Advertisment

Parenting Tips: କେଉଁ ଋତୁରେ କେଉଁ ତେଲରେ ପିଲାଙ୍କୁ ମସାଜ୍ କଲେ ମିଳେ ଲାଭ; ଜାଣନ୍ତୁ…

କେଉଁ ତେଲରେ ପିଲାକୁ ମାଲିସ୍ କରିବାକୁ ନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି। ସୋରିଷ ତେଲ ପିଲା ପାଇଁ ସର୍ବୋତ୍ତମ, କିନ୍ତୁ ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଅନ୍ୟ ତେଲରେ ମଧ୍ୟ ପିଲାକୁ ମସାଜ୍ କରିପାରିବେ। ତେବେ ଏହିସବୁ ତେଲ ପାଣିପାଗ ଅନୁଯାୟୀ ବ୍ୟବହାର କଲେ ଏହାର ଲାଭ ମିଳିଥାଏ।

author-image
Pramod Behera
ଅଦ୍ୟତନ ହୋଇଛି
Baby Massage Oil Tips

Baby Massage Oil Tips

ଛୋଟ ପିଲାମାନଙ୍କୁ ତେଲ ମାଲିସ୍ କରିବା ସେମାନଙ୍କ ଯତ୍ନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦିନକୁ ୨ରୁ ୪ଥର ମାଲିସ୍ କରିବା ଦ୍ୱାରା ଶିଶୁର ହାଡ ମଜବୁତ ହୁଏ। ପିଲା ମଧ୍ୟ ଫିଟ୍ ଏବଂ ସକ୍ରିୟ ରୁହେ। ତେବେ କେଉଁ ତେଲରେ ପିଲାକୁ ମାଲିସ୍ କରିବାକୁ ନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି।

Advertisment

ବିଶେଷଜ୍ଞଙ୍କ ଅନୁଯାୟୀ ସୋରିଷ ତେଲ ପିଲା ପାଇଁ ସର୍ବୋତ୍ତମ, କିନ୍ତୁ ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଅନ୍ୟ ତେଲରେ ମଧ୍ୟ ପିଲାକୁ ମସାଜ୍ କରିପାରିବେ। ତେବେ ଏହିସବୁ ତେଲ ପାଣିପାଗ ଅନୁଯାୟୀ ବ୍ୟବହାର କଲେ ଏହାର ଲାଭ ମିଳିଥାଏ।

ଏବେ ପ୍ରଶ୍ନ ଉଠୁଛି ପିଲାକୁ ତେଲ ମାଲିସ କାହିଁକି ଆବଶ୍ୟକ? କେଉଁ ତେଲରେ ପିଲାକୁ ମାଲିସ୍ କରାଯିବା ଉଚିତ୍? କେଉଁ ତେଲର ଲାଭ କ’ଣ? କେଉଁ ତେଲ କେଉଁ ଋତୁରେ ଲାଭଦାୟକ? ଆସନ୍ତୁ ଜାଣିବା…

Advertisment

ଅଧିକ ପଢ଼ନ୍ତୁ: ପିଲାମାନଙ୍କୁ ଶିଖାଇ ଦିଅନ୍ତୁ ଜୀବନର ଏହି ୬ ମୂଳ ମନ୍ତ୍ର; ଦିନେ ଆପଣ ଗର୍ବ କରିବେ

ତେଲ ମାଲିସ୍ କାହିଁକି ଆବଶ୍ୟକ:

ବିଶେଷଜ୍ଞଙ୍କ ଅନୁଯାୟୀ, ପିଲାକୁ ନିୟମିତ ତେଲ ମାଲିସ୍ କରିବା ଦ୍ୱରା ମାଂସପେଶୀ ଏବଂ ହାଡ ମଜବୁତ ହୁଏ। ଏହା ବ୍ୟତୀତ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ ରହିଥାଏ। ତେଣୁ, ଜଣେ ମା’ ଦିନକୁ ଅତି କମରେ ୨ରୁ ୩ଥର ମସାଜ କରିବା ଉଚିତ।

କେଉଁ ଋତୁରେ କେଉଁ ତେଲ:

ପାଣିପାଗକୁ ଦେଖି ସୁବିଧା ଅନୁଯାୟୀ ତେଲ ବାଛି ପାରିବେ। ସୋରିଷ ତେଲ, ଅଲିଭ୍ ତେଲ ଏବଂ ବାଦାମ ତେଲ ଶୀତଦିନ ପାଇଁ ଲାଭଦାୟକ। ସେହିପରି ଖରା ପାଇଁ ନଡିଆ ତେଲ ଏବଂ ରାଶି ତେଲ ଅଧିକ ଲାଭଦାୟକ ହୋଇଥାଏ। ଏସବୁ ତେଲ ବ୍ୟତୀତ ଆପଣ ଗାଇ ଘିଅରେ ମଧ୍ୟ ପିଲାକୁ ମାଲିସ୍ କରିପାରିବେ।

ସୋରିଷ ତେଲ:

ସୋରିଷ ତେଲ ରକ୍ତ ପ୍ରବାହରେ ଉନ୍ନତି ଆଣି ପିଲାର ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି କରେ। ପିଲାକୁ ପ୍ରତିଦିନ ସୋରିଷ ତେଲ ମାଲିସ୍ କଲେ ଶରୀର ସୁସ୍ଥ ଏବଂ ଶକ୍ତିଶାଳୀ ହୁଏ। ଏହା ବ୍ୟତୀତ ସୋରିଷ ତେଲ ଶରୀରକୁ ଗରମ ରଖିବାରେ ବହୁତ ସାହାଯ୍ୟ କରିଥାଏ।

ଅଧିକ ପଢ଼ନ୍ତୁ: ସ୍କୁଲ୍ ଯିବାକୁ ଆପଣଙ୍କ ପିଲା କାନ୍ଦୁଛି କି… ଏମିତି କରନ୍ତୁ, ଖୁସିରେ ଖୁସିରେ ସ୍କୁଲ୍ ଯିବ

ଅଲିଭ୍ ତେଲ:

ଅଲିଭ୍ ତେଲରେ ମାଲିସ୍ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ବଢେ। ଯଦି ଆପଣ ଏହି ତେଲକୁ ଅଳ୍ପ ଗରମ କରି ମାଲିସ୍ କରନ୍ତି, ତେବେ ଏହାର ଲାଭ ଦ୍ୱିଗୁଣିତ ହୋଇଯାଏ। ଏହି ତେଲ ପିଲାମାନଙ୍କ ପାଇଁ ଏକ ଭଲ ମଶ୍ଚରାଇଜର ପରି କାମ କରେ। ଏହା ପିଲାର ଶରୀରକୁ କୋମଳ କରିଥାଏ।

ବାଦାମ ତେଲ:

ଭିଟାମିନ୍ ଏ, ଇ, ଫ୍ୟାଟି ଏସିଡ୍, ଜିଙ୍କ୍‌, ପ୍ରୋଟିନ୍, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ପୋଷକ ତତ୍ତ୍ୱ ବାଦାମ ତେଲରେ ମିଳିଥାଏ, ଯାହା ଶିଶୁର ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏହା ଥକ୍କାପଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ଶରୀରକୁ ମଶ୍ଚରାଇଜ୍ କରିଥାଏ।

ନଡିଆ ତେଲ:

ପିଲାକୁ ନଡିଆ ତେଲରେ ମାଲିସ୍ କରିବା ଦ୍ୱାରା ଶାରୀରିକ ଆରାମ ମିଳିଥାଏ। ଏହା ପିଲାମାନଙ୍କର ଭଲ ନିଦ ଦିଏ ଏବଂ ଚିଡିଚିଡାପଣକୁ କମ କରିଥାଏ। ଶିଶୁର ମସ୍ତିଷ୍କର ବିକାଶ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ପାଇଁ ଏହା ଖୁବ ଭଲ।

ରାଶି ତେଲ:

ରାଶି ତେଲରେ ଭିଟାମିନ୍ ଏ, ଭିଟାମିନ୍ ବି କମ୍ପ୍ଲେକ୍ସ, ଭିଟାମିନ୍ ଡି, ଫସ୍‌ଫରସ୍ ପରି ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ। ଏହା ବ୍ୟତୀତ ଏଥିରେ କ୍ୟାଲସିୟମ୍ ଏବଂ ପ୍ରୋଟିନ୍ ମଧ୍ୟ ଥାଏ। ଏହା ସମ୍ବେଦନଶୀଳ ଚର୍ମ ପାଇଁ ବହୁତ ଭଲ।

ଅଧିକ ପଢ଼ନ୍ତୁ: ପିଲାମାନଙ୍କୁ ଶିଖାନ୍ତୁ ଏହି ୫ କଥା; କେବେ ବି ଖରାପ ପିଲାଙ୍କ ସାଙ୍ଗରେ ମିଶିବେ ନାହିଁ

Parents Parental Control Parenting Tips
Advertisment
Advertisment