• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଆରପାରିରେ ରାମଲାଲାଙ୍କ ମୁଖ୍ୟ ପୂଜକ । ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ ହୋଇଛି । ୮୫ ବର୍ଷ ବୟସରେ ଲକ୍ଷ୍ନୌ ଏସଜିପିଜିଆଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବ୍ରେନ ଷ୍ଟ୍ରୋକ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ଆଚାର୍ଯ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ଶିଷ୍ୟ ପ୍ରଦୀପ ଦାସଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ: ମାଘ ପୂର୍ଣ୍ଣିମା ପାଇଁ ପ୍ରୟାଗରାଜ ଜନସମୁଦ୍ର; ସଂଗମରେ ବୁଡ଼ ପକାଇଲେଣି ୭୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ସତ୍ୟେନ୍ଦ୍ର ଦାସ ଦୀର୍ଘ ୩୪ ବର୍ଷ ଧରି ପ୍ରଭୁ ରାମଲାଲାଙ୍କ ସେବା କରିଥିଲେ । ଗତ ୩ ତାରିଖରେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା । ତାଙ୍କୁ ଲକ୍ଷ୍ନୌ ଏସଜିପିଜିଆଇ ହସ୍ପିଟାଲର ନ୍ୟୁରୋଲୋଜି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡିତ ଥିବାର ମଧ୍ୟ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।  

ଶିଷ୍ୟ ପ୍ରଦୀପ ଦାସ କହିଛନ୍ତି, ଲମ୍ବା ସମୟ ଧରି ରୋଗଗ୍ରସ୍ଥ ରହିବା ପରେ ଲକ୍ଷ୍ନୌ ପିଜିଆରେ ଆଜି ସକାଳ ପ୍ରାୟ ୮ଟା ସମୟରେ ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଇହଧାମ ତ୍ୟାଗ କରିଛନ୍ତି । ଆସନ୍ତାକାଲି ସରଯୁ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ବର୍ତ୍ତମାନ ଆଚାର୍ଯ୍ୟଙ୍କ ପାର୍ଥିବ ଶରୀର ଲକ୍ଷ୍ନୌରୁ ଅଯୋଧ୍ୟା ଅଣାଯାଉଛି । 

ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ବିୟୋଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି, ପରମ ରାମଭକ୍ତ, ଶ୍ରୀରାମ ଜନ୍ମଭୂମି ମନ୍ଦିର ତଥା ଅଯୋଧ୍ୟା ଧାମର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମହାରାଜଙ୍କ ପରଳୋକ ଅତ୍ୟନ୍ତ ଦୁଃଖଦ ଏବଂ ଆଧ୍ୟାତ୍ମିକ ଜଗତ ପାଇଁ ଅପୂରଣୀୟ କ୍ଷତି । ପ୍ରଭୁ ଶ୍ରୀରାମ ଦିବଙ୍ଗତ ପୂଣ୍ୟାତ୍ମାଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ । ତାଙ୍କର ଶୋକ ସନ୍ତପ୍ତ ଶିଷ୍ୟ ଓ ଅନୁଗାମୀଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ । 

ଅଧିକ ପଢନ୍ତୁ: ଭଉଣୀ ବାହାଘରରେ ମୃତ୍ୟୁ; କାହିଁକି କମ୍ ବୟସ୍କଙ୍କୁ ହେଉଛି ହାର୍ଟ ଆଟାକ୍ ? ଜାଣନ୍ତୁ...

 

OTV is now on Whatsapp

Join and get latest news update delivered to you via whatsapp

Join Now