Advertisment

Vastu Tips: ସ୍ୱପ୍ନରେ ଅଜଣା ବ୍ୟକ୍ତିଙ୍କୁ ଦେଖୁଛନ୍ତି କି ? ଜାଣି ନିଅନ୍ତୁ ଏହାର ଅର୍ଥ

ଅଜଣା ସ୍ଥାନରେ ଅଜଣା ଲୋକଙ୍କୁ ସ୍ୱପ୍ନରେ ଦେଖିଲେ ଏହା ଶୁଭ ସୂଚନା ଦେଇଥାଏ। ଏହାର ଅର୍ଥ ଆପଣ ଖୁବ୍‌ ଶୀଘ୍ର ବିଦେଶ ଯାତ୍ରାରେ ଯାଇ ପାରନ୍ତି। ଏଥିସହ ଏହି ସ୍ୱପ୍ନ ଆପଣଙ୍କ ପୂର୍ବର ମନୋସ୍କାମନା ପୂର୍ଣ୍ଣ ହେବା ଆଡ଼କୁ ବି ଇଶାରା କରିପାରେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Dreams

Dreams

ଆଖିକୁ ନିଦ ଆସିଲେ ଭଳିକି ଭଳି ସ୍ୱପ୍ନ ଆସିଥାଏ। ମାତ୍ର ଆଖି ଖୋଲିଲେ ଏହାର ଅସ୍ତିତ୍ୱ ହଜି ଯାଇଥାଏ। କିନ୍ତୁ ଆପଣ ଦେଖିଥିବା ସ୍ୱପ୍ନ ଭିନ୍ନ ଭିନ୍ନ ସଙ୍କେତ ଦେଇଥାଏ। ଏପରି ସ୍ଥଳେ ସ୍ୱପ୍ନରେ ଆପଣ ଅଜଣା ଚେହେରା ଦେଖିଲେ ଜାଣନ୍ତୁ ଏହାର ଅର୍ଥ କ’ଣ। 

Advertisment

-ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆପଣ ସ୍ୱପ୍ନରେ ଅଜଣା, ଅଚିହ୍ନା ଲୋକଙ୍କୁ ଦେଖିଲେ ଏହାର ଅର୍ଥ କୌଣସି ବାହ୍ୟ ଶକ୍ତି ଆପଣଙ୍କ ଉପରେ ନଜର ରଖିଛି। ଏହା ସକରାତ୍ମକ ବା ନକରାତ୍ମକ ଶକ୍ତି ହୋଇପାରେ। ତେବେ ସ୍ୱପ୍ନରେ ଭିନ୍ନ ଭିନ୍ନ ସ୍ଥିତିରେ ଦେଖିଥିବା ଅଜଣା ଲୋକଙ୍କ ସ୍ୱପ୍ନ ଭିନ୍ନ କଥା ସୂଚୀତ କରିଥାଏ।

-ଅଜଣା ସ୍ଥାନରେ ଅଜଣା ଲୋକଙ୍କୁ ସ୍ୱପ୍ନରେ ଦେଖିଲେ ଏହା ଶୁଭ ସୂଚନା ଦେଇଥାଏ। ଏହାର ଅର୍ଥ ଆପଣ ଖୁବ୍‌ ଶୀଘ୍ର ବିଦେଶ ଯାତ୍ରାରେ ଯାଇ ପାରନ୍ତି। ଏଥିସହ ଏହି ସ୍ୱପ୍ନ ଆପଣଙ୍କ ପୂର୍ବର ମନୋସ୍କାମନା ପୂର୍ଣ୍ଣ ହେବା ଆଡ଼କୁ ବି ଇଶାରା କରିପାରେ।

Advertisment

-ଅଜଣା ବ୍ୟକ୍ତି ସ୍ୱପ୍ନରେ ଆପଣଙ୍କୁ ଉପହାର ଦେଉଥିବାର ଦେଖିଲେ ଆପଣ ଖୁସି ହୋଇ ଯାଆନ୍ତୁ। ଏହାର ଅର୍ଥ ଅଚାନକ ଆପଣଙ୍କୁ ଧନ ଲାଭ ହୋଇପାରେ ଓ କୌଣସି ବଡ଼ ଖୁସି ଖବର ପ୍ରାପ୍ତ ହୋଇପାରେ।

-ସ୍ୱପ୍ନରେ କୌଣସି ଅପରିଚିତ ଲୋକ ଆପଣଙ୍କ ପିଛା କରୁଥିବାର ଅର୍ଥ ଏହା ଆପଣଙ୍କ ଭିତରର ଡର ଓ ଭୟକୁ ଦର୍ଶାଇଥାଏ। ଏହାର ଅର୍ଥ ଆପଣ କୌଣସି ମାମଲାକୁ ସମାଧାନ କରି ନ ପାରି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ତେଣୁ ଏପରି ସ୍ୱପ୍ନ ଆସିଲେ ଆପଣ ନିଜ ଜୀବନରେ ଥିବା ସମସ୍ୟାକୁ ସମାଧାନ କରିବାକୁ ଯତ୍ନବାନ ହୁଅନ୍ତୁ।

-କୌଣସି ଅପରିଚିତ ବ୍ୟକ୍ତି ଆପଣଙ୍କ କବାଟ ବାଡ଼େଇବା ସ୍ୱପ୍ନ ଦେଖିଲେ ତାହାର ଅର୍ଥ ଆପଣଙ୍କ ଜୀବନରେ ଖୁବ୍‌ ଶୀଘ୍ର ପରିବର୍ତ୍ତନ ଆସିବାକୁ ଯାଉଛି। ଏହାର ଅର୍ଥ ଏହି ପରିବର୍ତ୍ତନ ସକରାତ୍ମକ ବା ନକରାତ୍ମକ ବି ହୋଇପାରେ।

ଅଧିକ ପଢ଼ନ୍ତୁ: ସାବଧାନ ! ଆପଣ ଆଲମିରାରେ ମିରର୍ ଲଗାଇଛନ୍ତି କି...ଆସିବ ଏହି ବିପଦ...

Vastu Tips For Home Vastu Tips
Advertisment
Advertisment