓ ତାଠୁ କମ୍ ହେଲେ ୧୨ ହଜାର ଟଙ୍କା ଲାଗିବ। ଏହି ଚିଠା ବିଜ୍ଞପ୍ତିକୁ ନେଇ ଗାଡ଼ି ମାଲିକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଓଡ଼ିଶାରେ ଏବେ ପୁରୁଣା ଗାଡ଼ି ପାଇଁ କେତେ ଟଙ୍କା ରହିଛି ରିନ୍ୟୁୱାଲ୍ ଫି। ୧୫ ବର୍ଷରୁ ପୁରୁଣା ବାଇକ୍ ପାଇଁ ହଜାରେ ଟଙ୍କା, ୩ ଚକିଆ ପାଇଁ ଅଢ଼େଇ ହଜାର, କାର୍ ପାଇଁ ୩ ହଜାର ଟଙ୍କା ଥିବା ବେଳେ ସବୁଠୁ ଅଧିକ ରି-ରେଜିଷ୍ଟ୍ରେସନ୍ ଚାର୍ଜ ୬ ହଜାର ଟଙ୍କା ରହିଛି। ଦିଲ୍ଲୀ ଭଳି ସହରରେ ୧୫ ବର୍ଷରୁ ପୁରୁଣା ଗାଡ଼ିକୁ ବେଆଇନ ଘୋଷଣା କରାଯାଇଛି। ପ୍ରଦୂଷଣକୁ ରୋକିବା, ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବା, ତା ସହ ସ୍କାପ୍ରିଂ ପଲିସିକୁ ପ୍ରୋତ୍ସାହିତ କରିବାକୁ ପୁରୁଣା ଗାଡ଼ି ଉପରେ ଅଧିକ ଫି ନିଆଯାଉଛି। ହେଲେ ଏଭଳି ଡ୍ରାଫ୍ଟ୍ ବିଜ୍ଞପ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବସ୍ ମାଲିକ ସଂଘ। ଏତେ ପରିମାଣର ଟଙ୍କା ହଠାତ୍ ବଢ଼ିବା ଯୋଗୁଁ ବ୍ୟବସାୟ ଉପରେ ଏହାର ସିଧା ପ୍ରଭାବ ପଡ଼ିବ ବୋଲି ସେମାନେ କହିଛନ୍ତି। ଅପରପକ୍ଷେ, ସରକାର ଲୋକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖିବା ଜରୁରୀ ବୋଲି କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ।

Advertisment

ଅଧିକ ପଢ଼ନ୍ତୁ: JEE ରେଜଲ୍ଟ ! ୫୬ ପରୀକ୍ଷାର୍ଥୀ ରଖିଛନ୍ତି ଶତପ୍ରତିଶତ ମାର୍କ

Motor Vehicles Act
Advertisment
Advertisment