Advertisment

Chhaava Advance Booking: 'ଛାଭା' ରିଲିଜ୍ ପୂର୍ବରୁ କୋଟି କୋଟି ରୋଜଗାର; ଓପନିଂ ହେବ ଧମାଲ

'ଛାଭା ରିଲିଜ୍ ହେବାକୁ ଆଉ କେଇଟା ଦିନ ବାକି ଅଛି, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରେକ୍ଷାଳୟକୁ ଆସିବା ପୂର୍ବରୁ 'ଛାଭା' କୋଟି କୋଟି ଟଙ୍କା ରୋଜଗାର କରୁଛି। ନିକଟରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଲୋକମାନେ ବହୁ ସଂଖ୍ୟାରେ ଟିକେଟ୍ ବୁକିଂ କରୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Chhaava Advance Booking

Chhaava Advance Booking

ବଲିଉଡ୍‌ ଷ୍ଟାର୍ ଭିକି କୌଶଲଙ୍କ ଆଗାମୀ ଫିଲ୍ମ 'ଛାଭା' ରିଲିଜ୍ ହେବାକୁ ପ୍ରସ୍ତୁତ। ଏଥିରେ ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମଧ୍ୟ ନଜର ଆସିବେ। ବର୍ତ୍ତମାନ ଫିଲ୍ମ ରିଲିଜ୍ ପାଇଁ ଆଉ କେଇଟା ଦିନ ବାକି ଅଛି, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରେକ୍ଷାଳୟକୁ ଆସିବା ପୂର୍ବରୁ 'ଛାଭା' କୋଟି କୋଟି ଟଙ୍କା ରୋଜଗାର କରୁଛି। ନିକଟରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଲୋକମାନେ ବହୁ ସଂଖ୍ୟାରେ ଟିକେଟ୍ ବୁକିଂ କରୁଛନ୍ତି।

Advertisment

ଟ୍ରେଡ୍ ୱେବସାଇଟ୍ ସାକ୍‌ନିଲ୍କ ରିପୋର୍ଟ ଅନୁଯାୟୀ, ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ଛାଭା' ବକ୍ସ ଅଫିସରେ ପ୍ରଥମ ଦିନରେ ଏକ ଦମଦାର ଓପନିଂ କରିବାକୁ ଯାଉଛି। ଓପନିଂ ଦିନ ପାଇଁ ଏପର୍ଯ୍ୟନ୍ତ 'ଛାଭା'ର ୧,୪୮,୩୭୫ ଟିକେଟ୍ ବିକ୍ରି ହୋଇସାରିଛି।

Advertisment

ଅଧିକ ପଢ଼ନ୍ତୁ: ଛାବାରୁ ହଟିବ ଡ୍ୟାନ୍ସ ସିନ, ଘୋଷଣା କଲେ ନିର୍ଦ୍ଦେଶକ

ଏହି ଉପାୟରେ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ୪.୨୧ କୋଟି ଟଙ୍କା ରୋଜଗାର କରିଛି। ବ୍ଲକ୍ ସିଟ୍ ସହିତ 'ଛାଭା' ୫.୫୩ କୋଟି ଟଙ୍କା ଆଗୁଆ ବୁକିଂ କରିଛି। ଫିଲ୍ମର ଟିଜର ପୂର୍ବରୁ ଏହା ଚର୍ଚ୍ଚାରେ ରହିଛି


ଏହି ଦିନ ରିଲିଜ୍:

ପ୍ରକାଶଥାଉ ଯେ, ଫିଲ୍ମ 'ଛାଭା' ରିଲିଜ୍ ପାଇଁ ଆଉ ତିନି ଦିନ ବାକି ଅଛି। ଆଗୁଆ ବୁକିଂରେ ଆହୁରି ଅଧିକ ଟିକେଟ୍ ବିକ୍ରି ହେବ। ଏହାକୁ ଦେଖିଲେ 'ଛାଭା' ଦମଦାର ରୋଜଗାର କରିବ ବୋଲି ଆଶା କରାଯାଉଛି।

ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଏହି ଫିଲ୍ମ ଫେବ୍ରୁଆରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ଅବସରରେ ପ୍ରେକ୍ଷାଳୟକୁ ଆସିବ। ଏଥିରେ ଅକ୍ଷୟ ଖାନ୍ନା ଭିଲେନ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କୁ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଭୂମିକାରେ ଦେଖିବାକୁ ମିଳିବ।


ଭିକିଙ୍କ ଭୂମିକା:

ପିରିୟଡ ଡ୍ରାମା ଫିଲ୍ମ 'ଛାଭା'କୁ ଲକ୍ଷ୍ମଣ ଉତେକର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଭିକି କୌଶଲ ଛତ୍ରପତି ଶିବାଜୀଙ୍କ ପୁଅ ଶମ୍ଭାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ। ସେହିପରି ରଶ୍ମିକା ମନ୍ଦାନା ମହାରାଣୀ ୟେସୁବାଇ ଭୂମିକାରେ ନଜର ଆସିବେ। ମ୍ୟାଡକ୍ ଫିଲ୍ମସ୍ ବ୍ୟାନରରେ ଏହି ଫିଲ୍ମ ପ୍ରସ୍ତୁତ କରାଯାଇଛି।

ଅଧିକ ପଢ଼ନ୍ତୁ: ‘ମହାବତାର’ରୁ ଭିକି କୌଶଲଙ୍କ ଫାଷ୍ଟ୍ ଲୁକ୍; କେବେ ବି ଦେଖି ନଥିବେ ଏମିତି ଅବତାର

ଅକ୍ଷୟ ଖାନ୍ନାଙ୍କ ଦମଦାର୍ ଲୁକ୍:

ପୂର୍ବରୁ ଏହି ଫିଲ୍ମ ଗତ ବର୍ଷ ୬ ଡିସେମ୍ବରରେ 'ପୁଷ୍ପା ୨'ର ଗୋଟିଏ ଦିନ ପରେ ମୁକ୍ତିଲାଭ କରିବାକୁ ଥିଲା। ତେବେ ବକ୍ସ ଅଫିସରେ ସଂଘର୍ଷ ନ ହେବା ପାଇଁ ନିର୍ମାତା ରିଲିଜ୍ ତାରିଖକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ।

ଚଳିତ ବର୍ଷ ୨୦୨୫ ମସିହାରେ ରିଲିଜ୍ ହେବାକୁଥିବା ଭିକି କୌଶଲଙ୍କ ଏହା ହେଉଛି ପ୍ରଥମ ଫିଲ୍ମ। ଭିଲେନ୍ ଭୂମିକାରେ ଅକ୍ଷୟ ଖାନ୍ନାଙ୍କ ଦମଦାର ଲୁକ୍‌କୁ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ହୋଇସାରିଛି।

ଅଧିକ ପଢ଼ନ୍ତୁ: ଖୁବଶୀଘ୍ର ଫେରୁଛି ନବେ ଦଶକର ସୁପରହିରୋ 'ଶକ୍ତିମାନ', ସାମନାକୁ ଆସିଲା ଟିଜର

ଟ୍ରେଲର୍:

କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲା। ଏହି ଦମଦାର ଟ୍ରେଲର୍ ଦେଖିବାକୁ ପରେ ଫିଲ୍ମ ଦେଖିବା ନେଇ ଲୋକଙ୍କ ଆଗ୍ରହ ବଢିଯାଇଛି। ଲୋକେ ଉତ୍ସାହର ସହିତ ଏହାର ରିଲିଜ୍ ତାରିଖକୁ ଅପେକ୍ଷା କରିଛନ୍ତି।

Rashmika Mandanna Bollywood Akshaye Khanna Vicky Kaushal Chhaava
Advertisment
Advertisment