Advertisment

Train Vandalised: ଟ୍ରେନରେ ଜାଗା ମିଳୁନି, ବିହାରରେ ଆଉ ଏକ ମହାକୁମ୍ଭ ଟ୍ରେନକୁ ଭାଙ୍ଗିଲେ

ପ୍ରତ୍ୟେକ ଟ୍ରେନରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ରହୁଥିବା ବେଳେ ଏହା ବର୍ତ୍ତମାନ ବଡ ସମସ୍ୟା ସୃଷ୍ଟି କରିଛି। ସୋମବାର ବିହାରର ମଧୁବନୀ ଠାରେ ଏଭଳି ଏକ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
train

train

ଦୀର୍ଘ ୧୪୪ ବର୍ଷ ପରେ ଉତ୍ତର ପ୍ରଦେଶରପ୍ରୟାଗରାଜରେ ଅନୁଷ୍ଠିତ ହେଉଛି ମହାକୁମ୍ଭମେଳା ୨୦୨୫। କୁମ୍ଭମେଳାରେ ବୁଡ ପକାଇବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ। ଚଳିତ ବର୍ଷର କୁମ୍ଭମେଳା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ମହାକୁମ୍ଭ ମେଳାକୁ ପ୍ରାୟ ୩୦୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଗଡୁଛି। ଏହି ଟ୍ରେନମାନଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ଦୂରଗାମୀ ଟ୍ରେନ୍ ହୋଇଥିବା ବେଳେ ୫୫୪ଟି ଟିକେଟ କାଉଣ୍ଟର ରହିଛି , ଯେଉଁଥିରେ ୧୫୧ଟି ମୋବାଇଲ୍ ଅଣସଂରକ୍ଷିତ ଟିକେଟ ସିଷ୍ଟମ୍ (UTS) କାଉଣ୍ଟର ସମେତ ଏହାର ମନିଟରିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ସାଧ୍ୱୀ, ୨ ବର୍ଷ ତଳେ ନେଇଥିଲେ ଦୀକ୍ଷା

୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭ ମେଳାରେ ଯୋଗ ଦେବାକୁ ଥିବା ବେଳେ ଏଥିପାଇଁ ଚାଲୁଥିବା ଟ୍ରେନ ସଂଖ୍ୟା ଯଥେଷ୍ଟ ହେଉନାହିଁ। ପ୍ରତ୍ୟେକ ଟ୍ରେନରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ରହୁଥିବା ବେଳେ ଏହା ବର୍ତ୍ତମାନ ବଡ ସମସ୍ୟା ସୃଷ୍ଟି କରିଛି। ସୋମବାର ବିହାରର ମଧୁବନୀ ଠାରେ ଏକ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି। ମହାକୁମ୍ଭ ପାଇଁ ସ୍ପେଶାଲ ଟ୍ରେନ ସ୍ବତନ୍ତ୍ର ସେନାନୀ ଏକ୍ସପ୍ରେସ ଯାଉଥିବା ବେଳେ ଏଥିରେ ଭଙ୍ଗାରୁଜା କରାଯାଇଛି। ଏହି ଘଟଣାରେ ରେଲୱେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।

କୁମ୍ଭ ମେଳା ଭିଡ କାରଣରୁ ଟ୍ରେନରେ ଆବଶ୍ୟକତାରୁ ଅଧିକ ଯାତ୍ରୀ ରହିଥିଲେ। ଫଳରେ ଟ୍ରେନ ଷ୍ଟେସନରେ ପହଞ୍ଚିବା ବେଳକୁ ଯାତ୍ରୀ ମାନଙ୍କ ସଂଖ୍ୟା ଅଧିକ ରହିଥିଲା। ଫଳରେ ଟ୍ରେନର ଗେଟ ଭିତର ପଟରୁ ବନ୍ଦ କରି ଦେଇଥିଲେ ଯାତ୍ରୀ। ଏଥିରେ ଉତକ୍ଷିପ୍ତ ହୋଇ ଉପସ୍ଥିତ ଯାତ୍ରୀ ଏସି ବଗିର କାଚକୁ ବାଡେଇ ଭାଙ୍ଗି ଦେଇଥିଲେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ମଧ୍ୟପ୍ରଦେଶର ଭୋପାଳରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ଟ୍ରେନରେ ଅସମ୍ଭବ ଭିଡ ଲାଗି ଥିବା ବେଳେ ଯାତ୍ରୀ ଟ୍ରେନରେ ଚଢି ନ ପାରି ରାଗରେ ଟେକା ଫୋପାଡିଥିଲେ।

Advertisment

ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ପରିବହନ ପାଇଁ ଭାରତୀୟ ରେଳବାଇ ୧୦,୦୦୦ ନିୟମିତ ଟ୍ରେନ୍ ଚଲାଉଥିବା ବେଳେ ୩୧୩୪ ଟି ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ ରହିଛି । ଅଧିକାରୀମାନେ କହିଛନ୍ତି ଯେ ମହାକୁମ୍ଭ ପାଇଁ ମୋଟ ୧୮୬୯ ଟି ସ୍ୱଳ୍ପ ଦୂରଗାମୀ ଟ୍ରେନ୍(short-distance trains), ୭୦୬ଟି ଦୂରଗାମୀ ଟ୍ରେନ୍ (long distance train) ଏବଂ ୫୫୯ଟି ରିଙ୍ଗ ଟ୍ରେନ୍ (ring train) ଚଳାଚଳ କରୁଛି । ରେଳ ମନ୍ତ୍ରଣାଳୟ ମହାକୁମ୍ଭ ପାଇଁ କିଛି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ହାତକୁ ନେଇଛି । ଏହି ପ୍ରକଳ୍ପ ଗୁଡ଼ିକର ମୋଟ ମୂଲ୍ୟ ୩୭୦୦ କୋଟି ଟଙ୍କା ବୋଲି ଜଣାପଡିଛି । ୨୦୨୫ ମହାକୁମ୍ଭକୁ ମୋଟ ୪୫ କୋଟି ତୀର୍ଥଯାତ୍ରୀ ଆସିବା ନେଇ ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ: କୁମ୍ଭ ମେଳା ପାଇଁ ଅସମ୍ଭାଳ ଭିଡ, ଟ୍ରେନ ଉପରକୁ ଟେକା ମାଡ଼ କଲେ ଯାତ୍ରୀ

Train Kumbh Mela
Advertisment
Advertisment